ପ୍ଲାଷ୍ଟିକ୍‌ : ଏକ କ୍ଷୁଦ୍ର ପ୍ରବନ୍ଧ

ଶୈଳେନ୍ଦ୍ର ଦ୍ୱିବେଦୀ

 

ଆନ୍ତର୍ଜାତିକ ସ୍ତରରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ଏବଂ ତଜ୍ଜନିତ ପ୍ରଦୂଷଣ ରୋକିବା ପାଇଁ ବିଶ୍ୱସ୍ତରରେ ରାଜିନାମା କଥା ଗୁରୁତ୍ୱର ସହ ଚିନ୍ତା କରାଯାଉଥିବାବେଳେ ପ୍ଲାଷ୍ଟିକ୍‌ ପ୍ରଦୂଷଣ ଏବଂ ଏହାର ପ୍ରଭାବ ବାବଦରେ ଦିନକୁ ଦିନ ନୂଆ ଖବର ଆସୁଛି। ପର୍ଯ୍ୟବେକ୍ଷକମାନଙ୍କ ମତ ଏଯାଏ ଆମର ସକଳ ଉଦ୍ୟମ ସତ୍ତ୍ବେ ନା ହ୍ରାସ ପାଉଛି ପ୍ଲାଷ୍ଟିକ୍‌ ପ୍ରଦୂଷଣ ନା ଉତ୍ପାଦନ। ଏଣେ ସଭ୍ୟମାନଙ୍କ ମଧ୍ୟରେ ସହମତି ନାହିଁ ଯେ ରାଜିନାମା ଅବିକଳ କ’ଣ ହେବ? କୁହାଯାଉଛି ପ୍ଲାଷ୍ଟିକ୍‌ର ସୁନାମି ଆରମ୍ଭ ହୋଇସାରିଛି, ଯାହାକୁ ରୋକିବା ସହଜସାଧ୍ୟ ନୁହେଁ। ଏଇଠି କହିରଖେ, ରାଜିନାମା ପ୍ରକ୍ରିୟା ୨୦୨୨ରୁ ଆରମ୍ଭ ହୋଇସାରିଛି ଏବଂ ଆଶା ରହିଛି ଏଇ ବର୍ଷ (୨୦୨୪) ଭିତରେ ଏହି ପ୍ରକ୍ରିୟା ଶେଷ ହେବ। ଗବେଷକମାନେ ଆଶାବାଦୀ ଯେ ରାଜିନାମା ପ୍ଲାଷ୍ଟିକ୍‌ ଉତ୍ପାଦନଠୁ ଆରମ୍ଭକରି ଏହାର ଶେଷ ପ୍ରକ୍ରିୟାକରଣ ପର୍ଯ୍ୟନ୍ତ ସବୁ ଦିଗକୁ ବିଚାରକୁ ନେବ।
ନିକଟରେ ନେଚର ପ୍ରକାଶିତ ଏକ ନିବନ୍ଧରେ ଦର୍ଶାଯାଇଛି ଯେ, ଏହି ରାଜିନାମା ପ୍ରକୃତରେ ଅଭିପ୍ରେତ ପ୍ଲାଷ୍ଟିକ୍‌ ପ୍ରଦୂଷଣର ଅନ୍ତ ପାଇଁ। ୨୦୪୦ ମସିହା ସୁଦ୍ଧା ପ୍ଲାଷ୍ଟିକ୍‌ ବର୍ଜ୍ୟକୁ ଶୂନ୍ୟସ୍ତରରେ ପହଞ୍ଚାଇବା ପାଇଁ ଏହାର ଉଦ୍ଦେଶ୍ୟ। ପାଠକମାନେ ଜାଣନ୍ତି, ବିଶୃଙ୍ଖଳିତ ପରିଚାଳନାରେ ପ୍ଲାଷ୍ଟିକ୍‌ ବର୍ଜ୍ୟର ପୁନଃ ପ୍ରକ୍ରିୟାକରଣ ହୁଏନାହିଁ, ଅପରନ୍ତୁ ଏମିତି ପ୍ଲାଷ୍ଟିକ୍‌ ବିକ୍ଷିପ୍ତ ହୋଇ ପଡ଼ିରହିବl ସହିତ ବିପଜ୍ଜନକ ପ୍ରଦୂଷଣର କାରଣ ପାଲଟିଥାଏ। ତଥ୍ୟ ଅନୁସାରେ, ୧୯୫୦ରେ ସାରା ପୃଥିବୀରେ ପ୍ଲାଷ୍ଟିକ୍‌ ଉତ୍ପାଦନ ଦୁଇ ନିୟୁତ ଟନ୍‌ ଥିବାବେଳେ ୨୦୧୯ ସୁଦ୍ଧା ଏହା ବୃଦ୍ଧି ପାଇଛି ୪୬୦ ନିୟୁତ ଟନ୍‌କୁ ଏବଂ ଆକଳନ ହେଉଛି ୨୦୬୦ ସୁଦ୍ଧା ଏହି ବୃଦ୍ଧି ତିନିଗୁଣ ହେବ। ବିଶେଷକରି ୨୦୫୦ ସୁଦ୍ଧା ବିଶୃଙ୍ଖଳିତ ଉତ୍ପାଦନ ପ୍ରକ୍ରିୟାରେ ପ୍ରସ୍ତୁତ ହେଉଥିବା ପ୍ଲାଷ୍ଟିକ୍‌ ହେବ ୧୨୨ ନିୟୁତ ଟନ୍‌। ତଥାପି ଆଶା ରହିଛି ଏକ ମିଳିତ ଏବଂ ପ୍ରଗତିଶୀଳ ରାଜିନାମା ପ୍ଲାଷ୍ଟିକ୍‌ ଉତ୍ପାଦନ ଉପରେ ଅଙ୍କୁଶ ଲଗାଇପାରିବ।
ଜଣେ ଗବେଷିକା ଏବଂ ତାଙ୍କ ସାଥୀମାନେ ପ୍ରସ୍ତୁତ କରିଥିବା ରିପୋର୍ଟ ଅନୁଯାୟୀ, ଯଦି ପ୍ଲାଷ୍ଟିକ୍‌ ଉତ୍ପାଦନ ବର୍ଷକୁ ୪ ପ୍ରତିଶତ ହାରରେ ବଢ଼େ ତେବେ ୨୦୫୦ ଏହି କାରଣରୁ ପ୍ରଦୂଷଣ/ବିଷାକ୍ତ ବର୍ଜ୍ୟ ଉତ୍ସର୍ଜନ ୬.୭୮ ଜିଗାଟନ୍‌ରେ ପହଞ୍ଚତ୍ବ। ଏହାର ଅର୍ଥ ଆସନ୍ତା ୨୫ ବର୍ଷ ଭିତରେ କେବଳ ପ୍ଲାଷ୍ଟିକ୍‌ ଉତ୍ପାଦନ ଯୋଗୁ କାର୍ବନ ଉତ୍ସର୍ଜନ ସର୍ବାଧିକ ହେବ ଏବଂ ଯଦି ପ୍ୟାରିସ୍‌ ରାଜିନାମା ଅନୁସାରେ ତାପମାତ୍ରା ବୃଦ୍ଧିକୁ ଆମେ ପ୍ରାକ୍‌ ଶିଳ୍ପ ଉତ୍ପାଦନ ସ୍ତରଠୁ ୧.୫ ସେଲ୍‌ସିୟସ୍‌ରେ ସୀମିତ ରଖିବା ତେବେ ପ୍ଲାଷ୍ଟିକ୍‌ ଉତ୍ପାଦନକୁ ଏବଂ ସେଇ କାରଣରୁ ଉତ୍ପନ୍ନ ହେଉଥିବା ପ୍ରଦୂଷଣକୁ ନିୟନ୍ତ୍ରଣରେ ରଖିବାକୁ ପଡ଼ିବ।
କୁହାଯାଉଛି ଆଗାମୀ ଆନ୍ତର୍ଜାତିକ ପ୍ଲାଷ୍ଟିକ୍‌ ରାଜିନାମାରେ ସାମିଲ କରିବା ପାଇଁ ୧୧ଟି ନୀତି ଧାର୍ଯ୍ୟ ହୋଇଛି, ଯାହା ୨୦୫୦ ସୁଦ୍ଧା ପ୍ରଦୂଷଣକୁ ୨୬ ପ୍ରତିଶତ ହ୍ରାସ କରିବ। ପାଠକମାନଙ୍କୁ ଏଇଠି କହିରଖେ ଯେ, ଆମେ ବ୍ୟବହାର କରୁଥିବା ପ୍ଲାଷ୍ଟିକ୍‌ ଶହ ଶହ ବିଷାକ୍ତ ରାସାୟନିକ କଣିକାଙ୍କୁ ଧାରଣ କରିଛି। ଗତମାସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, (ନରୱେ ଗବେଷଣା ପରିଷଦ ଆନୁକୂଲ୍ୟରେ ପ୍ରସ୍ତୁତ) ପ୍ଲାଷ୍ଟିକ୍‌ରେ ୧୬,୦୦୦ ରାସାୟନିକ ରହିଛି, ଯେଉଁଥିରୁ ୪୨୦୦ ମଣିଷ ପାଇଁ କ୍ଷତିକାରକ। ପ୍ଲାଷ୍ଟିକ୍‌ ଏବଂ ଆମ ସ୍ବାସ୍ଥ୍ୟ ଉପରେ ପ୍ରକାଶିତ ୨୦୨୩ର ଅନ୍ୟ ଏକ ରିପୋର୍ଟ ଅନୁସାରେ, ପ୍ଲାଷ୍ଟିକ୍‌ ପ୍ରଦୂଷଣ ଯୋଗୁ ୨୦୧୫ରେ ଏକା ଯୁକ୍ତରାଷ୍ଟ୍ରରେ ଚିକିତ୍ସା ଖର୍ଚ୍ଚ ୯୨୦ ଡଲାର ଛୁଇଁଥିଲା (ମୁଣ୍ଡପିଛା)। ପ୍ରାୟ ୨୫୦ ବ୍ୟକ୍ତିଙ୍କ ହୃଦ୍‌ଘାତ, ଷ୍ଟ୍ରୋକ୍‌ ଏବଂ ମୃତ୍ୟୁ ସେମାନଙ୍କ ଧମନୀରେ ମାଇକ୍ରୋପ୍ଲାଷ୍ଟିକ୍‌ ଅବରୋଧ କରିଥିବା ଯୋଗୁ ଘଟିଥିଲା। ଏଣେ କୁହାଯାଉଛି ଅର୍ଥନୀତି, ଧର୍ମ, ଜାତି ଏବଂ ରାଜନୀତି ଊର୍ଦ୍ଧ୍ୱରେ ଯାହା ଗୁରୁତ୍ୱପୂର୍ଣ୍ଣ ତାହା ହେଉଛି ଜନସ୍ବାସ୍ଥ୍ୟ।
ପାଠକେ, ବିଶ୍ୱସ୍ତରରେ ପ୍ଲାଷ୍ଟିକ୍‌ ବର୍ଜ୍ୟକୁ ଭାରତର ଅବଦାନ ୫.୫ ନିୟୁତ ଟନ୍‌, ଯାହା ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌ ବା ଥରେ ବ୍ୟବହାର ପରେ ଫିଙ୍ଗିଦିଆଯାଇଥିବା ପ୍ଲାଷ୍ଟିକ୍‌ ସାମଗ୍ରୀ। ଆମର ମୁଣ୍ଡପିଛା ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌ ବର୍ଷକୁ ୪ କିଲୋଗ୍ରାମ। ଅନ୍ୟ ଏକ ସୂତ୍ର ଅନୁଯାୟୀ ଭାରତ ପ୍ରତିଦିନ ୨୬,୦୦୦ ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟ ନିମନ୍ତେ ଦାୟୀ ଏବଂ କେବଳ ସେତିକି ନୁହେଁ, ଏହି ବର୍ଜ୍ୟରୁ ୯୮.୫୫ ପ୍ରତିଶତ ବର୍ଜ୍ୟର ଠିକ୍‌ ପରିଚାଳନା ହେଉନାହିଁ। ୨୦୧୯-୨୦ ତଥ୍ୟ ଅନୁସାରେ ରାଜ୍ୟରେ ବାର୍ଷିକ ପ୍ଲାଷ୍ଟିକ୍‌ ବର୍ଜ୍ୟ ଉତ୍ପାଦନ ଥିଲା ୪୫,୩୯୯.୪୦ ଟନ୍‌।
ଏଇଠି କହିରଖେ ପ୍ରତିବର୍ଷ ହାରାହାରି ୮ ନିୟୁତ ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟ ମିଶୁଛି ସମୁଦ୍ରରେ, ଯାହା ସାମୁଦ୍ରିକ ପରିବେଶକୁ କ୍ଷତି ପହଞ୍ଚାଇବା ସହିତ ଅଧିକ କ୍ଷତି କରୁଛି ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକୁ। ବିଶେଷଜ୍ଞମାନଙ୍କ ମତ, ଏସିଆ ଏବଂ ଆଫ୍ରିକୀୟ ଦେଶଗୁଡ଼ିକରେ ପ୍ଲାଷ୍ଟିକ୍‌ ପ୍ରଦୂଷଣ ସର୍ବାଧିକ, କାରଣ ଏସବୁ ଅଞ୍ଚଳରେ ବର୍ଜ୍ୟ ସଂଗ୍ରହ ଏବଂ ପରିଚାଳନା ଅତି ଦୁର୍ବଳ। ସବୁଠୁ ବିସ୍ମୟକର ହେଉଛି ଜୀବାଶ୍ମ ଜାଳେଣିରୁ ପ୍ରସ୍ତୁତ ପ୍ଲାଷ୍ଟିକ୍‌ ମାତ୍ର ୧୦୦ ବର୍ଷ ପୁରୁଣା ଓ ପ୍ଲାଷ୍ଟିକ୍‌ ଉତ୍ପାଦନକୁ ଏକ ଉଲ୍ଲେଖନୀୟ ମୋଡ଼ ଦେବାରେ ଏବଂ ଆଧୁନିକ ଜୀବନଯାତ୍ରାର ଗୁରୁତ୍ୱପୂର୍ଣ୍ଣ ଅଂଶରେ ପରିଣତ କରିବାରେ ସକ୍ରିୟ ଭୂମିକା ନେଇଥିଲା ୨ୟ ବିଶ୍ୱଯୁଦ୍ଧ। ଏବେ ଏମିତି କିଛି ସାମଗ୍ରୀ ନାହିଁ, ଯାହାର ପ୍ରସ୍ତୁତିରେ ପ୍ଲାଷ୍ଟିକ୍‌ କାମରେ ନ ଲାଗୁଛି। ସ୍ବାସ୍ଥ୍ୟସେବାଠୁ ମହାକାଶ ଯାତ୍ରା ପର୍ଯ୍ୟନ୍ତ। ତେବେ ପର୍ଯ୍ୟବେକ୍ଷକମାନେ କୁହନ୍ତି, ପ୍ଲାଷ୍ଟିକ୍‌ର ଏକ ଅନ୍ଧାର ଦିଗ ମଧ୍ୟ ରହିଛି। ବିଶେଷକରି ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌, ଯାହା ଏହାର କେଇ ମିନିଟ୍‌ର ଜୀବନ ଭିତରେ ପର୍ଯ୍ୟାବରଣକୁ ସ୍ଥାୟୀ କ୍ଷତି ପହଞ୍ଚାଇଥାଏ। ପାଠକେ, ପୃଥିବୀରେ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଥିବା ସମସ୍ତ ପ୍ଲାଷ୍ଟିକ୍‌ର ୫୦ ଭାଗ କେବଳ ଗତ ୨୦ ବର୍ଷ ଭିତରେ ପ୍ରସ୍ତୁତ ହୋଇଛି। ତଥ୍ୟ ଅନୁସାରେ ପ୍ଲାଷ୍ଟିକ୍‌ ଉତ୍ପାଦନ ୧୯୫୦ରେ ୨.୩ ନିୟୁତ ଟନ୍‌ ଥିବାବେଳେ ଏହା ନାଟକୀୟ ଭାବେ ବୃଦ୍ଧି ପାଇଥିଲା ୪୪୮ ନିୟୁତ ଟନ୍‌କୁ। ବୈଜ୍ଞାନିକମାନେ କହନ୍ତି ପ୍ଲାଷ୍ଟିକ୍‌ର ବର୍ଜ୍ୟକୁ ଠାବ କରାଯାଇଛି ମାରିଆନ। ଟ୍ରେଞ୍ଚ୍‌(ଗଭୀରତମ)ଠୁ ମାଉଣ୍ଟ ଏଭରେଷ୍ଟ (ଉଚ୍ଛତମ) ପର୍ଯ୍ୟନ୍ତ। ମାଇକ୍ରୋପ୍ଲାଷ୍ଟିକ୍‌ ବେଶ୍‌ କିଛିବର୍ଷ ଧରି ଠାବ କରାଗଲାଣି ଆମ ରକ୍ତରେ, ଫୁସ୍‌ଫୁସ୍‌ରେ ଏବଂ ଅନ୍ୟାନ୍ୟ ଅଂଶରେ। ପ୍ରାୟ ୭୦୦ଠୁ ଅଧିକ ପ୍ରଜାତି କ୍ଷତିଗ୍ରସ୍ତ ହୋଇଛନ୍ତି ଖାଦ୍ୟରେ ମାଇକ୍ରୋପ୍ଲାଷ୍ଟିକ୍‌ ଗ୍ରହଣ କରିବା ଯୋଗୁ, ଯେଉଁଥିରେ ଅନ୍ତର୍ଭୁକ୍ତ ଅନ୍ତତଃ ୧୦୦ ପ୍ରଜାତିର ଜଳଜ। ଏଣେ ହାତୀ, ବାଘ, ସିନ୍ଧୁଘୋଟକ ଓ ଓଟ ପରି ବୃହତ୍‌ ସ୍ତନ୍ୟପାୟୀଙ୍କର ଅକାଳ ମୃତ୍ୟୁ ଘଟୁଛି ଖାଦ୍ୟରେ ପ୍ଲାଷ୍ଟିକ୍‌/ମାଇକ୍ରୋପ୍ଲାଷ୍ଟିକ୍‌ ଥିବାରୁ। ଆପଣ ଚିନ୍ତା କରିପାରନ୍ତି।
ମୋ: ୯୪୩୭୧୩୭୦୬୦


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?