ରାଜନୀତି ମନସ୍କ

Dillip Cherian

ବାବୁମାନେ ରାଜନୀତିରେ ଯୋଗଦେବା ଧାରା ପୁନର୍ବାର ଆରମ୍ଭ ହୋଇଯିବା ପୂର୍ବରୁ ସେମାନଙ୍କ ପାଇଁ ଏକ ବାଧ୍ୟତାମୂଳକ କୁଲିଂ ଅଫ୍‌ ପିରିୟଡ୍‌ ପାଇଁ ଦାବି ହୋଇଛି। ଉତ୍ତରପ୍ରଦେଶରେ ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଆଖିତ୍ଆଗରେ ରଖି ରାଜ୍ୟର ଦୁଇ ବରିଷ୍ଠ ବାବୁ ସ୍ବେଚ୍ଛାକୃତ ଅବସର (ଭିଆର୍‌ଏସ୍‌) ନେଇ ରାଜନୀତିରେ ଯୋଗ ଦେବା ପାଇଁ ନିଷ୍ପତ୍ତି ନେଲା ପରେ ଏ କଥା ଉଠିଛି। ନିର୍ବାଚନ ଆଚରଣ ବିଧି ଲାଗୁ ହେବାର କିଛି ଘଣ୍ଟା ପରେ କାନପୁର ପୋଲିସ କମିଶନର ଅସିମ ଅରୁନ ଆଇପିଏସ୍‌ରୁ ଭିଆର୍‌ଏସ୍‌ ନେବା ପାଇଁ ଆବେଦନ କରିଥିବା ବିଷୟ ଘୋଷଣା କରିଥିଲେ। ୧୯୯୪ ବ୍ୟାଚ୍‌ର ଏହି ଅଧିକାରୀଙ୍କୁ କନୌଜ ସଦର ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ କରିବାକୁ ଭାଜପା ଚାହଁୁଛି ବୋଲି ପ୍ରକାଶ ପାଇବା ପରେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଠିକ୍‌ ସେହି ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଯୁଗ୍ମ ନିର୍ଦ୍ଦେଶକ ରାଜେଶ୍ୱର ସିଂ ତାଙ୍କ ଭିଆର୍‌ଏସ୍‌ ଆବେଦନ ଗ୍ରହଣ କରାଯାଇଛି ବୋଲି କହିଛନ୍ତି। କୁହାଯାଉଛି,ସାହିବାବାଦ ନିର୍ବାଚନମଣ୍ଡଳୀରୁ ସିଂ ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି। ସିଂ ୨୦୦୯ରେ ଇଡିରେ ଯୋଗ ଦେଇଥିଲେ ଓ ୨୦୧୫ରେ ଇଡି କ୍ୟାଡରଭୁକ୍ତ ହୋଇଥିଲେ। ଗତବର୍ଷ ସରକାରୀ ଅଧିକାରୀମାନେ ଅବସର ନେଇ ଘରୋଇ ସେକ୍ଟର ଚାକିରିରେ ଯୋଗ ଦେବା ପୂର୍ବରୁ ସେମାନଙ୍କ ପାଇଁ କୁଲିଂ ଅଫ୍‌ ପିରିୟର୍ଡ ଅନିବାର୍ଯ୍ୟ ବୋଲି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ( ସିଭିସି) କହିଥିତ୍ଲା। ହେଲେ ବାବୁମାନଙ୍କ ରାଜନୀତିରେ ଯୋଗଦେବା ବିଷୟରେ ସେ ସମୟରେ ସିଭିସି ଚିନ୍ତା କରି ନ ଥିଲା। ତେବେ ବର୍ତ୍ତମାନ ସିଭିଲ୍‌ ସର୍ଭିସ ଛାଡି ରାଜନୀତିରେ ଯୋଗ ଦେଉଥିବା ବାବୁମାନଙ୍କ ସଂଖ୍ୟାକୁ ଲକ୍ଷ୍ୟ କରି ଏ ସମ୍ପର୍କରେ ଚିନ୍ତା କରାଯିବା ଉଚିତ।
ଖ୍ୟାତିରେ କ୍ଷତି
ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତବେଳେ ସୁରାକ୍ଷା ତ୍ରୁଟିକୁ ନେଇ କେନ୍ଦ୍ର ଓ ପଞ୍ଜାବ ସରକାରଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଛି। ଫିରୋଜପୁର ଅଞ୍ଚଳରେ ପ୍ରଧାନମନ୍ତ୍ରୀଙ୍କ ଗାଡି ଏକ ଫ୍ଲାଏଓଭର ଉପରେ ୨୦ ମିନିଟ୍‌ ଅଟକି ରହିଥିଲା। ଏହି ଘଟଣା ଫିରୋଜପୁରର ଏସ୍‌ଏସ୍‌ପି ହରମନଦୀପ୍‌ ସିଂ ହଂସଙ୍କ ଅଧିକାର କ୍ଷେତ୍ର ହୋଇଥିବାରୁ ତାଙ୍କ ସମେତ ୯ ଜଣ ଆଇପିଏସ୍‌ଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି। ଏହାବାଦ୍‌ ପଞ୍ଜାବର ପୋଲିସ ମହାନିର୍ଦ୍ଦେଶକ ସିଦ୍ଧାର୍ଥ ଚଟୋପାଧ୍ୟାୟଙ୍କ ଜାଗାରେ ବୀରେଶ କୁମାର ଭଓ୍ବରାଙ୍କୁ ଦୁଇ ବର୍ଷ ପାଇଁ ଅବସ୍ଥାପିତ କରାଯାଇଛି। ରାଜ୍ୟ ନିର୍ବାଚନର କିଛି ସପ୍ତାହ ଓ ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ଠିକ୍‌ ପୂର୍ବରୁ ଏଭଳି ନିଯୁକ୍ତି ଦିଆଯାଇଛି। ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାର ତ୍ରୁଟି ଉପରେ ତଦନ୍ତ କରିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ( ଏମ୍‌ଏଚ୍‌ଏ) ସଚିବ (ସୁରକ୍ଷା), କ୍ୟାବିନେଟ ସେକ୍ରେଟାରିଏଟ୍‌ ସୁଧୀର ସକ୍‌ସେନାଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ କମିଟି ଗଠନ କରିଛି। ଏଥିରେ ରହିଛନ୍ତି ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି)ର ଯୁଗ୍ମ ନିର୍ଦ୍ଦେଶକ ବଲବୀର ସିଂ ଏବଂ ଏସ୍‌ପିଜିର ଆଇଜି ଏସ୍‌. ସୁରେଶ। ଏସ୍‌ପିଜିଙ୍କୁ ଦୋଷ ଦେଉଥିବା ଚନ୍ନି ମଧ୍ୟ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ମହତାବ ସିଂ ଗିଲଙ୍କ ନେତୃତ୍ୱରେ ତାଙ୍କ ତଦନ୍ତ କିମଟି ଗଠନ କରିଛନ୍ତି। କିନ୍ତୁ ସୁପ୍ରିମକୋର୍ଟ ଉକ୍ତ ମାମଲାରେ ଆଗକୁ ଆସିବା ପରେ ଏହି କମିଟି ସ୍ଥଗିତ ରହିଛି। ପୁନଶ୍ଚ ଏମ୍‌ଏଚ୍‌ଏ ପଞ୍ଜାବ ପୋଲିସ ଅଧିକାରୀଙ୍କ ବିରୋଧରେ ଏସ୍‌ପିଜି ଆକ୍ଟ ପ୍ରୟୋଗ କରିବାର ବହୁ ସମ୍ଭାବନା ରହିଛି ଏବଂ କେନ୍ଦ୍ର ସେମାନଙ୍କୁ ଦିଲ୍ଲୀ ଡକାଇଛି। ନିଜର ରାଜନୈତିକ ଶ୍ରେଷ୍ଠତା ପ୍ରତିପାଦନ କରିବା ଦୌଡ଼ ମଧ୍ୟରେ ଅଧିକାରୀମାନେ କଠୋର ଦଣ୍ଡ ପାଇବେ କିମ୍ବା ସେମାନଙ୍କ ଚାକିରି ହରାଇବାର ସମ୍ଭାବନା ରହିଛି। ପଞ୍ଜାବ ଓ କେନ୍ଦ୍ର ସମ୍ପର୍କରେ ଆଉ ଅଧିକ କ୍ଷତି ହେବା ପୂର୍ବରୁ ଏହାକୁ ରୋକାଯିବା ଦରକାର। ଏହି ବିଷୟରେ ଏସ୍‌ପିଜି, ଏମ୍‌ଏଚ୍‌ଏ ଏବଂ ଆଇପିଏସ୍‌ଙ୍କ ଖ୍ୟାତିରେ ଯେଉଁ କ୍ଷତି ହୋଇଛି ତାହା ଭରଣା କରିହେବ ନାହିଁ କି ଭୁଲି ହେବ ନାହିଁ।
ବିବାଦର ଭଉଁରି
କେରଳ ସରକାର ଅମଲାତନ୍ତ୍ରୀ ଏମ୍‌. ଶିବଶଙ୍କରଙ୍କୁ ପୁନର୍ବାର ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶିବଶଙ୍କରଙ୍କୁ ବଡ଼ ଧରଣର ସୁନା ଚୋରା କାରବାର ଅଭିଯୋଗରେ ନିଲମ୍ବନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନ ଏକ ସରକାରୀ ସୁପାରିସକୁ ସ୍ବୀକୃତି ଦେବା ପରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଭି.ପି.ଜୋୟ ନିଲମ୍ବନ ଆଦେଶ ପ୍ରତ୍ୟାହାର ଉପରେ ଏକ ନିର୍ଦ୍ଦେଶନାମା ଜାରି କରଛନ୍ତି। ନିଲମ୍ବନ ହେବା ସମୟରେ ବିଜୟନଙ୍କ ପ୍ରମୁଖ ସଚିବ ଥିଲେ ଶିବଶଙ୍କର । ସୁନା ଚୋରା କାରବାର ମମଲାରେ ସେ ମୁଖ୍ୟ ଅଭିଯୁକ୍ତଙ୍କୁ ଭେଟିବା ଅଭିଯୋଗର ତଦନ୍ତ ପରେ ତାଙ୍କୁ ୨୦୨୦ ଜୁଲାଇରେ ଚାକିରିରୁ ନିଲମ୍ବନ କରାଯାଇଥିତ୍ଲା। ଏବେ ତାଙ୍କ ନିଲମ୍ବନ ପ୍ରତ୍ୟାହାର କରାଯାଇଛି ଓ ସେ ଚାକିରିକୁ ଫେରିବେ। ସୂତ୍ରରୁ ଜଣାପଡ଼ିଛି ଯେ,ଶିବଶଙ୍କରଙ୍କ ନିଲମ୍ବନ ଜୁଲାଇ ୨୦୨୧ରୁ ଶେଷ ହୋଇଯାଇଥିତ୍ଲେ ମଧ୍ୟ ତାହାକୁ ଆଉ ୬ ମାସ ପାଇଁ ବଢାଯାଇଥିଲା। ସେ ଜେଲରେ ୯୮ ଦିନ ରହିବା ପରେ ୪ ଫେବୃୟାରୀ୨୦୨୧ରେ ଜାମିନରେ ଆସିଥିଲେ। ଏହା ପୂର୍ବରୁ ମଧ୍ୟ ଆଇଟି ସଚିବ ଭାବେ କୋଭିଡ୍‌ ରୋଗୀଙ୍କ ଡାଟା ଟ୍ରାନ୍ସଫର ଅନିୟମିତତା ଅଭିଯୋଗରୁ ଶିବଶଙ୍କରଙ୍କୁ ପୂର୍ବତନ ଆଇନ ସଚିବ କେ. ଶଶିଧରନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦୋଷମୁକ୍ତ କରିଥିଲା। ସ୍ପଷ୍ଟତଃ, ବିବାଦର ଭଉଁରିରେ ପକାଇ ତାଙ୍କୁ ସମ୍ପୂର୍ଣ୍ଣ ଅଟକା ଯାଇପାରିନାହିଁ। ସେ ଦଣ୍ଡରୁ ରକ୍ଷା ପାଇଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri