ଏଇ ଭାରତରେ

ଟେକ୍ସଟାଇଲ ଶିଳ୍ପରୁ ବର୍ଜ୍ୟ କପଡ଼ା ସଂଗ୍ରହ କରି ସେଥିରୁ ଷ୍ଟେସ୍‌ନେରି ଉତ୍ପାଦ ପ୍ରସ୍ତୁତ କରୁଛନ୍ତି ସୁରଟର ରାଶି ଅଗ୍ରଓ୍ବାଲା। ସେ ବର୍ଜ୍ୟରୁ ଡାଏରି, ଜର୍ନାଲ, ପ୍ଲାନର, ସ୍କେଚ୍‌ବୁକ ଏବଂ କ୍ୟାଲେଣ୍ଡର ଆଦି ତିଆରି କରୁଛନ୍ତି। ଅଗ୍ରଓ୍ବାଲା ‘ରୋହାନି ରଙ୍ଗ’ ଷ୍ଟେସନେରି ବିଜ୍‌ନେସ ଆରମ୍ଭ କରିଛନ୍ତି ଓ ଉତ୍ପାଦଗୁଡ଼ିକୁ ବିକ୍ରି କରୁଛନ୍ତି। ସେ ଏଯାବତ୍‌ ୯୦୦୦ କେ.ଜି.ରୁ ଊର୍ଦ୍ଧ୍ୱ ବର୍ଜ୍ୟ କପଡ଼ାର ପୁନଃ ଉପଯୋଗ କରିସାରିଛନ୍ତି। ବର୍ଜ୍ୟ କପଡ଼ାରୁ ପ୍ରଥମେ ପେପର ତିଆରି କରାଯାଉଛି, ଯାହା ସମ୍ପୂର୍ଣ୍ଣ ରସାୟନ ମୁକ୍ତ। ଏହି ପେପରରୁ ତିଆରି ବିଭିନ୍ନ ଷ୍ଟେସନେରି ଉତ୍ପାଦଗୁଡ଼ିକ ଉପରେ ବିଭିନ୍ନ କଳାକୃତିକୁ ସ୍ଥାନିତ କରାଯାଉଛି। ଏବେ ସୁଦ୍ଧା ୧,୫୦୦ ରିମ୍‌ କାଗଜ ବ୍ୟବହାର କରି ୧୫,୦୦୦ରୁ ଅଧିକ ଉତ୍ପାଦ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ଅଗ୍ରଓ୍ବାଲା ଜୟପୁର, ପୁଡୁଚେରୀ ଓ କଚ୍ଛରୁ ୫୦ରୁ ଅଧିକ କାରିଗରଙ୍କୁ ନିଯୁକ୍ତ କରିଛନ୍ତି। ସେ ପ୍ରଥମରୁ ୫,୦୦୦ ଟଙ୍କା ବିଜ୍‌ନେସରେ ନିବେଶ କରି ଡାଏରି ତିଆରି କରିଥିଲେ। ପରେ ଅନ୍ୟସବୁ ଉତ୍ପାଦ ବିଜ୍‌ନେସରେ ସାମିଲ କରିଚାଲିଛନ୍ତି। ସେ ବର୍ଜ୍ୟ କପଡ଼ାରୁ କାଗଜ ତିଆରି କରି ୧୦୦ଟି ବଡ଼ ଗଛ କାଟିବାକୁ ରୋକିପାରିଛନ୍ତି ଓ ପରିବେଶ ସୁରକ୍ଷା ପାଇଁ ଏହା ଉପାଦେୟ ସାବ୍ୟସ୍ତ ହୋଇପାରିଛି ବୋଲି କୁହନ୍ତି ଅଗ୍ରଓ୍ବାଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁନାପିଲା

ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି…

ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ

ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ…

ବାଗ୍‌ଦାଦରେ ମହାକାଳ

ତ୍ରୟୋଦଶ ଶତାବ୍ଦୀର ପ୍ରାରମ୍ଭିକ ମୁସଲିମ ଶାସକମାନେ ନିଜକୁ ସୁଲତାନ ବୋଲି କହୁଥିଲେ। କିନ୍ତୁ ୧୬ଶ ଶତାବ୍ଦୀରେ ମୋଗଲମାନେ ନିଜକୁ ବାଦଶାହ ବୋଲି କହିଲେ। ଏହାର କାରଣ ହେଉଛି…

ଶିକ୍ଷାରେ ବହୁ ଭାଷା

ଭାରତୀୟ ଶିକ୍ଷା, ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଆର୍‌ଟି) ମାଧ୍ୟମିକ ସ୍ତରରେ ତିନୋଟି ଭାଷା ଶିକ୍ଷାକରିବା ଲାଗି ନିୟମ କଲାପରେ ଏହାକୁ ନେଇ କେତେକ ରାଜ୍ୟରେ ପ୍ରତିବାଦର ସ୍ବର…

ମୋ ଭାରତ ବଦଳୁଛି

ସମୟ ବଦଳିବା ସହିତ ଦେଶର ଚିତ୍ର ଓ ଚରିତ୍ର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ବଦଳୁଛି ସମୟ, ବଦଳୁଛି ସ୍ଥିତି, ବଦଳୁଛି ମୋ ଦେଶର ଭାଗ୍ୟ ଓ…

ଦିଗହରା ଆମେରିକା

ଇରାନ ଉପରେ ୨୮ ଫେବୃଆରୀ ୨୦୨୬ରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ହୋଇଥିବା ଘମାଘୋଟ ଯୁଦ୍ଧ ବେଳେ ଗତ ୬୦ ଦିନିଆ ଅସ୍ତ୍ରବିରତି ସାମୟିକ…

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri