Posted inଜାତୀୟ

ନିର୍ବାଚନ ପରବର୍ତ୍ତୀ ହିଂସା, ସିବିଆଇ-ଏସ୍‌ଆଇଟିକୁ ରିପୋର୍ଟ ଦାଖଲ ନିର୍ଦ୍ଦେଶ…

କୋଲକାତା,୮।୧୧: ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ହାଇକୋର୍ଟ କଠୋର ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ନୂତନ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୋଲକାତା ହାଇକୋର୍ଟ ଉଭୟ ସିବିଆଇ ଏବଂ ଏସଆଇଟିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୩ରେ ହେବ। ସିବିଆଇ ଏବଂ ଏସଆଇଟିକୁ ସେହି ଦିନ ହିଂସା ମାମଲାରେ ଏକ ନୂତନ ତଦନ୍ତ ରିପୋର୍ଟ ଦାଖଲ କରିବେ।

ସିବିଆଇ ଏବଂ ଏସଆଇଟି ଟିମ ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସା ସମ୍ପର୍କରେ ଅକ୍ଟୋବର ୪ ରେ କୋଲକାତା ହାଇକୋର୍ଟରେ ଏକ ରିପୋର୍ଟ ଦାଖଲ କରିଥିଲେ। କିନ୍ତୁ ସୋମବାର ଏହି ମାମଲାର ଶୁଣାଣି ପରେ କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ପ୍ରକାଶ ଶ୍ରୀବାସ୍ତବ ଏବଂ ଆଇପି ମୁଖାର୍ଜୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମାମଲାରେ ଏକ ନୂତନ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।

ନିର୍ବାଚନ ପରେ ହିଂସା ଯୋଗୁଁ ଗୃହହୀନ ହୋଇପଡିଥିବା ଲୋକଙ୍କ ବିଷୟରେ କଲିକତା ହାଇକୋର୍ଟ ଆଡଭୋକେଟ ଜେନେରାଲଙ୍କଠାରୁ ଏକ ରିପୋର୍ଟ ଲୋଡିଛନ୍ତି। ଅପରପକ୍ଷରେ ସିବିଆଇ ପକ୍ଷରୁ କୋର୍ଟଙ୍କୁ ସୂଚନା ଦିଆଯାଇଛି ଯେ ଏପର୍ଯ୍ୟନ୍ତ ୪୦ ଟି ଏଫଆଇଆର୍‌ ପଞ୍ଜିକୃତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୮: କେନ୍ଦ୍ର ସରକାର ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ…

ଏହି ୫୨ ନେତା ପିନ୍ଧିବେ ୧୦ ଲକ୍ଷ ଟଙ୍କାର ଜ୍ୟାକେଟ୍‌: ପଛରେ ରହିଛି ଏମିତି କାରଣ

ଲକ୍ଷ୍ନୌ,୨୨।୮: ଉତ୍ତର ପ୍ରଦେଶରେ ରାଜନୈତିକ ନେତାଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ରାଜ୍ୟର ୫୨ ନେତାଙ୍କୁ ବୁଲେଟପ୍ରୁଫ ଜ୍ୟାକେଟ ଯୋଗାଇ ଦିଆଯାଇଛି। ଏହି ସୁରକ୍ଷା…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

ଦୀପିକାଙ୍କୁ ନେଇ ବଢୁଛି ଚର୍ଚ୍ଚା: ‘ସ୍ପିରିଟ୍‌’ରୁ ବିଦା ହେବାକୁ ବଢିଲା ବିବାଦ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍‌’ରୁ ବିଦା ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ନିର୍ମାତା ଅଭିନେତ୍ରୀଙ୍କ ବିଷୟରେ ଅନେକ ଅଭିଯୋଗ ଆଣିଛନ୍ତି। ସନ୍ଦୀପ…

ଏକକାଳୀନ ଫାଟିଲା ଅନେକ ସ୍ମାର୍ଟ ମିଟର, ଦୁଇ ଶିଶୁଙ୍କ ସହ ଜଳିଗଲେ ୪ ଜଣ

ସୁଲତାନପୁର,୨୨।୮: ଉତ୍ତର ପ୍ରଦେଶ ସୁଲତାନପୁରର ଆବାସ ବିକାଶ କଲୋନୀର ପାଣି ଟାଙ୍କି ନିକଟରେ, ସାତଟି ପୃଥକ ଘରେ ସ୍ଥାପିତ ସ୍ମାର୍ଟ ମିଟର, ଏକାସଙ୍ଗେ ବିସ୍ଫୋରଣ ହେବାରୁ ଗୋଟିଏ…

ବିଜୟ ସରକାର ଏହି ପିଲାମାନଙ୍କୁ ଦେବେ ବଡ଼ ଉପହାର; ଅଳଙ୍କାର ବ୍ୟବସାୟୀମାନଙ୍କୁ ଦିଆଯାଇଛି ଅର୍ଡର

ଚେନ୍ନାଇ,୨୨।୮: ମୁଖ୍ୟମନ୍ତ୍ରୀ ବିଜୟ ତାମିଲନାଡୁ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ସେ ନବଜାତ ଶିଶୁଙ୍କ ପାଇଁ ‘ଥାଇମାମାନ ସୁନା ମୁଦି ଯୋଜନା’ ଆରମ୍ଭ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ…

‘ବନ୍ଦେ ମାତରମ୍‌’କୁ ନେଇ ଏମିତି କହିଲେ ଧର୍ମେନ୍ଦ୍ର, ଉଠିଲାଣି ରାଜନୈତିକ ଝଡ଼

ନୂଆଦିଲ୍ଲୀ,୨୨।୮: ବନ୍ଦେ ମାତରମ ଉପରେ କଂଗ୍ରେସ କାର୍ଯ୍ୟକାରିଣୀ (CWC) ପ୍ରସ୍ତାବ ଉପରେ ପ୍ରତିକ୍ରିୟା ଦେଇ, ଭାଜପା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଶନିବାର (୨୨ ଅଗଷ୍ଟ) ଓଡ଼ିଶାର ତାଳଚେରରେ…

ମହଙ୍ଗା ପଡ଼ିବ ସରକାରୀ ଜମି ଜବରଦଖଲ: ପୁଣି କବ୍‌ଜା କଲା ବିଡିଏ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଶଙ୍କରପୁର ମୌଜାରେ ସରକାରୀ ଜମି ଜବରଦଖଲ କରିବା ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ପାଚେରି ଭାଙ୍ଗିବା ଜଣେ ଜବରଦଖଲକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri