ପ୍ରଦୂଷଣ: କାରଣ, ନିରାକରଣ

ପୂଜା ଓ ବିଶ୍ୱତାପନ : ପୂଜା ମଞ୍ଚରେ ଅଧିକ ୱାଟ୍‌ର ଉଜ୍ଜ୍ୱଳ ଆଲୋକବତି ବ୍ୟବହାର କରିବା ଦ୍ୱାରା ବିଦ୍ୟୁତ୍‌ ଶକ୍ତିର ଘୋର ଅପଚୟ ଘଟୁଛି। ଆମ ଦେଶରେ ଉପଲବ୍ଧ ଅଧିକାଂଶ ବିଦ୍ୟୁତ୍‌ ଶକ୍ତି କୋଇଲାଭିତ୍ତିକ ତାପଜ ବିଦ୍ୟୁତ କେନ୍ଦ୍ରରୁ ଆହରିତ ହୋଇଥାଏ। ପୂଜାରେ ମାତ୍ରାଧିକ କ୍ଷମତା ସମ୍ପନ୍ନ ଆଲୋକବତିର ବ୍ୟବହାର ଦ୍ୱାରା ଆବଶ୍ୟକ ବିଦ୍ୟୁତ୍‌ ଚାହିଦା ପୂରଣ ନିମନ୍ତେ ଦୂରସ୍ଥ ତାପଜକେନ୍ଦ୍ରଠାରେ ଅଧିକ କୋଇଲା ଇନ୍ଧନର ଦହନ ଘଟୁଛି। ଏହି ପ୍ରକ୍ରିୟାରେ ନିର୍ଗତ ଅଙ୍ଗାରକାମ୍ଳ ବାଷ୍ପ ଦ୍ୱାରା ବିଶ୍ୱ ତାପନ ପ୍ରକ୍ରିୟା ତ୍ୱରାନ୍ବିତ ହେବା ସାଙ୍ଗକୁ ଧୂଆଁରେ ନିର୍ଗତ ଗୁଣ୍ଡ ପଦାର୍ଥ ଦ୍ୱାରା ଶ୍ୱାସ ରୋଗ ଭଳି ସ୍ବାସ୍ଥ୍ୟ ସମସ୍ୟାମାନ ସୃଷ୍ଟି ହେଉଛି।
ରାସାୟନିକ ରଙ୍ଗ : ମୂର୍ତ୍ତିକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ରାସାୟନିକ ରଙ୍ଗ ବ୍ୟବହାର କରାଯାଉଛି। ରାସାୟନିକ ରଙ୍ଗ ପ୍ରସ୍ତୁତିରେ ସାଧାରଣତଃ ଅନେକ ଭାରି ଧାତୁ ଯଥା ସୀସା, ପାରଦ, ଜିଙ୍କ୍‌, ମାଙ୍ଗାନିଜ୍‌ ଏବଂ କ୍ରୋମିୟମ୍‌ ଇତ୍ୟାଦି ବ୍ୟବହାର କରାଯାଏ। ଏସବୁ ପଦାର୍ଥ ବାସ୍ତବକ୍ଷେତ୍ରରେ ବିଷାକ୍ତ, ସ୍ବାସ୍ଥ୍ୟ ପାଇଁ ଘୋର କ୍ଷତିକାରକ। ଏସବୁର ସଂସ୍ପର୍ଶରେ କର୍କଟ ଭଳି ମାରାତ୍ମକ ରୋଗ ସୃଷ୍ଟି ହେବାର ଆଶଙ୍କା ରହିଛି। ଜଳରେ ମୂର୍ତ୍ତି ବିସର୍ଜନ ଦ୍ୱାରା ରଙ୍ଗରେ ଥିବା ଏହି ଉପାଦାନସବୁ ଜଳୀୟ ପରିସଂସ୍ଥାକୁ ପ୍ରଦୂଷିତ କରିବା ସହିତ ଜଳୀୟ ଖାଦ୍ୟ ଶୃଙ୍ଖଳରେ ପ୍ରବେଶ କରିଥାନ୍ତି। ଏସବୁ କ୍ରମଶଃ ଖାଦ୍ୟ ଶୃଙ୍ଖଳରେ ଶୀର୍ଷଭାଗକୁ ସ୍ଥାନାନ୍ତରିତ ହୋଇ ସର୍ବୋଚ୍ଚ ଭକ୍ଷକ ମନୁଷ୍ୟ ଶରୀରରେ ପ୍ରବେଶ କରିବାର ଆଶଙ୍କା ସୃଷ୍ଟି ହେଉଛି।
ଜୈବିକ ଓ ଅଜୈବିକ ଆବର୍ଜନା : ମୂର୍ତ୍ତି ବିସର୍ଜନ ସମୟରେ ଟନ୍‌ ଟନ୍‌ ଓଜନର ଫୁଲ, ପତ୍ର, ଭୋଗ, କର୍ପୂର, ଧୂପକାଠି ଇତ୍ୟାଦି ଜୈବିକ ପଦାର୍ଥ ଜଳରେ ମିଶିଥାଏ। ଫଳରେ ଏହାକୁ ଖାଦ୍ୟ ରୂପେ ଗ୍ରହଣ କରି ବିଘଟନ କରୁଥିବା ବ୍ୟାକ୍ଟେରିଆ ଭଳି ଅଣୁଜୀବମାନଙ୍କ ସଂଖ୍ୟା ଜଳ ମାଧ୍ୟମରେ ଆଶାତୀତ ବୃଦ୍ଧିପାଏ। ସେମାନେ ଜଳୀୟ ପରିସଂସ୍ଥାରୁ ଅଧିକାଂଶ ଦ୍ରବୀଭୂତ ଅମ୍ଳଜାନ ଶୋଷି ନିଅନ୍ତି ଏବଂ ମାଛ ଭଳି ଅନ୍ୟ ଦରକାରୀ ଜଳଚର ଜୀବଙ୍କ ପାଇଁ ଦ୍ରବୀଭୂତ ଅମ୍ଳଜାନର ଘୋର ଅଭାବ ପଡେ। ଏହାଦ୍ୱାରା ସମଗ୍ର ଜଳୀୟ ପରିସଂସ୍ଥାରେ ଜୀବନ ବଞ୍ଚତ୍ବାର ସମ୍ଭାବନା ଉପରେ ଆଶଙ୍କା ସୃଷ୍ଟି ହୋଇଥାଏ। ସେହିପରି ମୂର୍ତ୍ତି ପ୍ରସ୍ତୁତିରେ ବ୍ୟବହୃତ ପ୍ଲାଷ୍ଟର୍‌ ଅଫ୍‌ ପ୍ୟାରିସ୍‌, ପୂଜା ସାମଗ୍ରୀ ରୂପେ ବ୍ୟବହୃତ ଥର୍ମୋକଲ୍‌, ପ୍ଲାଷ୍ଟିକ୍‌ ଫୁଲ, ଜରି ଏବଂ ଦେବମୂର୍ତ୍ତିଙ୍କ ଅଙ୍ଗବସ୍ତ୍ର ତିଆରିରେ ବ୍ୟବହୃତ ସଂଶ୍ଳେଷିତ ତନ୍ତୁ (ଯଥା ନାଇଲନ୍‌, ଟେରିଲିନ୍‌ ଇତ୍ୟାଦି)ରୁ ପ୍ରସ୍ତୁତ କପଡା ଭଳି ଅଜୈବିକ ପଦାର୍ଥ ବିଘଟିତ ହୋଇ ସଙ୍ଗେ ସଙ୍ଗେ ଜଳ ମାଧ୍ୟମରେ ମିଶୁ ନଥିବାରୁ ସେଗୁଡିକ କ୍ରମାଗତ ପରିସଂସ୍ଥାରେ ଜମା ହୋଇ ଆବର୍ଜନା ସୃଷ୍ଟି କରୁଛନ୍ତି।
ଗତ ୧୯୯୩ ମସିହାରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କ ଦ୍ୱାରା କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡେ ଯେ, ଏକାକୀ କଲିକତା ସହରରେ ପ୍ରତି ବର୍ଷ ଦୁର୍ଗା ପୂଜା ସମୟରେ ହୁଗୁଳୀ ନଦୀରେ ୧୫,୦୦୦ରୁ ଊର୍ଦ୍ଧ୍ୱ ସଂଖ୍ୟକ ମୂର୍ତ୍ତି ବିସର୍ଜନ କରାଯାଏ। ଏହାଦ୍ୱାରା ଜଳ ଉତ୍ସରେ ୧୬.୮ ଟନ୍‌ ଓଜନର ବାର୍ଣ୍ଣିସ୍‌ ଏବଂ ୩୨ ଟନ୍‌ ଓଜନର କୃତ୍ରିମ ରଙ୍ଗ ମିଶେ। ଫଳରେ ଦଶହରା ସମୟରେ ଜଳ ଉତ୍ସରେ ତେଲ ଓ ଗ୍ରିଜ୍‌ର ମାତ୍ରା ୦.୯୯ ପ୍ରତିଶତ ଏବଂ ଭାରି ଧାତୁର ପରିମାଣ ୦.୧୦୪ ପ୍ରତିଶତ ବୃଦ୍ଧି ପାଉଥିବାର ଜଣାପଡେ।
ଆତସବାଜିର ଆତଙ୍କ : ମୂର୍ତ୍ତି ବିସର୍ଜନ ସମୟରେ ଫୁଟା ଯାଉଥିବା ବାଣ ଓ ଆତସବାଜିରୁ ଅନେକ ବିଷାକ୍ତ ଗ୍ୟାସ୍‌ ଯଥା ସଲ୍‌ଫର୍‌ ଡାଇଅକ୍ସାଇଡ୍‌, ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍‌, କାର୍ବନ୍‌ ମନୋକ୍ସାଇଡ୍‌ ଇତ୍ୟାଦି ନିର୍ଗତ ହୋଇଥାଏ, ଯାହା ବାୟୁ ପ୍ରଦୂଷଣ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ଶ୍ୱାସରୋଗ ଯଥା ଆଜ୍‌ମା ଏବଂ ବ୍ରୋଙ୍କାଇଟିସ୍‌ ଇତ୍ୟାଦି ସୃଷ୍ଟି କରିଥାଏ।
ଶବ୍ଦ ପ୍ରଦୂଷଣ : ପୂଜା ମଞ୍ଚ, ପୂଜା ଅବସରରେ ଆୟୋଜିତ ମେଲୋଡି, ଭସାଣି ସମୟରେ କୋଳାହଳ ଏବଂ ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ବିଭିନ୍ନ ଶବ୍ଦ ଉତ୍ସ ଯଥା ମାଇକ୍‌, ଲାଉଡ୍‌ ସ୍ପିକର୍‌, ଡିଜେ ଇତ୍ୟାଦିର ବ୍ୟବହାର ଆଜିକାଲି ପୂଜାର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଗଲାଣି। ଏସବୁ ଅଧିକ ଡେସିବେଲ୍‌ (ଶବ୍ଦ ତୀବ୍ରତାର ପରିମାପକ) ଯୁକ୍ତ ଧ୍ୱନିି ନିର୍ଗତ କରିଥାନ୍ତି, ଯାହା ଶ୍ରବଣଶକ୍ତିର ଅବକ୍ଷୟ, ଉଚ୍ଚ ରକ୍ତଚାପ, ହୃଦ୍‌ଘାତ, ଅନିଦ୍ରା ଏବଂ ମାନସିକ ଅବସାଦ ଇତ୍ୟାଦି ସ୍ବାସ୍ଥ୍ୟଗତ ସମସ୍ୟାମାନ ସୃଷ୍ଟି କରେ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ପୂଜା ସମୟରେ କୋଳାହଳର ସର୍ବୋଚ୍ଚ ସୀମାକୁ ୬୫ ଡେସିବେଲ୍‌ ମାତ୍ରାରେ ସୀମିତ ରଖାଯାଇଥିଲେ ସୁଦ୍ଧା କେତେକ କ୍ଷେତ୍ରରେ ଭସାଣି ସମୟରେ ଏହା ୧୦୦ ଡେସିବେଲ୍‌ ଟପି ଯାଉଥିବାର ଦୃଷ୍ଟାନ୍ତ ରହିଛି।
ତେଣୁ ମୂର୍ତ୍ତି ପ୍ରସ୍ତୁତିରେ ରାସାୟନିକ ରଙ୍ଗ ପରିବର୍ତ୍ତେ ଦ୍ରୁତ-ବିଘଟନଶୀଳ କିମ୍ବା ପ୍ରାକୃତିକ ଉତ୍ସରୁ ସଂଗୃହୀତ ରଙ୍ଗ (ଯଥା ୱାଟର୍‌ କଲର୍‌, ଖାଦ୍ୟରେ ବ୍ୟବହୃତ ରଙ୍ଗ, ହର୍ବାଲ୍‌ ରଙ୍ଗ ଇତ୍ୟାଦି) ବ୍ୟବହାର କରିବା ଉଚିତ। ମୂର୍ତ୍ତି ଗଠନରେ ପ୍ଲାଷ୍ଟର୍‌ ଅଫ୍‌ ପ୍ୟାରିସ୍‌ ପରିବର୍ତ୍ତେ ମାଟି ବ୍ୟବହାର କରାଯିବା ଉଚିତ। ମଞ୍ଚସଜ୍ଜାରେ ଥର୍ମୋକଲ୍‌ ପରିବର୍ତ୍ତେ ପ୍ରାକୃତିକ ଉତ୍ସରୁ ସଂଗୃହୀତ ସୋଲ ବ୍ୟବହାର କରିବା ଆବଶ୍ୟକ। ସେହିପରି ମୂର୍ତ୍ତିର ଅଙ୍ଗବସ୍ତ୍ର ରୂପେ ବ୍ୟବହୃତ ସଂଶ୍ଳେଷିତ ତନ୍ତୁ ପରିବର୍ତ୍ତେ ପ୍ରାକୃତିକ ତନ୍ତୁ ଯଥା ତୁଳା କିମ୍ବା ସିଲ୍‌କରେ ନିର୍ମିତ ପରିଧାନ ପ୍ରୟୋଗ କରାଯିବା ଉଚିତ। ଭୋଗ ପରଷିବା ପାଇଁ ପ୍ଲାଷ୍ଟିକ ପ୍ଲେଟ୍‌ ପରିବର୍ତ୍ତେ ମାଟି ପାତ୍ର, ଶାଳପତ୍ର କିମ୍ବା କଦଳୀପତ୍ରରେ ତିଆରି ଥାଳି ବ୍ୟବହାର କରାଯିବା ଦରକାର। ପୂଜାରୁ ଉପତ୍ନ୍ନ କଠିନ ଆବର୍ଜନାକୁ ନ ପୋଡି ପ୍ରଦୂଷଣ ବୋର୍ଡର ମାର୍ଗଦର୍ଶିକା ଅନୁସାରେ ବିନିଯୋଗ କରାଯିବା ବିଧେୟ। ଜଳ ପ୍ରଦୂଷଣ ରୋକିବା ନିମନ୍ତେ ମୂର୍ତ୍ତିକୁ ନଦୀଭଳି ପ୍ରବହମାନ ଜଳଧାରାରେ ବିସର୍ଜନ ନ କରି ପୋଖରୀ, ଜଳାଶୟ ଭଳି ଆବଦ୍ଧ ଜଳକ୍ଷେତ୍ର ମଧ୍ୟରେ ବିସର୍ଜନ କରିବା ଉଚିତ। ବିଦ୍ୟୁତ ଶକ୍ତିର ଅପଚୟକୁ ହ୍ରାସ କରିବା ନିମନ୍ତେ ପାରମ୍ପରିକ ବିଜୁଳିବତି ପରିବର୍ତ୍ତେ ଅଧିକ ଦକ୍ଷତା ସମ୍ପନ୍ନ ଏଲ.ଇ.ଡି. ବତି କିମ୍ବା ସୌରଚାଳିତ ବତି ବ୍ୟବହାର କରାଯିବା ଉଚିତ। ଶବ୍ଦ ପ୍ରଦୂଷଣର ମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ସ୍ବଳ୍ପ ଡେସିବେଲ୍‌ଯୁକ୍ତ ଶବ୍ଦ ଉତ୍ସ ଯଥା ଡିଜେ ପରିବର୍ତ୍ତେ ପାରମ୍ପରିକ ବ୍ୟାଣ୍ଡ୍‌, ମେଲୋଡି ପରିବର୍ତ୍ତେ ଭଜନ ସମାରୋହ ଇତ୍ୟାଦି ଆୟୋଜନ କରାଯିବା ଉଚିତ। ମୂର୍ତ୍ତି ଜଳରେ ନିମଜ୍ଜନ ପୂର୍ବରୁ ଫୁଲ, ପତ୍ର ଭଳି ଜୈବିକ ଆବର୍ଜନାକୁ ମୂତ୍ତିରୁ ଅଲଗା କରି ବିସର୍ଜନ କରିବା ଉଚିତ କିମ୍ବା ବିସର୍ଜନ ପରେ ତୁରନ୍ତ ସେଗୁଡିକୁ ଜଳ ଉତ୍ସରୁ କାଢି ନେବା ଆବଶ୍ୟକ।

ନିକୁଞ୍ଜ ବିହାରୀ ସାହ
-ଏଜୁକେଶନ୍‌ ଅଫିସର୍‌, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ : ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri