ରାୟଗଡ଼ାରେ ସରଗରମ ରାଜନୀତି: ପ୍ରମିଳାଙ୍କ ରିପୋର୍ଟରେ ଜିଲା ସଭାପତି ଭାବେ ଥିଲା ହିମିରିକାଙ୍କ  ନାମ, କେଉଁ ଉଦ୍ଦେଶ୍ୟରେ…

ରାୟଗଡ଼ା,୧୦।୯(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା ବିଜେ ସଭାପତି ଘୋଷଣା ପରେ ରାଜ୍ୟସଭା ପୂର୍ବତନ ଏମ୍‌ପି ଏନ.ଭାସ୍କର ରାଓ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ଜିଲା ପରିଷଦ ପୂର୍ବତନ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ସମେତ ଦଳର ବରିଷ୍ଠ ନେତା ବାନାଗା ତିରୁପତି ଓ ଅନ୍ୟମାନେ ଦଳ ଛାଡ଼ିଛନ୍ତି । ତେବେ ଏହାକୁ ନେଇ ବୁଧବାର ଜିଲା ବିଜେ ସଭାପତି ଜଗନ୍ନାଥ ସାରକା ଓ ଅନ୍ୟ ନେତାମାନେ ମିଳିତ ଭାବେ ଏକ ଖବରଦାତା ସମ୍ମିଳନୀ କରି କାଉଣ୍ଟର କରି ଦଳ ଉପରେ କୌଣସି ପ୍ରଭାବ ନପଡ଼ିବା ନେଇ ମନ୍ତବ୍ୟ ରଖିଛନ୍ତି । ତେବେ ଭାସ୍କରଙ୍କ ରାଜନୀତିକୁ ନେଇ କରିଥିବା କଟାକ୍ଷର ପ୍ରତ୍ୟୁତର ଦେଇଛନ୍ତି ତିରୁପତି ।
ତିରୁପତି କହିଛନ୍ତି ଯେ, ଜିଲାରେ ଲାଗି ରହିଥିବା ବିବାଦକୁ ନେଇ ଜିଲା ସଭାପତି ଘୋଷଣା ସ୍ଥଗିତ ରହିଥିଲା । ହେଲେ ପରବର୍ତ୍ତି ସମୟରେ ବିଜେଡ଼ି ରାଜ୍ୟ ସଭାପତି ଜଣେ ବରିଷ୍ଠ ନେତ୍ରୀ ପ୍ରମିଳା ମଲିକ ଓ ନେତା ପଦ୍ମନାଭ ବେହେରାଙ୍କୁ ତୃଣମୂଳସ୍ତରରେ କର୍ମୀ ଓ ନେତାଙ୍କ ସହିତ ଏନେଇ ଏକ ଆଲୋଚନା କରି ମତାମତ ସଂଗ୍ରହ କରି ରିପୋର୍ଟ ଦେବାକୁ ରାୟଗଡ଼ା ଜିଲା ଗସ୍ତରେ ପଠାଇଥିଲେ । ଉକ୍ତ ଗସ୍ତ ସମୟରେ ପ୍ରମିଳା ଓ ପଦ୍ମନାଭ ତିନୋଟି ଯାକ ନିର୍ବାଚନମଣ୍ଡଳୀ ରାୟଗଡ଼ା, ଗୁଣପୁର ଓ ବିଷମକଟକରେ ପୃଥକ ପୃଥକ ବୈଠକ କରି ନେତା ଓ କର୍ମୀଙ୍କ ସହିତ ଆଲୋଚନା କରିଥିଲେ । ଯେଉଁଥିରେ କି ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ଜଣେ ନିରପେକ୍ଷ ଓ ବରିଷ୍ଠ ନେତା ହୋଇଥିବା କାରଣରୁ ତାଙ୍କୁ ଜିଲା ସଭାପତି ଦାୟିତ୍ୱ ଦେବା ପାଇଁ ଦାବି ହୋଇଥିଲା । ଉକ୍ତ ମତାମତ ସଂଗ୍ରହ କରି ବରିଷ୍ଠ ନେତ୍ରୀ ତଥା ପର୍ଯ୍ୟବେକ୍ଷକ ପ୍ରମିଳା ମଲିକ ରାଜ୍ୟ ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ମଧ୍ୟ ଜିଲା ସଭାପତି ଚୟନରେ କାହିଁକି ପକ୍ଷପାତ କରାଯାଇଛି ବୋଲି କହିଛନ୍ତି ତିରୁପତି । ସେହିଭଳି ୧୯୯୭ ମସିହାରେ ଭାସ୍କର ରାଓ ରାୟଗଡ଼ା ଛାଡ଼ି ଯଦି ଆନ୍ଧ୍ରପ୍ରଦେଶ ଚାଲିଯାଇଥିଲେ ସେ ସମୟରେ ତାଙ୍କ ସ୍ବାାସ୍ଥ୍ୟବସ୍ଥା ଖରାପ ଥିବା କହିଛନ୍ତି ତିରୁପତି । ଏତଦବ୍ୟତିତ ଯଦି ସୁଧୀର ଦାସ ଜନତା ଦଳ ଓ ବିଜେଡ଼ିର ଜଣେ ଟାଣୁଆ ନେତା ଥିଲେ , ତେବେ ଉକ୍ତ ସମୟରେ ବିଷମକଟକ ବ୍ଲକରେ କଂଗ୍ରେସ କିଭଳି ବାଜିମାତ କରିଥିଲା ଏବଂ କୋଲନରା ବ୍ଲକରେ ତିରୁପତି କିଭଳି ଭଲ ପ୍ରଦର୍ଶନ କରିପାରିଥିଲେ ବୋଲି ପ୍ରଶ୍ନ କରିଛନ୍ତି । ଭାସ୍କର ରାଓ ବିଜୁ ପଟ୍ଟନାୟକଙ୍କ ସହ ରାଜନୀତିରେ ଜଡ଼ିତ ହୋଇ ଅଣକଂଗ୍ରେସ ଗଡ଼ ଜନତା ଦଳ ଓ ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳର ହାତମୁଠାକୁ ଟାଣ କରି କୋରାପୁଟ ଏମ୍‌ପି ସମେତ ଜିଲାର ତିନୋଟି ନିର୍ବାଚନମଣ୍ଡଳୀରେ ଦଳକୁ ମଜଭୁତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବୋଲି କହିଛନ୍ତି ତିରୁପତି । ତିରୁପତି ଆହୁରି କହିଛନ୍ତି ଯେ, ଭାସ୍କର ଓ ଅନ୍ୟମାନେ ଦଳ ଛାଡ଼ି ବର୍ତ୍ତମାନ ସମାଜ ସେବା ପାଇଁ ଆରମ୍ଭ କରିଛନ୍ତି। ବିଜୁ ସୱାଭିମାନ ମଞ୍ଚକୁ ନେଇ ସୁଧୀର ଦାସ ଓ ଜିଲା ସଭାପତି ଏତେ ଭୟଭୀତ କାହିଁକି । ବର୍ତ୍ତମାନ ସେମାନେ ବିଜେଡ଼ି ସଂଗଠନର ଜିଲା ଦାୟିତ୍ୱରେ ରହିଛନ୍ତି ଏବଂ ଆଗାମୀ ପଂଚାୟତ ନିର୍ବାଚନରେ ଜନସାଧାରଣ କିଭଳି ପ୍ରତ୍ୟାଖାନ କରିବେ ତାହା ସମୟ କହିବ ବୋଲି କହିଛନ୍ତି ତିରୁପତି ।

Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?