ସକାଳଠୁ ରାତି ପର୍ଯ୍ୟନ୍ତ ପୋଲିସ ନାକେଦମ୍‌

ଭୁବନେଶ୍ୱର/ବାଲିଅନ୍ତା,(ଡି.ଏନ୍‌.ଏ.),୧୯ା୧୦: ଚାଷୀଙ୍କ ବିଭିନ୍ନ ଦାବି ନେଇ ଭୁବନେଶ୍ୱର ଅଭିମୁଖେ ବାହାରିଥିବା ନବନିର୍ମାଣ କୃଷକ ସଙ୍ଗଠନର ଆନ୍ଦୋଳନ ପାଇଁ ମଙ୍ଗଳବାର କମିଶନରେଟ ପୋଲିସ ସକାଳଠାରୁ ରାତି ପର୍ଯ୍ୟନ୍ତ ନାକେଦମ୍‌ ହୋଇଛି। ନବନିର୍ମାଣ କୃଷକ ସଙ୍ଗଠନର ହଜାର ହଜାର କର୍ମକର୍ତ୍ତାଙ୍କୁ ରାଜଧାନୀ ଭିତରକୁ ପ୍ରବେଶ ନ କରାଇବାକୁ କମିଶନରେଟ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଡିସିପି ପ୍ରତୀକ ସିଂଙ୍କ ସମେତ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାର ବରିଷ୍ଠ ଅଧିକାରୀମାନେ ହଂସପାଳ ଛକରେ ଜଗି ରହିଥିଲେ। ଏଥିସହ ସୁରକ୍ଷା ଦୃଷ୍ଟିରୁ ୨୦ରୁ ଅଧିକ ପ୍ଲାଟୁନ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା। ହଂସପାଳ ଓ ମଞ୍ଚେଶ୍ୱର ହାଇଟେକ୍‌ ଛକରେ ପୋଲିସ ବ୍ୟାରିକେଡ୍‌ ନିର୍ମାଣ କରିଥିଲା। ଚାଷୀମାନେ ସକାଳୁ ପ୍ରାୟ ୩ ଘଣ୍ଟା ଧରି ରାସ୍ତାରେ ଛଣ ଧରି ବସି ରହିଥିଲେ। ପରେ ମଧ୍ୟାହ୍ନ ପ୍ରାୟ ୧ଟାରେ ପୋଲିସ ସେମାନଙ୍କୁ ଛାଡ଼ିଥିଲା। ପରେ କିଛି ବାଟ ପରେ ଚାଷୀମାନେ ରାସ୍ତାରେ ବସି ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ। ଡିସିପି ଘଟଣାସ୍ଥଳରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ସହର ମଧ୍ୟକୁ ପ୍ରବେଶ କରି ଗହଳି ସୃଷ୍ଟି କରିବା, ଜନସାଧାରଣଙ୍କୁ ଅସୁବିଧା ଏବଂ ରାସ୍ତା ମଝିରେ ବିଶୃଙ୍ଖଳା ଆଦି ନ କରିବାକୁ ସେ ମାଇକ ସାହାଯ୍ୟରେ ଚାଷୀମାନଙ୍କୁ କହିଥିଲେ। ଏପରିକି ତାଙ୍କ ସହ କେଜେଣ ଚାଷୀ ନେତା ଓ ପ୍ରତିନିଧି ଭୁବନେଶ୍ୱର ଯାଇ ଦାବି ସମ୍ପର୍କରେ ଆଲୋଚନା କରିବା ପରେ ଏକ ଉଚ୍ଚସ୍ତରୀୟ କମିଟି ଦ୍ୱାରା ସମସ୍ୟା ସମାଧାନ ହେବ ବୋଲି ସେ କହିଥିଲେ। ହେଲେ ଚାଷୀମାନେ ଏଥିରେ ରାଜି ନ ହୋଇ ଆନ୍ଦୋଳନ ଜାରି ରଖିଥିଲେ। ପୋଲିସର କଥା ନ ମାନି କେତେଜଣ ଚାଷୀ ମଞ୍ଚେଶ୍ୱର ହାଇଟେକ୍‌ ଛକ ନିକଟକୁ ଆସି ହୋହାଲ୍ଲା କରିଥିବା ଦେଖିବାକୁ ମିଳିଥିଲା। ରାତି ୯ଟା ପର୍ଯ୍ୟନ୍ତ ଚାଷୀମାନେ ମଧ୍ୟ ରାସ୍ତାରେ ବସି ରହିଥିଲେ। ରାତି ପ୍ରାୟ ୧୦ଟା ସମୟରେ ଚାଷୀ କଟକଣା ନ ମାନି ଆଗକୁ ଯିବାକୁ ଚେଷ୍ଟା କରିବାରୁ ପୋଲିସ ଚାଷୀମାନଙ୍କ ମଧ୍ୟରେ ପୁଣି ଧସ୍ତାଧସ୍ତି ହୋଇଥିଲା। ଏନେଇ ଡିସିପି ସିଂ କହିଛନ୍ତି, ରାସ୍ତା ଅବରୋଧ, ପୋଲିସ ସହ ଦୁର୍ବ୍ୟବହାର ଏବଂ ବିଶୃଙ୍ଖଳା ଆଦି ଘଟଣାକୁ କେନ୍ଦ୍ର କରି ମଞ୍ଚେଶ୍ୱର ଏବଂ ପାହାଳ ଥାନାରେ ୨ଟି ପୃଥକ୍‌ ମାମଲା ରୁଜୁ କରାଯାଇଛି। ଚାଷୀନେତା ଅକ୍ଷୟ କୁମାରଙ୍କ ସମେତ ୫୦କୁ ଅଧିକ କର୍ମକର୍ତ୍ତାଙ୍କୁ ଅଟକ ରଖାଯାଇ ତଦନ୍ତ କରାଯାଉଥିବା ଡିସିପି ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?