ସାଧାରଣ ଜନତାଙ୍କଠାରୁ ୧୫ ବର୍ଷ ଅଧିକ ବଞ୍ଚନ୍ତି ରାଜନେତା, ରିପୋର୍ଟ…

ଓ୍ବାଶିଂଟନ, ୭।୭ : ଦୁନିଆର ରାଜନେତାମାନେ କେବଳ ସାଧାରଣ ଲୋକଙ୍କ ଅପେକ୍ଷା ଅଧିକ ରୋଜଗାର କରନ୍ତି ନାହିଁ, ବରଂ ବର୍ତ୍ତମାନ ସେମାନଙ୍କ ଜୀବନ ମଧ୍ୟ ଜନସାଧାରଣଙ୍କ ଅପେକ୍ଷା ଅଧିକ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଆୟୁଷ ଉପରେ ସମ୍ପ୍ରତି ଅନୁସନ୍ଧାନ ଆଧାରରେ କିଛି ବିଶେଷଜ୍ଞଙ୍କ ଦ୍ୱାରା ଏହି ଦାବି କରାଯାଇଛି। ଏହି ରିପୋର୍ଟ ଅନୁଯାୟୀ ରାଜନେତା ସାଧାରଣ ଜନତାଙ୍କଠାରୁ ହାରାହାରି ୧୫ ବର୍ଷ ଅଧିକ ବଞ୍ଚିଥାନ୍ତି। ଅଧିକ ଆୟୁଷ ଥିବା ତାଲିକା ଶ୍ରେଣୀରେ ଧନୀ ଏବଂ ରାଜନେତା ଅନ୍ତର୍ଭୁକ୍ତ ଅଛନ୍ତି। ଯେଉଁମାନେ ସମାଜର ଅନ୍ୟମାନଙ୍କ ଅପେକ୍ଷା ଶିକ୍ଷା ଏବଂ ସ୍ବାସ୍ଥ୍ୟର ଅଧିକ ଲାଭ ଉଠାନ୍ତି ପାଇଥାନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଅକ୍ସଫୋର୍ଡ ୟୁନିଭରସିଟିର ଅନୁସନ୍ଧାନକାରୀ ଫିଲିପ କ୍ଲାର୍କ, ଲରେନ୍ସ ରୋପ ଏବଂ ମେଲବୋର୍ଣ୍ଣ ୟୁନିଭରସିଟିର ଲରେନ୍ସ ରୁପେନ ଟ୍ରାନ-ଡୁଇଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ରାଜନେତା ତଥା ସାଧାରଣ ଜନତାଙ୍କ ମଧ୍ୟରେ ମୃତ୍ୟୁ ହାରର ପାର୍ଥକ୍ୟ ଆକଳନ କରାଯାଇଛି। ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲାଣ୍ଡ, ନ୍ୟୁଜିଲ୍ୟାଣ୍ଡ, ସ୍ବିଜରଲାଣ୍ଡ, ବ୍ରିଟେନ ଏବଂ ଆମେରିକାର ଆଦି ୧୧ଟି ଉଚ୍ଚ ଆୟକାରୀ ଦେଶ ଉପରେ ଏହି ତଥ୍ୟ ପାଇଁ ବିଶ୍ଳେଷଣ କରାଯାଇଥିଲା। ଏହି ସର୍ଭେରେ ସାଧାରଣ ଜନତାଙ୍କ ସହ ୫୭ ହଜାର ରାଜନେତାଙ୍କ ଆୟୁଷର ତୁଳନା କରାଯାଇଥିଲା।

ଅନୁସନ୍ଧାନକାରୀମାନଙ୍କ ଅନୁସାରେ ଆୟୁଷ ଅସମାନତା ନିର୍ଦ୍ଧାରଣ କରିବା ପାଇଁ ପ୍ରତ୍ୟେକ ରାଜନେତାଙ୍କୁ ସେମାନଙ୍କ ଦେଶ, ବୟସ ଏବଂ ଲିଙ୍ଗ ଅନୁଯାୟୀ ସାଧାରଣ ଜନତାଙ୍କ ମୃତ୍ୟୁ ହାର ସହିତ ତୁଳନା କରାଯାଇଥିଲା। ସେହିପରି ପ୍ରତିବର୍ଷ ମୃତ୍ୟ ଘଟୁଥିବା ରାଜନେତାଙ୍କ ସଂଖ୍ୟାକୁ ଜନସଂଖ୍ୟା ଅନୁଯାୟୀ ମୃତ୍ୟୁ ହାର ସହିତ ତୁଳନା କରାଯାଇଥିଲା। ବିଂଶ ଶତାବ୍ଦୀରେ ୪୫ ବର୍ଷ ବୟସ୍କା ନେତାଙ୍କ ଅବଶିଷ୍ଟ ଜୀବନ ୧୪.୬ ବର୍ଷ ବୃଦ୍ଧି ପାଉଥିବାବେଳେ ସାଧାରଣ ଲୋକଙ୍କ ମଧ୍ୟରେ ଏହା ହାରାହାରି ୧୦.୨ ବର୍ଷ ରହିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IRCTC ଆକାଉଣ୍ଟର ପାସୱାର୍ଡ ଭୁଲି ଯାଇଛନ୍ତି କି? ଏହି ସହଜ ଷ୍ଟେପ୍ସ ଆପଣାଇ କେଇ ମିନିଟ୍‌ରେ କରନ୍ତୁ ରିସେଟ୍‌

ନୂଆଦିଲ୍ଲୀ,୨୧।୬:ଭାରତରେ ପ୍ରତିଦିନ ହଜାର ହଜାର ଟ୍ରେନ ଚାଲୁଛି। କୋଟି କୋଟି ଲୋକ ଏଥିରେ ଯାତ୍ରା କରୁଛନ୍ତି। ପୂର୍ବରୁ ଲୋକେ ଟିକେଟ କାଉଣ୍ଟରକୁ ଯାଇ ଲମ୍ବା ଲାଇନରେ ଛିଡ଼ା…

ଦିଲ୍ଲୀ ଏୟାରପୋର୍ଟରେ ୪୫ ମିନିଟ୍‌ ଅଟକି ରହିଲେ ମୋଦି, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୧ା୬: ରବିବାର ଅପରାହ୍ନରେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ତାଙ୍କ ବାସଭବନକୁ ଯିବା ପରିବର୍ତ୍ତେ ବିମାନବନ୍ଦରରେ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ।…

କେନ୍ଦୁଝରରେ ଉପମୁଖ୍ୟମନ୍ତ୍ରୀ: କୃଷି କାର୍ଯ୍ୟର ସମୀକ୍ଷା କରି କହିଲେ ଅସ୍ବାଭାବିକ ମୌମୁମୀ ପରିସ୍ଥିତିର ସମ୍ଭାବନାକୁ…

କେନ୍ଦୁଝର,୨୧ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରବିବାର କେନ୍ଦୁଝର ଜିଲା ଗସ୍ତ କରି ବିଭିନ୍ନ କୃଷି…

ନିଶାଖୋର ପୁଅ ପାଇଁ ଆତ୍ମହତ୍ୟା କରିଦେଲେ ମା’-ବାପା! ଘର ଭିତରୁ ପୋଲିସ…

ପୁରୀ,୨୧ା୬(ଅଜିତ କୁମାର ମହାନ୍ତି): ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ସେନାପତି ବଗିଚା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ରବିବାର ଦେଖିବାକୁ ମିଳିଛି। ଘର ଭିତରୁ ପୋଲିସ ଦମ୍ପତିଙ୍କ…

ନୂଆପଡ଼ାରେ ସକାଳୁ ସ୍କୁଲ ଆସିବେ ପିଲା

ନୂଆପଡ଼ା,୨୧ା୬(ମକାରୁ ବେମାଲ): ନୂଆପଡ଼ା ଜିଲାରେ ସକାଳୁଆ ସ୍କୁଲ ଅବଧି ବଢ଼ିଛି। ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେବାକୁ ଜିଲାପାଳ ନିଷ୍ପତ୍ତି ନେଇଛନ୍ତି। ହିଟ ଓ୍ବେଭ୍‌…

ଇପିଏଫ୍‌ଓ ୩.୦ରେ ବଡ଼ ପରିବର୍ତ୍ତନ! ଆଉ ୭୫% ନୁହେଁ, ଏଣିକି ବିନା କାରଣରେ ବି ଉଠାଇ ପାରିବେ ପୁରା PF ଟଙ୍କା

ନୂଆଦିଲ୍ଲୀ,୨୧।୬: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର ସଦସ୍ୟମାନଙ୍କ ପାଇଁ ‘EPFO 3.0’ ଅଧୀନରେ ଅନେକ ସହଜ ଓ ସୁବିଧାଜନକ ନିୟମ ଆଣିବାକୁ ଯାଉଛି। ଏହି…

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦିନିକିଆ ଦଳ ଘୋଷଣା: ବିରାଟଙ୍କ ପ୍ରତ୍ୟାବର୍ତ୍ତନ, ଯଶସ୍ୱୀ ବାଦ୍

ନୂଆଦିଲ୍ଲୀ,୨୧।୬: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ରବିବାର, ୨୧ ଜୁନ୍‌ରେ ୧୫ ଜଣିଆ ଭାରତୀୟ ଦିନିକିଆ (ODI) ଦଳ ଘୋଷଣା କରିଛି।…

ପୁଣି ବନ୍ଦ ହେଲା ହର୍ମୁଜ ପ୍ରଣାଳୀ, IRGC ଘୋଷଣା ପୂର୍ବରୁ କେତେ ଭାରତୀୟ ଜାହାଜ ବାହାରିଛି? ଚମକାଇ ଦେବ ସଂଖ୍ୟା

ତେହରାନ,୨୧।୬: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଶନିବାର (ଜୁନ ୨୦, ୨୦୨୬) ତିନୋଟି ଭାରତୀୟ ଅଶୋଧିତ ତୈଳ ସୁପରଟ୍ୟାଙ୍କର୍‌ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ପାର କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri