ପଲିଥିନ୍‌ ବ୍ୟବହାର ବଢ଼ୁଛି, ପ୍ରଶାସନ ନୀରବ

ପଟ୍ଟାମୁଣ୍ଡାଇ,୧୬ା୩(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ଓ ଆଖପାଖ ଅଞ୍ଚଳରେ ପଲିଥିନ୍‌ ଏବଂ ଥର୍ମୋକୁଲ ବ୍ୟବହାର ଦିନକୁଦିନ ବଢ଼ିବାରେ ଲାଗିଛି। ପଟ୍ଟାମୁଣ୍ଡାଇ ବଜାର ଡେଲି ମାର୍କେଟ, କଲେଜ ରୋଡ ଓ ରାଧାରମଣ ମଠ ନିକଟରେ ବ୍ୟବହାର କରାଯାଇଥିବା କୁଢ଼କୁଢ଼ ପଲିଥିନ ଗ୍ଲାସ ଓ ଥର୍ମୋକୁଲ ଥାଳି, ଗିନା ପଡିଛି। ବଜାରରେ ଏହା ଖୁଲମଖୁଲା ବିକ୍ରି ଓ ବ୍ୟବହାର ହେଉଛି। ହୋଟେଲ, ପାନ ଦୋକାନ, ଜଳଖିଆ ଦୋକାନ, ପନିପରିବା, ତେଜରାତି, ମାଛ, ମାଂସ ଦୋକାନରେ ପଲିଥିନ୍‌ ଓ ଥର୍ମୋକୁଲ ଥାଳି, ଗିନା ବ୍ୟବହାର କରାଯାଉଛି। ଖାଲୁଆ ଜାଗାରେ ପଲିଥିନ୍‌ ପଡ଼ିବା ସହ ଏଣେତେଣେ ଉଡ଼ି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ସର୍ବସାଧାରଣ ରାସ୍ତାରେ ପଲିଥିନ ଜମି ରହିବାରୁ ସେଥିରୁ ଦୁର୍ଗନ୍ଧ ବାହାରୁଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ପୌର ପ୍ରଶାସନ ଏ ନେଇ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଦିନକୁଦିନ ପଲିଥିନ୍‌ ବେପାର ଜମୁଛି। ସକାଳୁ ପୌରସଂସ୍ଥାର ସ୍ବଚ୍ଛ ସବାରି ଗାଡ଼ି ସାହି ଗଳିକନ୍ଦିରେ ବୁଲୁଥିବାବେଳେ ସେଥିରେ ଲାଗିଥିବା ଡ଼ାକବାଜି ଯନ୍ତ୍ରରେ ସ୍ବଚ୍ଛତାକୁ ନେଇ ସଙ୍ଗୀତ ବାଜୁଛି। କିନ୍ତୁ ସହରର ବିଭିନ୍ନ ସ୍ଥାନରେ ଏବେ ପଲିଥିନ ଗ୍ଲାସ ଓ ଥର୍ମୋକୁଲ ଅଳିଆ ଆବର୍ଜନା ପଡ଼ି ରହୁଥିବା ଦେଖିବାକୁ ମିଳୁଛି। ପରିବେଶ ସୁରକ୍ଷା ଆଇନ ଧାରା ୧୫ ଓ ୧୬/୧୯୮୬ ଅନୁଯାୟୀ ୨୦ ମାଲକ୍ରୋନରୁ କମ୍‌ ପଲିଥିନ୍‌ ଆମଦାନୀ, ଗଚ୍ଛିତ ଓ ବିକ୍ରୟ ଅପରାଧ ହୋଇଥିବା ବେଳେ ପ୍ରଦୂଷଣମୁକ୍ତ କରିବାକୁ ପଲିଥିନ ବ୍ୟବହାର ନିଷେଧ ହୋଇଛି। ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପଲିଥିନମୁକ୍ତ ଓ ସଚେତନତା ସୃଷ୍ଟି କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ସମ୍ପଦ ସ୍ବାଇଁଙ୍କୁ ପଚାରିବାରୁ ପୌର ପରିଷଦ ପକ୍ଷରୁ ସମସ୍ତ ଦୋକାନୀ ଓ ହୋଲସେଲରମାନଙ୍କୁ ନୋଟିସ୍‌ କରାଯାଇଛି। ଯଦି ନିର୍ଦ୍ଦେଶକୁ କେହି ଅବମାନନା କରନ୍ତି, ତେବେ ଆସନ୍ତା ମାସରେ ସେମାନଙ୍କୁ ଜରିମାନା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଉନ୍‌ସୁଗାର ମାଫିଆ ରାଜାଙ୍କ ଘର ଉପରେ ଚଢ଼ାଉ: ଦୁଇଟି ଦାମୀ ଗାଡ଼ି, ୬୦ ହଜାର ଟଙ୍କା ଜବତ

ବାଲେଶ୍ୱର ଅଫିସ/ଜଳେଶ୍ୱର, ୨୩।୯-ବ୍ରାଉନ୍‌ସୁଗାର ମାଫିଆ ସେକ୍‌ ରାଜାଙ୍କୁ ଏସ୍‌ଟିଏଫ୍‌ ୭ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବା ପରେ ବହୁ ତଥ୍ୟ ଏସ୍‌ଟିଏଫ ହାତରେ ଲାଗିଛି।...

ରାଜ୍ୟରେ ସୁସ୍ଥ ହେଲେ ଆଉ ୩୪୪୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୫।୯(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୩୪୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୨୫୧, ମୟୂରଭଞ୍ଜରୁ...

ଚାଲାଣବେଳେ ପୋଲିସ ଚଢ଼ାଉ: ସରକାରୀ ବସ୍‌ରୁ ୧୨ ଯୁବତୀ, ୫ ନାବାଳିକା ଉଦ୍ଧାର, ଦଲାଲ ଗିରଫ

ଜୟପୁର, ୩୧ା୧୦ (ନି.ପ୍ର.): ନବରଙ୍ଗପୁର ଜିଲା ପାପଡାହାଣ୍ଡି, ରାଇଘର, ନୂଆକୋଟି ଅଞ୍ଚଳର ୧୨ ଯୁବତୀ ଓ ୫ ନାବାଳିକାକୁ ରାଇଘରଠାରୁ ବିଶାଖାପାଟଣା ଯାଉଥିବା ଓଏସ୍‌ଏସ୍‌ଆରଟିସି ବସ୍‌ରେ...

ଚନ୍ଦ୍ରପୁର ଆଇସିଡିଏସ କାର୍ଯ୍ୟାଳୟ: ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଚାଲିଛି ଅଫିସ କାମ

 ଚନ୍ଦ୍ରପୁର, ୨୮ା୪(ଡି.ଏନ୍‌.ଏ.)-ରାୟଗଡା ଜିଲା ଚନ୍ଦ୍ରପୁର ବ୍ଲକସ୍ଥିତ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଆଜକୁ ଦୀର୍ଘ ପାଞ୍ଚବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା ସଦର ମହକୁମାସ୍ଥିତ  ରାଜୀବ...

ଷଡ଼ଯନ୍ତ୍ରରୁ ମୁକୁଳିବ ବ୍ୟାସନଗର

ଯାଜପୁର ରୋଡ,୨୦ା୧୨(ଡି.ଏନ.ଏ.):ରାଜନୈତିକ ଓ ପ୍ରଶାସନିକ ଅବହେଳାର ଶିକାର ହୋଇଆସିଛି ବ୍ୟାସନଗର ପୌରପରିଷଦ ଅଞ୍ଚଳ। ଏଠାକାର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବ୍ୟାସନଗର ନାଗରିକ କମିଟି ଅଣ୍ଟା...

କାମରେ ଆସୁନି ସୌର ପ୍ରକଳ୍ପ

ଜଗତ୍‌ସିଂହପୁର ଅଫିସ,୧ା୮: ବିଦ୍ୟୁତ୍‌ ଆବଶ୍ୟକତାକୁ ଦେଖି ଉତ୍ପାଦନ ସନ୍ତୋଷଜନକ ନୁହେଁ। ତେଣୁ ଏହାର ବିକଳ୍ପ ଭାବେ ସୌରଶକ୍ତିର ବିନିଯୋଗ ଉପରେ କେନ୍ଦ୍ର ଓ ରାଜ୍ୟ ସରକାର...

ସହାୟତା ଅପେକ୍ଷାରେ କେନ୍ଦରା କଳାକାର

ଚମ୍ପୁଆ, ୮।୧୦ (ଡି.ଏନ.ଏ)-ହଜି ଯାଉଥିବା ଲୋକ ସଙ୍ଗୀତ ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଯେଉଁ କେତେଜଣ କଳାକାର ପ୍ରୟାସ ଚଳାଇ ଆସିଛନ୍ତି ସେମାନଙ୍କ ମଧ୍ୟରେ...

ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ପୁଣି ଜମି ହସ୍ତାନ୍ତର କଲେ ୩ ପରିବାର

ପୁରୀ ଅଫିସ, ୧୯ା୧୧: ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରୁ ଜମି ଅଧିଗ୍ରହଣ ଚାଲିଛି। ସ୍ବେଚ୍ଛାକୃତ ଭାବେ କେତେକ ପରିବାର ସେମାନଙ୍କ ଜମି ହସ୍ତାନ୍ତର କରୁଛନ୍ତି। ପୂର୍ବରୁ ୪୫ଟି...

Advertisement
Archives

Model This Week