ଦୋକାନ ସାମଗ୍ରୀ କିଣିବାକୁ ଯାଇ ଆଉ ଫେରିଲେନି ଯୁବକ, ଖୋଜାଖୋଜି କରିବା ପରେ ଗଛରୁ ମିଳିଲା…

ପାଟଣାଗଡ଼ ୭।୧ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ ଥାନା ଧାତୁକ ପଞ୍ଚାୟତ ମଲ୍ଲିକମୁଣ୍ଡା ଗ୍ରାମର ଅନତି ଦୂରରେ ରାସ୍ତା କଡର ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ବୁଧବାର ଉଦ୍ଧାର କରିଛି ପୋଲିସ। ମୃତ ଯୁବକ ଜଣକ ହେଲେ ଉକ୍ତ ଥାନା ବରବାହାଲ ଗାଁର କ୍ଷେତ୍ର କରୁଆଳ ବୋଲି ଜଣାପଡିଛି। ମୃତ ଯୁବକ ଜଣଙ୍କ ମଙ୍ଗଳବାର ଦୋକାନ ସାମଗ୍ରୀ କିଣିବା ପାଇଁ ବାଇକ ଯୋଗେ ଯୋଗିମୁଣ୍ଡା ଗ୍ରାମକୁ ଆସି ସେ ଆଉ ଘରକୁ ଫେରିନଥିଲେ । ତାଙ୍କ ପରିବାର ଲୋକେ ଯୁବକଜଣଙ୍କୁ ବହୁ ଖୋଜାଖୋଜି କରିବାପରେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇ ପୋଲିସକୁ ଖବରଦେଇଥିଲେ। ଖବରପାଇ ଘଟଣାସ୍ଥଳକୁ ପାଟଣାଗଡ଼ ପୋଲିସ ପହଞ୍ଚି ସାଇଣ୍ଟିଫିକଟିମର ସହାୟତା ନେଇଥିଲା। ସାଇଣ୍ଟିଫିକ ଟିମ ଆସିବାପରେ ମୃତଦେହକୁ ଜବତକରି ଯାୟାଞ୍ଚ କରିଥିଲା । ଯାଞ୍ଚ ପରେ ପୋଲିସ କେଶ ନଂ ୧-୨୬ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିବା ସହ ମୃତଦେହ ବ୍ୟବଚ୍ଛେଦ ପାଟଣାଗଡ଼ ଡାକ୍ତରଖାନାକୁ ପଠାଯାଇଥିଲା । ମୃତଦେହ ବ୍ୟବଚ୍ଛେଦ ପରେ ପରିବାରର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୁତ୍ରରୁ ଜଣାପଡିଛି ।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମ ଇଣ୍ଡିଆରେ କାହିଁକି ମିଳିଲା ସୁଯୋଗ? ଏମିତି କହିଲେ ଅଗରକର

ନୂଆଦିଲ୍ଲୀ,୬।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିବାକୁ ପ୍ରସ୍ତୁତ ଏବଂ ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବୋଲି ଚର୍ଚ୍ଚା ଯୋର…

ଆମ୍ବ ଗୋଟାଇବାକୁ ଯାଇଥିଲେ ବୃଦ୍ଧା, କଚାଡ଼ି କଚାଡ଼ି ମାରିଲା ଦନ୍ତା

ଆନନ୍ଦପୁର/ବଞ୍ଚୋ,୬ା୬(ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): ନିଜ ଆମ୍ବତୋଟାରେ ଶନିବାର ସକାଳୁ ଆମ୍ବ ଗୋଟାଇବାକୁ ଆସିଥିବା ବେଳେ ଦନ୍ତାହାତୀ ହାବୁଡ଼ରେ ପଡ଼ିଥିଲେ ବୃଦ୍ଧା। ଆନନ୍ଦପୁର ଥାନା ଫକୀରପୁର…

ଜଳାଶୟ ମାଟି କାମକୁ ନେଇ କଂଗ୍ରେସ – ବିଜେଡି ମୁହାଁମୁହିଁ: ପୌର ପରିଷଦ ଅଧ୍ୟକ୍ଷା, କାଉନସିଲର ପହଞ୍ଚିବା ପରେ ହଙ୍ଗାମା

ବଲାଙ୍ଗୀର, ୬।୬( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର କରଙ୍ଗାକଟା ଓ ନରସିଂହ ବନ୍ଧ ଆଡିରେ ଶନିବାର ସକାଳେ କଂଗ୍ରେସ ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ବିଜେଡି…

ଭୟଙ୍କର ଦୁର୍ଘଟଣା :ବସ୍ ସହ ଲୁହାପଥର ବୋଝେଇ ଟ୍ରେଲର ଧକ୍କା

କେନ୍ଦୁଝର,୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : ଯୋଡା ଥାନା ଅନ୍ତର୍ଗତ ଏନ୍‌ଏଚ୍–୫୨୦ର ଲହଣ୍ଡା ନିକଟସ୍ଥ ରେଳୱେ ଅଣ୍ଡରପାସ୍‌ରେ ଏକ ଟ୍ରେଲର ଓ ଯାତ୍ରୀବାହୀ ବସ୍‌ ମଧ୍ୟରେ ଧକ୍କା…

କେବଳ ବୈଭବ ସୂର୍ଯ୍ୟବଂଶୀ ନୁହଁନ୍ତି; ଏହି ଖେଳାଳି ବି ପ୍ରଥମ ଥର ପାଇଁ ଭାରତର ଟି-୨୦ ଦଳରେ ସ୍ଥାନ ପାଇଛନ୍ତି

ନୂଆଦିଲ୍ଲୀ,୬।୬: ବୈଭବ ସୂର୍ଯ୍ୟବଂଶୀଙ୍କୁ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ ପାଇଁ ଚୟନ କରାଯାଇଛି। ଶନିବାର ବିସିସିଆଇ ଏହି ଦୁଇଟି ସିରିଜ ଏବଂ ଏସୀୟ କ୍ରୀଡା…

୭୯ ଥର ରକ୍ତଦାନ କରି ସୃଷ୍ଟି କଲେ ରେକର୍ଡ: ଜନ୍ମଦିନରେ ବଞ୍ଚାଇଲେ ଶିଶୁର ଜୀବନ

ଭଞ୍ଜନଗର, ୬।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳର ଜଣାଶୁଣା ରକ୍ତଦାତା ତଥା ସାମାଜିକ କର୍ମୀ ଜୟକୃଷ୍ଣ ପଟ୍ଟନାୟକ ୭୯ ଥର ରକ୍ତଦାନ କରି ଭଞ୍ଜନଗର…

SBI ପକ୍ଷରୁ ଟଙ୍କା ବଦଳ ମେଳା, ଚିରାଫଟା ନୋଟ୍‌ ଦେଇ ନେଇପାରିବେ ଏତିକି ଟଙ୍କା…

ଭଞ୍ଜନଗର,୬ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଷ୍ଟେଟ୍‌ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଶନିବାର ବ୍ୟାଙ୍କ ସମ୍ମୁଖରେ କଏନ୍‌ ଏବଂ କାଗଜ ଟଙ୍କା ବଦଳ ମେଳା ଅନୁଷ୍ଠିତ ହୋଇଛି।…

ଭାଙ୍ଗିଲା ତେନ୍ଦୁଲକରଙ୍କ ୩୭ ବର୍ଷର ରେକର୍ଡ, ସ୍କୁଲ ଯିବା ବୟସରେ ଟିମ ଇଣ୍ଡିଆରେ ଡେବ୍ୟୁକଲେ ବୈଭବ!

ନୂଆଦିଲ୍ଲୀ,୬।୬: ଆଜି ଅର୍ଥାତ୍‌ ଜୁନ ୬ ଶନିବାର ଭାରତୀୟ କ୍ରିକେଟ ଇତିହାସରେ ଏକ ନୂତନ ଅଧ୍ୟାୟ ଲେଖାଯାଇଛି। ମାତ୍ର ୧୫ ବର୍ଷ ବୟସର ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri