ମଙ୍ଗଳରେ ଜନବସତି: କାଚ ଘରେ ରହିବେ ଲୋକେ

ଓ୍ବାଶିଂଟନ,୨୨।୧୧: ମଙ୍ଗଳରେ ଘର କରିବା ପାଇଁ ଯୋଜନା ଜାରି ରହିଛି। ପୃଥିବୀ ସହିତ କେତେକ ସାମ୍ୟତା ରଖୁଥିବା ମଙ୍ଗଳରେ ଜୀବନର ସନ୍ଧାନ ଲାଗି ଦୀର୍ଘ ଦିନ ଧରି ମଣିଷ ନାନା ଗବେଷଣା ଜାରି ରଖିଛି। ଅନ୍ୟ ଗ୍ରହରେ ଜୀବନ ଖୋଜୁଥିବା ଏଲନ ମସ୍କ୍‌ ଟୁଇଟ୍‌ କରି କହିଛନ୍ତି ଯେ, ୨୦୫୦ ସୁଦ୍ଧା ମଙ୍ଗଳ ଗ୍ରହରେ ଜନବସତି ସ୍ଥାପନ କରିବା ସମ୍ଭବ ହେବ। ତେବେ ଲୋକଙ୍କୁ କାଚ ଘରେ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି। ମଙ୍ଗଳରେ ସର୍ବାଧିକ ତାପମାତ୍ରା ମାଇନସ୍‌ ୪୮ ଡିଗ୍ରୀ ସେଲସିୟସ୍‌ ରହିଥାଏ। ସେହିପରି ସୂର୍ଯ୍ୟର କ୍ଷତିକାରକ ଅଲ୍ଟା ଭାଓଲେଟ୍‌ ରଶ୍ମୀକୁ ରୋକିବା ପାଇଁ ଏଠାରେ କୌଣସି ସୁରକ୍ଷା କବଚ ନାହିଁ। ପୃଥିବୀରେ ବାୟୁମଣ୍ଡଳର ଉପର ଭାଗରେ ଥିବା ଓଜନସ୍ତର ଏହି କ୍ଷତିକାରକ ରଶ୍ମୀକୁ ଭିତରକୁ ଆସିବାକୁ ଦେଇ ନ ଥାଏ। ମାତ୍ର ମଙ୍ଗଳରେ ଏହା ସମ୍ଭବ ନୁହେଁ। ତେଣୁ ସୁରକ୍ଷା ଦୃଷ୍ଟିରୁ ଲୋକଙ୍କୁ କାଚ ଘରେ ରଖିବା ଶ୍ରେୟସ୍କର ହେବ ବୋଲି ସେ କହିଛନ୍ତି। ମଙ୍ଗଳ ଗ୍ରହର ତାପମାତ୍ରା ବୃଦ୍ଧି ପାଇଁ ଏଠାରେ ଭବିଷ୍ୟତରେ କିଛି ପରମାଣୁ ବୋମା ବିସ୍ଫୋରଣ କରାଯିବାର ଯୋଜନା ରହିଛି। ଏହାଦ୍ୱାରା ଏଠାରେ ଅଙ୍ଗାରକାମ୍ଳ ଗ୍ୟାସର ପରିମାଣ ବଢ଼ିବା ଯୋଗୁ ତାପମାତ୍ରାରେ ବୃଦ୍ଧି ସମ୍ଭବ ହୋଇପାରିବ। ଯାହାକି ମନୁଷ୍ୟର ଜୀବନ ଧାରଣ ଲାଗି ଉପଯୋଗୀ କ୍ଷେତ୍ର ପ୍ରସ୍ତୁତ କରିପାରିବ। ଏଠାରେ ୧୦ ହଜାର ପରମାଣୁ ବୋମା ବିସ୍ଫୋରଣ କରାଗଲେ ସୁଫଳ ମିଳିବା ସହିତ ତାପମାତ୍ରାରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିପାରିବ । ତେବେ ସେଥିପାଇଁ ଆଉ ୩୦ ବର୍ଷ ସମୟ ଲାଗିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri