Posted inଜାତୀୟ

ପଟିଆଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ପଟିଆଲା(ପଞ୍ଜାବ),୨୯।୪: ଶିବସେନା କର୍ମକର୍ତ୍ତା ଶୁକ୍ରବାର ଖଲିସ୍ତାନ ବିରୋଧରେ ଏକ ଶୋଭାଯାତ୍ରା ବାହାର କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ଶିବସେନା କର୍ମକର୍ତ୍ତା ଓ ଖଲିସ୍ତାନ ସମର୍ଥକ ପଟିଆଲାରେ ମୁହାଁମୁହିଁ ହୋଇ ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସକୁ ବ୍ଲାଙ୍କ ଫାୟାରିଂ କରିବାକୁ ପଡ଼ିଥିଲା। ଏହି ଘଟଣାରେ କିଛି ସୁରକ୍ଷାକର୍ମୀ ଆହତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ପୋଲିସ ଉଭୟ ପକ୍ଷଙ୍କୁ ବୁଝାଶୁଝା କରି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ ଚଳାଇଛି। ଘଟଣାସ୍ଥଳରେ ବ୍ୟାପକ ସୁରକ୍ଷା ଫୋର୍ସ ମୁତୟନ କରାଯାଇଛି।

ପଟିଆଲାରେ ସଂଘର୍ଷ ଘଟଣାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ପୋଲିସର ହସ୍ତକ୍ଷେପ ପରେ ଅଞ୍ଚଳରେ ଶାନ୍ତି ଫେରି ଆସିଛି। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ରାଜ୍ୟରେ ବିଶୃଙ୍ଖଳା ସୃଷ୍ଟି ହେବାକୁ ଦିଆଯିବ ନାହିଁ। ପଞ୍ଜାବର ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଭଗଓ୍ବନ୍ତ ଟୁଇଟ୍‌ କରି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୀମାନ୍ତ ଗାଁରେ ନେପାଳ ରେଡିଓ ଶୁଭୁଛି

ଡେରାଡୁନ/ପିଥୋରାଗଡ଼,୨୨ା୬: ଭାରତର ସୀମାନ୍ତ ଅଞ୍ଚଳ କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରାକୁ ନେପାଳ ନୂଆ ମାନଚିତ୍ରରେ ନିଜର ବୋଲି ଦାବି କରିବା ସହ ଆଉ କେତେକ ବଦମାସି...

କରୋନାର ଦ୍ୱିତୀୟ ଲହରଠାରୁ ଅଧିକ ବେଗରେ ବ୍ୟାପିବ ନୂଆ ଭାରିଏଣ୍ଟ ‘ଏକ୍ସଇ’

ନୂଆଦିଲ୍ଲୀ,୮ ।୪: ସାରା ବିଶ୍ୱରୁ କରୋନା ମହାମାରୀ ଶେଷ ହୋଇ ଆସୁଥିବା ବେଳେ ଆମ ଦେଶରେ ମଧ୍ୟ ଏହାର ପ୍ରକୋପ କମି କମି ଆସିଛି ।...

ମୁମ୍ବାଇରେ ମିଳିଥିବା କରୋନାର ନୂଆ ଭାରିଏଣ୍ଟ ‘ଏକ୍ସଇ’ର ରିପୋର୍ଟକୁ ଖଣ୍ଡନ କଲା କେନ୍ଦ୍ର

ନୂଆଦିଲ୍ଲୀ,୭ ।୪: ପୁଣି ଡରାଇଲାଣି କରୋନା ମହମାରୀ । ମୁମ୍ବାଇରେ କରୋନାର ନୂଆ ଭାରିଏଣ୍ଟ ‘ଏକ୍ସଇ’ ଚିହ୍ନଟ ହେବା ନେଇ ଜଣାପଡିବା ପର ଲୋକଙ୍କ ମଧ୍ୟରେ...

୨୦୨୧ର ପ୍ରଥମ ୩ ମାସ ମଧ୍ୟରେ ମିଳିବ କରୋନା ଟିକା: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୩।୧୧: ଦେଶରେ କରୋନା ମହାମାରୀ ଆତଙ୍କ ଥମିବାର ନାଁ ଧରୁନି। ପୁଣି କେତେକ ଅଞ୍ଚଳରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ସ୍ବାସ୍ଥ୍ୟ ହର୍ଷବର୍ଦ୍ଧନ କହିଛନ୍ତି ଯେ,...

ସେନା ନିଯୁକ୍ତିରେ ପାତରଅନ୍ତର: ସରକାରଙ୍କୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୦।୩: ଭାରତୀୟ ସେନାର ନିଯୁକ୍ତିରେ ପାତରଅନ୍ତର କରାଯାଉଥିବା ନେଇ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ନ୍ୟାଶନାଲ ଡିଫେନ୍ସ୍‌ ଏକାଡେମୀ (ଏନ୍‌ଡିଏ)ର ପରୀକ୍ଷାରେ ଯୋଗ୍ୟତା...

କରୋନା ଭାଇରସ ଭୟରେ ବନ୍ଦ ହେଉଛି ସ୍କୁଲ

ନୂଆଦିଲ୍ଲୀ,୩।୩: ରାଜଧାନୀ ଦିଲ୍ଲୀ ନଏଡାର ସେକ୍ଟର ୧୩୫ରେ ଥିବା ଜଣେ ୬ଷ୍ଠ ଶ୍ରେଶୀ ପିଲାଙ୍କ ପରିବାରରେ ଜଣେ ବ୍ୟକ୍ତି କରୋନା ଭାଇରସରେ ସଂକ୍ରମିତ ଥିବା ଜଣାପଡିବା...

ଜିଅନ୍ତା ସାପକୁ ଗିଳିଦେଲା ଏକ ବର୍ଷର ଶିଶୁ: ଲାଞ୍ଜ ଦେଖିବା ପରେ ମା’ କଲେ ଏପରି..

ବରେଲି,୬।୯: ଉତ୍ତରପ୍ରଦେଶର ବରେଲି ଜିଲାରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ଜଣେ ଶିଶୁ ଖେଳୁ ଖେଳୁ ଏକ ସାପକୁ ଗିଳି ଦେଇଥିଲା। ହେଲେ ତାଙ୍କ...

୧୫ ଡିସେମ୍ବରରୁ ଆସିପାରେ ନୂଆ ନିୟମ, ଟିକା ନ ନେଲେ ଟ୍ରେନ୍‌-ବସ୍‌ରେ ଯାତ୍ରା କରିବା ମନା !…

ନୂଆଦିଲ୍ଲୀ,୨।୧୨: କରୋନାର ଓମିକ୍ରନ ଭାରିଆଣ୍ଟ  ୨୫ ଟି ଦେଶରେ ବ୍ୟାପିଛି। ଏହାର ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କଡା ପ୍ରତିବନ୍ଧକ ପାଇଁ ପ୍ରସ୍ତୁତି ଚାଲିଛି।...

Advertisement
Archives

Model This Week