ବାଜା ବଜାଇ ଅଭିଯୁକ୍ତଙ୍କ ଘରେ ପହଞ୍ଚିଲା ପୋଲିସ…

ବୈଶାଳୀ,୯।୪: କେବେ କେଉଁଠି ଶୁଣିଛନ୍ତି କି ପୋଲିସ ବ୍ୟାଣ୍ଡବାଜା ବଜାଇ ଅଭିଯୁକ୍ତକୁ ଗିରଫ କରିବାକୁ ଯାଇଥିବା କଥା। କଥାଟି ଅଡ଼ୁଆ ଲାଗିଲେ ବି ସତ। ବିହାରର ବୈଶାଳୀ ଜିଲାରେ ଏଭଳି ଚକିତ କରିଦେବା ଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି। ପୋଲିସ ବ୍ୟାଣ୍ଡବାଜା ସାଙ୍ଗରେ ନେଇ ଅଭିଯୁକ୍ତଙ୍କ ଘରେ ପହଞ୍ଚିଥିଲା। ଏହାପରେ ଘର ସମ୍ମୁଖରେ ବ୍ୟାଣ୍ଡବାଜା ବଜାଇ ମାଇକ ଯୋଗେ ତାଙ୍କୁ ଆତ୍ମସମର୍ପଣ କରିବାକୁ କହିବା ସହ ଅଭିଯୁକ୍ତଙ୍କ ଘରେ ଏକ ନୋଟିସ ଲଗାଇଥିଲା। ଏହି ଘଟଣା ଏବେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ନଭେମ୍ବର ୨୦୨୦ରେ ବୈଶାଳୀ ଜିଲାର ମହୁଆ ଅଞ୍ଚଳରେ ରହୁଥିବା ଜଣେ ଯୁବକ ଜଣେ ନାବାଳିକାକୁ ବଳାତ୍କାର କରି ଅଶ୍ଳୀଳ ଭିଡିଓ ତିଆରି କରିଥିଲେ। ଏଥିସହ ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବାକୁ କହି ପୀଡ଼ିତାଙ୍କ ଘର ଲୋକକୁ ଧମକ ଦେବା ସହ ୧୦ହଜାର ଟଙ୍କା ମାଗିଥିଲେ। ଏହାସତ୍ତ୍ୱେ ବି ଅଭିଯୁକ୍ତ ଜଣଙ୍କ ଉକ୍ତ ଭିଡିଓକୁ ଭାଇରାଲ କରିଦେଇଥିଲେ। ଫଳରେ ପୀଡ଼ିତାଙ୍କୁ ବହୁ ଅପମାନ ସହ୍ୟ କରିବାକୁ ପଡ଼ିଥିଲା। ଶେଷରେ ପୀଡ଼ିତାଙ୍କ ପରିବାର ଲୋକେ ସ୍ଥାନୀୟ ଥାନାରେ ଅଭିଯୁକ୍ତଙ୍କ ନାଁରେ ଏଫ୍‌ଆଇଆର ଦେଇଥିଲେ। ପୋଲିସ ପୋକ୍ସୋ ଆକ୍ଟ ଆଧାରରେ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଗତ ୩ମାସରୁ ଅଭିଯୁକ୍ତ ଜଣଙ୍କ ଫେରାର ଥିବା ବେଳେ ପୋଲିସ ପ୍ରତିଦିନ ତାଙ୍କ ଘରକୁ ଯାଇ ବ୍ୟାଣ୍ଡବାଜା ବଜାଇବା ସହ ଆତ୍ମସମର୍ପଣ କରିବାକୁ ଏକ ନୋଟିସ ଦେଇକି ଆସିଥାନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଭଗବାନ ଆମ ଜୀବନ ବଞ୍ଚାଇ ଦେଲେ: ସମ୍ବିତ ପାତ୍ର

କୋଲକାତା,୧୦।୧୨-ପଶ୍ଚିମବଙ୍ଗରେ ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ କାର ଉପରକୁ ଗୁରୁବାର ଆକ୍ରମଣ ହୋଇଛି। ଫଳରେ କାରର କାଚ ଭାଙ୍ଗି ଚୁରମାର୍‌ ହୋଇଯାଇଛି। ଦୁର୍ବୃତ୍ତମାନେ ଅତର୍କିତ...

ଅପରାଧୀ ପାଇଁ ଜେଲ୍‌

ମଣିଷ ଅପରାଧ କଲେ ହାଜତ ଯାଆନ୍ତି । ଦୋଷ ପାଇଁ ଦଣ୍ଡ ପାଆନ୍ତି । ତେବେ କଥା କହିପାରୁ ନ ଥିବା, ଭାବ ପ୍ରକାଶ କରିପାରୁ...

ନାବାଳିକାଙ୍କୁ ବଳାତ୍କାର କଲେ ନାବାଳକ

ଛତିଶଗଡ,୩।୩: ଛତିଶଗଡର ଭିଲାଇରେ ଜଣେ ୫ ବର୍ଷର ନାବାଳିକାକୁ ଦୁଇ ଜଣ ନାବାଳକ ବଳାତ୍କାର କରଥିବା ଅଭିଯୋଗ ହୋଇଛିି। ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ...

ବିରୋଧ ପ୍ରଦର୍ଶନ ସ୍ଥଳରେ ପ୍ଲାକର୍ଡ ଧରି କଲେ ବିବାହ

ଚେନ୍ନାଇ,୧୮।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାକରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ନେଇ ଆଜିବି ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି। ଏହାକୁ ନେଇ ତାମିଲନାଡୁର...

‘ମନ୍ଦିର ଲାଗି ନୂଆ ଟ୍ରଷ୍ଟର ଆବଶ୍ୟକତା ନାହିଁ’

ଅଯୋଧ୍ୟା, ୧୪ା୧୧ : ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଲାଗି ସରକାର ନୂଆ ଟ୍ରଷ୍ଟ ଗଠନ କରିବାର ଆବଶ୍ୟକତା ନାହିଁ ବୋଲି ରାମ ଜନ୍ମଭୂମି ନ୍ୟାସ ମୁଖ୍ୟ...

ବିପଦ ପୁଣି ଘନେଇଲା: ୧୮ ରାଜ୍ୟରେ ନୂଆ ଷ୍ଟ୍ରେନ୍‌

ନୂଆଦିଲ୍ଲୀ,୨୪।୩: ଦେଶରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ବଢୁଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା...

ବିଳାସୀ ରାଜା

ଏକଦା ଭାରତ ଥିଲା ରାଜା ମହାରାଜାଙ୍କ ଦେଶ। ସେମାନଙ୍କ ମଧ୍ୟରୁ କିଏ ଅଦମ୍ୟ ସାହସ ଓ ବୀରତ୍ୱ ପାଇଁ ପରିଚିତ ଥିଲେ ତ ଆଉ କିଏ...

ରାଜସ୍ଥାନର ହିଂସାକାଣ୍ଡ: ବଢିଲା କର୍ଫ୍ୟୁ ଅବଧି

ଜୟପୁର,୧୪।୪: ରାଜସ୍ଥାନର ହିଂସାକାଣ୍ଡ ଯୋଗୁ କରୌଲିରେ ଲାଗୁ କରାଯାଇଥିବା କର୍ଫ୍ୟୁର ଅବଧିକୁ ବୃଦ୍ଧି କରାଯାଇଛି। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୭ ପର୍ଯ୍ୟନ୍ତ କର୍ଫ୍ୟୁ ବୃଦ୍ଧି...

Advertisement
Archives

Model This Week