ଛାତ୍ର ଜୀବନରୁ ରାଜନୀତି

ପଶ୍ଚିମ ଓଡ଼ିଶାର ଅନ୍ୟତମ ଟାଣୁଆ ନେତା ଭାବେ ପରିଚିତ ଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ (ନବ ଦାସ)। ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ତଥା ବର୍ତ୍ତମାନର ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୪୦ ନମ୍ବର ୱାର୍ଡ ରାସନପୁର ମିର୍ଗାମୁଣ୍ଡାରେ ନବ ଦାସଙ୍କ ପୈତୃକ ଘର। କିନ୍ତୁ ସେମାନେ ସହରର ମୋଦିପଡ଼ାରେ ଏବେ ଘରକରି ରହୁଛନ୍ତି। ବାପା ନରସିଂହ ଦାସ ଓ ବିଷ୍ଣୁପ୍ରିୟାଙ୍କ ପୁଅ ନବକିଶୋର ୧୯୬୨ ଜାନୁୟାରୀ ୭ରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ୫ ଭଉଣୀଭାଇ ଥିଲେ। ବାପା କାଠ ବ୍ୟବସାୟ ସହିତ ଅନ୍ୟ ବ୍ୟବସାୟ କରି ପରିବାର ପୋଷଣ କରୁଥିଲେ। ପିଲା ଦିନରୁ ନବଙ୍କଠାରେ ନେତୃତ୍ୱ ନେବାର ଦକ୍ଷତା ଦେଖିବାକୁ ମିଳିଥିଲା। ଛାତ୍ର ରାଜନୀତିରେ ତାଙ୍କର ସକ୍ରିୟ ଭୂମିକା ରହିଥିଲା। ପ୍ରଥମେ ୧୯୭୮ରେ ଅଲଇଣ୍ଡିଆ ଷ୍ଟୁଡେଣ୍ଟ ଫେଡେରେଶନର ସଦସ୍ୟ ଭାବେ ଯୋଗ ଦେଇଥିଲେ। ୧୯୮୦ରେ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସ ଦଳକୁ ମଜଭୁତ କରିବାରେ ଯୁବନେତା ଭାବେ ପରିଚିତ ହୋଇଥିଲେ। ଛାତ୍ର ରାଜନୀତିରେ ଜଡିତ ହୋଇ ନିର୍ବାଚନରେ ପ୍ରତ୍ୟକ୍ଷ ସମ୍ପୃକ୍ତି ରହୁଥିଲା। ଗଙ୍ଗାଧର ମେହେର କଲେଜ (ବର୍ତ୍ତମାନର ବିଶ୍ୱବିଦ୍ୟାଳୟ) ସହିତ ଆଖପାଖ କଲେଜରେ ନିର୍ବାଚନରେ ନେତ୍ୱତ୍ୱ ନେଉଥିଲେ। ପାଠପଢ଼ା ପରେ ସେ ଝାରସୁଗୁଡ଼ାରେ ଅବସ୍ଥାପିତ ହୋଇଥିବାବେଳେ ବ୍ୟବସାୟ ଓ ଆଇନ ପେସା ସାଙ୍ଗକୁ ରାଜନୀତିରେ ନିଜକୁ ଜଡ଼ିତ ରଖିଥିଲେ। କଂଗ୍ରେସରେ ୩୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତାଇଥିବା ନବ ଦାସ ପ୍ରଥମ କରି ୨୦୦୪ ବିଧାନସଭା ନିର୍ବାଚନରେ ଝାରସୁଗଡ଼ାରୁ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ସେ ବିଜେଡି ନେତା କିଶୋର ମହାନ୍ତିଙ୍କୁ ହାରି ଯାଇଥିଲେ। ପରବର୍ତ୍ତୀ ବିଧାନସଭା ନିର୍ବାଚନ ଅର୍ଥାତ୍‌ ୨୦୦୯, ୨୦୧୪ ଏବଂ ୨୦୧୯ରେ ସେ ଝାରସୁଗୁଡ଼ାରୁ ଲଗାତର ବିଜୟୀ ହୋଇଥିଲେ।
୩ ଥର ବିଧାୟକ
ଝାରସୁଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରୁ ନବ ଦାସ କଂଗ୍ରେସ ଟିକେଟ୍‌ରେ ୨୦୦୯ ଏବଂ ୨୦୧୪ରେ ବିଜୟୀ ହୋଇଥିଲେ। ୨୦୧୯ରେ ସାଧାରଣ ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇଥିଲେ। ସେହିବର୍ଷ ବିଜେଡି ଟିକେଟ୍‌ରେ ବିଜୟୀ ହେବା ପରେ ନବୀନ ପଟ୍ଟନାୟକଙ୍କ ସରକାରରେ ସ୍ବାସ୍ଥ୍ୟମନ୍ତ୍ରୀ ହୋଇଛନ୍ତି।
ପିସିସି କାର୍ଯ୍ୟକାରୀ ସଭାପତି
୨୦୧୯ ଜାନୁୟାରୀ ୧୬ରେ ନବ ଦାସ କଂଗ୍ରେସରୁ ଇସ୍ତଫା ଦେବା ପରେ ଗଣମାଧ୍ୟମରେ ବ୍ୟାପକ ଚର୍ଚ୍ଚା ହୋଇଥିଲା। କାରଣ ସେ ବିଧାୟକ ଭାବେ ଜିତିବା ପରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର କାର୍ଯ୍ୟକାରୀ ସଭାପତି ଭାବେ କାର୍ଯ୍ୟ ତୁଲାଇଥିଲେ।

ଧନୀ ମନ୍ତ୍ରୀ

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଗତବର୍ଷ ସରକାରଙ୍କୁ ଦେଇଥିବା ବିବରଣୀ ଅନୁଯାୟୀ ତାଙ୍କ ସମ୍ପତ୍ତିର ମୂଲ୍ୟ ହେଉଛି ୩୪ କୋଟି। ତଦନୁଯାୟୀ ସେ ଓଡ଼ିଶାର ଧନୀ ମନ୍ତ୍ରୀ ଭାବେ ଗଣାଯାଉଛନ୍ତି। ଶିଳାଞ୍ଚଳ ସହର ଝାରସୁଗୁଡ଼ାରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ଦାସ ଜଣେ ବିଶିଷ୍ଟ ବ୍ୟବସାୟୀ ଭାବେ ପରିଚିତ। ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଜିଲାରେ ଖଣିଜ ପରିବହନ ହେଉଛି ତାଙ୍କର ମୁଖ୍ୟ ବ୍ୟବସାୟ। ଝାରସୁଗୁଡ଼ା, ଭୁବନେଶ୍ୱର, ରେଢ଼ାଖୋଲ ସମେତ ନୂଆଦିଲ୍ଲୀ ଏବଂ କୋଲାକାତାରେ ତାଙ୍କର ଆବାସିକ ସମ୍ପତ୍ତି ରହିିଛି। ପୁଅ ବିଶାଲ ଦାସ ପରିବାର ବ୍ୟବସାୟ ସମ୍ଭାଳୁ ଥିବାବେଳେ ଝିଅ ଦୀପାଳି ପ୍ରାୟତଃ ମନ୍ତ୍ରୀ ଦାସଙ୍କ ସହ ରାଜନୈତିକ କ୍ଷେତ୍ରରେ ଦେଖିବାକୁ ମିଳିଥାନ୍ତି। ଧର୍ମପତ୍ନୀ ମିନତି ଦାସ ମଧ୍ୟ ବ୍ୟବସାୟରେ ସହଯୋଗ କରୁଛନ୍ତି।

ଏମ୍‌ଏ ଏଲ୍‌ଏଲ୍‌ବି, ୭୦ ଗାଡ଼ି, ୩ ବନ୍ଧୁକ

ମନ୍ତ୍ରୀ ଦାସଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ଏମ୍‌ଏ, ଏଲ୍‌ଏଲ୍‌ବି। ତାଙ୍କର ପ୍ରାୟ ୧୫ କୋଟି ଟଙ୍କାର ୭୦ଟି ଗାଡ଼ି ରହିଛି। ସେଥିମଧ୍ୟରେ ଗୋଟିଏ ମର୍ସିଡିଜ୍‌ ବେଞ୍ଜ ରହିଛି, ଯାହାର ବର୍ତ୍ତମାନର ମୂଲ୍ୟ ୧.୧୪ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ତାଙ୍କ ନିକଟରେ ୩ ବନ୍ଧୁକ ରହିଛି। ସେଥିମଧ୍ୟରେ ଗୋଟିଏ ଲେଖାଏ ଡବଲ ବାରେଲ୍‌ ଗନ୍‌, ରାଇଫଲ୍‌ ଏବଂ ରିଭଲଭର ରହିଛି।

ଶନି ମନ୍ଦିରରେ ଦାନକୁ ନେଇ ଚର୍ଚ୍ଚାରେ ଥିଲେ

ମହାରାଷ୍ଟ୍ରର ଶନି ସିଗ୍ନାପୁର ମନ୍ଦିରରେ ୧.୭ କେଜିର ସୁନା କଳସ ଦାନ କରିବା ନେଇ ମନ୍ତ୍ରୀ ଦାସ ନିକଟରେ ଚର୍ଚ୍ଚାକୁ ଆସିଥିଲେ। ଉକ୍ତ କଳସର ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ଚର୍ଚ୍ଚା ହୋଇଥିଲା। କିନ୍ତୁ ମନ୍ତ୍ରୀ ଉକ୍ତ କଳସର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତରରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ଟ୍ବିନ୍‌ ସିଟିକୁ ରେଡ୍‌ ଆଲର୍ଟ

ଭୁବନେଶ୍ୱର,୨୮ା୪(ଅସମାପିକା ସାହୁ): ତାତିରେ ସିଝୁଛି ସାରା ଓଡ଼ିଶା। ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସ୍ଥିତି ଏମିତି ହେଲାଣି ଯେ, ବାହାରକୁ ବି ବାହାରିବା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri