ପ୍ରକୃତି ମିଶ୍ରଙ୍କ ଘରେ ପୋଲିସ ଟିମ୍‌

ଭୁବନେଶ୍ୱର, ୨୬।୭(ବ୍ୟୁରୋ): ଅଭିନେତା ବାବୁସାନ ମହାନ୍ତି ଏବଂ ପ୍ରକୃତି ମିଶ୍ରଙ୍କ ମାମଲା ଥମିବାର ନାଁ ନେଉନାହିଁ। ଆଜିକୁ ପ୍ରାୟ ୩ଦିନ ହେଲାଣି ଏହି ଘଟଣା ଦିନକୁ ଦିନ ଚର୍ଚ୍ଚା ଜୋର ଧରିଛି। ନିକଟରେ ବାବୁସାନଙ୍କ ସ୍ତ୍ରୀ ପ୍ରକୃତିଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ। ତେବେ ମଙ୍ଗଳବାର ପ୍ରକୃତିଙ୍କ ଭୁବନେଶ୍ୱର ଘରେ ଖାରବେଳନଗରର ଏକ ପୋଲିସ ଟିମ୍‌ ପହଞ୍ଚିଛନ୍ତି। ପଚରାଉଚରା ପାଇଁ ପୋଲିସ ଟିମ୍‌ ଆସିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଶନିବାର ଅଭିନେତା ବାବୁସାନ ଏବଂ ପ୍ରକୃତିଙ୍କ ଏକ ଭିଡ଼ିଓ ଭାଇରାଲ ହେଇଥିଲା। ଯେଉଁଥିରେ ବାବୁସାନଙ୍କ ସ୍ତ୍ରୀ ପ୍ରକୃତିଙ୍କୁ ମାଡ଼ ମାରୁଥିବାର ନଜର ଆସିଥିଲା। ଯାହାକୁ ନେଇ ଚର୍ଚ୍ଚା ହେଉଥିଲା। ସେବେଠୁ ଦୁହେଁ ଚେନ୍ନାଇ ଚାଲିଯାଇଥିବା ଭୁବନେଶ୍ୱର ଫେରିବା ନାଁ ଧରୁ ନାହାନ୍ତି। ଏବେ ବାବୁସାନ କେଉଁଠି ଅଛନ୍ତି ତାହା କାହାକୁ ଜଣା ନ ଥିବା ବେଳେ ଚେନ୍ନାଇରେ ଥିବା ପ୍ରକୃତିଙ୍କ ନିକଟକୁ ପରିବାର ସଦସ୍ୟ ଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁକୁଳା ପଡିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର: ୨ ମାସରେ ମଲେଣି ୨୦ରୁ ଊର୍ଦ୍ଧ୍ୱ ଗୋରୁ, ଛେଳି

ରଣପୁର,୨୫ା୫(ସ୍ବ.ପ୍ର.): ନିରାପଦରେ ଲୋକଙ୍କୁ ବିଦ୍ୟୁତ୍‌ ସେବା ଯୋଗାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କେତେକ ଅସାଧୁ ଅଧିକାରୀ ଓ କର୍ମଚାରୀଙ୍କ...

ଭୁବନେଶ୍ୱରରେ ହେବ ଜୁନିୟର ହକି ବିଶ୍ୱକପ୍‌

ଭୁବନେଶ୍ୱର,୨୩।୯: ଓଡ଼ିଶା ଚଳିତ ବର୍ଷ ଜୁନିୟର ପୁରୁଷ ହକି ବିଶ୍ୱକପ ଆୟୋଜନ କରିବ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଘୋଷଣା କରିଛନ୍ତି। ଚଳିତ...

ପାଠପଢ଼ା ଚାପରେ ଜୀବନ ହାରିଲେ ୪ର୍ଥ ଶ୍ରେଣୀ ଛାତ୍ରୀ

ଭବାନୀପାଟଣା,୩୧।୧: ଭବାନୀପାଟଣା ସହରସ୍ଥିତ ରାମନଗରପଡ଼ାରେ ଜଣେ ୪ର୍ଥ ଶ୍ରେଣୀ ଛାତ୍ରୀ ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ସୂଚନା ମୁତାବକ, ଛାତ୍ରୀଙ୍କ ମା’ କୌଣସି...

ସାଇ ସମୃଦ୍ଧି ରିୟଲ୍‌କନ୍‌ ଇଣ୍ଡିଆ ଲିମିଟେଡ୍‌ ମୁଖ୍ୟଙ୍କୁ ୫ ବର୍ଷ ଜେଲ

କଟକ ଅଫିସ,୨୧ା୧: ଚିଟ୍‌ଫଣ୍ଡ ଠକେଇ ଅଭିଯୋଗରେ ସାଇ ସମୃଦ୍ଧି ରିୟଲ୍‌କନ୍‌ ଇଣ୍ଡିଆ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ସନ୍ଦୀପ୍‌ କୁମାର ଦାସଙ୍କୁ କଟକର ସ୍ବତନ୍ତ୍ର କୋର୍ଟ ଗୁରୁବାର...

ପରିଚୟ ଫାଉଣ୍ଡେଶନ ପକ୍ଷରୁ ‘ଶ୍ରୀ ଆୱାର୍ଡସ୍‌’ର ୪ର୍ଥ ସଂସ୍କରଣ: ୧୨ ପ୍ରତିଭାଙ୍କୁ ‘ଶ୍ରୀ ଆଓ୍ବାର୍ଡ’

ଭୁବନେଶ୍ୱର,୨୧।୭(ବ୍ୟୁରୋ): ପରିଚୟ ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ ‘ଶ୍ରୀ ଆୱାର୍ଡସ୍‌’ର ଚତୁର୍ଥ ସଂସ୍କରଣ ଶନିବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ହୋଇଯାଇଛି। ମୁଖ୍ୟଅତିଥିଭାବେ ରାଜ୍ୟ ସଭା ସଦସ୍ୟ...

କରୋନା ଭୟ: ଭିତ୍ତିଭୂମି ସଜାଡୁଛି ଏସ୍‌ସିବି

କଟକ ଅଫିସ,୧୮ା୩: ଏସ୍‌ସିବି ମେଡିକାଲରେ କରୋନା ମୁକାବିଲା ପାଇଁ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦିଆଯାଇଛି। ସନ୍ଦିଗ୍ଧ କିମ୍ବା ଆକ୍ରାନ୍ତ ରୋଗୀ ଆସିଲେ ସେମାନଙ୍କୁ କିଭଳି ସେବା...

ଆଜିଠୁ ହାଲୁକା ବର୍ଷା, ବଜ୍ରପାତ ସତର୍କତା

ଭୁବନେଶ୍ୱର, ୧୮।୨(ବ୍ୟୁରୋ): ବିଦର୍ଭ ଓ ଆଖପାଖ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ୧.୫ କି.ମି. ଯାଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଓଡ଼ିଶାର କିଛି ଜିଲାରେ...

ଭୁବନେଶ୍ୱରରୁ ଆଜି ୩୭୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୮।୯(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ମଙ୍ଗଳବାର ଆଉ ୩୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରାଣ୍ଟାଇନରୁ ୧୪୫ ଓ ଲୋକାଲ କଣ୍ଟାକ୍ଟ କେସ ୨୩୧ ରହିଛି। ଏ...

Advertisement
Archives

Model This Week