ଜାରକା ଡିଭିଜନରେ ତତ୍ପରତା, ଯାଜପୁରରେ ନାହିଁ

ଯାଜପୁର,୬ା୧୦(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାରେ ୨୦୧୯ ଜୁନ ସୁଦ୍ଧା ୧୭୮୧ ଗ୍ରାମ ମଧ୍ୟରୁ ୧୩୩ଟିକୁ ସଡ଼କ ସଂଯୋଗ ହୋଇପାରି ନ ଥିଲା। ସେତେବେଳେ ବିଧାୟକ ମୋହନ ମାଝିଙ୍କ ଏକ ବିଧାନସଭା ପ୍ରଶ୍ନର ବିଭାଗୀୟ ଉତ୍ତରରୁ ଏହା ସ୍ପଷ୍ଟ ହୋଇଥିଲା। ଗତ ବିଧାନସଭା ଅଧିବେଶନରେ ବିଧାୟକ ନାଉରି ନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଯାଜପୁର, ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ-୨ ଅଧୀନରେ ଥିବା ଓ ବିଭାଗୀୟ ନିୟମାବଳୀ ଅନୁସାରେ ଯୋଗ୍ୟ ବିବେଚିତ ସମସ୍ତ ଗ୍ରାମକୁ ପିଚୁ ରାସ୍ତା କିମ୍ବା ଢଳେଇ ରାସ୍ତା ଦ୍ୱାରା ସଂଯୋଗୀକରଣ କରାଯାଇଛି ବୋଲି ଅଧୀକ୍ଷଣ ଯନ୍ତ୍ରୀ ବି. ତରାଇ ସ୍ପଷ୍ଟ କରିଛନ୍ତି। ଏହାବାଦ ସବୁଦିନିଆ ରାସ୍ତା ନ ଥିବା ୧୮ଟି ଗ୍ରାମ ମଧ୍ୟରୁ ବଡ଼ଚଣା ନିର୍ବାଚନ ମଣ୍ଡଳୀର ୨ଟି, ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୧୪ଟି ଓ କୋରେଇ ନିର୍ବାଚନ ମଣ୍ଡଳୀର ୨ ଟି ରାସ୍ତା ବର୍ତ୍ତମାନ ବିଭିନ୍ନ ଯୋଜନାରେ ସଂଯୋଗୀକରଣ କରାଯାଇଛି ବୋଲି ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ଅନ୍ୟପକ୍ଷେ ଯାଜପୁର ଡିଭିଜନ-୧ ଅଧୀନରେ ଏବେବି ଏକାଧିକ ଗ୍ରାମକୁ ସବୁଦିନିଆ ରାସ୍ତା ସଂଯୋଗୀକରଣ ହୋଇ ପାରି ନ ଥିବା ସୂଚନା ମିଳିଛି।
ଯାଜପୁର ଜିଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଏବେବି ଏକାଧିକ ଗ୍ରାମକୁ ରାସ୍ତା ସଂଯୋଗୀକରଣ ହୋଇପାରିନାହିଁ। ଏବେବି ପାହାଡ ଉପରେ ଥିବା ଗୁହିଆଶାଳ, ତୁମୁଣି ଭଳି ଗ୍ରାମ ଅପହଞ୍ଚ ହୋଇ ରହିଛି। ୨୦୧୬ରେ ଅପପୁଷ୍ଟିରେ ଶିଶୁ ମୃତ୍ୟୁ ଘଟଣା ପରେ ନଗଡ଼ାକୁ ପାହାଡ଼ ଗର୍ଭରେ ରାସ୍ତା ନିର୍ମାଣ ହୋଇଥିଲା। ସେତେବେଳେ ଗୁହିଆଶାଳ, ତୁମୁଣି ଭଳି ଅପହଞ୍ଚ ଗ୍ରାମଗୁଡିକୁ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ଆରମ୍ଭ ହୋଇଥିଲେ ଏବେ ନଗଡା ଭଳି ରାସ୍ତା ସଂଯୋଗ ହୋଇ ପାରିଥାନ୍ତା ବୋଲି ମତପ୍ରକାଶ ପାଉଛି। କିନ୍ତୁ ସେତେବେଳେ ପ୍ରଶାସନ ପକ୍ଷରୁ କେବଳ ନଗଡ଼ାକୁ ଅଧିକ ଗୁରୁତ୍ୱ ଦେଇ ବାକି ଅସଂଯୋଗୀ ଗ୍ରାମଗୁଡ଼ିକୁ ଅଣଦେଖା କରାଯାଇଥିଲା। ଏବେ ଜଙ୍ଗଲ ଜମି ବାହାନା ଦେଖାଇ ଉକ୍ତ ଗ୍ରାମଗୁଡିକୁ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ବିଭାଗୀୟ ଅଧିକାରୀମାନେ କହୁଛନ୍ତି। ସେତେବେଳେ ବିଧାନସଭାରେ ପ୍ରଶ୍ନ ଏବଂ ଧରିତ୍ରୀରେ ଏନେଇ ନିୟମିତ ଭାବେ ଖବର ପ୍ରକାଶ ପାଇବା ପରେ ଜାରକା ଡିଭିଜନ-୨ ଅନ୍ତର୍ଗତ ସବୁଦିନିଆ ରାସ୍ତା ନ ଥିବା ବଡଚଣା ନିର୍ବାଚନ ମଣ୍ଡଳୀର ଗୋକୁଳପୁର ଓ ଉବୁକା, ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବହଗଡ଼ା, ବାଲିବିରି, ଚଇନହୁଡ଼ା, ଗୋବିନ୍ଦପୁର, ଜାମୁଝରି, କାଇଁଚମାଲିଆ, ମହୁଲଟିକିରା, ମଝିପାଟଣା, ରଘୁନାଥପୁର ଶାସନ, ରଘୁନାଥପୁର, ରଖିପାଟଣା, ସାନ୍ତାସାହି, ସୋଲେଇ ଓ ଠାକୁର ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା(ପିଏମ୍‌ଜିଏସ୍‌ୱାଇ) ଏବଂ ପୂର୍ତ୍ତ ବିଭାଗ ରାସ୍ତାରେ ସଂଯୋଗ କରାଯାଇଛି। ଯେଉଁ ଗ୍ରାମକୁ ରାସ୍ତା ନାହିଁ ସେହି ଗ୍ରାମଗୁଡିକୁ ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇଥିବାବେଳେ ଯାଜପୁର ଡିଭିଜନ-୧ କର୍ତ୍ତୃପକ୍ଷ କାହିଁକି ଅବହେଳା ପ୍ରଦର୍ଶନ କରୁଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଡିଭିଜନ ଅଧୀନରେ ପିଏମଜିଏସ୍‌ୱାଇ ଅଧୀନରେ ଏକାଧିକ ରାସ୍ତା ନିର୍ମାଣ କରାଯାଉଛି। କିନ୍ତୁ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ ହେଉ ନଥିବାରୁ ଅଞ୍ଚଳବାସୀଙ୍କ ସମେତ ବିଭାଗୀୟ ଅଧିକାରୀଙ୍କ ମୁଣ୍ଡ ବ୍ୟଥା ବଢୁଛି। ଏହି ଡିଭିଜନ ଅଧୀନରେ ଇଚ୍ଛାପୁରଠାରୁ ମଞ୍ଜୁରୀ ପିଏମ୍‌ଜିଏସ୍‌ୱାଇ ରାସ୍ତା ୭ା୯ା୨୦୨୨ରେ ଆରମ୍ଭ ହୋଇଥିଲା। ଏହା ୬ା୮ା୨୦୨୩ ସୁଦ୍ଧା ଶେଷ ହେବା କଥା। କିନ୍ତୁ ନିର୍ଦ୍ଧାରିତ ସମୟ ଗଡ଼ି ଯାଇଥିଲେ ହେଁ ମାତ୍ର ୩୯.୦୭% କାମ ହୋଇଛି। ତେଣୁ ସମ୍ପୃକ୍ତ ଠିକାଦାର ବୀରେନ୍ଦ୍ର କୁମାର ନାୟକଙ୍କୁ ୭ଦିନ ମଧ୍ୟରେ କାରଣ ଦର୍ଶାଇବାକୁ ନିର୍ବାହୀ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପାଣିକୋଇଲି ପୂର୍ବକୋଟ ପୂର୍ତ୍ତ ରାସ୍ତା ଠାରୁ ୨୧୫ ଏନ୍‌ଏଚ୍‌ ପର୍ଯ୍ୟନ୍ତ ପିଏମ୍‌ଜିଏସ୍‌ୱାଇ ରାସ୍ତା ୨୬ା୮ା୨୦୨୨ରେ ଆରମ୍ଭ ହୋଇ ୨୫ା୫ା୨୦୨୩ରେ ଶେଷ ହେବା କଥା। କିନ୍ତୁ ଠିକାଦାର ଧବଳେଶ୍ୱର ପଟ୍ଟନାୟକ ଏଯାଏ ମାତ୍ର ୩୯.୪୪% କାମ କରିଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଛି। ଅନ୍ୟପକ୍ଷେ କୋରେଇଠାରୁ ୨୧୫ ଏନ୍‌ଏଚ୍‌ ପର୍ଯ୍ୟନ୍ତ ପିଏମ୍‌ଜିଏସ୍‌ୱାଇ ରାସ୍ତା ୯ା୧୨ା୨୦୨୨ରେ ଆରମ୍ଭ ହୋଇ ୮ା୯ା୨୦୨୩ରେ ସମ୍ପୂର୍ଣ୍ଣ କରିବାକୁ ଧାର୍ଯ୍ୟ ହୋଇଥିଲା। ହେଲେ ସମ୍ପୃକ୍ତ ଠିକାଦାର ଏଯାଏ ମାତ୍ର ୨୫.୬୧% କାମ କରିଥିବାରୁ ତାଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛୋଟ କଥାରୁ ବଡ଼ କାଣ୍ଡ: ବୋହୂ ଉପରକୁ ଗରମ ତେଲ ଫୋପାଡ଼ିଲେ ଶାଶୁ

ଖଇରା,୩ା୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ମଠ ନୂଆଗାଁ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଡ଼ିରୁ ଏକ ମନ୍ଦାର ଗଛ ଡାଳ…

ଆଜି ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ, ମନ୍ଦିରରେ ଲାଗିଛି ଶ୍ରଦ୍ଧାଳଙ୍କୁ ଭିଡ଼

ଭବାନୀପାଟଣା,୩ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ଶନିବାର ଅନୁଷ୍ଠିତ ହେବ। ଏଥିପାଇଁ ଦେବୀପୀଠ ଉତ୍ସବ ମୁଖର ହୋଇ…

ଲଜ୍‌କୁ ଡାକି ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ, ଡାକ୍ତରୀମାଇନା ପରେ…

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ଲଜ୍‌ରେ ବଳାତ୍କାର କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଏହି…

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?