ରାତିରେ ମୋ’ ଭିଡିଓ ଦେଖନ୍ତି, ସକାଳୁ ମୋତେ ଟ୍ରୋଲ କରନ୍ତି: ପୁନମ୍‌

ବମ୍ବେ: ରାତିରେ ମୋ’ ଭିଡିଓ ଦେଖନ୍ତି, ସକାଳେ ମୋତେ ଟ୍ରୋଲ କରନ୍ତି। କିଛି ଏଭଳି ଢଙ୍ଗରେ ନିଜର ଟ୍ରୋଲରଙ୍କୁ ଜବାବ ଦେଇଛନ୍ତି ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ। ଯେଉଁମାନେ ଅଙ୍ଗ ପ୍ରଦର୍ଶନ କରୁଛନ୍ତି ବୋଲି ନିଲ୍ଲଜ କୁହନ୍ତି, ସେମାନଙ୍କୁ ପାଲଟା ଜବାବ ଦେଇଛନ୍ତି ପୁନମ। ଯଦି କେହି ଅନ୍ୟକୁ କଟାକ୍ଷ କରନ୍ତି, ଖରାପ ଲାଗିବା ଭଳି କାମ କରନ୍ତି, ସେମାନେ ହିଁ ନିଲ୍ଲଜ ବୋଲି ପୁନମ କହିଛନ୍ତି।

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ରିଆଲିଟି ଶୋ’ ‘ଲକ୍‌ ଅପ୍‌’ରେ ପ୍ରତିଯୋଗୀ ଭାବେ ଭାଗ ନେଇଛନ୍ତି ପୁନମ। ଏଥିରେ ସେ ବ୍ୟକ୍ତିଗତ ଜୀବନ ଉପରେ ଅନେକ କିଛି କହୁଛନ୍ତି। ସ୍ବାମୀଙ୍କ ମାର୍‌ପିଟ୍‌ ପରେ ଏବେ ତାଙ୍କୁ କରାଯାଉଥିବା ଟ୍ରୋଲିଂର ଜବାବ ଦେଇଛନ୍ତି ସେ। ଶୋ’ର ଅନ୍ୟତମ ସାଥୀ ପ୍ରତିଯୋଗୀ ଅଞ୍ଜଳି ଅରୋରା ଏବଂ ତହସିନ ପୁନାଓ୍ବାଲାଙ୍କ ସହ କଥା ହେଉଥିଲେ ପୁନମ। ଏହି ଅବସରରେ ସେ ଆମେରିକାରେ ରହିବାର ଯୋଜନାକୁ ନେଇ କଥା ହୋଇଥିଲେ।

ପୁନମ କହିଥିଲେ, ଅନ୍ୟକୁ ଯେଉଁମାନେ ଖରାପ କହିଥାନ୍ତି ସେମାନେ ନିଜେ ଖରାପ ହୋଇଥାନ୍ତି। କେହି ଯଦି ନିଲ୍ଲଜ ବୋଲି ମୋତେ ଭାବେ ସେଥିରେ ମୁଁ ସହମତ ନୁହେଁ। ଏଥିରେ ତହସିନ ସମ୍ମତି ଜଣାଇ କହିଥିଲେ, ପୁନମଙ୍କ ଭିଡିଓ ଦେଖିଥାନ୍ତି, ଡାଉନ୍‌ଲୋଡ୍‌ କରିଥାନ୍ତି ଏବଂ ପରେ ତାଙ୍କ ବିଷୟରେ ଖରାପ କଥା କହିଥାନ୍ତି, ସେମାନେ ହିଁ ଖରାପ ଲୋକ।

ପରେ ପୁନମ ମଧ୍ୟ କଥାକୁ ଆଗକୁ ବଢ଼ାଇ ତହସିନଙ୍କ ସହ ସହମତ ବୋଲି କହିଥିଲେ। ୬୦ ମିଲିୟନ ଲୋକ ପସନ୍ଦ କରିବା ଏବଂ ମାସକରେ ୨୦୦ ମିଲିୟନ ଲୋକ ଯୋଡ଼ି ହେବା ସହଜ କଥା ନୁହେଁ। କିଏ ଏହି ‘ହିଡେନ୍‌ ଫଲୋଅର୍ସ’। ଏମାନେ ରାତିରେ ମୋ ଭିଡିଓ ଦେଖିଥାନ୍ତି ଏବଂ ସକାଳେ ଉଠି ମୋତେ ଟ୍ରୋଲ କରିଥାନ୍ତି, ମୋ ବିରୋଧରେ କହିଥାନ୍ତି। ତାଙ୍କୁ ପଚାରିବାକୁ ଚାହୁଁଛି ନିର୍ଲଜ କିଏ, ସେ ନା ମୁଁ ବୋଲି ପୁନମ ପ୍ରଶ୍ନ କରିଥିବା ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପନ୍ତଙ୍କ ପ୍ରେମରେ ପାଗଳୀ ହୋଇଗଲେଣି ଉର୍ବଶୀ !

ବମ୍ବେ: ପ୍ରେମ ପାଗେଳୀ ହୋଇଗଲେଣି ବଲିଉଡ୍‌ର ଗ୍ଲାମର୍‌ ଗର୍ଲ ଉର୍ବଶୀ ରୌତେଲା। ଏଭଳି କିଛି ଚର୍ଚ୍ଚା ଏବେ ବଢ଼ିବାରେ ଲାଗିଛି। କିଛି ଦିନ ହେଲାଣି ଅଷ୍ଟ୍ରେଲିଆରେ...

ବୀର ସାୱରକର ଭୂମିକାରେ ନଜର ଆସିବେ ରଣଦୀପ

ମୁମ୍ବାଇ: ଅଭିନେତା ରଣଦୀପ ହୁଡ୍ଡା ତାଙ୍କ ଦମଦାର ଅଭିନୟକୁ ନେଇ ନିଜ ପାଇଁ ବଳିଉଡରେ ତିଆରି କରିପାରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ଏବେ ସେ...

ଟ୍ୱିଙ୍କଲ ଶେୟାର କଲେ ଟ୍ରକ ପଛରେ ଲାଗିଥିବା ‘ମେଲା’ ଫିଲ୍ମର ପୋଷ୍ଟର

ମୁମ୍ବାଇ: ବଲିଉଡ୍‌ର ବିଗତ ଦିନର ନାୟିକା ଟ୍ୱିଙ୍କଲ ଖାନ୍ନା ଏବେ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ଆସିଛନ୍ତି ଚର୍ଚ୍ଚାକୁ । ତାଙ୍କ ଅଭିନୀତ...

ଗୁଗୁଲର ନ୍ୟାଶନାଲ୍‌ କ୍ରଶ୍‌ ହେଉଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ

ସାଉଥ ଫିଲ୍ମର ପ୍ରସିଦ୍ଧ ତଥା ଭେଟେରାନ ଅଭିନେତ୍ରୀ ରଶ୍ମିକା ମନ୍ଦାନା ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ସେ କନ୍ନଡ, ତାମିଲ ଏବଂ ତେଲ୍‌ଗୁ ଫିଲ୍ମରେ ଅଭିନୟ କରି...

ମାଲାୟଲମ ଗୀତିକାର ଅନିଲଙ୍କ ପରଲୋକ: କରୋନାରେ ହୋଇଥିଲେ ଆକ୍ରାନ୍ତ

ଥିରୁଭାନନ୍ତପୁରମ୍‌,୪।୧: ଲୋକପ୍ରିୟ ମାଲାୟଲମ ଗୀତିକାର ଅନିଲ ପାନାଚୋରାନ୍‌ଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ଗତ ଏକ ସପ୍ତାହ ଧରି ତାଙ୍କର...

ବରୁଣ ଧଓ୍ବାନଙ୍କୁ ଇମ୍ପ୍ରେସ କରିବା ପାଇଁ ଗୀତ ବୋଲୁଥିଲେ ଜାହ୍ମବୀ, ଟ୍ରୋଲ୍‌ କଲେ ୟୁଜର୍ସ

ମୁମ୍ବାଇ: ଜାହ୍ମବୀ କପୁର ତାଙ୍କ ଆଗାମୀ ଫିଲ୍ମ ‘ବବାଲ’କୁ ନେଇ ବ୍ୟସ୍ତ ଅଛନ୍ତି। ଫିଲ୍ମରେ ବରୁଣ ଧଓ୍ବାନଙ୍କ ସହ ନଜର ଆସିବେ ଜାହ୍ମବୀ। ଏହାରି ଭିତରେ...

‘ହଙ୍ଗାମା-୨’ର ପ୍ରଥମ ପୋଷ୍ଟର ରିଲିଜ୍‌, ପରେଶଙ୍କ ସହ ନଜର ଆସୁଛନ୍ତି ଶିଳ୍ପା

ବମ୍ବେ: ରିଲିଜ୍‌ ହୋଇଛି ‘ହଙ୍ଗାମା-୨’ର ପୋଷ୍ଟର। ଟ୍ରେଡ୍‌ ଆନାଲିଷ୍ଟ ତରନ୍‌ ଆଦର୍ଶ ନିଜର ଟୁଇଟର ହ୍ୟାଣ୍ଡେଲରେ ଫିଲ୍ମର ପୋଷ୍ଟରକୁ ରିଲିଜ୍‌ କରିଛନ୍ତି। ଏଥିସହ ଫିଲ୍ମଟି ଆସନ୍ତାବର୍ଷ...

ଜାହ୍ନବୀଙ୍କ ଖୁସି

ଜାହ୍ନବୀ କପୁର ଏବେ ଖୁସିରେ ଉଛୁଳୁଛନ୍ତି। ଦିନ ଯେତିକି ପାଖେଇ ଆସୁଛି ତାଙ୍କର ଉତ୍କଣ୍ଠା ସେତିକି ବଢ଼ି ବଢ଼ି ଚାଲିଛି। ହେଲେ କ’ଣ ପାଇଁ ଜାଣନ୍ତି...

Advertisement
Archives

Model This Week