ଡିସେମ୍ବର ୪ ପର୍ଯ୍ୟନ୍ତ ଜେଲ୍‌ରେ ରହିବେ ଭାରତୀ-ହର୍ଷ

ମୁମ୍ବାଇ,୨୨ ।୧୧: ଡ୍ରଗ୍ସ ମାମଲାରେ କମେଡିଆନ୍ ଭାରତି ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ରବିବାର କୋର୍ଟରେ ହାଜର ହୋଇଥିଲେ । ଏବେ ସେମାନଙ୍କୁ କୋର୍ଟ ଡିସେମ୍ବର ୪ ପର୍ଯ୍ୟନ୍ତ ଅର୍ଥାତ୍ ୧୪ ଦିନିଆ ବିଚାର ବିଭାଗୀୟ ଅଦାଲତକୁ ପଠାଇ ଦେଇଛନ୍ତି । ତେଣୁ ଡିସେମ୍ବର ୪ ପର୍ଯ୍ୟନ୍ତ ଏହି ଦମ୍ପତି ଜେଲରେ ରହିବେ ବୋଲି ଜଣାପଡିଛି । ଅନ୍ୟପଟେ ଏହି ଦମ୍ପତି ଜାମିନ ପାଇଁ ଆବେଦନ କରିଥିବା ବେଳେ ଏହାର ଶୁଣାଣି ସୋମବାର ହେବ । ସୂଚନାଯୋଗ୍ୟ, ବଲିଉଡ୍ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ରବିବାର କମେଡିଆନ୍ ଭାରତୀ ସିଂଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ଗିରଫ କରିଥିଲା । ତାଙ୍କୁ ଗିରଫ କରିବା ପୂର୍ବରୁ ଯାଞ୍ଚ ଏଜେନ୍ସି ପାଖାପାଖି ୧୫ ଘଣ୍ଟା ପଚରା ଉଚରା କରିଥିଲା । ଏହାପୂର୍ବରୁ ଶନିବାର ଏନ୍‌ସିବି ଭାରତୀ ସିଂଙ୍କ ପ୍ରଡକଶନ ଅଫିସ ଓ ଘରେ ଚଢାଉ କରିଥିଲା ଓ ଯାଞ୍ଚ ସମୟରେ ୮୬.୫ ଗ୍ରାମ ଗଞ୍ଜେଇ ମଧ୍ୟ ଭାରତୀଙ୍କ ଘରୁ ଜବତ କରାଯାଇଥିଲା । ଏହି ଆଧାରରେ ଭାରତୀଙ୍କୁ ପ୍ରଥମେ ଗିରଫ କରାଯାଇଥିଲା ଓ ତାଙ୍କ ସ୍ୱାମୀଙ୍କୁ ପଚରାଉଚରା କରାଯାଇଥିଲା । ଜେରା ସମୟରେ ଉଭୟ ଗଞ୍ଜେଇ ସେବନ କରିବା କଥା ମାନିଥିଲେ ବୋଲି ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅର ଅସ୍ଥି ଧରି ନ୍ୟାୟ ଭିକ୍ଷା କରୁଛନ୍ତି ୯୦ ବର୍ଷୀୟା ମା’

ସାହଦୋଲ,୨୫।୭: ମଧ୍ୟପ୍ରଦେଶର ସାହଦୋଲରେ ଜଣେ ୯୦ ବର୍ଷୀୟା ବୃଦ୍ଧା ମା’ ରତନି ପୁଅର ଅସ୍ଥି ଧରି ନ୍ୟାୟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି। ଦୀର୍ଘ ୧୧...

‘ମଦ୍ୟପାନ କରୁଥିବା ଲୋକେ ମହାପାପି’

ପାଟଣା,୩୧।୩: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଦ୍ୟପାନ କରୁଥିବା ଲୋକଙ୍କୁ ମହାପାପି କହିଛନ୍ତି। ଏଥିସହିତ ବିଷାକ୍ତ ମଦ ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କୁ ରାଜ୍ୟ ସରକାରଙ୍କ...

ଲିଭ ଇନ୍ ରିଲେସନଶିପକୁ ପସନ୍ଦ କରନ୍ତି ନାହିଁ କ୍ରିତି

ମୁମ୍ବାଇ: ଏବେ ଲିଭ ଇନ୍ ରିଲେସନଶିପ ଏକ ଫ୍ୟାଶନ ହୋଇଯାଇଛି କହିଲେ କିଛି ଭୁଲ ହେବନାହିଁ ବୋଧହୁଏ । ସେଲିବ୍ରିଟି ତ ସେଲିବ୍ରିଟି ଏବେ ସାଧାରଣ...

ପୀଡ଼ିତାଙ୍କ ପାଇଁ ୫୯୫ ଓସିଏସ୍‌

ନୂଆଦିଲ୍ଲୀ,୨୦ା୧୧(ପି.ଟି.): ଦେଶରେ ପୀଡ଼ିତାମାନଙ୍କ ପାଇଁ ୫୯୫ଟି ଓ୍ବନ୍‌ ଷ୍ଟପ୍‌ ସେଣ୍ଟର (ଓସିଏସ୍‌) ରହିଛି। ଶାରୀରିକ ଉତ୍ପୀଡ଼ନ ସହ ବିଭିନ୍ନ ଅପରାଧର ଶିକାର ହେଉଥିବା ମହିଳାମାନଙ୍କୁ ଏହି...

ହାରିଗଲେ ମମତା: ଜାଣନ୍ତୁ କେମିତି ହେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କୋଲକାତା, ୩।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳରେ ତୃଣମୂଳ କଂଗ୍ରେସ ଏକ ବଡ଼ ବିଜୟ ହାସଲ କରିଛି। ନିର୍ବାଚନରେ ଟିଏମ୍‌ସି ଭାଜପାକୁ ପରାସ୍ତ କରିଥିବା ସତ୍ତ୍ୱେ...

ଓ୍ବେବ ସିରିଜ ପାଇଁ ଶାଢି ପିନ୍ଧି ବାଇକ୍‌ ଚଲାଇଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଲାରା ଦତ୍ତ ଏବେ ତାଙ୍କ ଓ୍ବେବ ସିରିଜ କାମରେ ବ୍ୟସ୍ତ ଅଛନ୍ତି। ଏହାକୁ ନେଇ ସେ ଖୁବ୍‌ ଏକ୍ସସାଇଟେଡ ମଧ୍ୟ ଅଛନ୍ତି।...

‘ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନି ଦକ୍ଷ ନେତା ନୁହନ୍ତି’

ନୂଆଦିଲ୍ଲୀ,୩୦।୧୧: ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନି ଜଣେ ଦକ୍ଷ ନେତା ନୁହନ୍ତି। ଏଭଳି କହି ଚନ୍ନିଙ୍କୁ ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ।...

ହାଇ ଆଲର୍ଟରେ ୧୯ ବିମାନ ବନ୍ଦର

ନୂଆଦିଲ୍ଲୀ,୮।୮: ଆଗକୁ ସ୍ବାଧୀନତା ଦିବସ ଏହାସହ କଶ୍ମୀର ପ୍ରସଙ୍ଗକୁ ନେଇ ପରିବେଶ ଉଷ୍ମ ଥିବାରୁ ଦେଶର ପ୍ରାୟ ୧୯ଟି ବିମାନ ବନ୍ଦରରେ ହାଇ ଆଲର୍ଟ ଜାରି...

Advertisement
Archives

Model This Week