ପୋଲିସ-ବିସ୍ଥାପିତ ଧସ୍ତାଧସ୍ତି

ସମ୍ବଲପୁର,୧୪ା୯(ବ୍ୟୁରୋ): ସମ୍ବଲପୁର ସମଲେଇ ଯୋଜନାରେ ବିସ୍ଥାପିତ ଓ ପୋଲିସ ମଙ୍ଗଳବାର ଧସ୍ତାଧସ୍ତି ହୋଇଛନ୍ତି। ସହରର ଘୁନଘୁଟିପଡାରେ ୩ ଘର ଉଚ୍ଛେଦ କରିବା ସମୟରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ପୋଲିସ ବିସ୍ଥାପିିତଙ୍କୁ ଗୋଡ଼ାଇ ଗୋଡ଼ାଇ କାବୁ କରି ନେଇଥିଲେ ହେଁ ପୁଣି ସେମାନେ ଆସି ଜିଲାପାଳଙ୍କ ଅଫିସ ଘେରାଉ କରିଥିଲେ। ସକାଳ ୮ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଜିଲାପାଳଙ୍କ ଅଫିସକୁ ଧସେଇ ପଶିବା ବେଳେ ପୋଲିସ ସେମାନଙ୍କୁ ବଳପୂର୍ବକ ଅଟକାଇଥିଲା। ଏହି ଘଟଣାରେ ଧନୁପାଲି ଥାନା ଅଧିକାରିଣୀ ଅନିତା ପ୍ରଧାନ ଆହତ ହୋଇଥିଲେ। ସେହିପରି ଆନ୍ଦୋଳନକାରୀଙ୍କ ମଧ୍ୟରେ ପିଙ୍କି ବିଭାର ଓ ସାଲିନୀ ଭୋଇ ଆହତ ହୋଇଛନ୍ତି। ପିଙ୍କି ଜିଲା ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସାଲିନୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡିଦିଆଯାଇଛି। ପରିସ୍ଥିତିକୁ ଦେଖି ଜିଲାପାଳଙ୍କ ଅଫିସ ସମ୍ମୁଖରେ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ। ଅତିରିକ୍ତ ଏସ୍‌ପି ତପନ କୁମାର ମହାନ୍ତି, ଏସ୍‌ଡିପିଓ ପ୍ରଦୀପ କୁମାର ସାହୁଙ୍କ ସହ ଥାନା ଅଧିକାରୀମାନେ ଉପସ୍ଥିତ ଥିଲେ। ଆନ୍ଦୋଳନକାରୀଙ୍କ ପକ୍ଷରୁ ୪ ଜଣିଆ ଟିମ୍‌ ଏଡିଏମ୍‌ ଅଜାମ୍ବର ମହାନ୍ତିଙ୍କ ସହ ଆଲୋଚନା କରିଥିଲେ। ହେଲେ ସୁଫଳ ମିଳି ନ ଥିଲା। ସନ୍ଧ୍ୟା ପର୍ଯ୍ୟନ୍ତ ଜିଲାପାଳଙ୍କ ଅଫିସ ସମ୍ମୁଖରେ ସେମାନେ ଧାରଣାରେ ବସିଥିଲେ। ଅନ୍ୟପଟେ ଏଡିଏମ୍‌ ମହାନ୍ତି କହିଛନ୍ତି, ସମଲେଇ ଯୋଜନା କାମ ଦ୍ରୁତ ଗତିରେ ଚାଲିିଛି। ଧାର୍ଯ୍ୟ ସମୟ ଭିତରେ କାମ ସମ୍ପୂର୍ଣ୍ଣ କରାଯିବ। ନିୟମ ଦୃଷ୍ଟିରୁ ଉଚ୍ଛେଦ କରାଯାଉଥିଲା। ହେଲେ ବ୍ୟକ୍ତିଗତ ଭାବେ କେତେଜଣ ଅଭିଯୋଗ କରୁଛନ୍ତି। ସେମାନଙ୍କ ସହିତ ପ୍ରଶାସନ ଆଲୋଚନା କରି ସମାଧାନ କରିବ ବୋଲି କହିଥିଲେ।
ପ୍ରକାଶ ଯେ, ସମଲେଇ ଯୋଜନାରେ ଘୁନଘୁଟିପଡା ଉଚ୍ଛେଦ ହେଉଛି। ପୂର୍ବରୁ ଅନେକ ଘର ଭାଙ୍ଗିଥିବାବେଳେ କେତେକ ଘର ରହିଯାଇଛି। ଅବଶିଷ୍ଟ ଘରର ଲୋକେ ଅଭିଯୋଗ କରିଛନ୍ତି, ସୋମବାର ବିଳମ୍ବିତ ରାତିରେ ପୋଲିସ କର୍ମଚାରୀ ଘରକୁ ଆସି କବାଟ ବାଡେଇ ଉଠାଇଥିଲେ। ପରେ ସକାଳୁ ପ୍ରଶାସନ ପୋଲିସ ଲଗାଇ ଘର ଭାଙ୍ଗିବାକୁ ଆସିଥିଲେ। ୩ଜଣଙ୍କ ଘର ବଳପୂର୍ବକ ଭାଙ୍ଗିଦେଇଛନ୍ତି। ଏହି ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାବେଳେ ଗରିବ ପରିବାର ଉପରେ ଜୁଲମ କରାଯାଉଛି। ବିରୋଧ କରିବା ପରେ ମାରପିଟ କରି ଥାନାକୁ ନେଇଯାଇଥିଲେ। ସୂଚନାଯୋଗ୍ୟ, ସମଲେଇ ମନ୍ଦିର ପାରିପାର୍ଶ୍ୱିକ ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରାୟ ୨୫୦ କୋଟି ଟଙ୍କାର ସମଲେଇ ଯୋଜନା କରିଛନ୍ତି। ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଅନେକ ପରିବାର କ୍ଷତିପୂରଣ ନେଇ ନିଜଆଡୁ ଘର ଛାଡି ଚାଲିଯାଇଛନ୍ତି। ଅନ୍ୟ ବିସ୍ଥାପିତଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ପ୍ୟାକେଜ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri