ଗୋଇନ୍ଦା ଚିଠିକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ବର,୧ା୫(ବ୍ୟୁରୋ): ହନୁମାନ ଜୟନ୍ତୀରେ ହିଂସା ଉପୁଜିପାରେ ବୋଲି ଗୋଇନ୍ଦା ବିଭାଗ ପୂର୍ବରୁ ରିପୋର୍ଟ ଦେଇଥିବା ଜଣାପଡ଼ିବା ପରେ ଏବେ ରାଜ୍ୟ ରାଜନୀତି ଜୋର୍‌ ଧରିଛି। ହନୁମାନ ଜୟନ୍ତୀରେ ସମ୍ବଲପୁରରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ତେବେ ଏହାର ଦିନକ ପୂର୍ବରୁ ଅର୍ଥାତ୍‌ ଗତ ୧୧ ତାରିଖ ଦିନ ଗୋଇନ୍ଦା ବିଭାଗ(ସ୍ପେଶାଲ ବ୍ରାଞ୍ଚ) ଏସ୍‌ପି ସମ୍ବଲପୁରର ଏସ୍‌ପିଙ୍କୁ ଚିଠି ଲେଖି ଏନେଇ ସତର୍କ କରାଇଥିଲେ। ବାଇକ୍‌ ଶୋଭାଯାତ୍ରା ଯେଉଁ ରାସ୍ତା ଦେଇ ଯିବ ଉକ୍ତ ରାସ୍ତାରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କ ସଂଖ୍ୟା ବହୁତ ଅଧିକ ଅଛି। ତେଣୁ ବାଇକ୍‌ ଶୋଭାଯାତ୍ରା ସମୟରେ ସ୍ଲୋଗାନ ଦେବାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଦୁଇ ସମ୍ପ୍ରଦାୟ ମଧ୍ୟରେ ବିଦ୍ୱେଷ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହି ଚିଠିର ନକଲ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଏଡିଜି ଆଇନଶୃଙ୍ଖଳା, ଉତ୍ତରାଞ୍ଚଳ ଆଇଜିଙ୍କ ସହିତ ପୋଲିସ ବିଭାଗର ଅନ୍ୟ କେତେଜଣ ବରିଷ୍ଠ ଅଧିକାରୀଙ୍କ ପାଖକୁ ମଧ୍ୟ ପଠାଯାଇଥିଲା। ହେଲେ ଏହାପରେ ମଧ୍ୟ ହିଂସାକାଣ୍ଡ ଦେଖାଦେଲା। ଏଥିଲାଗି ଜିଲା ପୋଲିସ୍‌ କି ରାଜ୍ୟ ସରକାର ଦାୟୀ ତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ଏଭଳି ସ୍ଥିତିରେ ଭାଜପାର ୪ ଜଣିଆ ଟିମ୍‌ ସୋମବାର ଓଡ଼ିଶା ଗସ୍ତରେ ଆସି ସମ୍ବଲପୁର ହିଂସା ଘଟଣାର ରିପୋର୍ଟ ପ୍ରସ୍ତୁତ କରି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ପ୍ରଦାନ କରିବେ। ହେଲେ ହିଂସାକୁ ନେଇ ଭାଜପା, କଂଗ୍ରେସ ସିଧାସଳଖ ବିଜେଡିକୁ ଟାର୍ଗେଟ କରିଥିବା ବେଳେ ଶାସକ ଦଳ ପାଲଟା ଜବାବ ରଖିଛି।
ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କଠାରୁ ଆରମ୍ଭକରି ତଳ ପର୍ଯ୍ୟନ୍ତ ସମସ୍ତେ ରିପୋର୍ଟ ଯଦି ଦେଇଥିଲେ ତାକୁ କାର୍ଯ୍ୟକାରୀ କାହିଁକି କରାଗଲା ନାହିଁ। ଏଥିରେ ଅସୁବିଧା କ’ଣ ଥିଲା। କେନ୍ଦ୍ର ସରକାର କ’ଣ ମନା କରିଥିଲେ ସାହାଯ୍ୟ କରିବାକୁ। ତମର ଯଦି ଫୋର୍ସ ନ ଥିଲେ ତେବେ କେନ୍ଦ୍ରକୁ କାହିଁକି ସିଆର୍‌ପିଏଫ ଫୋର୍ସ ମାଗିଲ ନାହିଁ। ଯଦି ଉପଯୁକ୍ତ ବ୍ୟବସ୍ଥା କରିଥାଆନ୍ତେ ତେବେ ଏଭଳି ଅଭାବନୀୟ ଅବସ୍ଥା ହୋଇ ନ ଥାଆନ୍ତା। ଆଇଆଇସି ତାଙ୍କ ରିପୋର୍ଟରେ ଯାହା ଲେଖିଛନ୍ତି ଏବଂ ଏସ୍‌ପି ଯାହା ସ୍ବୀକାର କରିଛନ୍ତି ସରକାର ତାକୁ କାର୍ଯ୍ୟକାରୀ କରିବାର ସତସାହସ ଦେଖାନ୍ତୁ ବୋଲି ସେ କହିଛନ୍ତି।
କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଗୋଇନ୍ଦା ରିପୋର୍ଟ ଦେବା ସତ୍ତ୍ୱେ ସରକାର କାହିଁକି ତାହାକୁ ଗୁରୁତର ସହକାରେ ନେଲେ ନାହିଁ। ଯେଉଁ ଲୋକମାନେ ସେଥିଲାଗି ଦାୟୀ ସେମାନଙ୍କ ଉପରେ ସରକାର କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାକୁ ଦେଖାଯାଉଛି। ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି, ତେଣୁ ତାଙ୍କ ଦାୟିତ୍ୱ ଏସବୁ ଠିକ୍‌ ଭାବେ ଚଲାଇବା କଥା। ସେ ତାଙ୍କ ଦାୟିତ୍ୱ ଠିକ୍‌ ଭାବେ ତୁଲାଇ ପାରୁନାହାନ୍ତି ବୋଲି ଶରତ କହିଛନ୍ତି।
ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, ୨୪ ବର୍ଷର ଶାସନରେ ଅନ୍ୟ ରାଜ୍ୟଗୁଡ଼ିକ ସହ ତୁଳନା କଲେ ଓଡ଼ିଶାରେ ସାମ୍ପ୍ରଦାୟିକ ହିଂସା ବହୁତ କମ୍‌। ତେଣୁ ସେହି ଅନୁସାରେ ତାକୁ ଭଙ୍ଗ କରିବାକୁ ଯଦି କିଏ ଚେଷ୍ଟା କରେ ତେବେ ଲୋକମାନେ ତା’ର ଜବାବ ଦେବେ। ଯଦି ରାଜ୍ୟରେ ଶାନ୍ତି ଏବଂ ଶୃଙ୍ଖଳା ଠିକ୍‌ ନ ଥାଆନ୍ତା ତେବେ ବିଦେଶରୁ ନିବେଶକ ଆସିି ଏଠାରେ କୋଟି କୋଟି ଟଙ୍କାର ନିବେଶ କରିବା ଲାଗି ମନ ବଳାଉ ନ ଥାଆନ୍ତେ। ଯଦି କୌଣସି ଶକ୍ତି ରାଜ୍ୟରେ ଶାନ୍ତି ଭଙ୍ଗ କରି ନିବେଶକମାନଙ୍କୁ ଆସିବାରେ ହଇରାଣ କରନ୍ତି ତେବେ ଷଡ଼ଯନ୍ତ୍ରକାରୀଙ୍କୁ ରାଜ୍ୟବାସୀ ଉଚିତ ଜବାବ ଦେବେ ବୋଲି ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri