ପଦବୀ ବିବାଦ

Dillip Cherian

ମିଜୋରାମରେ ଏବେ ଏକାବେଳକେ ଦୁଇଜଣ ମୁଖ୍ୟ ସଚିବ ନିଯୁକ୍ତି ପାଇଛନ୍ତି ଓ ଏଥିପାଇଁ ସେଠାରେ ଏକ କୌତୂହଳପୂର୍ଣ୍ଣ ସ୍ଥିତି ଉପୁଜିଛି। କେନ୍ଦ୍ର ବରିଷ୍ଟ ଆଇଏଏସ୍‌ ଅଧିକାରୀ ରେଣୁ ଶର୍ମାଙ୍କୁ ମିଜୋରାମର ମୁଖ୍ୟ ସଚିବ ଭାବେ ନିଯୁକ୍ତ କରିଥିବାବେଳେ ଅନୁରୂପ ଭାବେ ରାଜ୍ୟ ସରକାର ଅତିରିକ୍ତ ମୁଖ୍ୟ ସଚିବ ଜେ.ସି. ରାମଥଙ୍ଗାଙ୍କୁ ସମାନ ପଦବୀରେ ନିଯୁକ୍ତି ଦେଇଛନ୍ତି। ଉଭୟଙ୍କ ନିଯୁକ୍ତି ନଭେମ୍ବର ୧ରୁ କାର୍ଯ୍ୟକାରୀ ହୋଇଛି। ଯୋଗ୍ୟ ବା ଅଧିକାରପ୍ରାପ୍ତ ଅଥରିଟିର ସୁପାରିସ କ୍ରମେ ଶର୍ମାଙ୍କ ନିଯୁକ୍ତି ସ୍ପଷ୍ଟ କରାଯାଇଛି ବୋଲି କେନ୍ଦ୍ର ଦାବି କରୁଥବାବେଳେ ଏହା ଆଦୌ କରାଯାଇ ନାହିଁ। ସେହି ଗୋଟିଏ ପଦବୀରେ ରେଣୁ ଶର୍ମା ନା ରାମଥଙ୍ଗା ରହିବେ, ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ତେବେ ଏହି ଅଜବ ଘଟଣାରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ବୟର ଅଭାବ ରହିଛି ଯେଉଁଥିତ୍ପାଇଁ ଏଭଳି ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ବର୍ତ୍ତମାନ କେଉଁ ଆଧାରରେଏଭଳି ଘଟିିବାକୁ ଦିଆଗଲା ତାହା ଏକ ବଡ଼ ପ୍ରଶ୍ନ। ଆଉ ମଧ୍ୟ ପ୍ରଶ୍ନ ଉଠୁଛି ଯେ, ଏହି ଘଟଣାର ସମାଧାନ ପାଇଁ ସିଭିଲ ସର୍ଭିସ ନିୟମରେ କିଛି ବାଟ ରହିଛି ନା ନ୍ୟାୟାଳୟରେ ଏହି ପଦବୀ ବିବାଦର ପୂର୍ଣ୍ଣଚ୍ଛେଦ ପଡ଼ିବ। ନିଯୁକ୍ତିପ୍ରାପ୍ତ ଦୁଇ ଅଧିକାରୀ ଏଥିରୁ ଓହରିଯିବା ଲାଗି ଏକମତ ହେବେ କି? ନା,ଏସବୁ ଘଟିବା ଏତେ ସହଜ ନୁହେଁ।
ଖେମ୍‌କା ଭୟ
ହରିୟାଣାର ବରିଷ୍ଠ ଆଇଏଏସ୍‌ ଅଧିକାରୀ ତଥା ଜଣାଶୁଣା ହ୍ବିସିଲ୍‌ବ୍ଲୋୟର ଅଶୋକ ଖେମ୍‌କାଙ୍କୁ ତାଙ୍କ ୨୯ ବର୍ଷ ଚାକିରିକାଳ ମଧ୍ୟରେ ୫୪ ଥର ବଦଳି କରାଯାଇଛି। ବାରମ୍ବାର ବଦଳି କରାଯାଉଥିବାରୁ ଏଭଳି ଘଟଣା ପ୍ରାୟତଃ ଚର୍ଚ୍ଚାକୁ ଆସୁନାହିଁ। ତେବେ ସିଭିଲ ସର୍ଭିସରେ ଖେମ୍‌କାଙ୍କ ବଦଳି ସମ୍ଭବତଃ ଏକ ପ୍ରକାର ରେକର୍ଡ। ଏହିି ବରିଷ୍ଟ ବାବୁଙ୍କର ତାଙ୍କ ପଲିଟିକାଲ ମାଷ୍ଟରଙ୍କ ସହ ସବୁବେଳେ ବିବାଦ ଲାଗି ରହିଛି।
ଏହା ହରିୟାଣା ରାଜନେତାଙ୍କୁ ବିଚଳିତ କରିଦେଇଛି ଓ ସମସ୍ତଙ୍କୁ ‘ଖେମ୍‌କା ଭୟ’ ଗ୍ରାସିଛି। ଏବେ ଆର୍କାଇଭସ୍‌. ଆର୍କ୍‌ିଓଲୋଜି ଏବଂ ମ୍ୟୁଜିୟମ୍‌ର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିବା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଖେମ୍‌କାଙ୍କୁ ମାତ୍ର ୧୧ ମାସ ପରେ ବିଜ୍ଞାନ ଏବଂ ପ୍ରଯୁକ୍ତି ଓ ମତ୍ସ୍ୟପାଳନ ବିଭାଗକୁ ବଦଳି କରାଯାଇଛି। ଏହି ବଦଳି ପାଇଁ କୌଣସି କାରଣ ଦର୍ଶାଯାଇନାହିଁ। ତେବେ ସବୁ ବଦଳି ଭଳି ଏଥର ବି ଖେମ୍‌କାଙ୍କୁ ଏହା ସେମିତି କିଛି ଅସାଧାରଣ ମନେହୋଇନାହିଁ। କିନ୍ତୁ ପର୍ଯ୍ୟବେକ୍ଷକଙ୍କ ସୂତ୍ରରୁ ପ୍ରକାଶ ଯେ,ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟାର ଏବଂ ଗୃହମନ୍ତ୍ରୀ ଅନୀଲ ଭିଜ୍‌ଙ୍କ ରାଜନୈତିକ ବିବାଦ ମଧ୍ୟରେ ଖେମ୍‌କା ଫସିଯାଇଛନ୍ତି। ଖେମ୍‌କା ଭିଜ୍‌ଙ୍କ ଖୁବ୍‌ ନିକଟତର ବୋଲି କୁହାଯାଉଛି। ଏହା ମଧ୍ୟ ସତ ଯେ, ବିଶେଷକରି ହରିୟାଣାର ଆରାବଳି ପାର୍ବତ୍ୟାଞ୍ଚଳକୁ ବେଆଇନ ମାଇନିଂ ଏବଂ କନଷ୍ଟ୍ରକ୍‌ଶନରୁ ରକ୍ଷା କରିବା ପାଇଁ ଖେମ୍‌କାଙ୍କର ପ୍ରବଳ ଆଗ୍ରହ ରହିଛି ଓ ଏହା ଉପରେ ସେ ଉତ୍‌ଥାପନ କରୁଥିବା ଅଡ଼ୁଆ ପ୍ରଶ୍ନ ସବୁବେଳେ ସରକାରଙ୍କୁ ସମସ୍ୟାରେ ପକାଉଛି। ଏଥିତ୍ପାଇଁ ସରକାର ଚିଡ଼ିଯାଇଛନ୍ତି। ଖେମ୍‌କା ଏହି ସ୍ଥିତିରୁ ବାହାରି ଆସିବା ଲାଗି ଚେଷ୍ଟା କରି ମଧ୍ୟ ସଫଳ ହୋଇନାହାନ୍ତି। କେନ୍ଦ୍ର ନିଯୁକ୍ତି ତାଲିକାରେ ସାମିଲ କରିବା ପାଇଁ ସେ ଆବେଦନ କରିଥିଲେ। ହେଲେ କେନ୍ଦ୍ର ସରକାରରେ ତାଙ୍କର ଅଭିଜ୍ଞତା ଅଭାବ ଥିବା ଦର୍ଶାଇ ଗତମାସ ପ୍ରାରମ୍ଭରେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି) ଉକ୍ତ ଆବେନଦନକୁ ଖାରଜ କରିଦେଇଥିଲା। ଏଥିରୁ ସ୍ପଷ୍ଟ ଯେ, କେନ୍ଦ୍ର ହ୍ବିସିଲ୍‌ବ୍ଲୋୟର ଖେମ୍‌କାଙ୍କୁ ଗ୍ରହଣ କରିବାକୁ ନାରାଜ। ତେବେ ହରିୟାଣା ସରକାର ତାଙ୍କୁ ଭଲ ପାଆନ୍ତୁ କି ନାହିଁ ତାଙ୍କ ଚାପ ସହି କାର୍ଯ୍ୟ କରିବେ।
ସମନ୍ବୟ ଲୋଡ଼ା
ଏୟାର ଇଣ୍ଡିଆର ବିନିବେଶ ପ୍ରକ୍ରିୟା ଶେଷ ହୋଇଛି। ଟାଟା ଏହାକୁ ନେବା ପରେ ଏହାର ସବୁ ବକେୟା ଦେୟ ତୁରନ୍ତ ଦେଇଦେବା ପାଇଁ ସରକାର ସମସ୍ତ କେନ୍ଦ୍ର ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଅର୍ଥ ମନ୍ତ୍ରଣାଳୟ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଟାଟାକୁ ଏକ ବକେୟା ମୁକ୍ତ ଏୟାରଲାଇନ ହସ୍ତାନ୍ତର କରିପାରିବେ। ବିଭିନ୍ନ ମନ୍ତ୍ରଣାଳୟ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ଅନ୍ୟ ବିଭାଗଗୁଡ଼ିକୁ ଭିଭିଆଇପି, ମନ୍ତ୍ରୀ ଏବଂ ବିଦେଶୀ ପଦାଧିକାରୀମାନଙ୍କ ଯାତାୟାତ ଖର୍ଚ୍ଚକୁ ଛାଡ଼ି ଏୟାରଲାଇନ୍‌କୁ ୬୦୦ କୋଟି ଟଙ୍କାରୁ ଅଧିକ ଦେବାକୁ ଅଛି। ଏ ସଂକ୍ରାନ୍ତରେ ବର୍ତ୍ତମାନ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଛି। ବିଭାଗୀୟ ନିର୍ଦ୍ଦେଶକ ନିର୍ମଳା ଦେବ କହିଛନ୍ତି , ଅଂଶଧନ ବିକ୍ରି ପରେ ଟିକେଟ କିଣିବା ପାଇଁ ଏୟାର ଇଣ୍ଡିଆ ଦେଉଥିବା କ୍ରେଡିଟ୍‌ ସୁବିଧା ବନ୍ଦ କରିଦେବାରୁ ଏସବୁ ନଗଦ ଆକାରରେ ଦେବାକୁ ପଡ଼ିବ। ଏହାସହ ସବୁ ବକେୟା ଟଙ୍କା ଏକକାଳୀନ ପଇଠ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ବକେୟା ଅର୍ଥ ଫେରିପାଇପାରିଲେ ଚୂଡାନ୍ତ ହସ୍ତାନ୍ତର ପୂର୍ବରୁ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ଏୟାରଲାଇନର ପ୍ରଥମଥର ଲାଗି ଏକ ସ୍ପଷ୍ଟ ବାଲାନ୍ସ ଶିଟ୍‌ ପ୍ରସ୍ତୁତ କରିବାକୁ ପଦକ୍ଷେପ ନିଆଯାଇପାରିବ। ତେବେ ଏହା ପାଇଁ ଅର୍ଥ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଓ ବିନିବେଶ ସଚିବ ତୁହିନ କାନ୍ତ ପାଣ୍ଡେଙ୍କ ମଧ୍ୟରେ ସୁଚିନ୍ତିତ ସମନ୍ବୟ ଆବଶ୍ୟକ। ଡିସେମ୍ବର ଶେଷସୁଦ୍ଧା ଏୟାରଇଣ୍ଡିଆ ହସ୍ତାନ୍ତର ପାଇଁ ସରକାର ଯେଉଁ ସମୟ ସୀମା ନିର୍ଦ୍ଧାରଣ କରିଛନ୍ତି ତାହାକୁ ପୂରଣ କରିିବେ ବୋଲି ସୁନିଶ୍ଚିତ କରିବାକୁ ହେବ। କେବଳ ବକେୟା ଦେୟଗୁଡ଼ିକ ଦେଇଦେଲେ ହେବ ନାହିଁ, ବରଂ କମ୍ପିଟିଶନ କମିଶନ ଅଫ୍‌ ଇଣ୍ଡିଆ (ସିସିଆଇ) ସମେତ ବିଭିନ୍ନ ବୈଧାନିକ ମଞ୍ଜୁରୀ ମଧ୍ୟ ନିଶ୍ଚିତ କରିବାକୁ ହେବ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri