ପୁରୀ ସତ୍ୟବାଦୀକୁ ନେଇ ଉମା-ସଞ୍ଜୟ ଛକାପଞ୍ଝା

ଭୁବନେଶ୍ୱର,୨୯ା୨(ଅନିଲ ଦାସ): ସାଧାରଣ ନିର୍ବାଚନ ଆଉ କିଛିଦିନ ଥିବାବେଳେ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଉଷ୍ମତା ବଢ଼ିଲାଣି। ପୁରୀ ଜିଲା ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ ରାଜନୀତି ସରଗରମ ହୋଇଛି। ସତ୍ୟବାଦୀ ବିଧାନସଭା ଆସନକୁ ନେଇ ବର୍ତ୍ତମାନର ବିଧାୟକ ଉମା ସାମନ୍ତରାୟ ଏବଂ ବ୍ରହ୍ମଗିରି ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ମଧ୍ୟରେ ଛକାପଞ୍ଝା ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବ୍ରହ୍ମଗିରି ସିଟ୍‌ ଛାଡ଼ି ସତ୍ୟବାଦୀ ବିଧାନସଭା ଆସନରେ ସଞ୍ଜୟ ବିଜେଡିରୁ ଲଢ଼ିବା ନେଇ ସୂଚନା ଦେବା ପରେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଉଭୟେ ବୁଧବାର ଶଙ୍ଖ ଭବନରେ ପହଞ୍ଚି ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି।

ସଞ୍ଜୟ ଧଉଳିଠାରେ ଉଭୟ ସତ୍ୟବାଦୀ ଓ କଣାସ ଅଞ୍ଚଳର କେତେକ ଆଗଧାଡ଼ିର ବିଜେଡି କର୍ମୀଙ୍କୁ ନେଇ ବୈଠକ କରିବା ଓ ସତ୍ୟବାଦୀରୁ ପ୍ରାର୍ଥୀ ହେବାକୁ ତାଙ୍କୁ ସବୁଜ ସଙ୍କେତ ମିଳିଥିବା କହୁଥିବା ଏକ ଭିଡିଓ ଭାଇରାଲ୍‌ ହେବା ପରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ଗୁଞ୍ଜରଣ ସୃଷ୍ଟି କରିଛି। କେଉଁ ପଞ୍ଚାୟତରେ ସ୍ଥିତି କେମିତି ଅଛି, ପଞ୍ଚାୟତରେ କେତେ ଭୋଟର ଅଛନ୍ତି, ଯଦି ଉମା କିମ୍ବା ତାଙ୍କ ପତ୍ନୀ ସ୍ବାଧୀନ ଭାବେ ପ୍ରାର୍ଥୀ ହୁଅନ୍ତି କେତେ ଭୋଟ୍‌ ପାଇବେ, ଭାଜପାର ସ୍ଥିତି କ’ଣ ଅଛି, ସେ ନେଇ ସଞ୍ଜୟ ତଥ୍ୟ ସଂଗ୍ରହ କରୁଥିବା କୁହାଯାଉଛି। କେବଳ ସେତିକି ନୁହେଁ, ଉମା ସାମନ୍ତରାୟ ବ୍ରହ୍ମଗିରିରୁ ଲଢ଼ିବାକୁ ମଧ୍ୟ ଆଲୋଚନା ଚାଲିଥିବା ଦାସବର୍ମା ବୈଠକରେ କହିବା ପରେ ସତ୍ୟବାଦୀ ବିଧାୟକଙ୍କ ମନରେ ଛନକା ପଶିଯାଇଛି ।

ଅନ୍ୟପଟେ ଏହି ଘଟଣାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ଉମା କହିଛନ୍ତି, ସତ୍ୟବାଦୀ ତାଙ୍କ ଜନ୍ମସ୍ଥାନ। ସେଠି ସେ ୱାର୍ଡସ୍ତରରୁ ବିଜେଡି ସଙ୍ଗଠନ ସୁଦୃଢ଼ କରିଛନ୍ତି। କିଏ କାହା ମନରୁ କିଛି କହିଦେଲେ ସେଥିରେ ସତ୍ୟବାଦୀ ଲୋକେ ଭ୍ରମିତ ହେବେ ନାହିଁ। ଟିକେଟ କାହାକୁ ମିଳିବ ତାହା ଦଳ ସଭାପତିଙ୍କ ନିଷ୍ପତ୍ତି ସର୍ବମାନ୍ୟ। ଉମା ଏକ ସଭାମଞ୍ଚରେ କହିଛନ୍ତି, ମୁଁ ସତ୍ୟବାଦୀ ଲୋକଙ୍କ ପାଇଁ ଆଜି ଏ ସ୍ଥାନରେ ପହଞ୍ଚିଛି । ତେଣୁ ସତ୍ୟବାଦୀ ଛାଡ଼ିକି କୁଆଡ଼େ ଯିବିନି। ଏଇଠି ଜନ୍ମ ନେଇଛି ଏଇଠି ମରିବି । ମୋର ମରିବାକୁ ବି ଭୟ ନାହିଁ । ମୁଁ ହିଁ ସତ୍ୟବାଦୀରେ ବିଜେଡିକୁ ବିଜୟ ସ୍ବାଦ ଚଖାଇଛି ।

ସୂଚନାଯୋଗ୍ୟ, ସତ୍ୟବାଦୀରେ ଭାଜପା ୩ଟି ଜିଲା ପରିଷଦ ଆସନରେ ବିଜୟୀ ହେବା ପରେ ଉମାଙ୍କ ଉପରେ ଦଳୀୟ ଚାପ ବଢ଼ିଯାଇଛି। ଆସନ୍ତା ନିର୍ବାଚନ ପୂର୍ବରୁ ସଙ୍ଗଠନକୁ ସଜାଡ଼ିବା ସହ ସେଠାରେ ଉମାଙ୍କ ବଳଦରେ ସଞ୍ଜୟଙ୍କୁ ଛିଡ଼ା କରିବା ନେଇ ଗତ କିଛିଦିନ ହେବ ଚର୍ଚ୍ଚା ଲାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri