ତଳକାଁପଡ଼ା ଗ୍ରାମରେ ରାଜନୈତିକ ଶତ୍ରୁତାରୁ ବୋମାମାଡ଼; ୯ ଗୁରୁତର, ଲାଗି ରହିଛି ଉତ୍ତେଜନା

ତିହିଡି଼,୧୭।୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡି଼ ଥାନା କାଁପଡ଼ା ପଞ୍ଚାୟତ ଅଧୀନ ତଳକାଁପଡ଼ା ଗ୍ରାମରେ ବୁଧବାର ରାତି ୧୦ଟା ସମୟରେ ବୋମାମାଡ଼ ହୋଇଛି । ରାଜନୈତିକ ଶତ୍ରୁତାରୁ ଏହି ବୋମାମାଡ଼ ହୋଇଥିବା ଜଣାଯାଇଛି। ଯାହାଫଳରେ ଉଭୟ ଭାଜପା ଏବଂ ବିଜେଡି ଦଳର ୯ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ମୁତୟନ ହୋଇଛି। ଏସପି ମଡକର ସନ୍ଦୀପ ସମ୍ପଦ ଓ ଚାନ୍ଦବାଲି ଏସଡ଼ିପିଓ ତ୍ରିଲୋଚନ ସେଠୀ ଘଟଣାସ୍ଥଳକୁ ଆସି ତଦନ୍ତ କରୁଛନ୍ତି । ତିହିଡି଼ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ଉପସ୍ଥିତ ଅଛନ୍ତି ।

ସୂଚନାନୁଯାୟୀ, ଗ୍ରାମରେ ଭାଜପା ଓ ବିଜେଡ଼ି ସମର୍ଥକଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଥିଲା। ବୁଧବାର ସାରେ ଏହି ଶତ୍ରୁତାକୁ ନେଇ ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଘଟଣାକୁ ନେଇ ଉତ୍ତେଜନା ବୃଦ୍ଧି ପାଇଥିଲା ଏବଂ ରାତି ପ୍ରାୟ ୧୦ଟା ସମୟରେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ଉପୁଜିଥିଲା। ଏହି ସଂଘର୍ଷ ସମୟରେ ହଠାତ ବୋମାମାଡ଼ ହୋଇଥିଲା । ଯାହାଫଳରେ ଉଭୟ ପକ୍ଷର ୯ ଜଣ ଗୁରୁତର ଆହତ ହୋଇଥିଲେ । ପରେ ଆହତ ବ୍ୟକ୍ତିମାନଙ୍କୁ ଚିକିତ୍ସା ନିମନ୍ତେ ତିହିଡି଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି l ଖବରପାଇ ତିହିଡି଼ ଥାନା ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ସଦଳବଳେ ଘଟଣସ୍ଥଳରେ ପହଞ୍ଚି ଏହାର ତଦନ୍ତ ଚଳାଇଥିବା ଜଣାପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

ନିର୍ମାଣର ୫ମାସ ମଧ୍ୟରେ ରାସ୍ତାରୁ ଉଠି ଗଲାଣି ପିଚୁ, ଭିଜିଲାନ୍ସ ତଦନ୍ତ ପାଇଁ ଦାବି

କୋକସରା,୧୯।୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦୀର୍ଘ ବର୍ଷରୁ ମରାମତି ଅଭାବ କାରଣରୁ କୋକସରା ବ୍ଲକ ବଡ଼କେନ୍ଦୁଗୁଡା ବଜାର ପଡିଆ ଛକ ବିଜୁ ଏକ୍ସପ୍ରେସୱେରୁ ବିଜମରା ଭାୟା ବୋବରିଆ…

ନିୟମ କଡ଼ାକଡ଼ି କଲେ ଉପଜିଲାପାଳ; ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ମନା, ପାଳନ ନକଲେ….

ଗୁଣପୁର,୧୯।୮(ସୁଜାତା ପାଢ଼ୀ)- ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ଉପରେ କଟକଣା ଜାରି କରାଯାଇଛି । ରାୟଗଡ଼ା ଜିଲା ଗୁଣପୁର ଉପଖଣ୍ଡର ବିଭିନ୍ନ ସାର୍ବଜନୀନ ସ୍ଥାନ, ସରକାରୀ କାର୍ଯ୍ୟାଳୟ…

କର୍କ ଆଣିବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର, ୨୦ ବର୍ଷ…

କଟକ,୧୯।୮(ପ୍ରଭୁକଲ୍ୟାଣ ପାଲ୍): ବ୍ୟାଡମିଣ୍ଟନ ଖେଳ ସମୟରେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଦୋଷୀଙ୍କୁ ସଜା ଶୁଣାଇଲେ କଟକ ସ୍ୱତନ୍ତ୍ର ପକ୍ସୋ ଅଦାଲତ । ଆସାମୀ ଜନ୍ମେଜୟ ମଲ୍ଲିକ ଓରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri