Posted inଜାତୀୟ

‘ଗଙ୍ଗା ଘାଟଠୁ ଦୂରେଇ ରୁହନ୍ତୁ ଅଣହିନ୍ଦୁ’

ବାରଣାସୀ,୭।୧: ଅଣହିନ୍ଦୁଙ୍କୁ ଗଙ୍ଗା ଘାଟ ଓ ମନ୍ଦିରଠାରୁ ଦୂରେଇ ରହିବାକୁ ବାରଣାସୀରେ ପୋଷ୍ଟର ଲଗାଯାଇଛି। ଏଭଳି ପୋଷ୍ଟର ଦକ୍ଷିଣ ପନ୍ଥୀ ଗୋଷ୍ଠୀ ପକ୍ଷରୁ ବିଭିନ୍ନ ସ୍ଥାନରେ ଲଗାଯାଇଥିବା କହିଛି ପୋଲିସ।

“କାଶୀରେ ମା’ ଗଙ୍ଗା ଘାଟ ଓ ମନ୍ଦିର ସନାତନ ଧର୍ମ, ଭାରତୀୟ ପରାମ୍ପରା ଏବଂ ବିଶ୍ୱାସର ପ୍ରତୀକ। ସନାତନ ଧର୍ମରେ ଯେଉଁ ମାନଙ୍କ ବିଶ୍ୱାସ ଅଛି, ସେମାନଙ୍କୁ ସ୍ବାଗତ। ନ ହେଲେ ଏହା ପିକ୍‌ନକ ସ୍ପଟ ନୁହେଁ” ବୋଲି ଏକ ପୋଷ୍ଟରରେ ହିନ୍ଦୀରେ ଉଲ୍ଲେଖ କରାଯାଇଛି।

ପୋଷ୍ଟରର ଶୀର୍ଷରେ ‘ଅଣହିନ୍ଦୁଙ୍କ ପାଇଁ ପ୍ରବେଶ ନିଷେଧ’ ଏବଂ ନିମ୍ନ ଭାଗରେ ‘ଏହା ଅନୁରୋଧ ନୁହେଁ, କିନ୍ତୁ ଚେତାବନୀ’ ଉଲ୍ଲେଖ ରହିଛି। ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ଓ ଏହାର ଯୁବ ଶାଖା ବଜରଙ୍ଗ ଦଳ ପକ୍ଷରୁ ଏହି ପୋଷ୍ଟର ଲଗାଯାଉଥିବା ଦେଖିବାକୁ ମିଳୁଛି ଭାଇରାଲ ଭିଡିଓରେ।

ଏହି ଘଟଣାର ତଦନ୍ତ ଏବେ ସ୍ଥାନୀୟ ଭେଲୁପୁର ପୋଲିସ କରୁଛି। ଭିଡିଓ ଏବଂ ଫଟୋରେ ଦେଖାଯାଉଥିବା ଲୋକଙ୍କ ଚିହ୍ନଟ କରାଯାଉଛି। ଏପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ ହୋଇ ନାହିଁ। ସ୍ଥାନୀୟ ଗୋଷ୍ଠୀ ଆମ ଦୃଷ୍ଟି ଆକର୍ଷଣ କରିବା ପରେ ପୋଷ୍ଟର ଛପା ଯାଉଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ସାମ୍ନାସାମ୍ନି ହେବେ ଶୁଭେନ୍ଦୁ-ମମତା

କୋଲକାତା,୧୦।୫: ପଶ୍ଚିମବଙ୍ଗ ବିଧାନସଭା ନନ୍ଦିଗ୍ରାମ ଆସନରୁ ବିଜୟୀ ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ପଞ୍ଚିମବଙ୍ଗ ଭାଜପା ବିରୋଧୀ ଦଳ ନେତା ଭାବେ ଦଳ ପକ୍ଷରୁ ସୋମବାର ଚୟନ...

ନିର୍ଭୟା ମାମଲା: ରାଷ୍ଟ୍ରପତିଙ୍କ ପାଖକୁ ଗଲା ଦୋଷୀ ମୁକେଶଙ୍କ କ୍ଷମା ଆବେଦନ

ନୂଆଦିଲ୍ଲୀ,୧୭।୧: ଦିଲ୍ଲୀ ନର୍ଭୟା ମାମଲାର ଅନ୍ୟତମ ଦୋଷୀ ମୁକେଶ କୁମାର ସିଂହଙ୍କ କ୍ଷମା ଆବେଦନକୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରାଷ୍ଟ୍ରପତି ଭବନକୁ ପଠାଇ ଦେଇଛନ୍ତି।...

ସଫଳତାର ସହ ଲକ୍ଷ୍ୟସ୍ଥଳକୁ କଲା ଭେଦ କଲା କ୍ରୁଜ୍‌ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ,୫।୩: ଭାରତୀୟ ନୌସେନା ଶନିବାର ବ୍ରହ୍ମୋସର ଏକ ଉନ୍ନତ ସଂସ୍କରଣ କ୍ରୁଜ୍‌ କ୍ଷେପଣାସ୍ତ୍ରକୁ ସଫଳ ପରୀକ୍ଷା କରିଛି। ପରୀକ୍ଷଣ ସମୟରେ, କ୍ଷେପଣାସ୍ତ୍ର ଲକ୍ଷ୍ୟକୁ ସଠିକ୍‌ ଭାବେ...

ଓଡ଼ିଶାର ୨୮,୬୬୭ ପେନସନଭୋଗୀ ପାଇଛନ୍ତି ୧୩୭.୧୫ କୋଟି

ନୂଆଦିଲ୍ଲୀ, ୭।୧୧ (ପିଆଇବି): ଓ୍ବାନ୍‌ ର଼୍ୟାଙ୍କ୍‌ ଓ୍ବାନ୍‌ ପେନ୍‌ସନ (ଓଆର୍‌ଓପି) ଲାଗୁ କରିବା ଲାଗି କେନ୍ଦ୍ର ସରକାର ୨୦୧୫ ନଭେମ୍ବର ୭ରେ ଏକ ନିର୍ଦ୍ଦେଶ ଜାରି...

ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ସମୟରେ ବିରୋଧୀଙ୍କ ହଟ୍ଟଗୋଳ …

ନୂଆଦିଲ୍ଲୀ,୧୯।୭: ସଂସଦର ସୌମୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଲୋକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ ସମୟରେ ବିରୋଧୀ ସଦସ୍ୟଙ୍କ ପକ୍ଷରୁ ପ୍ରବଳ ହଟ୍ଟଗୋଳ...

ବିବାହର କିଛି ବର୍ଷ ପର୍ଯ୍ୟନ୍ତ ସନ୍ତାନ ନ ହେବାରୁ ରେଲଓ୍ବେ ଷ୍ଟେଶନରୁ ପିଲା ଚୋରି କଲେ ଦମ୍ପତି

ନୂଆଦିଲ୍ଲୀ,୧୩।୭: ରାଜଧାନୀ ଦିଲ୍ଲୀରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ନିଜାମୁଦ୍ଦିନ ରେଲଓ୍ବେ ଷ୍ଟେଶନରୁ ଏକ ୨ ବର୍ଷର ଶିଶୁ ଅପହରଣ ମାମାଲା ଏବେ ସବୁଠି...

ଫାଶୀ ଦିଆଯିବା ପୂର୍ବରୁ ଠିକ୍‌ ଭାବେ ଖାଦ୍ୟ ଗ୍ରହଣ କରୁ ନାହାନ୍ତି ନିର୍ଭୟା ମାମଲାର ଦୋଷୀ

ନୂଆଦିଲ୍ଲୀ,୧୦।୧୨: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଏବେ ଫାଶୀ ଦିଆଯିବାର ସମୟ ପାଖେଇ ଆସୁଥିବା ଜଣାପଡିଛି। ଆସନ୍ତା ୧୬ରେ ଏମାନଙ୍କୁ ଫାଶୀ...

ସାଢ଼ ୪ ବର୍ଷର ହିସାବ ଦେଲେ ମୁଖ୍ୟମନ୍ତ୍ରୀ …

ଲକ୍ଷ୍ନୌ,୧୯।୯: ଉତ୍ତରପ୍ରଦେଶରେ ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ତାଙ୍କ ଶାସନ ସମୟରେ ହୋଇଥିବା ସାଢ଼େ ୪ ବର୍ଷର...

Advertisement
Archives

Model This Week