ମାସେ ବିତିଲା ବଳାତ୍କାରୀଙ୍କୁ ଧରିବାରେ ପୋଲିସ ବିଫଳ

ରାଜନଗର,୧୫ା୭ (ଭାସ୍କର ରାଉତରାୟ): ଶୁକ୍ରବାରକୁ ଠିକ୍‌ ଏକମାସ ତଳେ ପହିଲି ରଜରେ ୮୦ ବର୍ଷିୟା ବୃଦ୍ଧାଙ୍କୁ ଝିଅ ଘରେ ଛାଡ଼ି ଦେବାକୁ ବାହାନା ଦେଖାଇ ବାଇକ୍‌ରେ ଦୁର୍ବୃତ୍ତ ନେଇଥିଲେ। ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାଠାରୁ ମାତ୍ର ୨ଶହ ମିଟର ଦୂରରେ ମଦନପୁର କଟ ଭିତରେ ଦୁର୍ବୃତ୍ତ ଜଣକ ବୃଦ୍ଧାଙ୍କୁ ବଳାତ୍କାର କରି ଫେରାର ହୋଇଯାଇଥିଲେ। ହେଲେ ପୋଲିସ ଏ ପର୍ଯ୍ୟନ୍ତ ବଳାତ୍କାରୀଙ୍କୁ ଧରିବାରେ ବିଫଳ ହୋଇଛି। ଏହା ଭିତରେ ତଦନ୍ତ ଦାୟିତ୍ୱରେ ଥିବା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିକାରୀ ଅନ୍ତର୍ଯ୍ୟାମୀ ବିଶ୍ୱାଳଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଦୀର୍ଘ ମାସେ ଧରି ତଦନ୍ତ ଦାୟିତ୍ୱରେ ଥିବା ଥାନା ଅଧିକାରୀ ବିଶ୍ୱାଳଙ୍କୁ କାହିଁକି ଏବଂ କେଉଁ ପରିସ୍ଥିତିରେ ବଦଳି କରାଗଲା, ଏହାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ମାସେ ଧରି ପ୍ରକୃତ ଦୋଷୀକୁ ଧରିବାରେ ଥାନା ଅଧିକାରୀ ବିଶ୍ୱାଳଙ୍କ ଯୋଜନା କେତେ ସଫଳ ହୋଇଛି, ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ବଦଳି କରି ଦିଆଯାଇଛି। ଫଳରେ ୮୦ ବର୍ଷିୟା ବୃଦ୍ଧା ଯେ ଆଉ ନ୍ୟାୟ ପାଇବେ କି ନାହିଁ ବୁଦ୍ଧିଜୀବୀ ମହଲରେ ଆଶଙ୍କା ପ୍ରକାଶ ପାଇଛି। ବଦଳି ହୋଇଥିବା ଥାନାଧିକାରୀ ବିଶ୍ୱାଳ ପ୍ରକୃତ ବଳାତ୍କାରୀଙ୍କୁ ଧରିବାରେ ଯେଉଁ ଯୋଜନା କରିଥିଲେ, ତାଙ୍କ ବଦଳି ପରେ ଅନ୍ୟ ଯେଉଁ ଅଧିକାରୀ ଦାୟିତ୍ୱ ନେବେ ତଦନ୍ତ କ୍ଷେତ୍ରରେ ସେମାନଙ୍କ ଦାୟିତ୍ୱ ଓ ସ୍ବଚ୍ଛତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେବାରେ ଲାଗିଛି।
ପହିଲି ରଜରେ ଗଁାଠାରୁ ସହର ସବୁଠି ପର୍ବ ପାଳନ କରିବା ପାଇଁ ଉତ୍ସବ ମୁଖର ହୋଇ ପଡୁଥିବା ବେଳେ ଝିଅ ଘରକୁ ଧାର ଉଦ୍ଧାର କରି ରଜ ଭାର ନେଇ ସକାଳୁ ଖୁସିରେ ବାହାରି ପଡ଼ିଥିବା ବୃଦ୍ଧା ୧୫ ମିନିଟ ଭିତରେ ଝିଅ ଘରେ ପହଞ୍ଚତ୍ ଥାନ୍ତେ। କିନ୍ତୁ ଭାଗ୍ୟର ବିଡ଼ମ୍ବନା ଥିଲା ନିଆରା। ବଳକତ୍ାରୀଙ୍କ କବଳରେ ଫସି ଯାଇଥିଲେ ବୃଦ୍ଧା। ବୃଦ୍ଧାଙ୍କୁ ନ୍ୟାୟ ଦେବାକୁ ଜୁନ୍‌ ୧୫ ତାରିଖରେ ତାଙ୍କ ଝିଅ ଏବଂ ବରିଷ୍ଠ ଆଇନଜୀବୀ ଶିବ ପ୍ରସାଦ ସାମନ୍ତରାୟ ଲିଖିତ ଭାବେ ଥାନାରେ ଅଭିଯୋଗ କରିଥିଲେ। ୧୬ ତାରିଖରେ ସ୍ଥାନୀୟ ଶକ୍ତିସ୍ବରୂପା ମହିଳା ମହାସଂଘ ପକ୍ଷରୁ ବଳାତ୍କାର ଶିକାର ବୃଦ୍ଧାଙ୍କୁ ନ୍ୟାୟ ଦେବା ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲେ। ୧୭ ତାରିଖରେ ପୋଲିସ ସନ୍ଦେହରେ ଧରି ଆଣିଥିବା ଯୁବକଙ୍କୁ ଅଟକ ରଖି ତଦନ୍ତ କରିଥିଲା। ଦେଖଣାହାରୀ ଏବଂ ନିଜେ ପୀଡିତା ଅଟକ ଯୁବକଙ୍କୁ ଚିହ୍ନଟ କରିଥିଲେ ମଧ୍ୟ ତଦନ୍ତର ବିଭିନ୍ନ ଦିଗକୁ ଆଧାର କରି ପୋଲିସ ଯୁବକଙ୍କୁ ଛାଡ଼ି ଦେଇଥିଲା। ଗତ ମଙ୍ଗଳବାର ପୁଣି ମହିଳା ମହାସଂଘ ପକ୍ଷରୁ ଥାନା ଘେରାଉ ସହ ରାସ୍ତାରୋକୋ କରାଯାଇ ପ୍ରତିବାଦ ସ୍ବରକୁ ଶାଣିତ କରିଥିଲେ। ୭ ଦିନ ମଧ୍ୟରେ ପୋଲିସ ପ୍ରକୃତ ଦୋଷୀଙ୍କୁ ଧରିବାରେ ଯଦି ବିଫଳ ହୁଏ, ମହିଳା ମହାସଂଘ ଆଇନକୁ ହାତକୁ ନେବ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?