ପ୍ଲାଷ୍ଟିକ୍‌ : ଏକ କ୍ଷୁଦ୍ର ପ୍ରବନ୍ଧ

ଶୈଳେନ୍ଦ୍ର ଦ୍ୱିବେଦୀ

 

ଆନ୍ତର୍ଜାତିକ ସ୍ତରରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ଏବଂ ତଜ୍ଜନିତ ପ୍ରଦୂଷଣ ରୋକିବା ପାଇଁ ବିଶ୍ୱସ୍ତରରେ ରାଜିନାମା କଥା ଗୁରୁତ୍ୱର ସହ ଚିନ୍ତା କରାଯାଉଥିବାବେଳେ ପ୍ଲାଷ୍ଟିକ୍‌ ପ୍ରଦୂଷଣ ଏବଂ ଏହାର ପ୍ରଭାବ ବାବଦରେ ଦିନକୁ ଦିନ ନୂଆ ଖବର ଆସୁଛି। ପର୍ଯ୍ୟବେକ୍ଷକମାନଙ୍କ ମତ ଏଯାଏ ଆମର ସକଳ ଉଦ୍ୟମ ସତ୍ତ୍ବେ ନା ହ୍ରାସ ପାଉଛି ପ୍ଲାଷ୍ଟିକ୍‌ ପ୍ରଦୂଷଣ ନା ଉତ୍ପାଦନ। ଏଣେ ସଭ୍ୟମାନଙ୍କ ମଧ୍ୟରେ ସହମତି ନାହିଁ ଯେ ରାଜିନାମା ଅବିକଳ କ’ଣ ହେବ? କୁହାଯାଉଛି ପ୍ଲାଷ୍ଟିକ୍‌ର ସୁନାମି ଆରମ୍ଭ ହୋଇସାରିଛି, ଯାହାକୁ ରୋକିବା ସହଜସାଧ୍ୟ ନୁହେଁ। ଏଇଠି କହିରଖେ, ରାଜିନାମା ପ୍ରକ୍ରିୟା ୨୦୨୨ରୁ ଆରମ୍ଭ ହୋଇସାରିଛି ଏବଂ ଆଶା ରହିଛି ଏଇ ବର୍ଷ (୨୦୨୪) ଭିତରେ ଏହି ପ୍ରକ୍ରିୟା ଶେଷ ହେବ। ଗବେଷକମାନେ ଆଶାବାଦୀ ଯେ ରାଜିନାମା ପ୍ଲାଷ୍ଟିକ୍‌ ଉତ୍ପାଦନଠୁ ଆରମ୍ଭକରି ଏହାର ଶେଷ ପ୍ରକ୍ରିୟାକରଣ ପର୍ଯ୍ୟନ୍ତ ସବୁ ଦିଗକୁ ବିଚାରକୁ ନେବ।
ନିକଟରେ ନେଚର ପ୍ରକାଶିତ ଏକ ନିବନ୍ଧରେ ଦର୍ଶାଯାଇଛି ଯେ, ଏହି ରାଜିନାମା ପ୍ରକୃତରେ ଅଭିପ୍ରେତ ପ୍ଲାଷ୍ଟିକ୍‌ ପ୍ରଦୂଷଣର ଅନ୍ତ ପାଇଁ। ୨୦୪୦ ମସିହା ସୁଦ୍ଧା ପ୍ଲାଷ୍ଟିକ୍‌ ବର୍ଜ୍ୟକୁ ଶୂନ୍ୟସ୍ତରରେ ପହଞ୍ଚାଇବା ପାଇଁ ଏହାର ଉଦ୍ଦେଶ୍ୟ। ପାଠକମାନେ ଜାଣନ୍ତି, ବିଶୃଙ୍ଖଳିତ ପରିଚାଳନାରେ ପ୍ଲାଷ୍ଟିକ୍‌ ବର୍ଜ୍ୟର ପୁନଃ ପ୍ରକ୍ରିୟାକରଣ ହୁଏନାହିଁ, ଅପରନ୍ତୁ ଏମିତି ପ୍ଲାଷ୍ଟିକ୍‌ ବିକ୍ଷିପ୍ତ ହୋଇ ପଡ଼ିରହିବl ସହିତ ବିପଜ୍ଜନକ ପ୍ରଦୂଷଣର କାରଣ ପାଲଟିଥାଏ। ତଥ୍ୟ ଅନୁସାରେ, ୧୯୫୦ରେ ସାରା ପୃଥିବୀରେ ପ୍ଲାଷ୍ଟିକ୍‌ ଉତ୍ପାଦନ ଦୁଇ ନିୟୁତ ଟନ୍‌ ଥିବାବେଳେ ୨୦୧୯ ସୁଦ୍ଧା ଏହା ବୃଦ୍ଧି ପାଇଛି ୪୬୦ ନିୟୁତ ଟନ୍‌କୁ ଏବଂ ଆକଳନ ହେଉଛି ୨୦୬୦ ସୁଦ୍ଧା ଏହି ବୃଦ୍ଧି ତିନିଗୁଣ ହେବ। ବିଶେଷକରି ୨୦୫୦ ସୁଦ୍ଧା ବିଶୃଙ୍ଖଳିତ ଉତ୍ପାଦନ ପ୍ରକ୍ରିୟାରେ ପ୍ରସ୍ତୁତ ହେଉଥିବା ପ୍ଲାଷ୍ଟିକ୍‌ ହେବ ୧୨୨ ନିୟୁତ ଟନ୍‌। ତଥାପି ଆଶା ରହିଛି ଏକ ମିଳିତ ଏବଂ ପ୍ରଗତିଶୀଳ ରାଜିନାମା ପ୍ଲାଷ୍ଟିକ୍‌ ଉତ୍ପାଦନ ଉପରେ ଅଙ୍କୁଶ ଲଗାଇପାରିବ।
ଜଣେ ଗବେଷିକା ଏବଂ ତାଙ୍କ ସାଥୀମାନେ ପ୍ରସ୍ତୁତ କରିଥିବା ରିପୋର୍ଟ ଅନୁଯାୟୀ, ଯଦି ପ୍ଲାଷ୍ଟିକ୍‌ ଉତ୍ପାଦନ ବର୍ଷକୁ ୪ ପ୍ରତିଶତ ହାରରେ ବଢ଼େ ତେବେ ୨୦୫୦ ଏହି କାରଣରୁ ପ୍ରଦୂଷଣ/ବିଷାକ୍ତ ବର୍ଜ୍ୟ ଉତ୍ସର୍ଜନ ୬.୭୮ ଜିଗାଟନ୍‌ରେ ପହଞ୍ଚତ୍ବ। ଏହାର ଅର୍ଥ ଆସନ୍ତା ୨୫ ବର୍ଷ ଭିତରେ କେବଳ ପ୍ଲାଷ୍ଟିକ୍‌ ଉତ୍ପାଦନ ଯୋଗୁ କାର୍ବନ ଉତ୍ସର୍ଜନ ସର୍ବାଧିକ ହେବ ଏବଂ ଯଦି ପ୍ୟାରିସ୍‌ ରାଜିନାମା ଅନୁସାରେ ତାପମାତ୍ରା ବୃଦ୍ଧିକୁ ଆମେ ପ୍ରାକ୍‌ ଶିଳ୍ପ ଉତ୍ପାଦନ ସ୍ତରଠୁ ୧.୫ ସେଲ୍‌ସିୟସ୍‌ରେ ସୀମିତ ରଖିବା ତେବେ ପ୍ଲାଷ୍ଟିକ୍‌ ଉତ୍ପାଦନକୁ ଏବଂ ସେଇ କାରଣରୁ ଉତ୍ପନ୍ନ ହେଉଥିବା ପ୍ରଦୂଷଣକୁ ନିୟନ୍ତ୍ରଣରେ ରଖିବାକୁ ପଡ଼ିବ।
କୁହାଯାଉଛି ଆଗାମୀ ଆନ୍ତର୍ଜାତିକ ପ୍ଲାଷ୍ଟିକ୍‌ ରାଜିନାମାରେ ସାମିଲ କରିବା ପାଇଁ ୧୧ଟି ନୀତି ଧାର୍ଯ୍ୟ ହୋଇଛି, ଯାହା ୨୦୫୦ ସୁଦ୍ଧା ପ୍ରଦୂଷଣକୁ ୨୬ ପ୍ରତିଶତ ହ୍ରାସ କରିବ। ପାଠକମାନଙ୍କୁ ଏଇଠି କହିରଖେ ଯେ, ଆମେ ବ୍ୟବହାର କରୁଥିବା ପ୍ଲାଷ୍ଟିକ୍‌ ଶହ ଶହ ବିଷାକ୍ତ ରାସାୟନିକ କଣିକାଙ୍କୁ ଧାରଣ କରିଛି। ଗତମାସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, (ନରୱେ ଗବେଷଣା ପରିଷଦ ଆନୁକୂଲ୍ୟରେ ପ୍ରସ୍ତୁତ) ପ୍ଲାଷ୍ଟିକ୍‌ରେ ୧୬,୦୦୦ ରାସାୟନିକ ରହିଛି, ଯେଉଁଥିରୁ ୪୨୦୦ ମଣିଷ ପାଇଁ କ୍ଷତିକାରକ। ପ୍ଲାଷ୍ଟିକ୍‌ ଏବଂ ଆମ ସ୍ବାସ୍ଥ୍ୟ ଉପରେ ପ୍ରକାଶିତ ୨୦୨୩ର ଅନ୍ୟ ଏକ ରିପୋର୍ଟ ଅନୁସାରେ, ପ୍ଲାଷ୍ଟିକ୍‌ ପ୍ରଦୂଷଣ ଯୋଗୁ ୨୦୧୫ରେ ଏକା ଯୁକ୍ତରାଷ୍ଟ୍ରରେ ଚିକିତ୍ସା ଖର୍ଚ୍ଚ ୯୨୦ ଡଲାର ଛୁଇଁଥିଲା (ମୁଣ୍ଡପିଛା)। ପ୍ରାୟ ୨୫୦ ବ୍ୟକ୍ତିଙ୍କ ହୃଦ୍‌ଘାତ, ଷ୍ଟ୍ରୋକ୍‌ ଏବଂ ମୃତ୍ୟୁ ସେମାନଙ୍କ ଧମନୀରେ ମାଇକ୍ରୋପ୍ଲାଷ୍ଟିକ୍‌ ଅବରୋଧ କରିଥିବା ଯୋଗୁ ଘଟିଥିଲା। ଏଣେ କୁହାଯାଉଛି ଅର୍ଥନୀତି, ଧର୍ମ, ଜାତି ଏବଂ ରାଜନୀତି ଊର୍ଦ୍ଧ୍ୱରେ ଯାହା ଗୁରୁତ୍ୱପୂର୍ଣ୍ଣ ତାହା ହେଉଛି ଜନସ୍ବାସ୍ଥ୍ୟ।
ପାଠକେ, ବିଶ୍ୱସ୍ତରରେ ପ୍ଲାଷ୍ଟିକ୍‌ ବର୍ଜ୍ୟକୁ ଭାରତର ଅବଦାନ ୫.୫ ନିୟୁତ ଟନ୍‌, ଯାହା ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌ ବା ଥରେ ବ୍ୟବହାର ପରେ ଫିଙ୍ଗିଦିଆଯାଇଥିବା ପ୍ଲାଷ୍ଟିକ୍‌ ସାମଗ୍ରୀ। ଆମର ମୁଣ୍ଡପିଛା ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌ ବର୍ଷକୁ ୪ କିଲୋଗ୍ରାମ। ଅନ୍ୟ ଏକ ସୂତ୍ର ଅନୁଯାୟୀ ଭାରତ ପ୍ରତିଦିନ ୨୬,୦୦୦ ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟ ନିମନ୍ତେ ଦାୟୀ ଏବଂ କେବଳ ସେତିକି ନୁହେଁ, ଏହି ବର୍ଜ୍ୟରୁ ୯୮.୫୫ ପ୍ରତିଶତ ବର୍ଜ୍ୟର ଠିକ୍‌ ପରିଚାଳନା ହେଉନାହିଁ। ୨୦୧୯-୨୦ ତଥ୍ୟ ଅନୁସାରେ ରାଜ୍ୟରେ ବାର୍ଷିକ ପ୍ଲାଷ୍ଟିକ୍‌ ବର୍ଜ୍ୟ ଉତ୍ପାଦନ ଥିଲା ୪୫,୩୯୯.୪୦ ଟନ୍‌।
ଏଇଠି କହିରଖେ ପ୍ରତିବର୍ଷ ହାରାହାରି ୮ ନିୟୁତ ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟ ମିଶୁଛି ସମୁଦ୍ରରେ, ଯାହା ସାମୁଦ୍ରିକ ପରିବେଶକୁ କ୍ଷତି ପହଞ୍ଚାଇବା ସହିତ ଅଧିକ କ୍ଷତି କରୁଛି ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକୁ। ବିଶେଷଜ୍ଞମାନଙ୍କ ମତ, ଏସିଆ ଏବଂ ଆଫ୍ରିକୀୟ ଦେଶଗୁଡ଼ିକରେ ପ୍ଲାଷ୍ଟିକ୍‌ ପ୍ରଦୂଷଣ ସର୍ବାଧିକ, କାରଣ ଏସବୁ ଅଞ୍ଚଳରେ ବର୍ଜ୍ୟ ସଂଗ୍ରହ ଏବଂ ପରିଚାଳନା ଅତି ଦୁର୍ବଳ। ସବୁଠୁ ବିସ୍ମୟକର ହେଉଛି ଜୀବାଶ୍ମ ଜାଳେଣିରୁ ପ୍ରସ୍ତୁତ ପ୍ଲାଷ୍ଟିକ୍‌ ମାତ୍ର ୧୦୦ ବର୍ଷ ପୁରୁଣା ଓ ପ୍ଲାଷ୍ଟିକ୍‌ ଉତ୍ପାଦନକୁ ଏକ ଉଲ୍ଲେଖନୀୟ ମୋଡ଼ ଦେବାରେ ଏବଂ ଆଧୁନିକ ଜୀବନଯାତ୍ରାର ଗୁରୁତ୍ୱପୂର୍ଣ୍ଣ ଅଂଶରେ ପରିଣତ କରିବାରେ ସକ୍ରିୟ ଭୂମିକା ନେଇଥିଲା ୨ୟ ବିଶ୍ୱଯୁଦ୍ଧ। ଏବେ ଏମିତି କିଛି ସାମଗ୍ରୀ ନାହିଁ, ଯାହାର ପ୍ରସ୍ତୁତିରେ ପ୍ଲାଷ୍ଟିକ୍‌ କାମରେ ନ ଲାଗୁଛି। ସ୍ବାସ୍ଥ୍ୟସେବାଠୁ ମହାକାଶ ଯାତ୍ରା ପର୍ଯ୍ୟନ୍ତ। ତେବେ ପର୍ଯ୍ୟବେକ୍ଷକମାନେ କୁହନ୍ତି, ପ୍ଲାଷ୍ଟିକ୍‌ର ଏକ ଅନ୍ଧାର ଦିଗ ମଧ୍ୟ ରହିଛି। ବିଶେଷକରି ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌, ଯାହା ଏହାର କେଇ ମିନିଟ୍‌ର ଜୀବନ ଭିତରେ ପର୍ଯ୍ୟାବରଣକୁ ସ୍ଥାୟୀ କ୍ଷତି ପହଞ୍ଚାଇଥାଏ। ପାଠକେ, ପୃଥିବୀରେ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଥିବା ସମସ୍ତ ପ୍ଲାଷ୍ଟିକ୍‌ର ୫୦ ଭାଗ କେବଳ ଗତ ୨୦ ବର୍ଷ ଭିତରେ ପ୍ରସ୍ତୁତ ହୋଇଛି। ତଥ୍ୟ ଅନୁସାରେ ପ୍ଲାଷ୍ଟିକ୍‌ ଉତ୍ପାଦନ ୧୯୫୦ରେ ୨.୩ ନିୟୁତ ଟନ୍‌ ଥିବାବେଳେ ଏହା ନାଟକୀୟ ଭାବେ ବୃଦ୍ଧି ପାଇଥିଲା ୪୪୮ ନିୟୁତ ଟନ୍‌କୁ। ବୈଜ୍ଞାନିକମାନେ କହନ୍ତି ପ୍ଲାଷ୍ଟିକ୍‌ର ବର୍ଜ୍ୟକୁ ଠାବ କରାଯାଇଛି ମାରିଆନ। ଟ୍ରେଞ୍ଚ୍‌(ଗଭୀରତମ)ଠୁ ମାଉଣ୍ଟ ଏଭରେଷ୍ଟ (ଉଚ୍ଛତମ) ପର୍ଯ୍ୟନ୍ତ। ମାଇକ୍ରୋପ୍ଲାଷ୍ଟିକ୍‌ ବେଶ୍‌ କିଛିବର୍ଷ ଧରି ଠାବ କରାଗଲାଣି ଆମ ରକ୍ତରେ, ଫୁସ୍‌ଫୁସ୍‌ରେ ଏବଂ ଅନ୍ୟାନ୍ୟ ଅଂଶରେ। ପ୍ରାୟ ୭୦୦ଠୁ ଅଧିକ ପ୍ରଜାତି କ୍ଷତିଗ୍ରସ୍ତ ହୋଇଛନ୍ତି ଖାଦ୍ୟରେ ମାଇକ୍ରୋପ୍ଲାଷ୍ଟିକ୍‌ ଗ୍ରହଣ କରିବା ଯୋଗୁ, ଯେଉଁଥିରେ ଅନ୍ତର୍ଭୁକ୍ତ ଅନ୍ତତଃ ୧୦୦ ପ୍ରଜାତିର ଜଳଜ। ଏଣେ ହାତୀ, ବାଘ, ସିନ୍ଧୁଘୋଟକ ଓ ଓଟ ପରି ବୃହତ୍‌ ସ୍ତନ୍ୟପାୟୀଙ୍କର ଅକାଳ ମୃତ୍ୟୁ ଘଟୁଛି ଖାଦ୍ୟରେ ପ୍ଲାଷ୍ଟିକ୍‌/ମାଇକ୍ରୋପ୍ଲାଷ୍ଟିକ୍‌ ଥିବାରୁ। ଆପଣ ଚିନ୍ତା କରିପାରନ୍ତି।
ମୋ: ୯୪୩୭୧୩୭୦୬୦


Enter your email to get our daily news in your inbox.

All Right Reserved By Dharitri.Com

ସୁନାପିଲା

ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି…

ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ

ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ…

ବାଗ୍‌ଦାଦରେ ମହାକାଳ

ତ୍ରୟୋଦଶ ଶତାବ୍ଦୀର ପ୍ରାରମ୍ଭିକ ମୁସଲିମ ଶାସକମାନେ ନିଜକୁ ସୁଲତାନ ବୋଲି କହୁଥିଲେ। କିନ୍ତୁ ୧୬ଶ ଶତାବ୍ଦୀରେ ମୋଗଲମାନେ ନିଜକୁ ବାଦଶାହ ବୋଲି କହିଲେ। ଏହାର କାରଣ ହେଉଛି…

ଶିକ୍ଷାରେ ବହୁ ଭାଷା

ଭାରତୀୟ ଶିକ୍ଷା, ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଆର୍‌ଟି) ମାଧ୍ୟମିକ ସ୍ତରରେ ତିନୋଟି ଭାଷା ଶିକ୍ଷାକରିବା ଲାଗି ନିୟମ କଲାପରେ ଏହାକୁ ନେଇ କେତେକ ରାଜ୍ୟରେ ପ୍ରତିବାଦର ସ୍ବର…

ମୋ ଭାରତ ବଦଳୁଛି

ସମୟ ବଦଳିବା ସହିତ ଦେଶର ଚିତ୍ର ଓ ଚରିତ୍ର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ବଦଳୁଛି ସମୟ, ବଦଳୁଛି ସ୍ଥିତି, ବଦଳୁଛି ମୋ ଦେଶର ଭାଗ୍ୟ ଓ…

ଦିଗହରା ଆମେରିକା

ଇରାନ ଉପରେ ୨୮ ଫେବୃଆରୀ ୨୦୨୬ରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ହୋଇଥିବା ଘମାଘୋଟ ଯୁଦ୍ଧ ବେଳେ ଗତ ୬୦ ଦିନିଆ ଅସ୍ତ୍ରବିରତି ସାମୟିକ…

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri