ଗୋଳନ୍ଥରା ତୈଳ ଡିପୋ ନେଇ ରାଜନୀତି

ବ୍ରହ୍ମପୁର ଅଫିସ,୧୦ା୨: ଗଞ୍ଜାମ ଜିଲା ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଇଲୁଣ୍ଡା ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୧୮ରେ ଭୋଟଗ୍ରହଣ ହେବ। ଆଉ ମାତ୍ର ୮ ଦିନ ଥିବାରୁ ସବୁ ଦଳର ପ୍ରଚାର ଜୋରଦାର ହୋଇଛି। ଏହି ବ୍ଲକରେ ୩ ଜିଲା ପରିଷଦ ଜୋନ୍‌ ଅଛି। ସବୁ ଜୋନ୍‌ରେ ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଭାଜପା ମଧ୍ୟରେ କଡ଼ା ମୁକାବିଲା ହେଉଛି। କଂଗ୍ରେସ ମଧ୍ୟ ୩ଟି ଯାକ ଜୋନ୍‌ରେ ଲଢ଼େଇ କରୁଛି। ତେଣୁ ବ୍ଲକର ସମସ୍ତ ୩୨ ପଞ୍ଚାୟତରେ ଭୋଟ ପ୍ରଚାର ସରଗରମ ହୋଇଯାଇଛି। ନିର୍ବାଚନ ବେଳେ ଗୋଳନ୍ଥରାରେ
ତୈଳ ଡିପୋ ପ୍ରସଙ୍ଗ ଉଠିଛି। ବିଜେଡି ଏହାକୁ ନେଇ ପ୍ରଚାର କରୁଛି। ତେଣୁ ଭାଜପାକୁ ଅଡ଼ୁଆ ହୋଇଛି।
ସୂଚନାଯୋଗ୍ୟ, ୨୦୧୭ ପଞ୍ଚାୟତ ନିର୍ବାଚନୀ ପ୍ରଚାର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରଙ୍ଗେଇଲୁଣ୍ଡା ବ୍ଲକକୁ ଆସିଥିଲେ। ସେତେବେଳେ ସେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଥିଲେ। କନିଷି ହାଟ ନିକଟ ପଡ଼ିଆରେ ଆୟୋଜିତ ସଭାରେ ଖୁବଶୀଘ୍ର ଗୋଳନ୍ଥରାରେ ଆଇଓସିଏଲ, ବିପିସିଏଲ ଓ ଏଚପିସିଏଲ ମିଳିତ ତୈଳ ଡିପୋ ପ୍ରତିଷ୍ଠା ହେବାର ଘୋଷଣା କରିଥିଲେ। ଏ ବାବଦରେ ପ୍ରାୟ ୩୦ ହଜାର କୋଟି ଟଙ୍କା ବ୍ୟୟ ହେବା ଦର୍ଶାଇଥିଲେ। ମନ୍ତ୍ରୀଙ୍କ ଭାଷଣ ଶୁଣି ଅଞ୍ଚଳବାସୀ ଖୁସି ହୋଇଥିଲେ। ଏହାଦ୍ୱାରା ବହୁ ସଂଖ୍ୟକ ଲୋକଙ୍କୁ କାମଧନ୍ଦା ମିଳିବା ସହ ଜିଲାର ଅର୍ଥନୀତି ବିକାଶ ଲାଗି ସହାୟକ ହେବାର ଆଶା ପ୍ରକଟ କରିଥିଲେ। ଘୋଷଣାର ଏବେ ୫ ବର୍ଷ ବିତିଛି ଏବଂ ଡିପୋର ନଁା ଗନ୍ଧ ନ ଥିବାରୁ ଅସନ୍ତୋଷ ବଢ଼ିଛି। ଅପରପକ୍ଷରେ ଦୀର୍ଘ ବର୍ଷ ତଳୁ ବ୍ରହ୍ମପୁର ରେଳଷ୍ଟେଶନ ପାର୍ଶ୍ୱରେ ଥିଲା ତୈଳ ଡିପୋ। ଗୋଳନ୍ଥରାକୁ ଦୃଷ୍ଟିରେ ରଖି ସେଠାରୁ ହଟାଇ ଦିଆଗଲା। ଫଳରେ ଏହା ଉପରେ ନିର୍ଭର କରୁଥିବା ଶତାଧିକ ଶ୍ରମିକଙ୍କ ପେଟପାଟଣାକୁ ପ୍ରଭାବିତ ସାଙ୍ଗକୁ ଟ୍ୟାଙ୍କ ମାଲିକଙ୍କ କ୍ଷତି ଘଟିଲା। ପରବର୍ତ୍ତୀ ପର୍ଯ୍ୟାୟରେ ପେଟ୍ରୋଲ ଓ ଡିଜେଲ ଗଞ୍ଜାମ ସମେତ ଦକ୍ଷିଣାଞ୍ଚଳ ଜିଲାଗୁଡ଼ିକ ନିମନ୍ତେ ଜଟଣୀ ଓ ପାରାଦୀପରୁ ଆସୁଛି। ଫଳରେ ପରିବହନ ଖର୍ଚ୍ଚ ବଢ଼ିବାରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼ ହେଉଛି। ତେଣୁ ଜନ ଅସନ୍ତୋଷ ଅବ୍ୟାହତ ରହିଛି। ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଉଛି। ଏବେ ପଞ୍ଚାୟତ ନିର୍ବାଚନରେ ବିଜେଡି ପକ୍ଷରୁ ଏହାକୁ ପ୍ରସଙ୍ଗ କରାଯାଇଛି। ଭାଜପାକୁ କାଠଗଡ଼ାରେ ଠିଆ କରିଛି। ଜିଲା ପ୍ରଶାସନ ପକ୍ଷରୁ ଜମି ଯୋଗାଇ ଦିଆ ନ ଯିବାରୁ ଗୋଳନ୍ଥରାରେ ହୋଇପାରି ନ ଥିବା କାଉଣ୍ଟର ପ୍ରଚାର କରୁଛି ଭାଜପା।
ଭାଜପା ନେତାଙ୍କ କହିବାନୁସାରେ ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ନିକଟରେ ଟାଟା କମ୍ପାନୀର ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍‌(ଏସ୍‌ଇଜେଡ)ପରିସରରେ ତୈଳ ଡିପୋ ସ୍ଥାପନ ଲାଗି ପଦକ୍ଷେପ ନିଆଯାଇଛି। ତେବେ ଏହାକୁ ନେଇ ବିଜେଡି ରଜାନୀତି କରଣରେ ଅଯଥା ଅପପ୍ରଚାର କରୁଛି। ଏହାର ଜବାବରେ ବିଜେଡି ନେତା କହିବାନୁସାରେ ଏସ୍‌ଇଜେଡ ଏବେବି ଅସମ୍ପୂର୍ଣ୍ଣ ଥିବାରୁ ଅନିଶ୍ଚିତ ହୋଇଯାଇଛି। ଅନ୍ୟପକ୍ଷରେ ବ୍ଲକର ୩୨ ପଞ୍ଚାୟତରେ ଶାସକ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବହୁମୁଖୀ ବିକାଶ ଯୋଜନାର ବାର୍ତ୍ତା ଘରେ ଘରେ ବାଣ୍ଟୁଥିବା ବେଳେ ରାଜ୍ୟ ସରକାରଙ୍କ ଅପାରଗ ଓ ଭ୍ରଷ୍ଟ ଶାସନ ସମ୍ପର୍କରେ ଗଁା ଗଣ୍ଡା ଲୋକଙ୍କୁ ସଚେତନ କରାଇ
ଭାଜପା ଭୋଟ ମାଗୁଛି। ଏହି ବ୍ଲକର ସବୁ ଜୋନ ଓ ପଞ୍ଚାୟତରେ କଂଗ୍ରେସ ପ୍ରାର୍ଥୀ ଦେଇଥିଲେ ମଧ୍ୟ ପ୍ରଚାର କ୍ଷେତ୍ରରେ ପଛରେ ପଡ଼ିଛି। ବିଜେଡି ଓ ଭାଜପା ମଧ୍ୟରେ ଭୋଟ ଯୁଦ୍ଧ ଘମାଘୋଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋପାଳପୁର ଚିନ୍ତାରେ ବିଜେଡି: ପ୍ରଦୀପଙ୍କ ପଛେ ପଛେ ଭାଜପାରେ ସାମିଲ ହେଉଛନ୍ତି କର୍ମୀ

ଗୋପାଳପୁର,୨୮।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ତାତି ସେତେ ବଢୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରା ସ୍ଥିତ...

ନୀଳ ବିପ୍ଳବର ସାରଥି ସୁରେଶନ

ବ୍ରହ୍ମପୁର,୨୮ା୩(ସ୍ମୃତି ରଞ୍ଜନ ମହାଲିକ)ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ତରେଇପାଟପୁର ଗ୍ରାମର ସୁରେଶନ ବେହେରା। ବୟସ ୪୪। ଶିକ୍ଷାଗତ ଯୋଗ୍ୟତା ୭ମ ପାସ। ମାଛ ଯାଆଁଳ ଉତ୍ପାଦନ...

ମୁହାଣରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ହରିପୁର ମୁହାଣରେ ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ ନୂଆ ଗୋଳାବନ୍ଦ ଗ୍ରାମର...

ସୁବାସଙ୍କ ଉପରେ ପୁଣି ଭରସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୨୭ା୩(ଦିଲ୍ଲୀପ ସାମଲ): ରାଜ୍ୟର ବିଭିନ୍ନ ବିଧାନସଭା ମଣ୍ଡଳୀର ଆସନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ବିଭିନ୍ନ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡି...

ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ: ଶଳା-ଭିଣୋଇଙ୍କୁ ବାନ୍ଧିଲା ପୋଲିସ

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଅଞ୍ଚଳରେ ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ବୁଧବାର ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ...

ବିଧାୟକ ଟିକେଟ୍‌ ମିଳିବା ପରେ ଖୁସିରେ ନାଚିଲେ ସମର୍ଥକ

ସୋରଡା,୨୭।୩ (ଲମ୍ବୋଦର ପାଣିଗ୍ରାହୀ): ବିଜୁ ଜନତା ଦଳର ସୋରଡା ବିଧାୟୀକା ପ୍ରାର୍ଥୀ ଭାବେ ଏଠାକାର ପୂର୍ବତନ ଏନଏସି ଅଧ୍ୟକ୍ଷା ତଥା ବିଧାୟକ ପୂର୍ଣ୍ଣଚନ୍ଦ୍ର ସାଇଁଙ୍କ ଧର୍ମପତ୍ନୀ...

ହୋଲିରେ ଅଘଟଣ: ପୋଖରୀରେ ବୁଡି ଜଣେ ବ୍ୟକ୍ତି ମୃତ

ଛତ୍ରପୁର, ୨୬।୩ (ଦିଲ୍ଲୀପ ସାମଲ) : ହୋଲି ଖେଳି ସାରି ଗାଧୋଇବାକୁ ଯାଉଥିବା ବେଳେ ଅଘଟଣ। ଚମାଖଣ୍ଡି ଥାନା ଅନ୍ତର୍ଗତ ମାଙ୍ଗୁଆରୀପେଟା ଗ୍ରାମରେ ଥିବା ଏକ...

ଛତ୍ରପୁର ବିଧାୟକଙ୍କ ଜନସମ୍ପର୍କ ଯାତ୍ରା ଦଳୀୟ ସଙ୍ଗଠନ ନେଇ…

ଗଞ୍ଜାମ,୨୬।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଦୋଳପୂର୍ଣ୍ଣିମା ଯାତ୍ରା ଚାଲିଥିବା ବେଳେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଶତାଧିକ ଯୁବକଙ୍କ ସହ ଜନସମ୍ପର୍କ ପଦଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri