ଅସହାୟ ପରିବାରକୁ ପଲିଥିନ ଭରସା

ବାରିପଦା ଅଫିସ,୫ା୧୦- ଦିନରେ ଚାଳରୁ ପାଣି ଗଳୁଛି ତ ରାତିରେ ଜହ୍ନ ଆଲୁଅ ଦିଶୁଛି। ଓଳିଏ ଖାଇ ଓଳିଏ ଉପବାସ ରହୁଥିବା ପରିବାରକୁ ମିଳୁନି ପକ୍କାଘର। ସରକାରଙ୍କ ଯୋଜନା ସତେ ଯେପରି ସେମାନଙ୍କ ପାଇଁ ଅପହଞ୍ଚ ସାଜିଛି। ପ୍ରଶାସନ ଓ ରାଜନେତାଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛନ୍ତି ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ପାଉଁଶିଆ ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମ ୯ନଂ. ୱାର୍ଡର ମାଇନ ସୋରେନ(୫୩)ଙ୍କ ପରିବାର। ୫ବର୍ଷ ପୂର୍ବେ ସ୍ବାମୀଙ୍କୁ ହରାଇବା ପରେ ଭାଗ୍ୟକୁ ଆଦରି ଦୁଇ ପୁଅଙ୍କ ମୁହଁକୁ ଚାହିଁ ସେ ଭଙ୍ଗା ଚାଳିଆରେ ପଡ଼ିରହିଛନ୍ତି। ଚାଳ ଛପର ଘର ଖଣ୍ଡିକ ବର୍ଷାରେ ଭାଙ୍ଗି ଯାଇଥିବା ବେଳେ ଛିଣ୍ଡା ପଲିଥିନ ଢାଙ୍କି ସେମାନଙ୍କୁ ମୁଣ୍ଡ ଗୁଞ୍ଜିବାକୁ ପଡୁଛି ା
ଶିଆଳୀଘାଟି ସ୍କୁଲର ଆଦିବାସୀ ହଷ୍ଟେଲରେ ରହି ମାଇନଙ୍କ ଦୁଇ ପୁଅ ଶିବ(୧୩) ଓ ଗାଇଚାନ୍ଦ(୯) ପାଠ ପଢୁଥିଲେ। କରୋନା ପାଇଁ ସ୍କୁଲ୍‌ ବନ୍ଦ ଥିବାରୁ ଅଧିକାଂଶ ଦିନ ସେମାନେ ଭୋକ ଉପାସରେ ରହୁଛନ୍ତି। ବର୍ଷା ହେଲେ ଘର ଭିତରେ ଆଣ୍ଠୁଏ ପାଣି ଜମା ହେଉଥିବା ବେଳେ ଚୁଲିରେ ପାଣି ପଶିଯାଉଛି। ଭାଡ଼ିବାନ୍ଧି ସନ୍ତସନ୍ତିଆ ଘରେ ରହୁଥିବା ବେଳେ ଅଧିକାଂଶ ସମୟରେ ପିଲାମାନଙ୍କ ସ୍ବାସ୍ଥ୍ୟ ଖରାପ ହେଉଛି। ସରକାରଙ୍କ ପକ୍ଷରୁ ସେମାନଙ୍କୁ ମିଳୁଥିବା ୩୫କେ.ଜି. ଚାଉଳ ମାସକ ପୂର୍ବରୁ ଶେଷ ହୋଇଥାଏ। ଅବଶିଷ୍ଟ ଦିନଗୁଡିକ ମୂଲ ମଜୁରୀ କରି କୌଣସି ମତେ ଗୁଜୁରାଣ ମେଣ୍ଟାଇବାକୁ ପଡ଼ିଥାଏ। ଆବାସ ଯୋଜନାରେ ଘରଟିଏ ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟରେ ଅଭିଯୋଗ କରିବା ପରେ ମଧ୍ୟ ତାଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଉ ନ ଥିବା ମାଇନ କୁହନ୍ତି ା ତେବେ ଦାରିଦ୍ର୍ୟ ସୀମା ରେଖା ତଳେ ରହୁଥିବା ହିତାଧିକାରୀଙ୍କ ପାଇଁ ପ୍ରଣୟନ ହେଉଥିବା ଯୋଜନାଗୁଡ଼ିକ ପ୍ରକୃତ ହିତାଧିକାରୀ ପାଇପାରୁ ନାହାନ୍ତି ବୋଲି ଗ୍ରାମର ବନା ଟୁଡୁ, ନନ୍ଦ କିଶୋର ହେମ୍ବ୍ରମ, କାର୍ତ୍ତିକ ମହାନ୍ତ ପ୍ରମୁଖ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ପାଉଁଶିଆ ପଞ୍ଚାୟତର ସରପଞ୍ଚ ଯଶୋଦା ସିଂଙ୍କୁ ପଚାରିବାରୁ ସରକାରୀସ୍ତରରେ ଲିଷ୍ଟ ଆସି ନ ଥିବାରୁ ପକ୍କା ଘର ଦିଆଯାଇପାରିନାହିଁ। ତେବେ ଝଡ଼ବର୍ଷାରେ ନଷ୍ଟ ହୋଇଥିବା ହିତାଧିକାରୀମାନେ ତହସିଲଦାରଙ୍କ ନିକଟରେ ଅଭିଯୋଗ କଲେ ତୁରନ୍ତ ଆବାସ ଯୋଜନାରେ ଗୃହ ଦେଇହେବ ବୋଲି କହିଥିଲେ। ଏ ସମ୍ପର୍କରେ ବଡ଼ସାହି ବିଡିଓ କରୁଣାକର ଧିନ୍ଦା କୁହନ୍ତି, ଖୁବ ଶୀଘ୍ର ଉକ୍ତ ପରିବାରକୁ ପକ୍କା ଘର ପ୍ରଦାନ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ତେବେ ପ୍ରଶାସନ ପକ୍ଷରୁ ଏକ ପଲିଥିନ ବ୍ୟବସ୍ଥା କରାଗଲେ ପରିବାର ଲୋକେ ବର୍ଷାଦାଉରୁ ରକ୍ଷା ପାଇପାରିବେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?