ଶୂନ୍ୟତାର ସ୍ମାରକ

Dillip Cherian

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପ୍ରାଥମିକତାଭିତ୍ତିରେ କ’ଣ କରାଯିବ ତାହାର କୌଶଳ ଅର୍ଜନ କରିଛନ୍ତି। ଏହା ମଧ୍ୟ କହିବା ଉଚିତ ଯେ, ସେ ଯାହାକୁ ଅପ୍ରାସଙ୍ଗିକ ମନେକରନ୍ତି ତାହା ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ। ଉଦାହରଣ ସ୍ବରୂପ, ମଧ୍ୟପ୍ରଦେଶ ରାଜ୍ୟ ସୂଚନା କମିଶନ(ଏସ୍‌ଆଇସି) ଏବେ ଶୂନ୍ୟତାର ସ୍ମାରକ ପାଲଟିଛି। ଏଥିରେ ଜଣେହେଲେ କମିଶନର ନାହାନ୍ତି। ସାଧାରଣତଃ ୧୧ ଜଣ କମିଶନରଙ୍କୁ ନେଇ ଗର୍ବ କରୁଥିବା ଏହି ପ୍ୟାନେଲ ବର୍ତ୍ତମାନ ସ୍ବଚ୍ଛତାର କେନ୍ଦ୍ର ଅପେକ୍ଷା ଏକ ଭୂତ ବା ନିର୍ଜନତାର ସହର ସଦୃଶ ହୋଇଯାଇଛି। ମାନବ ଅଧିକାର ବିଷୟରେ ଭୁଲିଯିବା ଉଚିତ ନୁହେଁ। ଏବେ ରାଜ୍ୟ ମାନବ ଅଧିକାର ଆୟୋଗ ମଧ୍ୟ ଏସ୍‌ଆଇସି ଭଳି ସମାନ ପ୍ରକାର ଜଟିଳ ସ୍ଥିତିରେ ଅଛି, କାରଣ ଏହାର ଚେୟାରମ୍ୟାନ ଏବଂ ଜଣେ ସଦସ୍ୟଙ୍କ ପଦବୀ ଖାଲିରହିଛି। ହାତରେ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଷୟ ଥିବାବେଳେ ମାନବ ଅଧିକାର ପାଇଁ କାହାର ସମୟ ନ ଥିବା ଭଳି ମନେହେଉଛି। ଏହା ବ୍ୟତୀତ ଗ୍ରାହକମାନଙ୍କ ସମସ୍ୟାର ସମାଧାନ ପାଇଁ ଦାୟିତ୍ୱରେ ଥିବା କଞ୍ଜ୍ୟୁମର ଡିସ୍‌ପ୍ୟୁଟ୍‌ ରିଡ୍ରେସାଲ କମିଶନରେ ମଧ୍ୟ ଯାଦବଙ୍କ ସର୍ବନିମ୍ନ ଆଭିମୁଖ୍ୟ ଶାସନର ପ୍ରଭାବ ଅନୁଭୂତ ହେଉଛି। ଏଥିରେ ଉଭୟ ଚେୟାରମ୍ୟାନ ଏବଂ ଜଣେ ସଦସ୍ୟଙ୍କ ପଦବୀ ଖାଲିରହିଛି। ତେବେ କେତେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ଏହି ତିନୋଟି ଆୟୋଗରେ ୧୯,୫୦୦ ଆବେଦନ ସମାଧାନ ନ ହୋଇ ପଡ଼ିରହିଛି। ଯାଦବ ଯାହା ଉପରେ ପ୍ରାଥମିକତା ଦେଇ କାମ କରୁଛନ୍ତି ତାହା ହୁଏତ କେତେଜଣଙ୍କ ପାଇଁ ଅସାଧାରଣ ମନେହେଉଥିବ। କିନ୍ତୁ ଏହା ନିଶ୍ଚିତ ଯେ, ସେ କିଛି ଭଲ କରିବାକୁ ଯାଇ ପାଗଳାମି ପ୍ରକାଶ କରୁଥିବା ଆମେ ମନେକରୁଛୁ।
କର୍ପୋରେଟ୍‌ରେ ପୂର୍ବତନ ବାବୁ
ଲଦାଖର ପୂର୍ବତନ ଲ୍ୟୁଟ୍‌ନାଣ୍ଟ ଗଭର୍ନର ତଥା ପୂର୍ବତନ ମୁଖ୍ୟ ସୂଚନା କମିଶନର (ସିଆଇସି) ଆର୍‌.କେ. ମାଥୁର ଏବଂ ପୂର୍ବତନ ଆର୍‌ଏଆଣ୍ଡ୍‌ଡବ୍ଲ୍ୟୁ ମୁଖ୍ୟ ଏ.କେ. ଧସ୍‌ମାନାଙ୍କୁ ସମ୍ମାନ୍‌ଜନକ ପଦବୀରେ ନିଯୁକ୍ତି ପାଇଁ ମୋଦି ଚୟନ କରିଥିବା ଖବରକୁ ନେଇ ବାବୁ ପରିସରରେ ଗୁଞ୍ଜରଣ ସୃଷ୍ଟି ହୋଇଛି। ଉଭୟ ଟାଟା ସନ୍ସ ବୋର୍ଡରେ ଯୋଗଦେଉଥିବା ଜଣାପଡ଼ିଛି। ପ୍ରମୁଖ କର୍ପୋରେଶନର ବରିଷ୍ଠ ପଦବୀରେ ଅବସରପ୍ରାପ୍ତ ବାବୁ ଯୋଗଦେବା ନୂଆ ନୁହେଁ, ଯଦିଓ ଏହା ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ର ପାଇଁ ଲାଭଦାୟକ କି ନୁହେଁ ତାହା ଉପରେ ବିତର୍କ ଚାଲିଛି। ତେବେ ପୂର୍ବତନ ବୈଦେଶିକ ସଚିବ ଏସ୍‌. ଜୟଶଙ୍କର ଟାଟାର ଗ୍ଲୋବାଲ କର୍ପୋରେଟ୍‌ ବ୍ୟାପାରର ସଭାପତି ଭାବରେ ଯୋଗଦେବା କଥା ମନେଥିବ। ମୋଦି ତାଙ୍କୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ନିଯୁକ୍ତ କରିବା ପୂର୍ବରୁ ଏହା ହୋଇଥିଲା। ଜନସେବା କ୍ଷେତ୍ରରେ ମାଥୁର ଏବଂ ଧସ୍‌ମାନାଙ୍କ ପୃଷ୍ଠଭୂମି ସରକାରୀ ସମ୍ପର୍କ ତଥା ରଣନୈତିକ ନିଷ୍ପତ୍ତି ନେବାରେ ଟାଟାକୁ ଉପାଦେୟ ଦୃଷ୍ଟିକୋଣ ଦେଇପାରେ। ନିୟାମକ ଢାଞ୍ଚା ବିଷୟରେ ସେମାନଙ୍କର ବୁଝାମଣା ନିଗମଗୁଡ଼ିକ ବିଶେଷକରି ଅଧିକ ନିୟନ୍ତ୍ରିତ ଶିଳ୍ପ ପାଇଁ ଲାଭଦାୟକ ହୋଇପାରେ। ଅବସରପ୍ରାପ୍ତ ବାବୁମାନଙ୍କୁ କର୍ପୋରେଟ୍‌ ଦାୟିତ୍ୱରେ ଅବସ୍ଥାପିତ କରାଗଲେ ବିପରୀତ ପରିଣାମ କିମ୍ବା ସ୍ବାର୍ଥକୈନ୍ଦ୍ରିକତାର ଆଶଙ୍କା ରହିଛି। ଏଠାରେ ଗୁରୁତ୍ୱପୂର୍ଣ୍ଣ ନୈତିକ ପ୍ରସଙ୍ଗ ହେଉଛି ଶାନ୍ତ ଭାବେ ଉତ୍ତମ ବୁଝାମଣାରେ କାମ କରିବା ଏବଂ ଏ ଦିଗରେ ଏହି ବାବୁମାନେ ଭଲଭାବେ ଅବଗତ ଅଛନ୍ତି। କାରଣ ଯେକୌଣସି ଏଭଳି ନିଯୁକ୍ତିରେ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ ବୋଲି ସେମାନେ ଜାଣନ୍ତି।
କଡ଼ା ସନ୍ଦେଶ
୨୦୦୪ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ସୋମନାଥ ଶିବରୁଦ୍ରପ୍ପା ଉକ୍କାଲିଙ୍କୁ କେନ୍ଦ୍ରୀୟ ଡେପୁଟେଶନ ଏବଂ ବୈଦେଶିକ ଦାୟିତ୍ୱରୁ ବାଦ୍‌ ଦେବା ପ୍ରଶାସନର ଉତ୍ତରଦାୟିତ୍ୱର ମହତ୍ତ୍ୱ ଏବଂ ବିଶ୍ୱସନୀୟତା ବିଷୟରେ ଏକ ସ୍ପଷ୍ଟ ବାର୍ତ୍ତା ଦେଉଛି। ଭାରି ଶିଳ୍ପ ମନ୍ତ୍ରଣାଳୟ ଅଧୀନରେ ଥିବା ବେଙ୍ଗାଲୁରୁର ଏଚ୍‌ଏମ୍‌ଟି ଲିମିଟେଡ୍‌ରେ ମୁଖ୍ୟ ଭିଜିଲାନ୍ସ ଅଫିସର ଭାବରେ ଉକ୍କାଲି ଦାୟିତ୍ୱ ଗ୍ରହଣ କରିବାରେ ବିଫଳତା ଯୋଗୁ ଏଭଳି ପରିଣାମ ସୃଷ୍ଟି ହୋଇଛି। କେନ୍ଦ୍ରୀୟ ଡେପୁଟେଶନ ଏବଂ ବୈଦେଶିକ ଦାୟିତ୍ୱରୁ ତାଙ୍କୁ ୫ ବର୍ଷ ପାଇଁ ବାଦ୍‌ ଦିଆଯାଇଛି। ବିଡ଼ମ୍ବନାର ବିଷୟ, ତାଙ୍କ ସରକାରୀ କାର୍ଯ୍ୟ ସତ୍ତ୍ୱେ ଉକ୍କାଲି ଏହି ପଦବୀର ଦାୟିତ୍ୱ ଗ୍ରହଣ କରିବାକୁ ଅକ୍ଷମତା ପ୍ରକାଶ କରିଥିଲେ। ପରବର୍ତ୍ତୀ ସମୟରେ, ଗତମାସରେ ରାଜସ୍ବ ବିଭାଗ ଏକ ନିର୍ଦ୍ଦେଶ ଜାରି କରିଥିଲା। ଏଥିରେ ବାବୁଙ୍କୁ ତାଙ୍କ ନିର୍ଦ୍ଦିଷ୍ଟ ଭୂମିକାରେ ଯୋଗଦେବାରେ ବିଫଳ ହେବାର ନକାରାମତ୍କ ପରିଣାମ ସମ୍ପର୍କରେ ଅବଗତ କରାଯାଇଥିଲା। ବିଶେଷ ସୂତ୍ରରୁ ପ୍ରକାଶ ଯେ, ଏହି ପ୍ରାଥମିକ ପଦକ୍ଷେପଟି ଆଦେଶ ଅନୁପାଳନର ପ୍ରତିକୂଳ ଫଳାଫଳ ବିଷୟରେ ତଥା ଭବିଷ୍ୟତରେ ଅଣଦେଖା ମନୋଭାବକୁ ରୋକିବା ପାଇଁ ଲକ୍ଷ୍ୟ ରଖିଛି। ଏହି ଘଟଣା ସରକାରରେ ପ୍ରମୁଖ ପଦବୀରେ ଅବସ୍ଥାପିତ ହୋଇଥିବା ଅଧିକାରୀଙ୍କଠାରୁ ଅତ୍ୟଧିକ ପ୍ରତିବଦ୍ଧତାର ଆବଶ୍ୟକତାକୁ ଦର୍ଶାଯାଇଛି। ଏହା ମଧ୍ୟ ନିର୍ଦ୍ଦିଷ୍ଟ ଦାୟିତ୍ୱ ବହନରେ ବିଫଳ ହେବା ଏବଂ ଅକ୍ଷମତା ପାଇଁ ସମ୍ଭାବ୍ୟ ନକାରାମତ୍କ ପ୍ରତିକ୍ରିୟାକୁ ସୂଚିତ କରେ। ଆଶା କରାଯାଏ, ନିୟମକୁ କଡ଼ାକଡ଼ି ପାଳନ କିମ୍ବା ଠିକ୍‌ଭାବେ କାମ ନ କରିବାର ପରିଣାମସ୍ବରୂପ ଉକ୍କାଲିଙ୍କ ଦୃଷ୍ଟାନ୍ତ ସମସ୍ତ ବାବୁଙ୍କ ପାଇଁ ଏକ କଡ଼ା ସନ୍ଦେଶ ଭାବେ କାମ କରିବ।

  • ଦିଲୀପ ଚେରିଏନ୍‌
    Email: dilipcherian@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?