ଜିଏସ୍‌ଟି ସ୍ଲାବ୍‌ର ହୋଇପାରେ ସରଳୀକରଣ

ଭୁବନେଶ୍ୱର, ୨୫।୭(ଅନୁରାଧା ମହାରଣା): ଗୁଡ୍‌ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ(ଜିଏସ୍‌ଟି) ସ୍ଲାବ୍‌ରେ ସରକାର ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ଦିନରେ ଜିଏସ୍‌ଟି ଟ୍ୟାକ୍ସ ସ୍ଲାବ୍‌ ୪ରୁ ୩କୁ ହ୍ରାସ କରାଯାଇପାରେ। ଜିଏସ୍‌ଟିରେ ଏକାଧିକ ହାର ବ୍ୟବସ୍ଥା କାରଣରୁ ବର୍ଗୀକରଣକୁ ନେଇ ଦେଖାଯାଉଥିବା ବିବାଦର ସମାଧାନ ପାଇଁ ସରକାର ଏହି ପଦକ୍ଷେପ ନେଇପାରିବେ। ଏକ ସାକ୍ଷାତ୍‌କାରରେ ସେଣ୍ଟ୍ରାଲ ଏକ୍ସାଇଜ ଏବଂ କଷ୍ଟମସ୍‌ ବୋର୍ଡ (ସିବିଆଇସି) ଅଧ୍ୟକ୍ଷ ସଞ୍ଜୟ ଅଗ୍ରୱାଲ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

ଉକ୍ତ ସାକ୍ଷାତ୍‌କାରରେ ସେ କହିଛନ୍ତି, ବିଭିନ୍ନ ପ୍ରକାର ଜିଏସ୍‌ଟି ହାର ହେତୁ ବର୍ଗୀକରଣ ବିବାଦ ଉପୁଜିଛି, ଯାହା ସଂଶୋଧନ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି, ବର୍ତ୍ତମାନ ଲାଗୁହେଉଥିବା ୪ଟି ଜିଏସ୍‌ଟି ହାର ୫%, ୧୨%, ୧୮% ଏବଂ ୨୮%କୁ ୩ ବର୍ଗରେ ବିଭକ୍ତ କରାଯାଇପାରେ। ଜିଏସ୍‌ଟି ସଂଗ୍ରହ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ଏବଂ ଆସନ୍ତା ମାସରେ ଏହି ଉନ୍ନତିମୂଳକ କାର୍ଯ୍ୟ ଶେଷ ହେବ ବୋଲି ସେ ନିଶ୍ଚିତ କରିଛନ୍ତି। ସୂଚନା ଥାଉକି, କେତେକ ଜରୁରୀ ଜିନିଷ ଉପରେ କୌଣସି ଜିଏସ୍‌ଟି ଥିବାବେଳେ ସୁନା ଉପରେ ୩ ପ୍ରତିଶତ ଜିଏସ୍‌ଟି ଲାଗୁ ହୋଇଥାଏ। ହାଇ ଏଣ୍ଡ ମୋଟର ଯାନ ଉପରେ ଜିଏସ୍‌ଟି ସେସ୍‌ ମଧ୍ୟ ଆଦାୟ କରାଯାଏ। ତେବେ ଅର୍ଥନୀତି ବିଶେଷଜ୍ଞମାନେ ବିଭିନ୍ନ ସମୟରେ ୫ ପ୍ରତିଶତ, ୧୨ରୁ ୧୮ ପ୍ରତିଶତ ଏବଂ ୨୮ପ୍ରତିଶତ ଟ୍ୟାକ୍ସ ହାରକୁ ନେଇ ଏକ ସ୍ଲାବ୍‌ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି।
ଏହାପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ତାଙ୍କ ବଜେଟ ଭାଷଣରେ ଜିଏସ୍‌ଟିରେ ସମ୍ଭାବ୍ୟ ପରିବର୍ତ୍ତନ ସମ୍ପର୍କରେ ସୂଚନା ଦେଇଥିଲେ। ଜିଏସ୍‌ଟିର ଲାଭକୁ ସରଳ କରିବା ପାଇଁ ଭବିଷ୍ୟତରେ ଏହାକୁ କରାଯିବ ଏବଂ ଜିଏସ୍‌ଟି ହାର ଗଠନକୁ ଯୁକ୍ତିଯୁକ୍ତ କରାଯିବ ଓ ଅନ୍ୟାନ୍ୟ କ୍ଷେତ୍ରକୁ ମଧ୍ୟ ଏହାର ଆଭିମୁଖ୍ୟରେ ଅଣାଯିବ ବୋଲି ସେ କହିଛନ୍ତି।

ସୂଚନା ଥାଉକି, ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ବିରୋଧୀମାନେ ବର୍ତ୍ତମାନର ଜିଏସ୍‌ଟି ବ୍ୟବସ୍ଥା ସମ୍ପର୍କରେ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏହାର ନିର୍ବାଚନୀ ଇସ୍ତାହାରରେ ଜିଏସ୍‌ଟି ୨.୦କୁ ଆଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲା। ବର୍ତ୍ତମାନ ଜିଏସ୍‌ଟି ହାରକୁ ସରଳକରି ଟିକସ ଭାର ହ୍ରାସ କରିବାକୁ ମୋଦି ସରକାର ମଧ୍ୟ ଚାପରେ ଅଛନ୍ତି। ଜିଏସ୍‌ଟି ହାରକୁ ଯୁକ୍ତିଯୁକ୍ତ କରିବା ପାଇଁ ଉତ୍ତରପ୍ରଦେଶ ଅର୍ଥମନ୍ତ୍ରୀ ସୁରେଶ ଖାନ୍ନାଙ୍କ ଦ୍ୱାରା ଗଠିତ କମିଟି ଏ ପର୍ଯ୍ୟନ୍ତ ଜିଏସ୍‌ଟି ପରିଷଦକୁ ଏହାର ସୁପାରିସ ଦାଖଲ କରିନାହିଁ।
ବ୍ରୋକ୍‌ରେଜ୍‌ ହାଉସ ଆମ୍ବିଟ କ୍ୟାପିଟାଲ ଏହାର ରିସର୍ଚ୍ଚ ନୋଟ୍‌ରେ କହିଛି, ଜିଏସ୍‌ଟି ହାରକୁ ଯୁକ୍ତିଯୁକ୍ତ କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ। ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ ପବ୍ଲିକ ଫାଇନାନ୍ସ ଆଣ୍ଡ ପଲିସି ଏହା ମଧ୍ୟ କହିଛି, ଯେଉଁ ଦ୍ରବ୍ୟ ଉପରେ ଜିଏସ୍‌ଟି ଛାଡ଼ ଦିଆଯାଉଛି ତାହା ସ୍ବଳ୍ପ ଆୟ ବର୍ଗର ଲୋକଙ୍କ ଅପେକ୍ଷା ଧନୀ ଲୋକଙ୍କୁ ସୁହାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର; ଜୁଲାଇରେ ଏତେ ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା…

ନୂଆଦିଲ୍ଲୀ,୧।୭: ଶ୍ରମ ବ୍ୟୁରୋର ଏକ ପ୍ରେସ୍ ରିଲିଜ୍ ଅନୁଯାୟୀ, AICPI-IW ଏପ୍ରିଲ୍ ୨୦୨୬ରେ ୧୪୯.୯ରୁ ମେ ୨୦୨୬ରେ ୦.୯ ପଏଣ୍ଟ ବୃଦ୍ଧି ପାଇ ୧୫୦.୮ ହୋଇଛି। ଏହି…

ଆଜିଠୁ ଶସ୍ତା ହେଲା ୫ କେଜିଆ ଗ୍ୟାସ୍ ସିଲିଣ୍ଡର, ଜାଣନ୍ତୁ ଆପଣଙ୍କ ସହରର ନୂଆ ଦର!

ନୂଆଦିଲ୍ଲୀ,୧।୭: ମହଙ୍ଗା ମାଡ଼ ମଧ୍ୟରେ ଏବେ ଏଲପିଜି (LPG) ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ସହିତ ‘ଛୋଟ ଗ୍ୟାସ୍ ସିଲିଣ୍ଡର’ ମଧ୍ୟ…

୧ ଜୁଲାଇରୁ ବଦଳିଗଲା ଏହି ୧୦ଟି ବଡ଼ ନିୟମ! ଆଇଟିଆର୍‌, କ୍ରେଡିଟ୍ କାର୍ଡଠାରୁ ଆରମ୍ଭ କରି ପିଏଫ୍‌ ଉଠାଣ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୧।୭: ଜୁଲାଇ ଆରମ୍ଭ ହୋଇଯାଇଛି। ଆଇଟିଆର୍ (ITR) ଦାଖଲ ସମୟସୀମାଠାରୁ ଆରମ୍ଭ କରି ୟୁପିଆଇ (UPI) ଭିତ୍ତିକ ପିଏଫ୍ (PF) ଟଙ୍କା ଉଠାଣ ଏବଂ କ୍ରେଡିଟ୍ କାର୍ଡର…

ମାସର ପ୍ରଥମ ଦିନରେ ଶସ୍ତା ହେଲା ସୁନା; ଏତିକି ଖସିଲା ରେଟ! ଜାଣନ୍ତୁ ୧ ଜୁଲାଇର ନୂଆ ରେଟ୍…

ନୂଆଦିଲ୍ଲୀ,୧।୭:  ୧ ଜୁଲାଇ ୨୦୨୬ରେ ସୁନା ଏବଂ ରୂପା ଉଭୟର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। କ୍ରମାଗତ ଭାବେ ବଢୁଥିବା ମୂଲ୍ୟ ପରେ ଏବେ ଗ୍ରାହକମାନଙ୍କୁ ସାମାନ୍ୟ…

ଦେଶରେ ୫ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଜାଣନ୍ତୁ କେଉଁ କମ୍ପାନୀ କଲା ଘୋଷଣା

ନୂଆଦିଲ୍ଲୀ,୧।୭: ଦେଶର କୋଟି କୋଟି ଜନତାଙ୍କ ପାଇଁ ଏକ ବଡ଼ ଖୁସି ଖବର। ଦୀର୍ଘ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଦେଶରେ ଇନ୍ଧନ ମୂଲ୍ୟରେ…

୪୫ହଜାର ଟଙ୍କା ଖସିଲାଣି ସୁନାଦର, ଆଗକୁ ଲକ୍ଷେ ତଳକୁ ଖସିବ? ବିଶେଷଜ୍ଞଙ୍କ ବଡ଼ ବୟାନ

ଭୁବନେଶ୍ୱର, ୩୦।୬: ଗତ ପ୍ରାୟ ଏକ ବର୍ଷ ଧରି ସୁନା ବଜାରରେ ଲାଗି ରହିଥିବା ଅପ୍ରତ୍ୟାଶିତ ସୁନାମି ଏବେ ଶାନ୍ତ ପଡ଼ିଛି। ଲଗାତାର ଭାବେ ବୃଦ୍ଧି ପାଇ…

ବନ୍ଦ ହୋଇଯିବ ଏହି ୨ଟି ବଡ଼ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ ଖବର ପଛର ସତକଥା…

ନୂଆଦିଲ୍ଲୀ,୩୦।୬: ସୋସିଆଲ ମିଡିଆରେ କିଛି ଏଭଳି ଖବର ସାମ୍ନାକୁ ଆସୁଛି, ଯେଉଁଥିରେ କୁହାଯାଉଛି ଯେ ଭାରତର ତିନୋଟି ବଡ଼ ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ଯଦି ଏହି…

କଟିପାରେ ଏଲପିଜି କନେକ୍ସନ୍, କାଲିଠୁ ବଦଳିବ ବୁକିଂ ନିୟମ…

ନୂଆଦିଲ୍ଲୀ,୩୦।୬: ସିଲିଣ୍ଡର ମୂଲ୍ୟ, ଯୋଗାଣ ଏବଂ ରିଫିଲିଂ ସହିତ ଜଡିତ ନିୟମରେ ବଡ଼ ପରିବର୍ତ୍ତନ ଆଶା କରାଯାଉଛି। ତେଲ କମ୍ପାନୀଗୁଡ଼ିକ ଜୁଲାଇ ୧ରେ ସିଲିଣ୍ଡର ମୂଲ୍ୟରେ ରିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri