ଶ୍ରଦ୍ଧାଞ୍ଜଳି ପାଇଁ ଏମ୍‌ପି ପଦ ଗଲା

ଟରଣ୍ଟୋ, ୫ା୧: ସମ୍ପର୍କୀୟଙ୍କ ମୃତ୍ୟୁ ପରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ଜଣେ ଏମ୍‌ପିଙ୍କୁ ଇସ୍ତଫା ଦେବାକୁ ପଡିଛି। କାନାଡ଼ାର ଜଣେ ଭାରତୀୟ ବଂଶୋଦ୍ଭବ କାନାଡ଼ା ମହିଳା ଏମ୍‌ପି କମଲ ଖେରା ଏଥିପାଇଁ ଟ୍ରୋଲ୍‌ର ଶିକାର ମଧ୍ୟ ହୋଇଛନ୍ତି। କମଲ ଡିସେମ୍ବର ୨୩ରେ ଆମେରିକାରେ ରହୁଥିବା ଜଣେ ସମ୍ପର୍କୀୟ ଦାଦାଙ୍କ ମୃତ୍ୟୁ ପରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ କାନାଡ଼ାରୁ ଯାଇଥିଲେ। ୩୧ ତାରିଖରେ ଆମେରିକାରୁ ଫେରିବା ପରେ ଏହି ଯାତ୍ରାକୁ ନେଇ ତାଙ୍କୁ ସୋସିଆଲ ମିଡିଆରେ ବ୍ୟାପକ ଟ୍ରୋଲର ଶିକାର ହେବାକୁ ପଡିଥିଲା। କରୋନା ଯୋଗୁ କମଲ ସେଠାକୁ ଯାତ୍ରା କରିବା ଆବଶ୍ୟକ ନ ଥିଲା ବୋଲି ସମାଲୋଚନା କରାଯାଇଥିଲା। ଏକ ଦୁଃଖଦ ପରିସ୍ଥିତିରେ ସେ ଆମେରିକା ଯାଇଥିବା ନେଇ କମଲ ଜବାବ ରଖିଥିଲେ ହେଁ ପରେ ଏମ୍‌ପି ପଦରୁ ଇସ୍ତଫା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ-ରୁଷିଆ ବିବାଦ ଶେଷ ହେବାର ସଙ୍କେତ

କ୍ୱିଭ୍‌,୧୬ା୩: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା କଥାବାର୍ତ୍ତା ଏହି ବିବାଦର ସମାପ୍ତ ହେବାର ସଙ୍କେତ ଦେଉଛି। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ଦୁଇ ଦେଶ...

ଭାରତୀୟ ଶିଖ୍‌ଙ୍କ ପାଇଁ ଖୋଲିଲା ପାକିସ୍ତାନ ଗୁରୁଦ୍ୱାର

ଲାହୋର,୨ା୭(ପି.ଟି.): ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ସିଆଲକୋଟରେ ୫୦୦ବର୍ଷର ଏକ ପୁରାତନ ବବେ-ଦେ-ବର ଗୁରୁଦ୍ୱାର ଭାରତୀୟ ଶିଖ୍‌ ତୀର୍ଥଯାତ୍ରୀଙ୍କ ପାଇଁ ଉନ୍ମୁକ୍ତ ହୋଇଛି। ପୂର୍ବରୁ ଭାରତୀୟମାନଙ୍କୁ...

ଖାଦ୍ୟ କିଣିବାକୁ ଧାଡ଼ିରେ ଛିଡ଼ା ହୋଇଥିଲେ ନବୀନ, ହଠାତ୍‌ ହୋଇଥିଲା ବୋମାମାଡ଼

କ୍ୱିଭ୍‌,୧।୩: ଯୁଦ୍ଧଭୂମି ୟୁକ୍ରେନ୍‌ରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ରଙ୍କୁ ଉଦ୍ଧାର ଲାଗି ଗୋଟିଏ ପଟେ ଭାରତ ସରକାର ଅଭିଯାନ ଜାରି ରଖିଥିବା ବେଳେ ଆସିଛି ଦୁଃଖଦ ଖବର।...

ଆମେରିକା ସଂସଦକୁ ସମ୍ବୋଧନ କଲେ ଜେଲେନସ୍କି

ମସ୍କୋ,୧୬।୩: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ବୁଧବାର ଆମେରିକା କଂଗ୍ରେସ କିମ୍ବା ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜେଲେନସ୍କି ସିଧାସଳଖ...

୨୪ ଘଣ୍ଟାରେ ୪୬ ହଜାର ନୂଆ ମାମଲା

ଓ୍ବାଶିଂଟନ/ଲଣ୍ଡନ/ବ୍ରାଜିଲିଆ, ୧୭।୫: କରୋନା ଭୂତାଣୁ ଲୋକଙ୍କ ନିଦ ହଜାଇ ଦେଇଛି। ପ୍ରାଣଘାତୀ କରୋନା କବଳରୁ ବର୍ତ୍ତିବା ଲାଗି କାହାରିକୁ ବାଟ ଦେଖାଯାଉ ନାହିଁ। ଗତ ୪...

ଜିନ୍‌ପିଙ୍ଗ୍‌ଙ୍କୁ ଗୁରୁତର ମସ୍ତିଷ୍କ ସଂକ୍ରମଣ…

ବେଜିଂ, ୧୧।୫ : ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ଏକ ବିପଜ୍ଜନକ ମସ୍ତିଷ୍କ ରୋଗରେ ପୀଡିତ ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଜିନପିଙ୍ଗ ବର୍ତ୍ତମାନ...

କାଷ୍ଟ୍ରୋ ଯୁଗର ଅବସାନ

ହାଭାନା, ୧୮।୪ : କ୍ୟୁବା କମ୍ୟୁନିଷ୍ଟ ପାର୍ଟି (ପିସିସି)ର ନେତା ପଦରୁ ଅବସର ଘୋଷଣା କରିଛନ୍ତି ରାଉଲ କାଷ୍ଟ୍ରୋ। ଏଥିସହିତ କ୍ୟୁବାରେ କାଷ୍ଟ୍ରୋ ଯୁଗର ଅବସାନ...

ପାକିସ୍ତାନର ୧୫୦ ଆଣବିକ ବୋମା ତାଲିବାନ୍‌ କବ୍‌ଜାକୁ ଯିବା ଆଶଙ୍କା…

ଓ୍ବାଶିଂଟନ,୨୮।୯: ପାକିସ୍ତାନ ପାଖରେ ଥିବା ୧୫୦ ଆଣବିକ ବୋମାକୁ ତାଲିବାନ୍‌ ନିଜ କବ୍‌ଜାକୁ ନେବାର ଆଶଙ୍କା ରହିଛି। ଆମେରିକା ସୈନ୍ୟ ଆଫଗାନିସ୍ତାନ ଛାଡ଼ି ସ୍ବଦେଶ ଫେରିବା...

Advertisement
Archives

Model This Week