କିମାଶ୍ଚର୍ଯ୍ୟମ

ମହାଭାରତର ଯକ୍ଷ ପ୍ରଶ୍ନ ‘କିମାଶ୍ଚର୍ଯ୍ୟମ?’ ର ଉତ୍ତରରେ ଯୁଧିଷ୍ଠିର କହିଥିଲେ, ପ୍ରତି ମୁହୂର୍ତ୍ତରେ ଲକ୍ଷ ଲକ୍ଷ ଜୀବ ମୃତ୍ୟୁବରଣ କରୁଥିଲେ ମଧ୍ୟ ଆମେ ଚିରଦିନ ବଞ୍ଚିବା ପାଇଁ ଇଚ୍ଛା କରୁ, ଅର୍ଥାତ୍‌ ମୃତ୍ୟୁ ବା ବିନାଶ ହିଁ ସଂସାରର ସବୁଠୁ ବଡ଼ ଆଶ୍ଚର୍ଯ୍ୟ। ଯାହା ଆଧୁନିକ ବିଜ୍ଞାନର ଗୂଢ଼ତମ ରହସ୍ୟ ପରି ମନେହୁଏ। ବ୍ରହ୍ମାଣ୍ଡର କୋଣ ଅନୁକୋଣରେ ଏହିପରି ଅନେକ ‘କିମାଶ୍ଚର୍ଯ୍ୟମ’ ଅଛି। ଯେମିତି, ସକାଳୁ ସୂର୍ଯ୍ୟ ଉଇଁବା ଏକ ନିତିଦିନିଆ ଘଟଣା ହୋଇଥିଲେ ବି ଯେତେ ଥର ଓ ଯେତେ ଦେଖିଲେ ମଧ୍ୟ ଏହା ଖୁବ୍‌ ମନୋରମ ଲାଗେ। ବିଜ୍ଞାନ ଦୃଷ୍ଟିରୁ ସୂର୍ଯ୍ୟ ଶକ୍ତିର କାରକ। ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗ କିମ୍ବା ଚନ୍ଦ୍ର ଗ୍ରହଣରେ ଆମେ ଆଶ୍ଚର୍ଯ୍ୟ ହୋଇ ଦିନରେ ସୂର୍ଯ୍ୟଙ୍କୁ ଲୁଚି ଯିବାର କିମ୍ବା ରାତିରେ ଜହ୍ନ କଳା ପଡ଼ିଯିବାର ଦେଖୁ। ଆଇନଷ୍ଟାଇନ ପ୍ରଦତ୍ତ ବିଜ୍ଞାନର ଏକ ବହୁ ପରିଚିତ ସମୀକରଣ e=mc୨ରେ ‘c’କୁ ଆଲୋକର ବେଗ ଭାବେ ବିବେଚନା କରାଯାଇଛି। ଏହି ଛୋଟିଆ ସମୀକରଣ ବିଶ୍ୱର ସବୁ ନକ୍ଷତ୍ର ସମୟ ଆରମ୍ଭରୁ କିପରି ସୃଷ୍ଟି ହେଲେ ଏହାର ରହସ୍ୟ ଆମକୁ ଅବଗତ କରିଦେଲା। ସେହିପରି F=ma ଯାହା ଦ୍ୱାରା ଏକ ବସ୍ତୁ କେତେ ବେଗରେ ଗତି କରିବ ତାହା ଜଣାଯାଏ, ବିଶ୍ୱର ଭବିଷ୍ୟତରେ ସବୁ ପ୍ରକାରଗତି ବିଷୟରେ ଧାରଣା ପ୍ରଦାନ କରିଥାଏ। ଈଶ୍ୱରଙ୍କ ସୃଷ୍ଟିକୁ ପ୍ରମାଣ ଦେଉଥିବା ଏହି ତଥ୍ୟପୂର୍ଣ୍ଣ ମତକୁ ପଦାର୍ଥ ବିଜ୍ଞାନର ‘କିମାଶ୍ଚର୍ଯ୍ୟମ?’ କୁହାଯାଇ ପାରେ। ଗଣିତର ସବୁଠୁ ପରିଚିତ ‘ ଓ ଚାରି ମଧ୍ୟରେ ଥିବା ଏକ ଅବିଭକ୍ତ ଅଙ୍କ। ଛୋଟ ହେଉ କି ବଡ଼ ହେଉ ଏକ ବୃତ୍ତର ପରିଧି ସହ ଏହାର ବ୍ୟାସକୁ ଭାଗ କଲେ ଯାହା ମିଳେ ତାହା ହେଲା ‘ପାଇ’। ବୃତ୍ତର ଆକାର ବଡ଼ ସାନ ହେଲେ ମଧ୍ୟ ‘ପାଇ’ରେ କିଛି ପରିବର୍ତ୍ତନ ହୋଇ ନ ଥାଏ। ଏହାକୁ ଗଣିତର ‘କିମାଶ୍ଚର୍ଯ୍ୟମ’ କୁହାଯାଇ ପାରେ। ସେମିତି ଅମ୍ଳଜାନ ଦହନ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଥାଏ। ମାତ୍ର ଗୋଟିଏ ଅମ୍ଳଜାନ ପରମାଣୁ ଦୁଇଟି ଉଦ୍‌ଯାନ ପରମାଣୁ ସହିତ ମିଶି ଜଳ ଅଣୁ ତିଆରି କରିଥାନ୍ତି, ଯାହା ନିଆଁ ଲିଭାଇ ପାରେ। କ୍ଲୋରିନ ଗ୍ୟାସ ଏକ ବିଷାକ୍ତ ରସାୟନ ଓ ସୋଡିୟମ ଛୁରିରେ କାଟି ହେଉଥିବା ଏକ ନରମ ଧାତୁ। ମାତ୍ର କ୍ଲୋରିନ ଓ ସୋଡିୟମ ଏକାଠି ହୋଇ ଲବଣ ପ୍ରସ୍ତୁତ କରିଥାନ୍ତି। ଏହାକୁ ରସାୟନ ବିଜ୍ଞାନର ‘କିମାଶ୍ଚର୍ଯ୍ୟମ?’ କୁହାଯାଇପାରେ।
ପୃଥିବୀରେ ସତାଅଶୀ ଲକ୍ଷ ପ୍ରଜାତିର ଜୀବ ଅଛନ୍ତି, ଯାହାଙ୍କ ଭିତରୁ ଅଧିକାଂଶ କୀଟ। ଏହି ବିଶାଳ ଜୈବ ବିବିଧତା କୋଟି କୋଟି ବର୍ଷ ପୂର୍ବେ ମାତ୍ର ଗୋଟିଏ ଏକକୋଷି ଜୀବରୁ ଆରମ୍ଭ ହୋଇଥିଲା। ଏମାନେ ଜଳ, ସ୍ଥଳ ଓ ବାୟୁ ଭିତରେ ଅଲଗା ଅଲଗା ରହି ମଧ୍ୟ ଏକ ଅଦ୍ଭୁତ ସନ୍ତୁଳନ ନିର୍ମାଣ ହେଲା, ତାହା ପୁଣି ଆପେ ଆପେ। ଆମେ ସମସ୍ତେ ଏହି ପୃଥିବୀରେ ଏକାଠି ରହିଲୁ, ଗୋଟିଏ ବଂଶରୁ ଯାତ ହୋଇ। ମଣିଷର ଶରୀରରେ ୩୭ ଲକ୍ଷ କୋଟିରୁ ଅଧିକ କୋଷ ଅଛି। ଗୋଟିଏ କୋଷର ଆକାର କୋଡ଼ିଏରୁ ତିରିଶ ମାଇକ୍ରନ, ଯାହା ଖାଲି ଆଖିରେ ଦେଖିହୁଏ ନାହିଁ। ସେପରି ଏକ ସୂକ୍ଷ୍ମ କୋଷ ଭିତରେ ମଣିଷ ଡିଏନ୍‌ଏ ଥାଏ। ଜୀବର କୋଷ ବୋଧେ ବିଶ୍ୱର ସବୁଠୁ କ୍ଷୁଦ୍ର ଓ ବଡ଼ ଗବେଷଣାଗାର; ଯେଉଁଠି ଅନେକ ରାସାୟନିକ, ଜୈବିକ କ୍ରିୟା ହେବା ସହିତ ମଣିଷର ଜୀବନର ମୂଳାଧାର ରହସ୍ୟ ରହିଥାଏ। ଏହାକୁ ଜୈବ ବିଜ୍ଞାନର ‘କିମାଶ୍ଚର୍ଯ୍ୟମ’ କୁହାଯାଇ ପାରେ।
ଏହା ସତ୍ୟ ଯେ ପୃଥିବୀ ଏକ ବିଶାଳ ହତ୍ୟାକାରୀ ମେଶିନ , କାରଣ ଅନେଶତ ପ୍ରତିଶତରୁ ଅଧିକ ଜୀବ ନିଶ୍ଚିହ୍ନ ହୋଇ ଗଲେଣି। ଏହାର କାରଣ ପରିବେଶରେ ପରିବର୍ତ୍ତନ, ପ୍ରାକୃତିକ ଦୁର୍ବିପାକ, ଆଗ୍ନେୟ ଉଦ୍‌ଗିରଣ, ଝଡ଼ ବାତ୍ୟା, ମହାମାରୀ, ସୁନାମି, ଉଲକା ପାତ ଓ ସଂକ୍ରମଣ ହୋଇପାରେ। ଏହିପରି ଏକ ପ୍ରସିଦ୍ଧ ଘଟଣା ପୃଥିବୀରେ ଷାଠିଏ ଲକ୍ଷ ବର୍ଷ ପୂର୍ବେ ହୋଇଥିଲା, ଯାହା ଫଳରେ ସେତେବେଳେ ସମସ୍ତ ଡାଇନୋସର ଓ ଅନ୍ୟାନ୍ୟ ସତୁରି ଭାଗ ଜୀବ ସବୁଦିନ ପାଇଁ ବିଲୁପ୍ତ ହୋଇଗଲେ। କେବଳ କ୍ଷୁଦ୍ର ଜୀବ କିଛି ସେହି ଘଟଣା ପରେ ବର୍ତ୍ତିଗଲେ। ପ୍ରକୃତି ଆମକୁ ଅଧିକ ହତ୍ୟା କରିଛି। ଏହାକୁ ପ୍ରକୃତିର ଆଉ ଏକ ‘କିମାଶ୍ଚର୍ଯ୍ୟମ?’ କୁହାଯାଇ ପାରେ !
ଆମେ ଡାରୱିନଙ୍କ ବିବର୍ତ୍ତନବାଦ୍‌କୁ ଏକ ନିହାତି ଧୀର ପ୍ରକ୍ରିୟା କହୁ, କାରଣ ଆମ ଜୀବନ ଯାତ୍ରା ଅତି ବେଶିରେ ଶହେ ବର୍ଷର ହୋଇଥାଏ ଓ ଗୋଟିଏ ଜୀବରୁ ଆଉ ଏକ ଜୀବ ହେବା ପାଇଁ ଲକ୍ଷ ଲକ୍ଷ ବର୍ଷ ଲାଗିପାରେ। କିନ୍ତୁ ପୃଥିବୀରେ ପ୍ରଥମ ଏକ କୋଷି ଜୀବ ତିନି କୋଟି ଅଶୀ ଲକ୍ଷ ବର୍ଷପୂର୍ବେ ସୃଷ୍ଟି ହୋଇଥିଲା ଓ ଯାହା ଜୀବନ ସୃଷ୍ଟି ହେବା ସମୟର ମାତ୍ର ୧.୫ ପ୍ରତିଶତ। ଅର୍ଥାତ୍‌ ଏହି ସମୟ ଅନ୍ତରାଳର ମାତ୍ର ଦେଢ଼ ପ୍ରତିଶତ ବା ସାଢ଼େ ଛଅ କୋଟି ବର୍ଷ ଭିତରେ ମାଟି ତଳେ ରହୁଥିବା ମୂଷା ମଣିଷରେ ପରିବର୍ତ୍ତନ ହୋଇ ସାରିଥିଲା, ଯାହା ବ୍ରହ୍ମାଣ୍ଡ ସମୟ ସ୍କେଲରେ ଏକ ଖୁବ୍‌ କମ୍‌ ସମୟ । ସେହିପରି, ସାଢେ ତେର କୋଟି ବର୍ଷ ପୂର୍ବେ ବିଗ ବ୍ୟାଙ୍ଗ ବିସ୍ଫୋରଣ ପରେ ବ୍ରହ୍ମାଣ୍ଡର ସୃଷ୍ଟି ହୋଇଥିଲା, ଯାହା ସେଦିନଠୁ ଏକ ଫୁଲି ଉଠୁଥିବା ବେଲୁନ ପରି ଆନୁମାନିକ ୬୭ କିଲୋମିଟର ପ୍ରତି ସେକେଣ୍ଡରେ ସମ୍ପ୍ରସାରିତ ହୋଇ ଚାଲିଛି, ଯାହାକୁ ପ୍ରଥମେ ଏଡବିନ ହବଲ ବୈଜ୍ଞାନିକ ଠାବ କରିଥିଲେ। ବ୍ରହ୍ମାଣ୍ଡ ତିଆରି ହେବାର ତିନି ଲକ୍ଷ ଅଶୀ ହଜାର ବର୍ଷ ପର୍ଯ୍ୟନ୍ତ ଏହା ଏତେ ଉତ୍ତପ୍ତ ଥିଲା ଯେ ନୂଆ କରି ଜନ୍ମ ନେଇଥିବା ଆଲୋକ କୁହୁଡି ପରି ଥିଲା। ବିଜ୍ଞାନୀଙ୍କ ମତ ଅନୁସାରେ ଯଦି ବ୍ରହ୍ମାଣ୍ଡର ଘନତ୍ୱ ଏପରି ଅଙ୍କରେ ପହଞ୍ଚି ଯାଏ ଯାହା ପରେ ଆଉ ଏହା ସମ୍ପ୍ରସାରିତ ହେବ ନାହିଁ ତାହାକୁ ସନ୍ତୁଳିତ ଘନତ୍ୱ କୁହାଯାଏ। କିନ୍ତୁ ଯେହେତୁ ବ୍ରହ୍ମାଣ୍ଡ ଅବିରତ ସମ୍ପ୍ରସାରିତ ହୋଇ ଚାଲିଛି ବ୍ରହ୍ମାଣ୍ଡର ଘନତ୍ୱ ସନ୍ତୁଳିତ ଘନତ୍ୱଠାରୁ ଅଧିକ ନୁହେଁ। ଅର୍ଥାତ୍‌ ବିଜ୍ଞାନ ଅନୁସାରେ ଯଦି ଏହା ଠିକ ତାହାଲେ ବ୍ରହ୍ମାଣ୍ଡର ଆକାର ଏମିତି ହୋଇଥିବା ଯାହାର କିଛି ନିର୍ଦ୍ଦିଷ୍ଟ ପରିସୀମା ନାହିଁ। ଆଉ ଯଦି ବ୍ରହ୍ମାଣ୍ଡ ସମ୍ପ୍ରସାରିତ ହେବା ବନ୍ଦ କରିଦିଏ ବା ଏହାର ଘନତ୍ୱ ସନ୍ତୁଳିତ ଘନତ୍ୱ ଠାରୁ ବଢ଼ିଯାଏ ତାହାଲେ ସବୁ ଗ୍ରହ ନକ୍ଷତ୍ର ଆକାଶ ଗଙ୍ଗା ପରସ୍ପର ଆଡ଼କୁ ଆସିବାକୁ ଲାଗିବେ ଓ ବ୍ରହ୍ମାଣ୍ଡ ବିନାଶ ଆଡ଼କୁ ଗତି କରିବ। ଏହାକୁ ବ୍ରହ୍ମାଣ୍ଡର ‘କିମାଶ୍ଚର୍ଯ୍ୟମ?’ କୁହାଯାଇ ପାରେ।

  • ଡ. ନରେନ୍ଦ୍ର ସେଠୀ
    ମୋ:୭୦୦୪୦୬୮୧୧୦

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri