ପାରାଦୀପରେ ମାଛ ମଡ଼କ, ପାଣିର ନମୁନା ସଂଗ୍ରହ ସଂଗ୍ରହ କଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ପାରାଦୀପ,୧୧ା୯(ଶରତ ରାଉତ): ପାରାଦୀପ ବନ୍ଦର ସହର ଚତୁଃପାଶର୍‌ବରେ ଥିବା କପିଳଯୋର, କଂସାରୀପାଟିଆ ମତ୍ସ୍ୟଡିଆ ନଦୀ, ଷଣ୍ଢକୁଦ ପାଖ ନଦୀରେ ସୋମବାର ବିପୁଳ ପରିମାଣର ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି। ଏତେ ମାତ୍ରାରେ ମାଛ ମଡ଼କ ଯୋଗୁ ନଦୀର ପାଣି ନୀଳ ରଙ୍ଗ ହୋଇଯାଇଛି ଏବଂ ନଦୀ ସଲଗ୍ନ ଅଞ୍ଚଳରେ ଦୁର୍ଗନ୍ଧ ହୋଇଛି। ଏହାକୁ ନେଇ ପାରାଦୀପର ବିଭିନ୍ନ ସଂଗଠନ ପକ୍ଷରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟରେ ଅଭିଯୋଗ କରାଯାଇଛି। ଏପରି ଦୂଷିତ ତୈଳଯୁକ୍ତ ପ୍ରଦୂଷଣ ନିକଟରେ ଥିବା ତୈଳବିଶୋଧନାଗାର ପ୍ରକଳ୍ପରୁ ବାହାରୁଛି ବୋଲି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ (ଓମ୍ଫା)ସଭାପତି ଶ୍ରୀକାନ୍ତ ପରିଡ଼ା ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଗତ ଜୁଲାଇରୁ ତୈଳ ବିଶୋଧନାଗାର ଇଟିପି (ଇଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ)ରେ କିଛି ବୈଷୟିକ ତ୍ରୁଟି ଥିବା ଅଭିଯୋଗ ହୋଇଛି। ଏଥିପାଇଁ ସେଠାରେ ବର୍ଜ୍ୟପାଣି ସେମାନେ ସିଧାସଳଖ ସମୁଦ୍ରରେ ଛାଡୁଛନ୍ତି ବୋଲି ଶ୍ରୀକାନ୍ତ କୁହନ୍ତି। ଗତ ଶନିବାର ବିପୁଳ ପରିମାଣର ବର୍ଜ୍ୟ ନିକଟସ୍ଥ ନଦୀ ଓ ସମୁଦ୍ରରେ ଛାଡ଼ିଥିଲେ। ସେହିଦିନ ଅଭିଯୋଗ ହେବା ପରେ ତୈଳବିଶୋଧନାଗାରର ୭ ଜଣିଆ ଟିମ୍‌ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଥିଲେ। ଶନିବାର ରାତିଠାରୁ ସୋମବାର ପର୍ଯ୍ୟନ୍ତ ସେହି ସମୁଦ୍ର କୂଳରେ ତୈଳବିଶୋଧନାଗାର କର୍ତ୍ତୃପକ୍ଷ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ କରୁଛନ୍ତି। ସେହି ସମୟ ମଧ୍ୟରେ ପାଖରେ ଥିବା ନଦୀଗୁଡିକରେ ମାଛ ମଡ଼କ ହୋଇଛି। ଏହାକୁ ନେଇ ପରିବେଶ ସୁରକ୍ଷା ଟ୍ରଷ୍ଟ ସମ୍ପାଦକ ଶିବ ବିଶ୍ବାଳ କୁହନ୍ତି, ବିଶୋଧନାଗାର ପାଣି ଛାଡ଼ିବା ଯୋଗୁ ନଦୀ ସମୁଦ୍ର ପାଣି ଦୂଷିତ ହେବା ସହ ମାଛ ଓ ଅନ୍ୟ ଜଳଜୀବ ମରି ଯାଇଛନ୍ତି। ଏହାର ତୁରନ୍ତ ନିରାକରଣ ବ୍ୟବସ୍ଥା କରାଯିବା ପାଇଁ ସେ ଲିଖିତ ଭାବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଲିଖିତ ଭାବେ ଜଣାଇଛନ୍ତି। ସେହିପରି ଆହ୍ବାନ କମ୍ବାଇନ୍ସ ନାମକ ସ୍ବେଚ୍ଛାସେବୀ ସଂଗଠନ ସମ୍ପାଦକ ପ୍ରଭାସ ଚନ୍ଦ୍ର ସ୍ବାଇଁ କୁହନ୍ତି ଏପରି ପ୍ରଦୂଷଣ ଯୋଗୁ ପାରାଦୀପର ନଦୀ ଓ ସବୁଜିମା ଉପରେ ଗଭୀର ପ୍ରଭାବ ପକାଇଛି। ପାଣିର ନମୁନା ସଂଗ୍ରହ ପାଇଁ ଘଟଣାସ୍ଥଳକୁ ଆସିଥିବା ପରିବେଶ ଯନ୍ତ୍ରୀ ଦିବ୍ୟଲୋଚନ ମହାପାତ୍ର କୁହନ୍ତି, ଆମେ ପାଣିର ନମୁନା ନେଇଛୁ। ଅଧିକ ମାଛ ମରିଛନ୍ତି। ପରୀକ୍ଷା ରିପୋର୍ଟ ଆସିଲା ପରେ କାରଣ ସ୍ପଷ୍ଟ ହେବ। ତୈଳବିଶୋଧନାଗାର ଲୋକସମ୍ପର୍କ ଅଧିକାରୀ ସଂଗ୍ରାମ ମିଶ୍ର କୁହନ୍ତି ଆମର କୌଣସି ବର୍ଜ୍ୟ ପାଣି ଛଡ଼ାଯାଇନାହିଁ। ସମୁଦ୍ର କୂଳରେ ପାଇପଲାଇନ୍‌ ମରାମତି କାର୍ଯ୍ୟ ସମ୍ପର୍କରେ ପଚାରିଲେ କୁହନ୍ତି, ତାହା ଖରାପ ଥିଲା। ସେଥିପାଇଁ ମରାମତି ହେଉଛି। ରାତିରେ ମରାମତି ସମ୍ପର୍କରେ କୁହନ୍ତି ଦିନବେଳେ ଜୁଆର ରହୁଥିବାରୁ ରାତିରେ ମରାମତି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ଛୁଇଁଲା ମୌସୁମୀ: ଜୁନ ୧ ସୁଦ୍ଧା…

