ପୋଖରୀ ଉନ୍ନତୀକରଣ କାର୍ଯ୍ୟ ବିଳମ୍ବ

ଜଗତ୍‌ସିଂହପୁର, ୬।୧୦ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ସହରରେ ଏକାଧିକ ପୋଖରୀ ଅଛି। ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଆବଶ୍ୟକତା ପୂରଣ କରିପାରୁନାହିଁ। ଏପରି କି କେତେକ ପୋଖରୀ ଖରାଦିନେ ଶୁଖିଯାଏ। କିନ୍ତୁ ଗୋପାଳସାଗର ପୋଖରୀରେ ବର୍ଷ ତମାମ ପାଣି ରୁହେ। କଟକ-ଜଗତ୍‌ସିଂହପୁର ମୁଖ୍ୟ ରାସ୍ତାର ଗୋପାଳସାଗର ସାଇ ମନ୍ଦିର ଛକ ପାର୍ଶ୍ୱରେ ଥିବା ଏହି ପୋଖରୀଟି ପରିଷ୍କାର ରହିବା ସାଙ୍ଗକୁ ରାସ୍ତାରେ ଯାଉଥିବା ଲୋକଙ୍କ ନଜରକୁ ଆସେ। ଯେହେତୁ ଜଗତ୍‌ସିଂହପୁର ସହରରେ ଲୋକଙ୍କ ଆମୋଦପ୍ରମୋଦ ପାଇଁ ସେଭଳି କିଛି ବ୍ୟବସ୍ଥା ନାହିଁ, ତେଣୁ ଏହାର ଉନ୍ନତୀକରଣ ପାଇଁ ପାଖାପାଖି ୧ ବର୍ଷ ପୂର୍ବେ ଚିନ୍ତା କରାଯାଇଥିଲା। ଏହି କାମ ସମ୍ପୂର୍ଣ୍ଣ ହେଲେ ଲୋକଙ୍କ ମନୋରଞ୍ଜନ ପାଇଁ ଜଗତ୍‌ସିଂହପୁର ସହରର ପ୍ରଥମ ପୋଖରୀ ହୋଇପାରିବ। ଏନେଇ ପାଖାପାଖି ଦେଢ ଏକର ଜମିରେ ଥିବା ଏହି ପୋଖରୀର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣ ବାବଦରେ ୮୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ବୋଲି ଅଟକଳ କରାଯାଇଥିଲା। ଏହି ଖବର ସହରବାସୀଙ୍କ ମନରେ ବେଶ୍‌ ଉତ୍ସାହ ସୃଷ୍ଟି କରିଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରିନାହିଁ। ଜଗତ୍‌ସିଂହପୁର ପୌର ପ୍ରଶାସନ ଏ ଦିଗରେ ଧ୍ୟାନ ଦେଇ ତୁରନ୍ତ ପ୍ରକଳ୍ପର ବାସ୍ତବ ରୂପାୟନ କ୍ଷେତ୍ରରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
ଜଗତ୍‌ସିଂହପୁର ପୌର ପରିଷଦ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟ ରାସ୍ତା ପାର୍ଶ୍ୱ ଏହି ପୋଖରୀର ଗୋଟିଏ ପଟେ ସାଇ ମନ୍ଦିର ରାସ୍ତା ରହିଛି। ଅବଶିଷ୍ଟ ୨ ପାର୍ଶ୍ୱରେ ହୁଡ଼ା ଅଛି। ତେବେ ପ୍ରଥମେ ପୋଖରୀ ଚାରିପଟେ ମାଟି ନ ଖସିବା ପାଇଁ ରିଟେନିଂ ୱାଲ୍‌ କରାଯିବ। ଏ ବାବଦରେ ୧୪,୯୭,୩୦୪ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି । ତା ପରେ ୧୯,୧୨,୭୨୧ ଲକ୍ଷ ଟଙ୍କା ବ୍ୟୟରେ ପାଚେରି କରାଯିବ। ଏହାଛଡ଼ା ଅନ୍ୟାନ୍ୟ କାମ ମଧ୍ୟ କରାଯିବ। ଏହାର ପାର୍ଶ୍ୱକୁ ଲାଗି ପୋଖରୀ ଚାରିପଟେ ୬,୬୬,୦୨୦ ଟଙ୍କା ବ୍ୟୟରେ ପାଦଚଲା ରାସ୍ତା (ପାଥ ୱେ) ନିର୍ମାଣ ହେବ। ଏଥିସହ ବଗିଚା ମଧ୍ୟ କରାଯିବ। ସେଥିରେ ବସିବା ପାଇଁ ବେଞ୍ଚ ରହିବ। ଅଦରକାରୀ ସାମଗ୍ରୀ ଏଣେତେଣେ ନ ଫୋପାଡିବା ପାଇଁ ଡଷ୍ଟବିନ୍‌ ବ୍ୟବସ୍ଥା କରାଯିବ। ଏ ବାବଦରେ ୪,୨୯,୩୪୫ ଟଙ୍କା ଖର୍ଚ୍ଚ ହେବ। ଏହାଛଡ଼ା ଶୌଚାଳୟ ନିର୍ମାଣ ପାଇଁ ୭,୧୮,୭୬୨ ଟଙ୍କା ଖର୍ଚ୍ଚ ହେବ। ସିଭିଲ କାମରେ ୧୧,୨୭,୪୩୨ ଟଙ୍କା ଖର୍ଚ୍ଚ ହେବ। ବଡ କଥା ହେଲା ଏହି ପରିସରକୁ ପ୍ରାକୃତିକ ବୈଶିଷ୍ଟ୍ୟ ପରିପୂର୍ଣ୍ଣ ସୁନ୍ଦର ଓ ମନୋରମ (ଲାଣ୍ଡସ୍କେପିଂ) ଓ ଉଦ୍ୟାନ ସୃଷ୍ଟି କରିବାରେ ୪,୦୭,୫୫୯ ଟଙ୍କା ଖର୍ଚ୍ଚ କରାଯିବ । ଏସବୁ ବାବଦରେ ୬୭,୫୯,୧୪୬ ଟଙ୍କା ଖର୍ଚ୍ଚ ହେବ। ଏହାବାଦ୍‌ ବିଦ୍ୟୁତ କାମରେ ୮୭,୪୯୨ ଓ ଏଲ୍‌ଇଡି ଲାଇଟ୍‌ ଲଗାଇବା ବାବଦରେ ୪,୧୪,୭୪୮ ଟଙ୍କା ବ୍ୟୟ କରାଯିବ। ଏହିପରି ୫,୦୨,୨୪୦ ଟଙ୍କା ଖର୍ଚ୍ଚ କରାଯିବ। ଅନୁରୂପ ଭାବେ ପାଣି ଓ ସାନିଟାରୀ ଆଦି କାମ ପାଇଁ ୪,୩୪,୧୦୪ ଟଙ୍କା ଖର୍ଚ୍ଚ ହେବ। ମୋଟ ଉପରେ ଗୋପାଳସାଗର ପୋଖରୀ ଉନ୍ନତୀକରଣ ପାଇଁ ୮୬,୯୫,୯୦୪ ଟଙ୍କା ଖର୍ଚ୍ଚ କରାଯିବ। କିନ୍ତୁ ପ୍ରକଳ୍ପ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇପାରିନାହିଁ। ପୂର୍ବରୁ ପୋଖରୀରେ ନୌକା ବିହାର କରିବା ପାଇଁ ୨ଟି ବୋଟ୍‌ କିଣାଯାଇଥିଲା। ପ୍ରକଳ୍ପ ଶେଷ ହେଲେ ଜଗତ୍‌ସିଂହପୁର ସହରବାସୀ ବିଶେଷ ଉପକୃତ ହେବେ ବୋଲି ଆଶାବ୍ୟକ୍ତ କରିଛନ୍ତି। ମାତ୍ର ବିଳମ୍ବ ହେଉଥିବାରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏ ସମ୍ପର୍କରେ ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହଙ୍କୁ ପଚାରିବାରୁ ବାସ୍ତବରେ ପ୍ରକଳ୍ପ ଅନୁଦାନ ବୃଦ୍ଧି ପାଇବାର ଆଶା ରହିଛି। ରାଜ୍ୟସ୍ତରରେ ସରକାର ପୋଖରୀ ନବୀକରଣ ପାଇଁ ନୂଆ ପରିକଳ୍ପନା କରୁଛନ୍ତି। ତେଣୁ କାମ ଆରମ୍ଭ କରିବାରେ ବିଳମ୍ବ ହେଉଛି। ଖୁବ୍‌ଶୀଘ୍ର ଚୂଡାନ୍ତ ନିଷ୍ପତ୍ତି ହେବ। ତା’ପରେ ଅର୍ଥାତ୍‌ ନଭେମ୍ବରରୁ କାମ ଆରମ୍ଭ ହୋଇଯିବ ବୋଲି ଆଶାବାଦୀ ଥିବା ପୌରାଧ୍ୟକ୍ଷା ସିଂହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri