ବୁଥ୍‌ରେ ପହଞ୍ଚିଲେ ପୋଲିଂ କର୍ମଚାରୀ

ଜଗତ୍‌ସିଂହପୁର ଅଫିସ,୨ା୧୧: ପୋଲିଂ କର୍ମଚାରୀ ବୁଥ୍‌ମୁହାଁ  ହୋଇଛନ୍ତି। କର୍ମଚାରୀମାନେ ସ୍ଥାନୀୟ ଏସ୍‌ଭିଏମ୍‌ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ହୋଇଥିବା ପୋଲିଂ ପାର୍ଟି ପ୍ରେରଣ କେନ୍ଦ୍ରରେ ପହଞ୍ଚିଲା ପରେ ପରେ ସେମାନଙ୍କୁ ବିଭିନ୍ନ ବୁଥ୍‌କୁ ପଠାଇ ଦିଆଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବୁଥ୍‌ ସଂଖ୍ୟା ୨୬୫ରୁ ୩୭୩କୁ ବୃଦ୍ଧି କରାଯାଇଛି। ମୋଟ ୧୯୪୦ ଜଣ ପ୍ରିଜାଇଡିଂ ପୋଲିଂ କର୍ମଚାରୀଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯାଇଛି। ପୋଲିଂ ପାର୍ଟିଙ୍କୁ ୩୭ଟି କାଉଣ୍ଟର ମାଧ୍ୟମରେ ପୋଲିଂ ସାମଗ୍ରୀ ପ୍ରଦାନ କରାଯାଇଛି। ସେମାନଙ୍କୁ ନେବା ଆଣିବା ପାଇଁ ୧୫୭ ବସ୍‌ ବ୍ୟବସ୍ଥା କରାଯାଇଛି।ଏଥିସହ ୩୩ ଜଣ ସେକ୍ଟର ଅଫିସର, ୬୨ ସିଏପିଏଫ୍‌, ୩୭ ୱେବ୍‌ କାଷ୍ଟିଙ୍ଗ୍‌, ୪୦ ମାଇକ୍ରୋ ଅବଜରଭର୍‌ ଓ ୫ଟି ଭିଡିଓଗ୍ରାଫି ଦଳକୁ ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଜିଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର ଏବଂ ଆରକ୍ଷୀ ଅଧୀକ୍ଷକ ପ୍ରକାଶ ଆର୍‌ ମହାବିଦ୍ୟାଳୟରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଛନ୍ତି। ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ପି. ରାଜେନ୍ଦ୍ର ଚୋଲନ୍‌ ପୂର୍ବାହ୍ନରେ ଏସ୍‌ଭିଏମ୍‌ ସ୍ବୟଂଶାସିତ ମହାବିଦ୍ୟାଳୟରେ ପହଞ୍ଚି କାଉଣ୍ଟରଗୁଡିକ ବୁଲି ଦେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସ୍ଥିତି ସମ୍ପର୍କରେ ନଡ୍ଡାଙ୍କୁ ଜଣାଇଲେ ସମୀର

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ରାଜ୍ୟ ସଭାପତି ସମୀର ମହାନ୍ତି ଗତ ବୁଧବାର ନୂଆଦିଲ୍ଲୀଠାରେ ସାକ୍ଷାତ୍‌ କରିଛନ୍ତି। ଆଲୋଚନା ବେଳେ ସାମ୍ପ୍ରତିକ ରାଜନୈତିକ...

ଜାତୀୟ ରାଜପଥ ପାଇଁ ଅର୍ଥନୈତିକ ଅବରୋଧ: ଚେତାବନୀମରଣଯନ୍ତା ପାଲଟିଛି ଜାତୀୟ ରାଜପଥ ୩୫୩

ନୂଆପଡା ଅଫିସ,୨୦ା୫: ନୂଆପଡା ଜିଲାର ଲାଇଫ ଲାଇନ କୁହାଯାଉଥିବା ନୂଆପଡା-ଖଡିଆଳ ୩୫୩ ନମ୍ବର ଜାତୀୟ ରାଜପଥ ନିର୍ମାଣ କାମ ଆଜକୁ ୫/୬ବର୍ଷ ଆରମ୍ଭ ହୋଇଥିଲେ ହେଁ...

ପଶୁପକ୍ଷୀଙ୍କୁ ବଣ୍ଟାହେଲା ଜବତ ଜଳଖିଆ, ମିଠା

ଯାଜପୁର ଅଫିସ,୧୮ା୪: ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ ଦର୍ପଣୀଗଡ଼ ବଜାରରେ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଚଢାଉ କରି ୩ଟି ଦୋକାନକୁ ସିଲ କରାଯାଇଛି।...

ଆଜି ମାଘ ଷଷ୍ଠୀ : ସ୍ନାନମଣ୍ଡପକୁ ବିଜେ ହେବେ ୩ ମହାଦେବ

କୋଣାର୍କ,୩୧।୧(ଡି.ଏନ୍‌.ଏ.): ଚନ୍ଦ୍ରଭାଗାରେ ମାଘ ସପ୍ତମୀ ବୁଡ଼ ନିମନ୍ତେ ପୁରୀ ଜିଲା ପ୍ରଶାସନ ଓ କୋଣାର୍କ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଶ୍ରଦ୍ଧାଳୁଙ୍କ ସ୍ନାନ...

କଂଗ୍ରେସର ଭରସା ସାଜିଛି ଗ୍ୟାରେଣ୍ଟି କାର୍ଡ: ହାତରେ ଧରି ଭୋଟରଙ୍କୁ ବୁଝାଉଛନ୍ତି ନେତା

ବାଲେଶ୍ୱର ଅଫିସ,୧୭।୪-ଚଳିତ ନିର୍ବାଚନରେ କଂଗ୍ରେସର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ତଥା ବିଧାନସଭା ପ୍ରାର୍ଥୀମାନଙ୍କର ଭରସା ସାଜିଛି ଗ୍ୟାରେଣ୍ଟି କାର୍ଡ। ଯୁବକ, ମହିଳା ଏବଂ ଚାଷୀମାନଙ୍କ...

ଗ୍ରାମବାସୀଙ୍କ ରାସ୍ତା ଅବରୋଧ: ମାଳିସାହି ପଞ୍ଚାୟତରେ ଉତ୍ତେଜନା

ନୟାଗଡ଼ ଅଫିସ,୫।୨: ନୟାଗଡ଼ ସଦର ଥାନା ମାଳିସାହି ପଞ୍ଚାୟତରେ ଉତ୍ତେଜନା ପ୍ରକାଶ ପାଇଛି। ରାସ୍ତାରେ ଗଛ ଓ ପଥର ପକାଇ ହଜାର ହଜାର ଗ୍ରାମବାସୀ ଅବରୋଧ...

ସ୍ତ୍ରୀଙ୍କୁ କୁରାଢ଼ୀରେ ଛେଚି ହତ୍ୟା କଲେ ସ୍ବାମୀ

ବାରିପଦା ଅଫିସ,୨୦।୧୧: ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ମାଳିହତା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଶିବପ୍ରସାଦ ମହାନ୍ତ ସ୍ତ୍ରୀ ପାର୍ବତୀ...

ଆଭ୍ୟନ୍ତରୀଣ ଅଞ୍ଚଳବାସୀଙ୍କୁ ବୋଟ୍‌ ଯୋଗାଇବେ ଆନନ୍ଦ ମହିନ୍ଦ୍ରା

ମାଲକାନଗିରି,୨୨ା୧୦(ଡି.ଏନ୍‌.ଏ.)-ମାଲକାନଗିରି ଜିଲାରେ ଅନେକ ଆଭ୍ୟନ୍ତରୀଣ ଅଞ୍ଚଳରେ ବନ୍ୟା ସମୟରେ ନଦୀ ପାରହୋଇ ଅଞ୍ଚଳବାସୀ ଯାତାୟାତ ପାଇଁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏପରିକି ଲାଉତୁମ୍ବା, କଦଳୀ ଗଛର...

Advertisement
Archives

Model This Week