ଗୋଡାଇ ଗୋଡାଇ ଅପରାଧୀଙ୍କୁ ଏନକାଉଣ୍ଟର କଲା ପୋଲିସ: ପୋଲିସ ଡିଜିଙ୍କ ଚରମବାଣୀ ପରେ…

ବ୍ରହ୍ମପୁର, ୨୧/୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗିରିରୋଡ ଆକ୍ରମଣ ଘଟଣାରେ ଅଭିଯୁକ୍ତ ମୁକେଶ ସାହୁକୁ ଏନକାଉଣ୍ଟର କରାଯାଇଛି। ଡିଜିଙ୍କ ଚରମବାଣୀ ପରେ ଅପରାଧୀଙ୍କୁ କାଉଣ୍ଟର ପାଇଁ ଏନକାଉଣ୍ଟର ଜାରି ରଖିଛି ବ୍ରହ୍ମପୁର ପୋଲିସ। ଗତ ସପ୍ତାହକ ମଧ୍ୟରେ ଏହା ଦ୍ୱିତୀୟ ଏନକାଉଣ୍ଟର। ଗିରିରୋଡ଼ରେ ଉମେଶ ରଥ ଓ ତାଙ୍କ ସ୍ତ୍ରୀ’ଙ୍କୁ ସର୍ବ ସମ୍ମୁଖରେ ରାସ୍ତା ଉପରେ ନିସ୍ତୁକ ମାଡ ମାରିଥିଲେ ମୁକେଶ ଓ ଅନ୍ୟ ସହଯୋଗୀ । ବୁଧବାର ବିଳମ୍ବିତ ରାତିରେ ଗୋଳନ୍ଥରା ଥାନା ଅନ୍ତର୍ଗତ ଟାମଣା ଘଟିଠାରେ ପୋଲିସ ଗୋଡ଼ାଇ ଗୋଡାଇ ଏନକାଉଣ୍ଟର କରିବା ପରେ ମୁକେଶକୁ ଏମକେସିଜି ମେଡିକାଲ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ପୋଲିସ ବୁଧବାର ରାଜ ମଲୋହୋତ୍ର ଓ ରିଙ୍କୁ ସାମଲଙ୍କୁ ଗିରଫ କରିଥିଲା । ମାମଲାରେ ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତ ଏବେ ମଧ୍ୟ ଫେରାର ରହିଛି ।

ଉମେଶ ରଥ ଆକ୍ରମଣ ଘଟଣା ପରେ ପୋଲିସ ଟିମ ଉମେଶଙ୍କ ଗତିବିଧି ଉପରେ ନଜର ରଖିଥିଲା। ବୁଧବାର ରାତ୍ର ୧୨ ବେଳେ ସେ ଚିକିଟି ଅଭିମୁଖେ ଯାଉଥିବା ପୋଲିସ ଖବର ପାଇଥିଲା। ପୋଲିସ ଟିମ ତାଙ୍କୁ ପିଛା କରିଥିଲା। ଟାମଣା ଘାଟି ପାଖରେ ପୋଲିସକୁ ଦେଖି ମୁକେଶ ପ୍ରଥମେ ଏନକାଉଣ୍ଟର କରିଥିଲା। ଏହାର ପାଲଟା ଜବାବରେ ପୋକିଛତାଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଚାଳନା କରିଥିଲା। ମୁକେଶଙ୍କ ଦୁଇ ଗୋଢ଼ର ଆଣ୍ଠୁ ଓ ହାତରେ ଗୁଳି ବାଜିଛି। ସେ ଏବେ ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି। ପୋଲିସ ତଦନ୍ତ ଜାରି ରଖିଛି। ତାଙ୍କ ବିରୋଧରେ ବିଭିନ୍ନ ଥାନାରେ ମାମଲା ଥିବା ପୋଲିସ କହିଛି। ପୂର୍ବରୁ ଗତ ୧୬ ତାରିଖରେ ଜଣେ ଯୁବକଙ୍କୁ ଓଭର ବ୍ରିଜରୁ ତଳକୁ ଠେଲି ହତ୍ୟା ଉଦ୍ୟମ କରିଥିବା ଘଟଣାର ମାଷ୍ଟରମାଇଣ୍ଡ ଦିପୁନା ସାହୁଙ୍କୁ ଗୋପାଳପୁର ପୋଲିସ କୀର୍ତ୍ତିପୁର ଛକରେ ଦୁର୍ଦ୍ଦାନ୍ତ ଏନକାଉଣ୍ଟର କରିଥିଲା। ଅପରାଧୀଙ୍କ ଛାତି ଏବେ ଧଡ଼ଧଡ଼ ହେବାରେ ଲାଗିଥିବା ଶୁଣିବାକୁ ମିଳୁଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ହଷ୍ଟେଲର ୩ ମହଲା ଛାତରୁ ପଡି ସ୍କୁଲ ଛାତ୍ର ଗୁରୁତର, କଟକ ମେଡିକାଲରେ ଭର୍ତ୍ତିି

ନୀଳଗିରି, ୨୧।୫(ପ୍ରଶାନ୍ତ କୁମାର ବିଶ୍ବାଳ): ଘରୋଇ ମେସର ୩ ମହଲା ଛାତରୁ ଖସି ଛାତ୍ର ଗୁରୁତର ହୋଇ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଛାତତ୍ର ଜଣଙ୍କ ନୀଳଗିରି…

ବିଜ୍ଞାନରେ ଏତିକି ନମ୍ବର ରଖି ଦୁଇ ଜଣ ହେଲେ ବ୍ଲକ ଟପ୍ପର : ସଫଳତା ପାଇଁ ଅଧ୍ୟାପକ, ପରିବାରଙ୍କୁ ଦେଲେ ଶ୍ରେୟ

ଛତ୍ରପୁର,୨୧।୫(ଦିଲ୍ଲୀପ ସାମଲ): ପ୍ରକାଶ ପାଇଛି ଯୁକ୍ତ୨ ରେଜଲ୍ଟ । ଏହି ଅବସରରେ ବିଜ୍ଞାନ ବିଭାଗରେ ଦୁଇ ଛାତ୍ର ଛତ୍ରପୁର ବ୍ଲକ ଟପ୍ପର ହୋଇଛନ୍ତି । ଗୋବିନ୍ଦପୁର ସ୍ଥିତ…

ଯୁକ୍ତ ୨ ପରୀକ୍ଷାରେ ୯୯.୫% ନମ୍ବର ରଖି ସଫଳତା ପାଇଲେ କୁନ୍ତୀ, ଚାରିଆଡୁ ଆସୁଛି ଶୁଭେଚ୍ଛା

ବୀରମହାରାଜପୁର,୨୧।୫ (ଯୁଗଳ କିଶୋର ମିଶ୍ର ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦ୍ବାଦଶ ଶ୍ରେଣୀ (ଯୁକ୍ତ୨) ପରୀକ୍ଷା ବୁଧବାର ପ୍ରକାଶ ପାଇଛି । ସୁବର୍ଣ୍ଣପୁର…

ଦୁର୍ଗାମାଧବ ରାଜ୍ୟରେ ଦ୍ୱିତୀୟ: ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ,୨୧।୫(ବିଦ୍ୟାଧର ସାହୁ): ଚଳିତବର୍ଷ ଯୁକ୍ତଦୁଇ ବିଜ୍ଞାନରେ ରାଜ୍ୟରେ ୨ୟ ସ୍ଥାନ ଅଧିକାର କରିଛନ୍ତି ଦୁର୍ଗାମାଧବ ବାରିକ l ଗଞ୍ଜାମ ସହର ଦୁର୍ଗାଦେବୀ ସାହି ବାସିନ୍ଦା ତଥା ଶିକ୍ଷକ…

୧୫୦ବର୍ଷ ପୂର୍ବଠାରୁ ବଳିଯିବ ୨୦୨୬ର ମହାପ୍ରଳୟ! ଚମକାଇଲା ପାଣିପାଗ ରିପୋର୍ଟ

ଭୁବନେଶ୍ୱର,୨୧।୫: ଗୋଟିଏ କଥା ନିଶ୍ଚିତ; ଏବର୍ଷ ଅଧିକ ଗରମ ହେବ କାରଣ ‘ଏଲ ନିନୋ’ ନିଜର ଉପସ୍ଥିତି ଜାହିର କରିବ। ଆପଣ ଏହା ପୂର୍ୱରୁ ଶୁଣିଥିବେ, କିନ୍ତୁ…

ସକାଳୁ ସକାଳୁ ପାଇଖାନାରୁ ମିଳିଲା ଛାତ୍ରଙ୍କ ହାତବନ୍ଧା ମୃତଦେହ: ହତ୍ୟା ସନ୍ଦେହ

ଭଦ୍ରକ, ୨୧।୫(ସନାତନ ରାଉତ):ଭଦ୍ରକ ଟାଉନ ଥାନା ଚରମ୍ପାର ଏକ ପାଇଖାନାରୁ ଜଣେ ଛାତ୍ରଙ୍କ ହାତବନ୍ଧା ମୃତଦେହ ଉଦ୍ଧାର l ପରିବାର ପକ୍ଷରୁ ହତ୍ୟା ସନ୍ଦେହ କରାଯାଉଛି l…

ଅଧରାତିରେ ବାଣପୁର ଥାନାରେ ଉନ୍ମତ୍ତକାଣ୍ଡ: ପୋଲିସ ହାଏ ହାଏ ସ୍ଲୋଗାନ ଦେଲେ ଯୁବକ

ବାଣପୁର,୨୧।୫(ଦିଲ୍ଲୀପ କୁମାର ସ୍ବାଇଁ): ବୁଧବାର ଅଧରାତିରେ ବାଣପୁର ଥାନାରେ ଏକ ଅଭାବନୀୟ ଘଟଣା ଘଟିଛି। ଯେଉଁଠି ପୋଲିସ ପାଖକୁ ଯିବାକୁ ସାଧାରଣ ଲୋକେ ଡରନ୍ତି କିନ୍ତୁ ବିଳମ୍ବିତ…

ସାଧାରଣ ଲୋକଙ୍କୁ ପୁଣି ବଡ଼ ଝଟ୍‌କା! ପେଟ୍ରୋଲ ୫ଟଙ୍କା ପ୍ରତି ଲିଟର…

ନୂଆଦିଲ୍ଲୀ,୨୧।୫: ଯଦି ଆପଣ ଭାବୁଛନ୍ତି ଯେ ଗତ ସପ୍ତାହରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପ୍ରତି ଲିଟର 4 ବୃଦ୍ଧି ପରେ ଆପଣଙ୍କୁ କିଛି ଆଶ୍ୱସ୍ତି ମିଳିବ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri