୩୬ ଘଣ୍ଟା, ୭୦୦ କି.ମି.

ଭୁବନେଶ୍ୱର,୩।୨(ବ୍ୟୁରୋ): ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡ଼ା ଅଞ୍ଚଳରୁ ଜଣେ ବ୍ୟବସାୟୀଙ୍କ ପୁଅଙ୍କୁ ଅପହରଣ କରି ୩୦ ଲକ୍ଷ ଟଙ୍କାରେ ମୁଣ୍ଡ ଜାମିନ ଘଟଣାରେ କମିଶନରେଟ ପୋଲିସକୁ ସଫଳତା ମିଳିଛି। ତ୍ୱରିତ ପଦକ୍ଷେପ ଯୋଗୁ ଜଣେ ଯୁବକଙ୍କ ଜୀବନ ବଞ୍ଚତ୍ୟାଇଛି। ୩୬ ଘଣ୍ଟାର ଅପରେଶନ ଓ ଛକାପଞ୍ଝା ପରେ ପୋଲିସ ୪ ପେସାଦାର ଅପହର୍ତ୍ତାଙ୍କୁ ନୟାଗଡ଼ରୁ ଗିରଫ କରିବା ସହ ସେମାନଙ୍କ କବଳରୁ ଅପହୃତ ଯୁବକ ଇଶାନ ଅଗ୍ରଓ୍ବାଲଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲା ବ୍ରହ୍ମପୁର ବିଜିପୁରର ରାମ କ୍ରିଷ୍ଣା(୨୭), ସମ୍ବଲପୁର ଜିଲା ରେଢ଼ାଖୋଲର ସନ୍ତୋଷ କୁମାର ରାଉତ(୨୨), ନୟାଗଡ଼ ଜିଲା ଗୌଡ଼ପୁଟର ଧନେଶ୍ୱର ପାତ୍ର(୨୪) ଓ ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ରଘୁନାଥନଗରର ଏମ୍‌ଡି ମୁସ୍ତାକ ଅଲ୍ଲୀ(୨୫)। ଏମାନେ ଅପହରଣରେ ବ୍ୟବହାର କରିଥିବା ଏକ କାର୍‌, ୫ ମୋବାଇଲ ଫୋନ୍‌ ଓ ୨ଟି ଛୁରି ଜବତ କରାଯାଇଛି। ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯିବ। ଟିଆଇ ପରେଡ ପରେ ୭ ଦିନିଆ ରିମାଣ୍ଡ ଆବେଦନ କରାଯିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଏଥିସହ ପୂରା ଘଟଣା ସମ୍ପର୍କରେ ସୂଚନା ଦେଇ କମିଶନର କହିଛନ୍ତି, ଇଶାନଙ୍କୁ ଅପହରଣ କରିବା ପରେ ଅଭିଯୁକ୍ତମାନେ ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଦେଇ ପାଖାପାଖି ୮୦୦ କି.ମି. ବୁଲାଇଛନ୍ତି। ପୋଲିସକୁ ମଧ୍ୟ ଅପହର୍ତ୍ତାଙ୍କ ନିକଟରେ ପହଞ୍ଚତ୍ବାକୁ ୩୬ ଘଣ୍ଟା ମଧ୍ୟରେ ୭୦୦ କି.ମି. ବୁଲିବାକୁ ପଡ଼ିଥିଲା। ତେବେ ଗିରଫ ଅଭିଯୁକ୍ତମାନେ ବୃତ୍ତିଗତ ଭାବେ ଏପରି ଅପହରଣ କରି ଟଙ୍କା ମାଗନ୍ତି। ଏହାପୂର୍ବରୁ ଏମାନେ ଭୁବନେଶ୍ୱରର ଜଣେ ବ୍ୟବସାୟୀଙ୍କୁ ମଧ୍ୟ ବ୍ରହ୍ମପୁରରୁ ଅପହରଣ କରିଥିଲେ। ଏହି ର଼୍ୟାକେଟ ସହ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଥିବା ଜଣାପଡିଛି। ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଗଲେ ସମ୍ପୃକ୍ତ ଅନ୍ୟ ସହଯୋଗୀମାନେ ଧରାପଡ଼ିବେ ବୋଲି କମିଶନର କହିଛନ୍ତି।

ସୂଚନା ଅନୁଯାୟୀ, ଇଶାନ ବେଙ୍ଗାଲୁରରେ ବିବିଏ ପଢ଼ୁଛନ୍ତି। କୋଭିଡ୍‌ ପାଇଁ କ୍ଲାସ ବନ୍ଦ ହୋଇଯିବାରୁ ସେ ଘରକୁ ଆସିଥିଲେ। ଅନ୍ୟପକ୍ଷରେ ଇଶାନଙ୍କ ବାପା ରାମରୂପ ଅଗ୍ରୱାଲ ଜଣେ ଧନୀ ବ୍ୟବସାୟୀ ହୋଇଥିବାରୁ ଅପହର୍ତ୍ତାମାନେ ଟଙ୍କା ପାଇଁ ପୁଅ ଇଶାନଙ୍କୁ ଅପହରଣ କରିବାକୁ ସୁଯୋଗ ଖୋଜୁଥିଲେ। ଏଥିପାଇଁ ତାଙ୍କୁ ସେମାନେ କିଛିଦିନ ହେଲା ଫଲୋ କରୁଥିଲେ। ସୋମବାର ସା ପ୍ରାୟ ୬ଟାରେ ଇଶାନ ଝାରପଡ଼ା ନିକଟ ଏକ ଓମ୍‌ଫେଡ୍‌ ଷ୍ଟଲକୁ ଚା’ ପିଇବାକୁ ଯାଇଥିବାବେଳେ ଅପହର୍ତ୍ତାମାନେ ତାଙ୍କୁ ତାଙ୍କ ନାମ ଧରି ଡାକିଥିଲେ। ସେମାନେ ସମସ୍ତେ ମାସ୍କ ଓ ଟୋପି ପିନ୍ଧିଥିବାରୁ ମୁହଁ ସ୍ପଷ୍ଟ ଦେଖାଯାଉ ନ ଥିଲା। ଇଶାନ ତାଙ୍କ ପାଖକୁ ଯିବାପରେ ଅପହର୍ତ୍ତାମାନେ ଜୋର୍‌ ଜବରଦସ୍ତି କାର୍‌ର ପଛ ଡୋର ଖୋଲି ତାଙ୍କୁ ଭିତରେ ପୂରାଇ ନେଇଯାଇଥିଲେ। ଏହାପରେ ସେମାନେ ଇଶାନଙ୍କ ମୋବାଇଲରୁ ବାପା ରାମରୂପଙ୍କୁ ଫୋନ କରିଥିଲେ। ଏଥିସହ ଇଶାନଙ୍କ ବେକରେ ଛୁରି ଲଗାଇ ଏକ ଫଟୋ ତାଙ୍କ ହ୍ବାଟ୍ସଆପ୍‌କୁ ପଠାଇଥିଲେ। ୩୦ ଲକ୍ଷ ଟଙ୍କା ଦେଲେ ଇଶାନଙ୍କୁ ଛଡ଼ାଯିବ ବୋଲି ବାପାଙ୍କୁ ସେମାନେ ଧମକ ଦେଇଥିଲେ। ଏହାପରେ ରାମରୂପ ତୁରନ୍ତ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ଅପହରଣ ମାମଲା (ନଂ. ୫୧/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ଇଶାନଙ୍କୁ ଉଦ୍ଧାର କରିବାକୁ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ନେତୃତ୍ୱରେ ତୁରନ୍ତ ୪ଟି ଟିମ୍‌ ଗଠନ କରାଯାଇଥିଲା। ପୋଲିସ ଟିମ୍‌ ରାମରୂପଙ୍କୁ ସାଙ୍ଗରେ ଧରି ଅପରେଶନ ଆରମ୍ଭ କରିଥିଲା। ସମସ୍ତ ପୋଲିସ ସାଦା ପୋଷାକରେ ଥିଲେ। ଅପହର୍ତ୍ତାମାନେ ଇଶାନଙ୍କ ମୋବାଇଲରୁ ବାପାଙ୍କ ପାଖକୁ ଫୋନ୍‌ କରିବା ପରେ ସଙ୍ଗେସଙ୍ଗେ ସୁଇଚ୍‌ ଅଫ୍‌ କରି ଦେଉଥିଲେ। ଏପରିକି ଅପହର୍ତ୍ତାମାନେ କଲ୍‌ କରି ୩୦ରୁ ୪୦ କି.ମି. ପଳାଉଥିଲେ। ଫଳରେ ପୋଲିସ ତାଙ୍କ ମୋବାଇଲକୁ ଟ୍ରାକ୍‌ କରି ଅପହର୍ତ୍ତାଙ୍କ ନିକଟରେ ପହଞ୍ଚତ୍ବାକୁ କଷ୍ଟସାଧ୍ୟ ହୋଇଥିଲା। ପୋଲିସ ଟିମ୍‌ ମୋବାଇଲ ନମ୍ବରକୁ ଟ୍ରାକ୍‌ କରି ନୟାଗଡ଼, ଗଞ୍ଜାମ, ଖୋର୍ଦ୍ଧା ଜିଲାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରିଥିଲା। ହେଲେ ଚଢ଼ାଉ ପୂର୍ବରୁ ଅପହର୍ତ୍ତାମାନେ ସେଠାରୁ ଚମ୍ପଟ ମାରୁଥିଲେ। ଏମିତି ଛକାପଞ୍ଝା ଭିତରେ ପୋଲିସ ପ୍ରାୟ ୭୦୦ କି.ମି. ବୁଲିସାରିଥିଲା। ମଙ୍ଗଳବାର ରାତି ପ୍ରାୟ ୧୧ଟାବେଳେ ଅପହର୍ତ୍ତା ଓ ଇଶାନଙ୍କ ମୋବାଇଲ୍‌ ଫୋନ୍‌ ନୟାଗଡ଼ ଜିଲା ସୁନାଖଳା ଜଙ୍ଗଲ ନିକଟରେ ଥିବା ଜଣାପଡ଼ିଥିଲା। ସେତେବେଳକୁ ପୋଲିସ ପାଖାପାଖି ଅଞ୍ଚଳରେ ଥିବାରୁ କାଳ ବିଳମ୍ବ ନ କରି ତୁରନ୍ତ ଉକ୍ତ ସ୍ଥାନରେ ପହଞ୍ଚତ୍ୟାଇଥିଲା। ସେଠାରେ ଏକ ନମ୍ବରବିହୀନ କାର ଥୁଆ ହୋଇଥିବା ଦେଖି ପୋଲିସ ଟିମ୍‌ ଘେରିଯାଇ ସମସ୍ତ ଅପହର୍ତ୍ତାଙ୍କୁ କାବୁ କରିବା ସହ ଇଶାନଙ୍କୁ ଉଦ୍ଧାର କରିଥିଲା। ତେବେ ଉଦ୍ଧାର ହେବା ପରେ ଇଶାନ ଓ ତାଙ୍କ ପରିବାର ଓଡ଼ିଶା ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାନ୍ଧିଜୀ ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ

ପୁରୀ ଅଫିସ୍‌, ୧୫।୩:ଏକ ଐତିହାସିକ ବିଶ୍ୱାସ ରହିଆସିଛି ଯେ, ମହାତ୍ମା ଗାନ୍ଧୀ ପୁରୀ ଶ୍ରୀମନ୍ଦିର ପରିଦର୍ଶନ କରି ନ ଥିଲେ। ଅସ୍ପୃଶ୍ୟମାନଙ୍କୁ ମନ୍ଦିର ପ୍ରବେଶ ନିଷେଧ...

୩ ମାସରେ ୮୫୮୩ ମଦ୍ୟପ ଡ୍ରାଇଭର ଗିରଫ

ଭୁବନେଶ୍ୱର, ୩।୧୨:(ବ୍ୟୁରୋ): ନୂଆ ମୋଟରଯାନ ଆଇନ ଲାଗୁହେବା ପରଠୁ ରାଜ୍ୟ ପୋଲିସ ପକ୍ଷରୁ ଧରପଗଡ ଜୋରଦାର କରାଯାଉଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ପୋଲିସ ବିଭାଗ...

ମାନିଲେନି ସେଣ୍ଟ୍ରାଲ ଜୁ ଅଥରିଟି ନିର୍ଦ୍ଦେଶ:ମାନ୍ୟତା ହରାଇବ କପିଳାସ ଚିଡ଼ିଆଖାନା

ଢେଙ୍କାନାଳ ଅଫିସ,୧୭ା୧୨ବନ ବିଭାଗର ଚରମ ଅବହେଳା, ଆନୁଷଙ୍ଗିକ ବ୍ୟବସ୍ଥା ନ ଥିବାରୁ ମାନ୍ୟତା ହରାଇବାକୁ ଯାଉଛି ଢେଙ୍କାନାଳ ଜିଲାର କପିଳାସ ଚିଡ଼ିଆଖାନା। ଏ ନେଇ ନୂଆଦିଲ୍ଲୀସ୍ଥିତ...

ଲକ୍ଷାଧିକ ଟଙ୍କାର କୋରେକ୍ସ ଜବତ, ଅଭିଯୁକ୍ତ ଫେରାର

ନୂଆପଡା ଅଫିସ,୩ା୭: ନୂଆପଡା ଅବକାରୀ ବିଭାଗ ସ୍ଥାନୀୟ ଲଖନା ଥାନା ଅନ୍ତର୍ଗତ ବରପଦରପଡା (ବାଞ୍ଜିବାହାଲ)ରୁ ଲକ୍ଷାଧିକ ଟଙ୍କାର କୋରେକ୍ସ ଜବତ କରିଥିବା ବେଳେ ଅଭିଯୁକ୍ତ ଫେରାର...

ଖୁବ୍‌ଶୀଘ୍ର ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା!

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ତାରିଖ ଖୁବ୍‌ଶୀଘ୍ର ଘୋଷଣା ହୋଇପାରେ। ପଞ୍ଚାୟତ ନିର୍ବାଚନ ପାଇଁ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ହୋଇସାରିଛି। ୯୧, ୯୧୩ ଓ୍ବାର୍ଡ, ୬୭୯୪...

ବାରିପଦା ଜଗନ୍ନାଥ ମନ୍ଦିରକୁ ୫ କୋଟି ଟଙ୍କା ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବାରିପଦା ଅଫିସ,୮।୧- ବାରିପଦା ଜଗନ୍ନାଥ ମନ୍ଦିରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ବାରିପଦା ବାଙ୍କୀସୋଲଠାରେ ଅଦାନି-କିସ ଆବାସିକ ବିଦ୍ୟାଳୟ...

ବାରବାଟୀ ମ୍ୟାଚ୍‌ ନେଇ ଅନିଶ୍ଚିତତା

ଭୁବନେଶ୍ୱର,୧୮ା୫(ବ୍ୟୁରୋ): କଟକ ବାରବାଟୀ ଷ୍ଟାଡିିୟମ୍‌ରେ ଆସନ୍ତା ୧୨ତାରିଖରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ କ୍ରିକେଟ୍‌ ମ୍ୟାଚ୍‌କୁ ନେଇ ଅନିଶ୍ଚିତତା ଦେଖାଦେଇଛି।...

ପ୍ରମିଳାଙ୍କ ବିରୋଧରେ ମାନହାନି ମାମଲା କରିବି: ଜୟନାରାୟଣ

ଭୁବନେଶ୍ୱର,୨୩ା୨(ବ୍ୟୁରୋ): ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିବାକୁ ଚେତାବନୀ ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା...

Advertisement
Archives

Model This Week