ନେପାଳରେ ରାଜନୈତିକ ଅସ୍ଥିରତା, ଆମେରିକା-ଚାଇନା ମୁହାଁମୁହିଁ, ପ୍ରଚଣ୍ଡଙ୍କ ଧମକ…

କାଠମାଣ୍ଡୁ,୧୭।୨ : ଭାରତର ପଡୋଶୀ ଦେଶ ନେପାଳ ପୁଣି ଥରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି। ଏଥର ମଧ୍ୟ ନେପାଳରେ ଚାଲିଥିବା ରାଜନୈତିକ ଅଡୁଆରେ ଚାଇନା ସମ୍ପୃକ୍ତି ରହିଛି। ନେପାଳର ଶାସକ ଶେର୍‌ ବାହାଦୂର ଦେଓବା ସରକାରଙ୍କ ସହଭାଗୀ ଥିବା ନେପାଳର କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ କେନ୍ଦ୍ର) ର ନେତା ପୁଷ୍ପ କମଲ ଦହଲ ପ୍ରଚଣ୍ଡା ଚେତାବନୀ ଦେଇଛନ୍ତି ଯେ ସେ ସରକାର ଛାଡିବେ। ଆମେରିକାର ମିଲେନିୟମ ଚ୍ୟାଲେଞ୍ଜ କର୍ପୋରେସନ (ଏମ୍‌ସିସି) ସମ୍ପର୍କିତ ପ୍ରସ୍ତାବକୁ ସଂସଦରେ ଉପସ୍ଥାପନ କରିବାର କିଛି ଘଣ୍ଟା ପରେ ପ୍ରଚଣ୍ଡ ଏହି ଧମକ ଦେଇଛନ୍ତି।

ଏମସିସି ଅଧୀନରେ ଆମେରିକା ସରକାର ନେପାଳକୁ ୫୦ କୋଟି ଡଲାର ସହାୟତା ଦେବାକୁ ଚାହୁଁଛନ୍ତି, କିନ୍ତୁ ନେପାଳର ଚାଇନା ସମର୍ଥକ ଦଳ ଏହାକୁ ବିରୋଧ କରୁଛନ୍ତି। ସଂସଦରେ ସିପିଏନ ମାଓବାଦୀ ନେତା ଦେବ ପ୍ରସାଦ ଗୁରୁଙ୍ଗ କହିଛନ୍ତି ଯେ ଯଦି ସରକାର ଏହାକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରନ୍ତି, ତେବେ ସରକାରରେ ମେଣ୍ଟ ଭାଙ୍ଗିବାର ସମୟ ଆସିଛି ବୋଲି ବୁଝିବାକୁ ପଡ଼ିବ।

ଏହି ପ୍ରସ୍ତାବ ମାଧ୍ୟମରେ ନେପାଳର ସଡକଗୁଡିକର ଗୁଣବତ୍ତା ଆମେରିକାର ସହାୟତାରେ ଉନ୍ନତ ହେବ। ଏହା ବ୍ୟତୀତ ବିଦ୍ୟୁତର ଉପଲବ୍ଧତା ବୃଦ୍ଧି ହେବ ଏବଂ ନେପାଳ ଏବଂ ଭାରତ ମଧ୍ୟରେ ବିଦ୍ୟୁତ କାରବାର ଆରମ୍ଭ କରାଯିବ।

ଆମେରିକା ନେପାଳକୁ ଏମ୍‌ସିସି ଲାଗୁ ନେଇ ଧମକ ଦେଇଛି। ଫେବୃଆରୀ ୨୮ ସୁଦ୍ଧା ମିଲେନିୟମ ଚ୍ୟାଲେଞ୍ଜ ନିଗମ ଅଧୀନରେ ପ୍ରସ୍ତାବିତ ଅନୁଦାନ-ସହାୟତା ଚୁକ୍ତିନାମାକୁ ନେପାଳକୁ ଆମେରିକା ଅନୁମୋଦନ କରିବାକୁ କହିଛି। ଯଦି ନେପାଳ ଏହି ସହାୟତା ଗ୍ରହଣ ନ କରିବ, ତେବେ ଆମେରିକ ସହ ଏହାର ସମ୍ପର୍କର ସମୀକ୍ଷା କରାଯିବ ସହିତ ଚାଇନାର ହାତ ଯୋଗୁ ଏହି ଚୁକ୍ତି ବିଫଳ ହୋଇଛି ବୋଲି ଗ୍ରହଣ କରାଯିବ।

ଫଳରେ ନେପାଳର ରାଜନୈତିକ ସଙ୍କଟରେ ଆମେରିକା ଏବଂ ଚାଇନା ପୁଣି ମୁହାଁମୁହିଁ ହୋଇଛନ୍ତି। ବିରୋଧୀ ନେତା କହିଛନ୍ତି ଯେ, ଆମେରିକାର ସହାୟତା ଦେଶର ସମ୍ବିଧାନକୁ କ୍ଷୁର୍ଣ୍ଣ କରିବ, ଯାହା ଏହାର ଇଣ୍ଡୋ-ପାସିଫିକ ରଣନୀତିର ଏକ ଅଂଶ। ଚାଇନା ବିରୋଧରେ ଆମେରିକା ନେପାଳର ଜମି ବ୍ୟବହାର କରିପାରିବାର ଆଶଙ୍କା ମଧ୍ୟ ରହିଥିବା ବିରୋଧୀ କହିଛନ୍ତି।

ନେପାଳ ଏବଂ ଆମେରିକା ୨୦୧୭ରେ ଏମ୍‌ସିସି ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ଗତ ବର୍ଷ ଚାଇନା ଚାପରେ ଶ୍ରୀଲଙ୍କା ମଧ୍ୟ ଏମସିସି ଚୁକ୍ତିନାମାକୁ ପ୍ରତ୍ୟାଖ୍ୟାନ କରିଥିଲା।

ଏମ୍‌ସିସି ଅଧୀନରେ ୩୦ ଟି ଦେଶ ଅଂଶୀଦାର ହୋଇପାରିଛନ୍ତି ଏବଂ ଏପର୍ଯ୍ୟନ୍ତ ୧୩ ବିଲିୟନ ୫୦ କୋଟି ଡଲାର ସହାୟତା ପ୍ରଦାନ କରାଯାଇଛି। ନେପାଳରେ ଚାଇନାର ପ୍ରଚ୍ଛନ୍ନ ହାତ ଦ୍ୱାରା ଏହି ଆମେରିକୀୟ ସହାୟତାକୁ ବିରୋଧ କରାଯାଉଛି। ଦେଶରବହୁ ସ୍ଥାନରେ ଏହାକୁ ନେଇ ପ୍ରଦର୍ଶନ ମଧ୍ୟ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

ମାଛ ଧରୁଥିବା ବେଳେ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭାସିଯାଇଥିଲେ, ଚାଲିଗଲା ଯୁବ ଅଧ୍ୟାପକଙ୍କ ଜୀବନ

ବୈଶିଙ୍ଗା,୧୫|୮(ରତନ ଦାଶ): ମୟୂରଭଞ୍ଜ ଓ ବାଲେଶ୍ଵର ଜିଲା ସୀମାନ୍ତ ବୁଢ଼ାବଳଙ୍ଗ ନଦୀର ଏକ ନାଳରେ ଶନିବାର ଦିନ ୧୦ଟା ସମୟରେ ମାଛ ଧରୁଥିବା ବେଳେ ପାଣିର ପ୍ରଖର…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri