ଅମାନିଆଙ୍କୁ ସାବାଡ୍‌ କଲା ପୋଲିସ

ସଜନାଗଡ଼, ୪।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି କଚେରୀ ବଜାରରେ ସୋମବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ପୋଲିସ ପକ୍ଷରୁ ମାସ୍କ ଚେକିଂ ଚାଲିଥିବା ବେଳେ କେତେଜଣ ଅମାନିଆ ଯୁବକ କୋଭିଡ ନିୟମ ଊଲ୍ଲଘଂନ କରି ଖୁଲମଖୁଲା ବୁଲୁଥିବା ବେଳେ ଦେଖିବାକୁ ମିଳିଥିଲା। ଏହା ଦେଖି ପୋଲିସ ତାଗିଦ୍‌ କରିବା ସହ ଫାଇନ କାଟିବାରୁ ଯୁବକମାନେ ଓଲଟା ନାଲିଆଖି ଦେଖାଇ ଯୁକ୍ତିତର୍କ କରିଥିଲେ। ଆଇଆଇସି ପ୍ରଭଞ୍ଜନ ବେହେରା ପହଞ୍ଚିଯିବାରୁ ଉକ୍ତ ଯୁବକମାନେ ଦୌଡି ପଳାଇଯାଉଥିଲେ। ପୋଲିସ ୫ଜଣ ଅମାନିଆଙ୍କୁ ଧରି ଥାନାକୁ ଆଣି ଅଟକ ରଖିଛି। ସେମାନଙ୍କର ଅନ୍ୟ ୪ଜଣ ସହଯୋଗୀଙ୍କୁ ଥାନାରେ ଅଟକ ରଖାଯାଇଥିବା ନୀଳଗିରି ସବ୍‌ଇନ୍ସପେକ୍ଟର ଶ୍ରୀ ଜୟସିଂହ ସୂଚନା ଦେଇଛନ୍ତି।
ମହାମାରୀ କରୋନା ଭୟଙ୍କର ରୂପ ଧାରଣ କରିଥିବାରୁ ଚାରିଆଡେ ମାସ୍କ ଚେକିଂ ଜୋରଦାର କରାଯାଇଛି। ସନ୍ଧ୍ୟାରେ ନୀଳଗିରି ଥାନାର ସବ୍‌ଇନ୍ସପେକ୍ଟର ବାସୁଦେବ ଜୟସିଂହ କଚେରି ବଜାରରେ ମାସ୍କ ଚେକିଂ କରୁଥିବା ବେଳେ ବାଲେଶ୍ୱର ଅଞ୍ଚଳର ୫ରୁ ୬ଜଣ ଯୁବକ ମୁହଁରେ ମାସ୍କ ନ ପିନ୍ଧି ମଦ୍ୟପାନ କରି ବୁଲୁଥିଲେ। ପୋଲିସ ଫାଇନ୍‌ କାଟିବାରୁ ତୁମୁଳକାଣ୍ଡ ଘଟିଥିଲା। ଏପରିକି ଯୁବକମାନେ ପାଲଟା ପୋଳିସକୁ ନାଲି ଆଖି ଦେଖାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ପ୍ରାୟ ୪୫ମିନିଟ୍‌ ଧରି ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗି ରହିଥିଲା। ପରେ ଆଇଆଇସି ବେହେରା ସଦଳବଳେ ପହଞ୍ଚି ଅମାନିଆଙ୍କୁ ସାବାଡ୍‌ କରିଥିଲେ। ଯୁବକମାନଙ୍କ ଏକ ଚାରିଚକିଆ ଗାଡ଼ି (ନଂ.ଓଡ଼ି୦୧ଜି-୪୭୯୬) ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଢୁଅଁ। ହେଲେ ଶ୍ରୀଲିଙ୍ଗରାଜ

ପୁରୁଣା ଭୁବନେଶ୍ୱର,୨୧।୧୧(ଡି.ଏନ.ଏ.): ପ୍ରଥମାଷ୍ଟମୀ ଅବସରରେ ବୁଧବାର ମହାପ୍ରଭୁ ଶ୍ରୀଲିଙ୍ଗରାଜ ପୋଢୁଅଁ। ହୋଇଛନ୍ତି। ଦୈନନ୍ଦିନ ରୀତିନୀତି କରି ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଗୌରୀ ଏବଂ ପ୍ରଭୁ...

କରୋନା ମୁକାବିଲା ପାଇଁ ନିରନ୍ତର ଦାୟିତ୍ୱସମ୍ପନ୍ନ ଭାବେ ସରକାରଙ୍କୁ ସାହାଯ୍ୟ କରୁଛନ୍ତି ଗଣମାଧ୍ୟମ, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୭।୩(ବ୍ୟୁରୋ): ମହାମାରୀ ରୂପ ନେବାରେ ଲାଗିଛି କରୋନା ସଂକ୍ରମଣ। ଦିନକୁ ଦିନ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ମୁକାବିଲା ଦିଗରେ ଅତ୍ୟାବଶ୍ୟକ...

ଓ୍ବେବ୍‌ସାଇଟ୍‌ରେ ଶ୍ରୀମନ୍ଦିରର ଭୁଲ୍‌ ଚିତ୍ର: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ, ସଚିବଙ୍କ ବିରୋଧରେ ଏତଲା

ପୁରୀ ଅଫିସ,୯ା୧୨: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ୱେବ୍‌ସାଇଟ୍‌ରେ ଶ୍ରୀମନ୍ଦିର ସମ୍ପର୍କରେ ଭୁଲ୍‌ ତଥ୍ୟ ପ୍ରଦାନ କରାଯାଇଛି। ଶ୍ରୀମନ୍ଦିରକୁ ଏଥିରେ ଭୁଲ୍‌ ଚିତ୍ରଣ କରାଯାଇଥିବା ଅଭିଯୋଗ ହୋଇଛି।...

ଅମ୍ଫନ୍‌ ପାଇଁ ବନ୍ଦ ରହିଲା ହାଇକୋର୍ଟ

କଟକ ଅଫିସ୍‌,୨୧।୫: ସାମୁଦ୍ରିକ ବାତ୍ୟା ‘ଅମ୍ଫନ୍‌’ ଯୋଗୁ ବୁଧବାର ହାଇକୋର୍ଟ ବନ୍ଦ ରହିଛି। ବୁଧବାର ପାଇଁ ଧାର୍ଯ୍ୟ ହୋଇଥିବା ମାମଲାଗୁଡ଼ିକର ଶୁଣାଣି ଗୁରୁବାର କରାଯିବ। ଏନେଇ...

୧୪ ନଂ ଜୋନ୍‌ରେ ପ୍ରାର୍ଥିନୀଙ୍କ ପ୍ରଚାର ଜୋରଦାର

ଗଞ୍ଜାମ,୧୦ା୨(ଡି.ଏନ୍‌.ଏ.): ଆଉ ମାତ୍ର ଦିନ କେଇଟା  ପରେ ଗଞ୍ଜାମ ବ୍ଲକରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ୧୪ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥିନୀ ସସ୍ମିତା...

୩ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩।୩(ବ୍ୟୁରୋ): ଓଡ଼ିଶାର ୩ ଜିଲାରେ ମଙ୍ଗଳବାର ଝଡ଼ ତୋଫାନ ଓ ସ୍ବଳ୍ପ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ବାାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର...

ଅକ୍ଟୋବରରେ ଖୋଲିପାରେ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ

ଭୁବନେଶ୍ୱର,୨୭ା୯(ବ୍ୟୁରୋ): କୋଭିଡ୍‌ କଟକଣା ଭିତରେ ଅକ୍ଟୋବରରୁ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲାଯିବା ନେଇ ଯୋଜନା ଥିବା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି।...

ଚାଷୀଙ୍କ ସାମାଜିକ, ଅର୍ଥନୈତିକ ଉନ୍ନତି ଚିନ୍ତା: ନବରଙ୍ଗପୁର ଜିଲାରୁ ଆରମ୍ଭ ହେଲା ନୂଆ ଯୋଜନା

ଭୁବନେଶ୍ୱର,୨୯।୮(ବ୍ୟୁରୋ): ସାରା ରାଜ୍ୟରେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରୁ ଭିଡିଓ...

Advertisement
Archives

Model This Week