ପୋଲିସ ଟାର୍ଗେଟରେ ଫେରାର ୨୨

ଭୁବନେଶ୍ୱର,୯।୧୧(ବ୍ୟୁରୋ): ରାଜଧାନୀରେ ନୂଆ ଅପରାଧ ସାମ୍ରାଜ୍ୟ ଗଢ଼ିଥିବା କେବିଏନ୍‌ ଗ୍ୟାଙ୍ଗ୍‌ ଏବେ କମିଶନରେଟ ପୋଲିସର ନିଦ ହଜାଇଛି। ବନ୍ଧୁକ, ଖଣ୍ଡା, ଭୁଜାଲି ବୁଲାଇ ଭୟ ଓ ଆତଙ୍କ ଖେଳାଉଛି। ଗୋଟିକ ପରେ ଗୋଟିଏ ଭିଡିଓ ଭାଇରାଲ କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ କରୁଛି। ଏହି ଗ୍ୟାଙ୍ଗ୍‌କୁ ଧୂଳିସାତ୍‌ କରିବା ପାଇଁ ପୋଲିସ ପୂରା ଦମ୍‌ ଲଗାଇ ଦେଇଥିବାବେଳେ ଆଉ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସ୍ଥାନୀୟ ଥାନା ପାଇକନଗରର ସାହିଲ ସାଗର ଷଡ଼ଙ୍ଗୀ(୧୯) ଓ ଡେଲ୍‌ଟା ଛକର କାହ୍ନୁ କୁମାର ସାହୁ(୨୩)। ନୟାପଲ୍ଲୀ ଥାନା ପୋଲିସ ସୋମବାର ଏମାନଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି। ତେବେ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ଦେବୀପ୍ରସାଦ ଓରଫ ବୁବୁ ଜେନାଙ୍କ ସହ ୨୨ ଜଣ ଫେରାର ଅଛନ୍ତି। ନୟାପଲ୍ଲୀ ଥାନା ପୋଲିସ ଗ୍ୟାଙ୍ଗର ସମସ୍ତ ସଦସ୍ୟଙ୍କ ନାମରେ ଏକ ମାମଲା (ନଂ.୪୯୪/୨୧) ରୁଜୁ କରି ସେମାନଙ୍କୁ ଧରିବାକୁ ଜାଲ ବିଛାଇଛି। ଡିସିପି ଉମାଶଙ୍କର ଦାଶ ଗଣମାଧ୍ୟମକୁ କହିଛନ୍ତି, ଗ୍ୟାଙ୍ଗର ଭିଡିଓ ଭାଇରାଲ ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନିଆଯାଇଛି। ଭିଡିଓରେ ଥିବା ସମସ୍ତ ଅପରାଧୀଙ୍କୁ ଚିହ୍ନଟ କରାଯାଇଛି। ବିଭିନ୍ନ ଆପରାଧିକ ମାମଲାରେ ସେମାନଙ୍କ ମଧ୍ୟରୁ ପୂର୍ବରୁ ୫ଜଣ ଗିରଫ ହୋଇ ଜେଲରେ ଥିବାବେଳେ ଏବେ ଆଉ ୨ଜଣଙ୍କୁ ଜେଲ ପଠାଯାଇଛି। ଯଦି କେହି ଏହି ଗ୍ୟାଙ୍ଗ୍‌ ଦ୍ୱାରା ଆକ୍ରମଣର ଶିକାର ହୋଇଥିବେ, ତେବେ ସେମାନେ କମିଶନରେଟ ପୋଲିସରେ ଅଭିଯୋଗ କରନ୍ତୁ। ଅଭିଯୋଗକାରୀଙ୍କ ନାମ ଗୋପନ ରଖି ଗ୍ୟାଙ୍ଗ୍‌ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦାଶ କହିଛନ୍ତି।
ତଳେ କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ବୁଲେଟରେ ୨ଜଣ ଯୁବକ ବନ୍ଧୁକ ଧରି ଭୟଭୀତ କରାଉଥିବାର ଦୃଶ୍ୟ ଉକ୍ତ ଭିଡିଓରେ ଦେଖିବାକୁ ମିଳିଥିଲା। ସେହିଭଳି ବିଳମ୍ବିତ ରାତିରେ ଚଳନ୍ତା କାର୍‌ରେ ବିଭିନ୍ନ ମାରଣାସ୍ତ୍ର ଧରି ଗ୍ୟାଙ୍ଗ୍‌ର ସଦସ୍ୟମାନେ ବୁଲୁଥିଲେ। ୟୁନିଟ-୮, ଡେଲ୍‌ଟା ଛକ, ସିଆର୍‌ପି ଛକ, ନୟାପଲ୍ଲୀ, ବରମୁଣ୍ଡା, ପୁରୁଣା ଭୁବନେଶ୍ୱର ଆଦି ଅଞ୍ଚଳରେ ବୁଲାବୁଲି କରି ଆତଙ୍କ ରଚୁଥିଲେ। ପ୍ରାୟ ସାବେଳେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକାଠି ବସୁଥିଲେ। ଗତ ୨୧ ତାରିଖରେ ସିଆର୍‌ପି ଛକ ପ୍ରିୟଦର୍ଶନୀ ମାର୍କେଟ ଆକ୍ରମଣ ଘଟଣାରେ ପୋଲିସ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରିଥିଲା। ଏଥିସହ ଖଣ୍ଡଗିରି ଥାନା ଅଞ୍ଚଳରୁ ଚୋରି ଲାଇସେନ୍ସ ବନ୍ଧୁକରେ ଫାଙ୍କା ଗୁଳିଚାଳନା ଘଟଣାରେ ଉକ୍ତ ଗ୍ୟାଙ୍ଗର ଜଣେ ଯୁବକଙ୍କୁ ଗିରଫ କରାଯାଇଥିଲା। ୨ଦିନ ତଳେ ଉକ୍ତ ଗ୍ୟାଙ୍ଗ୍‌ର ଆଉ ଏକ ଭିଡିଓ ଭାଇରାଲ ହେବା ପରେ ଏହି ଗ୍ୟାଙ୍ଗକୁ ନେଇ ପୁଣି ଚର୍ଚ୍ଚା ଜୋର୍‌ ଧରିଥିଲା। ଜଣେ ଯୁବକ ଏକ ବନ୍ଧୁକ ଧରି ଫାଙ୍କା ଗୁଳି ଚାଳନା କରୁଥିବା ଉକ୍ତ ଭିଡିଓରେ ଦେଖାଯାଇଥିଲା। ସେହି ଭିଡିଓ କେବେକାର ତାହା ଜଣାପଡୁ ନ ଥିବାବେଳେ ଏହାକୁ ନେଇ ରାଜଧାନୀବାସୀ ଆତଙ୍କିତ ହୋଇପଡିବା ସହ କମିଶନରେଟ ପୋଲିସର ଦକ୍ଷତାକୁ ନେଇ ପ୍ରଶ୍ନ କରିଥିଲେ। ଏହାପରେ ଉକ୍ତ ଗ୍ୟାଙ୍ଗର ସଦସ୍ୟଙ୍କୁ ଧରିବାକୁ ଡିସିପି ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା: ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଛୁରାମାଡ଼

ନବରଙ୍ଗପୁର, ୧୦/୧୦ (ସନ୍ତୋଷ ସନ୍ତୋଷ): ଉମରକୋଟରେ କଲେଜ ନିର୍ବାଚନକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଛି। ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଦୀପକମଲ ମହାପାତ୍ର ନାମକ…

ଅଭିଜିତ, ସୌରଭ, ଆଶୁତୋଷ ହେପାଜତରେ; ସେମାନଙ୍କୁ କେତେ ସମୟ ପର୍ଯ୍ୟନ୍ତ ଅଟକ ରଖାଯିବ? ଜାଣନ୍ତୁ ଅପଡେଟ

ନୂଆଦିଲ୍ଲୀ,୧୦।୧୦: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବା ଏବଂ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିବାକୁ ପହଞ୍ଚିଥିବା ‘କକରୋଚ ଜନତା ପାର୍ଟି’ର ନେତା…

ନାଗସାପ ସହ ରିଲ୍ସ କରିବାବେଳେ ମାରିଲା ଚୋଟ, ଚାଲିଗଲା ଯୁବକଙ୍କ ଜୀବନ

ପୁରୀ,୧୦ା୧୦(ଅଜିତ୍‌ କୁମାର ମହାନ୍ତି): ସୋସିଆଲ ମିଡିଆରେ ରିଲ୍ସ କରିବା ନିଶା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ନାଗ ସାପକୁ ଧରି ରିଲ୍ସ କରୁଥିବା ବେଳେ ସାପ…

ଦୁର୍ଭାଗ୍ୟଶାଳୀ ସଞ୍ଜୁ ସାମସନ: ପ୍ରଥମଥର ପାଇଁ ଜଣେ ଖେଳାଳି ଭାବେ ସାମ୍ନା କଲେ ଏମିତି ଅବସ୍ଥା

ରାଞ୍ଚି,୧୦।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ସଞ୍ଜୁ ସାମସନ ଚମତ୍କାର ବ୍ୟାଟିଂ କରି ୪୧ଟି ବଲରୁ ୮୨ ରନ ସଂଗ୍ରହ କରିଥିଲେ। ୯ଟି ଚୌକା ଓ…

ମୁହଁ ଖୋଲିଲେ ଦୀପକେଙ୍କ ମାଆ, ସିଧା କହିଲେ ଦେଖିନେବି…

ନୂଆଦିଲ୍ଲୀ,୧୦।୧୦: କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଅଟକ ରଖାଯିବା ଘଟଣାକୁ ନେଇ ତାଙ୍କ ପିତାମାତା ସରକାରଙ୍କ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି।…

ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ…

IND vs WI: ବୋଲରଙ୍କ କ୍ୟାରିୟର ବରବାଦ…! କାହା ଉପରେ ରାଗି ଏମିତି କହିଲେ ଗୌତମ ଗମ୍ଭୀର? ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଦଶ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ, ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ପିଚକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଗତ ରାତିରେ ଭାରତ…

ଲଜ୍ଜାଜନକ ରେକର୍ଡ କଲେ ଶ୍ରେୟସ ଆୟର: ଅଧିନାୟିକତ୍ୱ ଉପରେ ଉଠିଲା ପ୍ରଶ୍ନବାଚୀ

ନୂଆଦିଲ୍ଲୀ,୧୦।୧୦: ରାଞ୍ଚିର JSCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ପ୍ରଥମେ ବ୍ୟାଟିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?