କିମାଶ୍ଚର୍ଯ୍ୟମ

ମହାଭାରତର ଯକ୍ଷ ପ୍ରଶ୍ନ ‘କିମାଶ୍ଚର୍ଯ୍ୟମ?’ ର ଉତ୍ତରରେ ଯୁଧିଷ୍ଠିର କହିଥିଲେ, ପ୍ରତି ମୁହୂର୍ତ୍ତରେ ଲକ୍ଷ ଲକ୍ଷ ଜୀବ ମୃତ୍ୟୁବରଣ କରୁଥିଲେ ମଧ୍ୟ ଆମେ ଚିରଦିନ ବଞ୍ଚିବା ପାଇଁ ଇଚ୍ଛା କରୁ, ଅର୍ଥାତ୍‌ ମୃତ୍ୟୁ ବା ବିନାଶ ହିଁ ସଂସାରର ସବୁଠୁ ବଡ଼ ଆଶ୍ଚର୍ଯ୍ୟ। ଯାହା ଆଧୁନିକ ବିଜ୍ଞାନର ଗୂଢ଼ତମ ରହସ୍ୟ ପରି ମନେହୁଏ। ବ୍ରହ୍ମାଣ୍ଡର କୋଣ ଅନୁକୋଣରେ ଏହିପରି ଅନେକ ‘କିମାଶ୍ଚର୍ଯ୍ୟମ’ ଅଛି। ଯେମିତି, ସକାଳୁ ସୂର୍ଯ୍ୟ ଉଇଁବା ଏକ ନିତିଦିନିଆ ଘଟଣା ହୋଇଥିଲେ ବି ଯେତେ ଥର ଓ ଯେତେ ଦେଖିଲେ ମଧ୍ୟ ଏହା ଖୁବ୍‌ ମନୋରମ ଲାଗେ। ବିଜ୍ଞାନ ଦୃଷ୍ଟିରୁ ସୂର୍ଯ୍ୟ ଶକ୍ତିର କାରକ। ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗ କିମ୍ବା ଚନ୍ଦ୍ର ଗ୍ରହଣରେ ଆମେ ଆଶ୍ଚର୍ଯ୍ୟ ହୋଇ ଦିନରେ ସୂର୍ଯ୍ୟଙ୍କୁ ଲୁଚି ଯିବାର କିମ୍ବା ରାତିରେ ଜହ୍ନ କଳା ପଡ଼ିଯିବାର ଦେଖୁ। ଆଇନଷ୍ଟାଇନ ପ୍ରଦତ୍ତ ବିଜ୍ଞାନର ଏକ ବହୁ ପରିଚିତ ସମୀକରଣ e=mc୨ରେ ‘c’କୁ ଆଲୋକର ବେଗ ଭାବେ ବିବେଚନା କରାଯାଇଛି। ଏହି ଛୋଟିଆ ସମୀକରଣ ବିଶ୍ୱର ସବୁ ନକ୍ଷତ୍ର ସମୟ ଆରମ୍ଭରୁ କିପରି ସୃଷ୍ଟି ହେଲେ ଏହାର ରହସ୍ୟ ଆମକୁ ଅବଗତ କରିଦେଲା। ସେହିପରି F=ma ଯାହା ଦ୍ୱାରା ଏକ ବସ୍ତୁ କେତେ ବେଗରେ ଗତି କରିବ ତାହା ଜଣାଯାଏ, ବିଶ୍ୱର ଭବିଷ୍ୟତରେ ସବୁ ପ୍ରକାରଗତି ବିଷୟରେ ଧାରଣା ପ୍ରଦାନ କରିଥାଏ। ଈଶ୍ୱରଙ୍କ ସୃଷ୍ଟିକୁ ପ୍ରମାଣ ଦେଉଥିବା ଏହି ତଥ୍ୟପୂର୍ଣ୍ଣ ମତକୁ ପଦାର୍ଥ ବିଜ୍ଞାନର ‘କିମାଶ୍ଚର୍ଯ୍ୟମ?’ କୁହାଯାଇ ପାରେ। ଗଣିତର ସବୁଠୁ ପରିଚିତ ‘ ଓ ଚାରି ମଧ୍ୟରେ ଥିବା ଏକ ଅବିଭକ୍ତ ଅଙ୍କ। ଛୋଟ ହେଉ କି ବଡ଼ ହେଉ ଏକ ବୃତ୍ତର ପରିଧି ସହ ଏହାର ବ୍ୟାସକୁ ଭାଗ କଲେ ଯାହା ମିଳେ ତାହା ହେଲା ‘ପାଇ’। ବୃତ୍ତର ଆକାର ବଡ଼ ସାନ ହେଲେ ମଧ୍ୟ ‘ପାଇ’ରେ କିଛି ପରିବର୍ତ୍ତନ ହୋଇ ନ ଥାଏ। ଏହାକୁ ଗଣିତର ‘କିମାଶ୍ଚର୍ଯ୍ୟମ’ କୁହାଯାଇ ପାରେ। ସେମିତି ଅମ୍ଳଜାନ ଦହନ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଥାଏ। ମାତ୍ର ଗୋଟିଏ ଅମ୍ଳଜାନ ପରମାଣୁ ଦୁଇଟି ଉଦ୍‌ଯାନ ପରମାଣୁ ସହିତ ମିଶି ଜଳ ଅଣୁ ତିଆରି କରିଥାନ୍ତି, ଯାହା ନିଆଁ ଲିଭାଇ ପାରେ। କ୍ଲୋରିନ ଗ୍ୟାସ ଏକ ବିଷାକ୍ତ ରସାୟନ ଓ ସୋଡିୟମ ଛୁରିରେ କାଟି ହେଉଥିବା ଏକ ନରମ ଧାତୁ। ମାତ୍ର କ୍ଲୋରିନ ଓ ସୋଡିୟମ ଏକାଠି ହୋଇ ଲବଣ ପ୍ରସ୍ତୁତ କରିଥାନ୍ତି। ଏହାକୁ ରସାୟନ ବିଜ୍ଞାନର ‘କିମାଶ୍ଚର୍ଯ୍ୟମ?’ କୁହାଯାଇପାରେ।
ପୃଥିବୀରେ ସତାଅଶୀ ଲକ୍ଷ ପ୍ରଜାତିର ଜୀବ ଅଛନ୍ତି, ଯାହାଙ୍କ ଭିତରୁ ଅଧିକାଂଶ କୀଟ। ଏହି ବିଶାଳ ଜୈବ ବିବିଧତା କୋଟି କୋଟି ବର୍ଷ ପୂର୍ବେ ମାତ୍ର ଗୋଟିଏ ଏକକୋଷି ଜୀବରୁ ଆରମ୍ଭ ହୋଇଥିଲା। ଏମାନେ ଜଳ, ସ୍ଥଳ ଓ ବାୟୁ ଭିତରେ ଅଲଗା ଅଲଗା ରହି ମଧ୍ୟ ଏକ ଅଦ୍ଭୁତ ସନ୍ତୁଳନ ନିର୍ମାଣ ହେଲା, ତାହା ପୁଣି ଆପେ ଆପେ। ଆମେ ସମସ୍ତେ ଏହି ପୃଥିବୀରେ ଏକାଠି ରହିଲୁ, ଗୋଟିଏ ବଂଶରୁ ଯାତ ହୋଇ। ମଣିଷର ଶରୀରରେ ୩୭ ଲକ୍ଷ କୋଟିରୁ ଅଧିକ କୋଷ ଅଛି। ଗୋଟିଏ କୋଷର ଆକାର କୋଡ଼ିଏରୁ ତିରିଶ ମାଇକ୍ରନ, ଯାହା ଖାଲି ଆଖିରେ ଦେଖିହୁଏ ନାହିଁ। ସେପରି ଏକ ସୂକ୍ଷ୍ମ କୋଷ ଭିତରେ ମଣିଷ ଡିଏନ୍‌ଏ ଥାଏ। ଜୀବର କୋଷ ବୋଧେ ବିଶ୍ୱର ସବୁଠୁ କ୍ଷୁଦ୍ର ଓ ବଡ଼ ଗବେଷଣାଗାର; ଯେଉଁଠି ଅନେକ ରାସାୟନିକ, ଜୈବିକ କ୍ରିୟା ହେବା ସହିତ ମଣିଷର ଜୀବନର ମୂଳାଧାର ରହସ୍ୟ ରହିଥାଏ। ଏହାକୁ ଜୈବ ବିଜ୍ଞାନର ‘କିମାଶ୍ଚର୍ଯ୍ୟମ’ କୁହାଯାଇ ପାରେ।
ଏହା ସତ୍ୟ ଯେ ପୃଥିବୀ ଏକ ବିଶାଳ ହତ୍ୟାକାରୀ ମେଶିନ , କାରଣ ଅନେଶତ ପ୍ରତିଶତରୁ ଅଧିକ ଜୀବ ନିଶ୍ଚିହ୍ନ ହୋଇ ଗଲେଣି। ଏହାର କାରଣ ପରିବେଶରେ ପରିବର୍ତ୍ତନ, ପ୍ରାକୃତିକ ଦୁର୍ବିପାକ, ଆଗ୍ନେୟ ଉଦ୍‌ଗିରଣ, ଝଡ଼ ବାତ୍ୟା, ମହାମାରୀ, ସୁନାମି, ଉଲକା ପାତ ଓ ସଂକ୍ରମଣ ହୋଇପାରେ। ଏହିପରି ଏକ ପ୍ରସିଦ୍ଧ ଘଟଣା ପୃଥିବୀରେ ଷାଠିଏ ଲକ୍ଷ ବର୍ଷ ପୂର୍ବେ ହୋଇଥିଲା, ଯାହା ଫଳରେ ସେତେବେଳେ ସମସ୍ତ ଡାଇନୋସର ଓ ଅନ୍ୟାନ୍ୟ ସତୁରି ଭାଗ ଜୀବ ସବୁଦିନ ପାଇଁ ବିଲୁପ୍ତ ହୋଇଗଲେ। କେବଳ କ୍ଷୁଦ୍ର ଜୀବ କିଛି ସେହି ଘଟଣା ପରେ ବର୍ତ୍ତିଗଲେ। ପ୍ରକୃତି ଆମକୁ ଅଧିକ ହତ୍ୟା କରିଛି। ଏହାକୁ ପ୍ରକୃତିର ଆଉ ଏକ ‘କିମାଶ୍ଚର୍ଯ୍ୟମ?’ କୁହାଯାଇ ପାରେ !
ଆମେ ଡାରୱିନଙ୍କ ବିବର୍ତ୍ତନବାଦ୍‌କୁ ଏକ ନିହାତି ଧୀର ପ୍ରକ୍ରିୟା କହୁ, କାରଣ ଆମ ଜୀବନ ଯାତ୍ରା ଅତି ବେଶିରେ ଶହେ ବର୍ଷର ହୋଇଥାଏ ଓ ଗୋଟିଏ ଜୀବରୁ ଆଉ ଏକ ଜୀବ ହେବା ପାଇଁ ଲକ୍ଷ ଲକ୍ଷ ବର୍ଷ ଲାଗିପାରେ। କିନ୍ତୁ ପୃଥିବୀରେ ପ୍ରଥମ ଏକ କୋଷି ଜୀବ ତିନି କୋଟି ଅଶୀ ଲକ୍ଷ ବର୍ଷପୂର୍ବେ ସୃଷ୍ଟି ହୋଇଥିଲା ଓ ଯାହା ଜୀବନ ସୃଷ୍ଟି ହେବା ସମୟର ମାତ୍ର ୧.୫ ପ୍ରତିଶତ। ଅର୍ଥାତ୍‌ ଏହି ସମୟ ଅନ୍ତରାଳର ମାତ୍ର ଦେଢ଼ ପ୍ରତିଶତ ବା ସାଢ଼େ ଛଅ କୋଟି ବର୍ଷ ଭିତରେ ମାଟି ତଳେ ରହୁଥିବା ମୂଷା ମଣିଷରେ ପରିବର୍ତ୍ତନ ହୋଇ ସାରିଥିଲା, ଯାହା ବ୍ରହ୍ମାଣ୍ଡ ସମୟ ସ୍କେଲରେ ଏକ ଖୁବ୍‌ କମ୍‌ ସମୟ । ସେହିପରି, ସାଢେ ତେର କୋଟି ବର୍ଷ ପୂର୍ବେ ବିଗ ବ୍ୟାଙ୍ଗ ବିସ୍ଫୋରଣ ପରେ ବ୍ରହ୍ମାଣ୍ଡର ସୃଷ୍ଟି ହୋଇଥିଲା, ଯାହା ସେଦିନଠୁ ଏକ ଫୁଲି ଉଠୁଥିବା ବେଲୁନ ପରି ଆନୁମାନିକ ୬୭ କିଲୋମିଟର ପ୍ରତି ସେକେଣ୍ଡରେ ସମ୍ପ୍ରସାରିତ ହୋଇ ଚାଲିଛି, ଯାହାକୁ ପ୍ରଥମେ ଏଡବିନ ହବଲ ବୈଜ୍ଞାନିକ ଠାବ କରିଥିଲେ। ବ୍ରହ୍ମାଣ୍ଡ ତିଆରି ହେବାର ତିନି ଲକ୍ଷ ଅଶୀ ହଜାର ବର୍ଷ ପର୍ଯ୍ୟନ୍ତ ଏହା ଏତେ ଉତ୍ତପ୍ତ ଥିଲା ଯେ ନୂଆ କରି ଜନ୍ମ ନେଇଥିବା ଆଲୋକ କୁହୁଡି ପରି ଥିଲା। ବିଜ୍ଞାନୀଙ୍କ ମତ ଅନୁସାରେ ଯଦି ବ୍ରହ୍ମାଣ୍ଡର ଘନତ୍ୱ ଏପରି ଅଙ୍କରେ ପହଞ୍ଚି ଯାଏ ଯାହା ପରେ ଆଉ ଏହା ସମ୍ପ୍ରସାରିତ ହେବ ନାହିଁ ତାହାକୁ ସନ୍ତୁଳିତ ଘନତ୍ୱ କୁହାଯାଏ। କିନ୍ତୁ ଯେହେତୁ ବ୍ରହ୍ମାଣ୍ଡ ଅବିରତ ସମ୍ପ୍ରସାରିତ ହୋଇ ଚାଲିଛି ବ୍ରହ୍ମାଣ୍ଡର ଘନତ୍ୱ ସନ୍ତୁଳିତ ଘନତ୍ୱଠାରୁ ଅଧିକ ନୁହେଁ। ଅର୍ଥାତ୍‌ ବିଜ୍ଞାନ ଅନୁସାରେ ଯଦି ଏହା ଠିକ ତାହାଲେ ବ୍ରହ୍ମାଣ୍ଡର ଆକାର ଏମିତି ହୋଇଥିବା ଯାହାର କିଛି ନିର୍ଦ୍ଦିଷ୍ଟ ପରିସୀମା ନାହିଁ। ଆଉ ଯଦି ବ୍ରହ୍ମାଣ୍ଡ ସମ୍ପ୍ରସାରିତ ହେବା ବନ୍ଦ କରିଦିଏ ବା ଏହାର ଘନତ୍ୱ ସନ୍ତୁଳିତ ଘନତ୍ୱ ଠାରୁ ବଢ଼ିଯାଏ ତାହାଲେ ସବୁ ଗ୍ରହ ନକ୍ଷତ୍ର ଆକାଶ ଗଙ୍ଗା ପରସ୍ପର ଆଡ଼କୁ ଆସିବାକୁ ଲାଗିବେ ଓ ବ୍ରହ୍ମାଣ୍ଡ ବିନାଶ ଆଡ଼କୁ ଗତି କରିବ। ଏହାକୁ ବ୍ରହ୍ମାଣ୍ଡର ‘କିମାଶ୍ଚର୍ଯ୍ୟମ?’ କୁହାଯାଇ ପାରେ।

  • ଡ. ନରେନ୍ଦ୍ର ସେଠୀ
    ମୋ:୭୦୦୪୦୬୮୧୧୦

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?