ଭୋଟବାକ୍ସ ଲକ୍‌ ନ ହେବାରୁ କର୍ମଚାରୀ ହଟହଟା

ଜଳେଶ୍ୱର, ୧୭।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର କେତେକ ବୁଥ୍‌ରେ କଁା ଭଁା ଉତ୍ତେଜନା ପ୍ରକାଶ ପାଇଥିଲା। ଗୋପୀମୋହନପୁର ପଞ୍ଚାୟତ ୬ନଂ. ବୁଥ୍‌ ଗୋପୀମୋହନପୁର ଓ ୧ ନଂ. ବୁଥ୍‌ ମହିଷାମୁଣ୍ଡାରେ ଭୋଟବାକ୍ସ ଲକ୍‌ ନ ହେବାରୁ ସମସ୍ୟା ସୃଷ୍ଟି ହୋଇଥିଲା ା ମତଦାନ ଶେଷ ହୋଇଥିଲେ ମଧ୍ୟ ତାଲା ନ ପଡିବାରୁ ଦୀନକୃଷ୍ଣ କଲେଜର ରିସିଭିଂ ସେଣ୍ଟରରୁ ୪ଥର ନୂଆ ଲକ୍‌ ନିଆଯାଇଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହୋଇ ପାରି ନ ଥିଲା। ଶେଷରେ ଜିପିଓ ମୟାଧର ମଲ୍ଲିକ ଘଟଣାସ୍ଥଳକୁ ଯାଇ ଭୋଟବାକ୍ସର ତାଲା ବନ୍ଦ କରିଥିଲେ ା ଫଳରେ ଦୀର୍ଘ ସମୟ ପରେ ସେଠାରୁ କର୍ମଚାରୀମାନେ ଫେରିଥିଲେ। ଏହି ତାଲା ବନ୍ଦ ହେଉ ନ ଥିବା ଘଟଣାକୁ ନେଇ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଥିଲା।
ସେହିପରି କୋଟସାହି ପଞ୍ଚାୟତରେ ଜଣେ ଯୁବକ ୧୦ନଂ. ବୁଥ୍‌ରେ ୨ଜଣ ଯୁବକଙ୍କୁ ନେଇ ଭୋଟ ଦେବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ହାତରେ ଧରାପଡିଥିଲେ। ଫଳରେ ପୋଲିସ ମାଡ ମାରିବାରୁ ସ୍ଥାନୀୟ ଲୋକେ ପୋଲିସ ବିରୋଧରେ ବିକ୍ଷୋଭ ପ୍ରକାଶ କରିଥିଲେ। ଘଟଣାସ୍ଥଳକୁ ତହସିଲଦାର ସ୍ମୃତିରଞ୍ଜନ ମଲ୍ଲିକ ଓ ଆଇଆଇସି ରୋଜାଲିନ ବେହେରା ଯାଇଥିଲେ। ପୋଲିସର ମାତ୍ରଧିକ କାର୍ଯ୍ୟ ଲାଗି ଭୁଲ୍‌ ମାଗିଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ବାଇକ୍‌ ଶୋ’ରୁମ୍‌

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?