ପୋଖରୀ ଉନ୍ନତୀକରଣ କାର୍ଯ୍ୟ ବିଳମ୍ବ

ଜଗତ୍‌ସିଂହପୁର, ୬।୧୦ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ସହରରେ ଏକାଧିକ ପୋଖରୀ ଅଛି। ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଆବଶ୍ୟକତା ପୂରଣ କରିପାରୁନାହିଁ। ଏପରି କି କେତେକ ପୋଖରୀ ଖରାଦିନେ ଶୁଖିଯାଏ। କିନ୍ତୁ ଗୋପାଳସାଗର ପୋଖରୀରେ ବର୍ଷ ତମାମ ପାଣି ରୁହେ। କଟକ-ଜଗତ୍‌ସିଂହପୁର ମୁଖ୍ୟ ରାସ୍ତାର ଗୋପାଳସାଗର ସାଇ ମନ୍ଦିର ଛକ ପାର୍ଶ୍ୱରେ ଥିବା ଏହି ପୋଖରୀଟି ପରିଷ୍କାର ରହିବା ସାଙ୍ଗକୁ ରାସ୍ତାରେ ଯାଉଥିବା ଲୋକଙ୍କ ନଜରକୁ ଆସେ। ଯେହେତୁ ଜଗତ୍‌ସିଂହପୁର ସହରରେ ଲୋକଙ୍କ ଆମୋଦପ୍ରମୋଦ ପାଇଁ ସେଭଳି କିଛି ବ୍ୟବସ୍ଥା ନାହିଁ, ତେଣୁ ଏହାର ଉନ୍ନତୀକରଣ ପାଇଁ ପାଖାପାଖି ୧ ବର୍ଷ ପୂର୍ବେ ଚିନ୍ତା କରାଯାଇଥିଲା। ଏହି କାମ ସମ୍ପୂର୍ଣ୍ଣ ହେଲେ ଲୋକଙ୍କ ମନୋରଞ୍ଜନ ପାଇଁ ଜଗତ୍‌ସିଂହପୁର ସହରର ପ୍ରଥମ ପୋଖରୀ ହୋଇପାରିବ। ଏନେଇ ପାଖାପାଖି ଦେଢ ଏକର ଜମିରେ ଥିବା ଏହି ପୋଖରୀର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣ ବାବଦରେ ୮୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ବୋଲି ଅଟକଳ କରାଯାଇଥିଲା। ଏହି ଖବର ସହରବାସୀଙ୍କ ମନରେ ବେଶ୍‌ ଉତ୍ସାହ ସୃଷ୍ଟି କରିଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରିନାହିଁ। ଜଗତ୍‌ସିଂହପୁର ପୌର ପ୍ରଶାସନ ଏ ଦିଗରେ ଧ୍ୟାନ ଦେଇ ତୁରନ୍ତ ପ୍ରକଳ୍ପର ବାସ୍ତବ ରୂପାୟନ କ୍ଷେତ୍ରରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
ଜଗତ୍‌ସିଂହପୁର ପୌର ପରିଷଦ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟ ରାସ୍ତା ପାର୍ଶ୍ୱ ଏହି ପୋଖରୀର ଗୋଟିଏ ପଟେ ସାଇ ମନ୍ଦିର ରାସ୍ତା ରହିଛି। ଅବଶିଷ୍ଟ ୨ ପାର୍ଶ୍ୱରେ ହୁଡ଼ା ଅଛି। ତେବେ ପ୍ରଥମେ ପୋଖରୀ ଚାରିପଟେ ମାଟି ନ ଖସିବା ପାଇଁ ରିଟେନିଂ ୱାଲ୍‌ କରାଯିବ। ଏ ବାବଦରେ ୧୪,୯୭,୩୦୪ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି । ତା ପରେ ୧୯,୧୨,୭୨୧ ଲକ୍ଷ ଟଙ୍କା ବ୍ୟୟରେ ପାଚେରି କରାଯିବ। ଏହାଛଡ଼ା ଅନ୍ୟାନ୍ୟ କାମ ମଧ୍ୟ କରାଯିବ। ଏହାର ପାର୍ଶ୍ୱକୁ ଲାଗି ପୋଖରୀ ଚାରିପଟେ ୬,୬୬,୦୨୦ ଟଙ୍କା ବ୍ୟୟରେ ପାଦଚଲା ରାସ୍ତା (ପାଥ ୱେ) ନିର୍ମାଣ ହେବ। ଏଥିସହ ବଗିଚା ମଧ୍ୟ କରାଯିବ। ସେଥିରେ ବସିବା ପାଇଁ ବେଞ୍ଚ ରହିବ। ଅଦରକାରୀ ସାମଗ୍ରୀ ଏଣେତେଣେ ନ ଫୋପାଡିବା ପାଇଁ ଡଷ୍ଟବିନ୍‌ ବ୍ୟବସ୍ଥା କରାଯିବ। ଏ ବାବଦରେ ୪,୨୯,୩୪୫ ଟଙ୍କା ଖର୍ଚ୍ଚ ହେବ। ଏହାଛଡ଼ା ଶୌଚାଳୟ ନିର୍ମାଣ ପାଇଁ ୭,୧୮,୭୬୨ ଟଙ୍କା ଖର୍ଚ୍ଚ ହେବ। ସିଭିଲ କାମରେ ୧୧,୨୭,୪୩୨ ଟଙ୍କା ଖର୍ଚ୍ଚ ହେବ। ବଡ କଥା ହେଲା ଏହି ପରିସରକୁ ପ୍ରାକୃତିକ ବୈଶିଷ୍ଟ୍ୟ ପରିପୂର୍ଣ୍ଣ ସୁନ୍ଦର ଓ ମନୋରମ (ଲାଣ୍ଡସ୍କେପିଂ) ଓ ଉଦ୍ୟାନ ସୃଷ୍ଟି କରିବାରେ ୪,୦୭,୫୫୯ ଟଙ୍କା ଖର୍ଚ୍ଚ କରାଯିବ । ଏସବୁ ବାବଦରେ ୬୭,୫୯,୧୪୬ ଟଙ୍କା ଖର୍ଚ୍ଚ ହେବ। ଏହାବାଦ୍‌ ବିଦ୍ୟୁତ କାମରେ ୮୭,୪୯୨ ଓ ଏଲ୍‌ଇଡି ଲାଇଟ୍‌ ଲଗାଇବା ବାବଦରେ ୪,୧୪,୭୪୮ ଟଙ୍କା ବ୍ୟୟ କରାଯିବ। ଏହିପରି ୫,୦୨,୨୪୦ ଟଙ୍କା ଖର୍ଚ୍ଚ କରାଯିବ। ଅନୁରୂପ ଭାବେ ପାଣି ଓ ସାନିଟାରୀ ଆଦି କାମ ପାଇଁ ୪,୩୪,୧୦୪ ଟଙ୍କା ଖର୍ଚ୍ଚ ହେବ। ମୋଟ ଉପରେ ଗୋପାଳସାଗର ପୋଖରୀ ଉନ୍ନତୀକରଣ ପାଇଁ ୮୬,୯୫,୯୦୪ ଟଙ୍କା ଖର୍ଚ୍ଚ କରାଯିବ। କିନ୍ତୁ ପ୍ରକଳ୍ପ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇପାରିନାହିଁ। ପୂର୍ବରୁ ପୋଖରୀରେ ନୌକା ବିହାର କରିବା ପାଇଁ ୨ଟି ବୋଟ୍‌ କିଣାଯାଇଥିଲା। ପ୍ରକଳ୍ପ ଶେଷ ହେଲେ ଜଗତ୍‌ସିଂହପୁର ସହରବାସୀ ବିଶେଷ ଉପକୃତ ହେବେ ବୋଲି ଆଶାବ୍ୟକ୍ତ କରିଛନ୍ତି। ମାତ୍ର ବିଳମ୍ବ ହେଉଥିବାରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏ ସମ୍ପର୍କରେ ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହଙ୍କୁ ପଚାରିବାରୁ ବାସ୍ତବରେ ପ୍ରକଳ୍ପ ଅନୁଦାନ ବୃଦ୍ଧି ପାଇବାର ଆଶା ରହିଛି। ରାଜ୍ୟସ୍ତରରେ ସରକାର ପୋଖରୀ ନବୀକରଣ ପାଇଁ ନୂଆ ପରିକଳ୍ପନା କରୁଛନ୍ତି। ତେଣୁ କାମ ଆରମ୍ଭ କରିବାରେ ବିଳମ୍ବ ହେଉଛି। ଖୁବ୍‌ଶୀଘ୍ର ଚୂଡାନ୍ତ ନିଷ୍ପତ୍ତି ହେବ। ତା’ପରେ ଅର୍ଥାତ୍‌ ନଭେମ୍ବରରୁ କାମ ଆରମ୍ଭ ହୋଇଯିବ ବୋଲି ଆଶାବାଦୀ ଥିବା ପୌରାଧ୍ୟକ୍ଷା ସିଂହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଡ଼ାରୀରୁ ଭୁବନେଶ୍ୱରକୁ ବସ୍‌ ଚଳାଚଳ ଦାବି: ସାଇକେଲ ଯାତ୍ରାବେଳେ ଅଧାବାଟରେ ଅସୁସ୍ଥ ହେଲେ ପ୍ରମୋଦ

ଗୁଣପୁର,୩ା୧୦(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଡ଼ାରୀରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ସରକାରୀ ବସ୍‌ ଚଳାଚଳ ଦାବିରେ ଗାନ୍ଧୀ ଜୟନ୍ତୀରୁ ସାଇକେଲ ଯାତ୍ରା ଆରମ୍ଭ କରିଥିବା ଆନ୍ଦୋଳନକାରୀ ପ୍ରମୋଦ…

ସୁବର୍ଣ୍ଣରେଖାରେ ଗାଧୋଇବାବେଳେ ବୁଡ଼ିଗଲେ ଅଣ ଓଡ଼ିଆ ପର୍ଯ୍ୟଟକ

ବାଲେଶ୍ୱର,୩ା୧୦(ବାଞ୍ଛାନିଥି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀରେ ଶନିବାର ଗାଧୋଇବା ବେଳେ ଜଣେ ଅଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

ଛୋଟ କଥାରୁ ବଡ଼ କାଣ୍ଡ: ବୋହୂ ଉପରକୁ ଗରମ ତେଲ ଫୋପାଡ଼ିଲେ ଶାଶୁ

ଖଇରା,୩ା୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ମଠ ନୂଆଗାଁ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଡ଼ିରୁ ଏକ ମନ୍ଦାର ଗଛ ଡାଳ…

ଆଜି ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ, ମନ୍ଦିରରେ ଲାଗିଛି ଶ୍ରଦ୍ଧାଳଙ୍କୁ ଭିଡ଼

ଭବାନୀପାଟଣା,୩ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ଶନିବାର ଅନୁଷ୍ଠିତ ହେବ। ଏଥିପାଇଁ ଦେବୀପୀଠ ଉତ୍ସବ ମୁଖର ହୋଇ…

ଲଜ୍‌କୁ ଡାକି ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ, ଡାକ୍ତରୀମାଇନା ପରେ…

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ଲଜ୍‌ରେ ବଳାତ୍କାର କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଏହି…

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?