ରାଜନୀତି ମନସ୍କ

Dillip Cherian

ବାବୁମାନେ ରାଜନୀତିରେ ଯୋଗଦେବା ଧାରା ପୁନର୍ବାର ଆରମ୍ଭ ହୋଇଯିବା ପୂର୍ବରୁ ସେମାନଙ୍କ ପାଇଁ ଏକ ବାଧ୍ୟତାମୂଳକ କୁଲିଂ ଅଫ୍‌ ପିରିୟଡ୍‌ ପାଇଁ ଦାବି ହୋଇଛି। ଉତ୍ତରପ୍ରଦେଶରେ ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଆଖିତ୍ଆଗରେ ରଖି ରାଜ୍ୟର ଦୁଇ ବରିଷ୍ଠ ବାବୁ ସ୍ବେଚ୍ଛାକୃତ ଅବସର (ଭିଆର୍‌ଏସ୍‌) ନେଇ ରାଜନୀତିରେ ଯୋଗ ଦେବା ପାଇଁ ନିଷ୍ପତ୍ତି ନେଲା ପରେ ଏ କଥା ଉଠିଛି। ନିର୍ବାଚନ ଆଚରଣ ବିଧି ଲାଗୁ ହେବାର କିଛି ଘଣ୍ଟା ପରେ କାନପୁର ପୋଲିସ କମିଶନର ଅସିମ ଅରୁନ ଆଇପିଏସ୍‌ରୁ ଭିଆର୍‌ଏସ୍‌ ନେବା ପାଇଁ ଆବେଦନ କରିଥିବା ବିଷୟ ଘୋଷଣା କରିଥିଲେ। ୧୯୯୪ ବ୍ୟାଚ୍‌ର ଏହି ଅଧିକାରୀଙ୍କୁ କନୌଜ ସଦର ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ କରିବାକୁ ଭାଜପା ଚାହଁୁଛି ବୋଲି ପ୍ରକାଶ ପାଇବା ପରେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଠିକ୍‌ ସେହି ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଯୁଗ୍ମ ନିର୍ଦ୍ଦେଶକ ରାଜେଶ୍ୱର ସିଂ ତାଙ୍କ ଭିଆର୍‌ଏସ୍‌ ଆବେଦନ ଗ୍ରହଣ କରାଯାଇଛି ବୋଲି କହିଛନ୍ତି। କୁହାଯାଉଛି,ସାହିବାବାଦ ନିର୍ବାଚନମଣ୍ଡଳୀରୁ ସିଂ ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି। ସିଂ ୨୦୦୯ରେ ଇଡିରେ ଯୋଗ ଦେଇଥିଲେ ଓ ୨୦୧୫ରେ ଇଡି କ୍ୟାଡରଭୁକ୍ତ ହୋଇଥିଲେ। ଗତବର୍ଷ ସରକାରୀ ଅଧିକାରୀମାନେ ଅବସର ନେଇ ଘରୋଇ ସେକ୍ଟର ଚାକିରିରେ ଯୋଗ ଦେବା ପୂର୍ବରୁ ସେମାନଙ୍କ ପାଇଁ କୁଲିଂ ଅଫ୍‌ ପିରିୟର୍ଡ ଅନିବାର୍ଯ୍ୟ ବୋଲି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ( ସିଭିସି) କହିଥିତ୍ଲା। ହେଲେ ବାବୁମାନଙ୍କ ରାଜନୀତିରେ ଯୋଗଦେବା ବିଷୟରେ ସେ ସମୟରେ ସିଭିସି ଚିନ୍ତା କରି ନ ଥିଲା। ତେବେ ବର୍ତ୍ତମାନ ସିଭିଲ୍‌ ସର୍ଭିସ ଛାଡି ରାଜନୀତିରେ ଯୋଗ ଦେଉଥିବା ବାବୁମାନଙ୍କ ସଂଖ୍ୟାକୁ ଲକ୍ଷ୍ୟ କରି ଏ ସମ୍ପର୍କରେ ଚିନ୍ତା କରାଯିବା ଉଚିତ।
ଖ୍ୟାତିରେ କ୍ଷତି
ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତବେଳେ ସୁରାକ୍ଷା ତ୍ରୁଟିକୁ ନେଇ କେନ୍ଦ୍ର ଓ ପଞ୍ଜାବ ସରକାରଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଛି। ଫିରୋଜପୁର ଅଞ୍ଚଳରେ ପ୍ରଧାନମନ୍ତ୍ରୀଙ୍କ ଗାଡି ଏକ ଫ୍ଲାଏଓଭର ଉପରେ ୨୦ ମିନିଟ୍‌ ଅଟକି ରହିଥିଲା। ଏହି ଘଟଣା ଫିରୋଜପୁରର ଏସ୍‌ଏସ୍‌ପି ହରମନଦୀପ୍‌ ସିଂ ହଂସଙ୍କ ଅଧିକାର କ୍ଷେତ୍ର ହୋଇଥିବାରୁ ତାଙ୍କ ସମେତ ୯ ଜଣ ଆଇପିଏସ୍‌ଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି। ଏହାବାଦ୍‌ ପଞ୍ଜାବର ପୋଲିସ ମହାନିର୍ଦ୍ଦେଶକ ସିଦ୍ଧାର୍ଥ ଚଟୋପାଧ୍ୟାୟଙ୍କ ଜାଗାରେ ବୀରେଶ କୁମାର ଭଓ୍ବରାଙ୍କୁ ଦୁଇ ବର୍ଷ ପାଇଁ ଅବସ୍ଥାପିତ କରାଯାଇଛି। ରାଜ୍ୟ ନିର୍ବାଚନର କିଛି ସପ୍ତାହ ଓ ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ଠିକ୍‌ ପୂର୍ବରୁ ଏଭଳି ନିଯୁକ୍ତି ଦିଆଯାଇଛି। ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାର ତ୍ରୁଟି ଉପରେ ତଦନ୍ତ କରିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ( ଏମ୍‌ଏଚ୍‌ଏ) ସଚିବ (ସୁରକ୍ଷା), କ୍ୟାବିନେଟ ସେକ୍ରେଟାରିଏଟ୍‌ ସୁଧୀର ସକ୍‌ସେନାଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ କମିଟି ଗଠନ କରିଛି। ଏଥିରେ ରହିଛନ୍ତି ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି)ର ଯୁଗ୍ମ ନିର୍ଦ୍ଦେଶକ ବଲବୀର ସିଂ ଏବଂ ଏସ୍‌ପିଜିର ଆଇଜି ଏସ୍‌. ସୁରେଶ। ଏସ୍‌ପିଜିଙ୍କୁ ଦୋଷ ଦେଉଥିବା ଚନ୍ନି ମଧ୍ୟ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ମହତାବ ସିଂ ଗିଲଙ୍କ ନେତୃତ୍ୱରେ ତାଙ୍କ ତଦନ୍ତ କିମଟି ଗଠନ କରିଛନ୍ତି। କିନ୍ତୁ ସୁପ୍ରିମକୋର୍ଟ ଉକ୍ତ ମାମଲାରେ ଆଗକୁ ଆସିବା ପରେ ଏହି କମିଟି ସ୍ଥଗିତ ରହିଛି। ପୁନଶ୍ଚ ଏମ୍‌ଏଚ୍‌ଏ ପଞ୍ଜାବ ପୋଲିସ ଅଧିକାରୀଙ୍କ ବିରୋଧରେ ଏସ୍‌ପିଜି ଆକ୍ଟ ପ୍ରୟୋଗ କରିବାର ବହୁ ସମ୍ଭାବନା ରହିଛି ଏବଂ କେନ୍ଦ୍ର ସେମାନଙ୍କୁ ଦିଲ୍ଲୀ ଡକାଇଛି। ନିଜର ରାଜନୈତିକ ଶ୍ରେଷ୍ଠତା ପ୍ରତିପାଦନ କରିବା ଦୌଡ଼ ମଧ୍ୟରେ ଅଧିକାରୀମାନେ କଠୋର ଦଣ୍ଡ ପାଇବେ କିମ୍ବା ସେମାନଙ୍କ ଚାକିରି ହରାଇବାର ସମ୍ଭାବନା ରହିଛି। ପଞ୍ଜାବ ଓ କେନ୍ଦ୍ର ସମ୍ପର୍କରେ ଆଉ ଅଧିକ କ୍ଷତି ହେବା ପୂର୍ବରୁ ଏହାକୁ ରୋକାଯିବା ଦରକାର। ଏହି ବିଷୟରେ ଏସ୍‌ପିଜି, ଏମ୍‌ଏଚ୍‌ଏ ଏବଂ ଆଇପିଏସ୍‌ଙ୍କ ଖ୍ୟାତିରେ ଯେଉଁ କ୍ଷତି ହୋଇଛି ତାହା ଭରଣା କରିହେବ ନାହିଁ କି ଭୁଲି ହେବ ନାହିଁ।
ବିବାଦର ଭଉଁରି
କେରଳ ସରକାର ଅମଲାତନ୍ତ୍ରୀ ଏମ୍‌. ଶିବଶଙ୍କରଙ୍କୁ ପୁନର୍ବାର ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶିବଶଙ୍କରଙ୍କୁ ବଡ଼ ଧରଣର ସୁନା ଚୋରା କାରବାର ଅଭିଯୋଗରେ ନିଲମ୍ବନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନ ଏକ ସରକାରୀ ସୁପାରିସକୁ ସ୍ବୀକୃତି ଦେବା ପରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଭି.ପି.ଜୋୟ ନିଲମ୍ବନ ଆଦେଶ ପ୍ରତ୍ୟାହାର ଉପରେ ଏକ ନିର୍ଦ୍ଦେଶନାମା ଜାରି କରଛନ୍ତି। ନିଲମ୍ବନ ହେବା ସମୟରେ ବିଜୟନଙ୍କ ପ୍ରମୁଖ ସଚିବ ଥିଲେ ଶିବଶଙ୍କର । ସୁନା ଚୋରା କାରବାର ମମଲାରେ ସେ ମୁଖ୍ୟ ଅଭିଯୁକ୍ତଙ୍କୁ ଭେଟିବା ଅଭିଯୋଗର ତଦନ୍ତ ପରେ ତାଙ୍କୁ ୨୦୨୦ ଜୁଲାଇରେ ଚାକିରିରୁ ନିଲମ୍ବନ କରାଯାଇଥିତ୍ଲା। ଏବେ ତାଙ୍କ ନିଲମ୍ବନ ପ୍ରତ୍ୟାହାର କରାଯାଇଛି ଓ ସେ ଚାକିରିକୁ ଫେରିବେ। ସୂତ୍ରରୁ ଜଣାପଡ଼ିଛି ଯେ,ଶିବଶଙ୍କରଙ୍କ ନିଲମ୍ବନ ଜୁଲାଇ ୨୦୨୧ରୁ ଶେଷ ହୋଇଯାଇଥିତ୍ଲେ ମଧ୍ୟ ତାହାକୁ ଆଉ ୬ ମାସ ପାଇଁ ବଢାଯାଇଥିଲା। ସେ ଜେଲରେ ୯୮ ଦିନ ରହିବା ପରେ ୪ ଫେବୃୟାରୀ୨୦୨୧ରେ ଜାମିନରେ ଆସିଥିଲେ। ଏହା ପୂର୍ବରୁ ମଧ୍ୟ ଆଇଟି ସଚିବ ଭାବେ କୋଭିଡ୍‌ ରୋଗୀଙ୍କ ଡାଟା ଟ୍ରାନ୍ସଫର ଅନିୟମିତତା ଅଭିଯୋଗରୁ ଶିବଶଙ୍କରଙ୍କୁ ପୂର୍ବତନ ଆଇନ ସଚିବ କେ. ଶଶିଧରନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦୋଷମୁକ୍ତ କରିଥିଲା। ସ୍ପଷ୍ଟତଃ, ବିବାଦର ଭଉଁରିରେ ପକାଇ ତାଙ୍କୁ ସମ୍ପୂର୍ଣ୍ଣ ଅଟକା ଯାଇପାରିନାହିଁ। ସେ ଦଣ୍ଡରୁ ରକ୍ଷା ପାଇଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?