ନୂଆଦିଲ୍ଲୀ,୧୬।୫: ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଶନିବାର ଆଣ୍ଡାମାନ ଛୁଇଁଛି। ଦକ୍ଷିଣପୂର୍ବ ଆରବ ସାଗରରେ ମଧ୍ୟ ମୌସୁମୀ ଅଗ୍ରସର ହେଉଥିବା ଜଣାପଡ଼ିଛି। ଦକ୍ଷିଣପୂର୍ବ ଓ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ମଧ୍ୟ…

ପ୍ରଥମେ ପ୍ରେମ, ପରେ ବଳାତ୍କାର କରି ବନ୍ଧାହେଲେ ୨ ଭାଇ, କଲେଜ ଯୁବତୀଙ୍କୁ ଟାର୍ଗେଟ୍‌ କରି…

ଜଗତ୍‌ସିଂହପୁର, ୧୬ା୫(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇ ବଳାତ୍କାର କରି ବ୍ଲାକ ମେଲିଂ କରିବା ଭଳି ସଙ୍ଗିନ…

LPGକୁ ନେଇ ଦେଶ ପାଇଁ ଆସିଲା ଖୁସି ଖବର

ନୂଆଦିଲ୍ଲୀ,୧୬।୫: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ପେଟ୍ରୋଲ, ଡିଜେଲ ଏବଂ CNG ର ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହି ସମୟରେ, ଭାରତ ପାଇଁ LPG…

ପାକିସ୍ତାନରେ ଧୁମ୍‌ ମଚାଇଲା‘ଧୁରନ୍ଧର 2’ ନେଟଫ୍ଲିକ୍ସ ସର୍ଭର କ୍ରାସ, #1 ରେ ଟ୍ରେଣ୍ଡ କରୁଛି…

ଇସଲାମାବାଦ,୧୬।୫: ରଣବୀର ସିଂହଙ୍କ ଆକ୍ସନ ଥ୍ରୀଲର୍‌, ଧୁରନ୍ଧର: ଦି ରିଭେଞ୍ଜ, ପାକିସ୍ତାନରେ ଏକ ବିରାଟ ଆଲୋଡନ ସୃଷ୍ଟି କରିଛି। ଏହି ଫିଲ୍ମଟି ୧୫ ମଇ, ୨୦୨୬ରେ OTT…

ସାବିତ୍ରୀ ବ୍ରତ ପାଇଁ ଦେବାଳୟରେ ପ୍ରବଳ ଭିଡ଼

ପାଟଣା,୧୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ଅଞ୍ଚଳରେ ଦେବାଳୟଗୁଡିକରେ ଶନିବାର ସାବିତ୍ରୀ ବ୍ରତ ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ମହିଳାମାନେ ନୂଆ ଶାଢ଼ି,…

କେତେବେଳେ ବି ମହଙ୍ଗା ହୋଇପାରେ ଗ୍ୟାସ୍‌; ପେଟ୍ରୋଲ ପରେ ଚମକାଇବ LPG ଦର!

ନୂଆଦିଲ୍ଲୀ,୧୬।୫: ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ବର୍ଦ୍ଧିତ ମୂଲ୍ୟ ମଧ୍ୟରେ, ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି।…

ପିକ୍‌ଅପ୍‌ରେ ଯାଉଥିଲେ ୨୭ ଶ୍ରମିକ, ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଲା, ତା’ ପରେ…

ବାସୁଦେବପୁର,୧୭ା୫(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଅରଣ୍ଡୁଆ ପଞ୍ଚାୟତର ବେକମୁଡ଼ି ଛକ ନିକଟରେ ଶନିବାର ଏକ ପିକ୍‌ଅପ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି।…

ସ୍ତ୍ରୀଙ୍କ ପାଇଁ ଆମିଷ ଛାଡ଼ିଦେଲେ କୋହଲି: କହୁ କହୁ କହିଦେଲେ…

ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ବଲିଉଡ ଏବଂ କ୍ରିକେଟ ଉଭୟରେ ସବୁଠାରୁ ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରୁ ଜଣେ। ଏହି ଦମ୍ପତି ସେମାନଙ୍କର କଠିନ ପରିଶ୍ରମ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri