Posted inଜାତୀୟ

ପୋଲିସର ବର୍ବରତା: ଶିଶୁଙ୍କୁ କୋଳେଇଥିବା ବାପାଙ୍କ ଉପରକୁ ଲାଠିଚାର୍ଜ

କାନପୁର,୧୦।୧୧: ଉତ୍ତରପ୍ରଦେଶର କାନପୁର ଦେହାତରେ ପୋଲିସର ବର୍ବରତାର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଏକ ଶିଶୁକୁ ନିଜ କୋଳରେ ବୋହି ନେଉଥିବା ବ୍ୟକ୍ତିଙ୍କ ଉପରେ ପୋଲିସ ଲାଠିଚାର୍ଜ କରୁଥିବା ଦେଖିବାକୁ ମିଳିଛି। କାନପୁର ଦେହାତର ଆକବରପୁର ଜିଲା ଡାକ୍ତରଖାନା ସମ୍ମୁଖରେ ଏହି ଘଟଣା ଘଟିଛି।
ସୂଚନାଯୋଗ୍ୟ, ଇନ୍ସପେକ୍ଟର ଭି.କେ ମିଶ୍ର କୋଳରେ ଶିଶୁ ଧରିଥିବା ବ୍ୟକ୍ତିଙ୍କୁ କେବଳ ବାଡିରେ ଆକ୍ରମଣ କରିନାହାଁନ୍ତି ବରଂ ତାଙ୍କ ପିଲାକୁ ଛଡ଼େଇ ନେବାକୁ ଚେଷ୍ଟା କରିଥିଲେ। ଭିଡିଓରେ ଯୁବକ ଜଣକ କହୁଛନ୍ତି, ପିଲାକୁ ମାର ନାହିଁ। ମୋର ଇଏ ଗୋଟିଏ ସନ୍ତାନ। ତା’ ମା’ ମଧ୍ୟ ନାହିଁ। କିନ୍ତୁ ପୋଲିସ ଏହା ନ ଶୁଣି ବ୍ୟକ୍ତିଙ୍କ ଉପରେ ଲାଠିଚାର୍ଜ କରିବା ସହ ପିଟିଥିଲେ। କିଛି ଅଧିକାରୀ ଶିଶୁଟିକୁ ତାଙ୍କ ପାଖରୁ ଟାଣି ଆଣିବାକୁ ଚେଷ୍ଟା କରିଥିଲେ। ପିଲାଟି କାନ୍ଦିବା ପରେ ମଧ୍ୟ ପୋଲିସ ବର୍ବର କାମ କରିଚାଲିଥିଲା। ପୋଲିସ ଦାବି କରିଛି ଯେ, ଏହି ବ୍ୟକ୍ତି ଜଣଙ୍କ ଇନ୍ସପେକ୍ଟରଙ୍କ ହାତରେ କାମୁଡିଥିଲେ। ଭିଡିଓ ଭାଇରାଲ ହେବା ପରେ ଙ୍‌ଏଡିଜି ଜୋନ ଭାନୁ ଭାସ୍କର ଇନ୍ସପେକ୍ଟରଙ୍କୁ ନିଲମ୍ବନ କରିଥିଲେ।

ଭାଜପା ଏମ୍‌ପି ବରୁଣ ଗାନ୍ଧୀ ଟୁଇଟ କରି ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ଏହା ଏକ କଷ୍ଟଦାୟକ। ନ୍ୟାୟ ଖୋଜୁଥିବା ଲୋକଙ୍କୁ ନ୍ୟାୟ ବଦଳରେ ଏହି ବର୍ବରତାର ସାମ୍ନା କରିବାକୁ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଡୁଆରେ ଅମରିନ୍ଦର

ଚଣ୍ଡିଗଡ଼,୨୩ ।୯: ପଞ୍ଜାବ କଂଗ୍ରେସର କଳହ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ନିକଟରେ ଦଳ ମଧ୍ୟରେ ଥିବା ଏହି କଳହ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ...

ଭୁଶୁଡିଲା ଟୁଇନ ଟାଓ୍ବାର: ସୁପରଟେକ୍‌କୁ ୫୦୦ କୋଟି ଟଙ୍କା କ୍ଷତି

ନୂଆଦିଲ୍ଲୀ,୨୮।୮: ଦିଲ୍ଲୀ ଉପକଣ୍ଠ ନୋଏଡ଼ା ସେକ୍ଟର ୯୩-ଏ ସ୍ଥିତ ପ୍ରାୟ ୧୦୦ ମିଟର ଉଚ୍ଚତାବିଶିଷ୍ଟ ସୁପରଟେକ୍‌ ଟୁଇନ ଟାଓ୍ବାର ରବିବାର ମାତ୍ର ୯ ସେକେଣ୍ଡରେ ଧ୍ୱଂସାବଶେଷରେ...

୨୦ ଦିନ ମଧ୍ୟରେ ରାଜଧାନୀରେ କମିଛି ସଂକ୍ରମଣ, ବଢିଛି ସୁସ୍ଥତା ହାର

ନୂଆଦିଲ୍ଲୀ,୭।୭: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ସଂଖ୍ୟା ୧ ଲକ୍ଷ ପାର କରିଯିବା ପରେ ଏବେ ଏହା ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ପାଲଟି ଯାଇଛି।...

କର୍ନାଟକ ସରକାର ପୁଣି ସଙ୍କଟରେ

ବେଙ୍ଗାଲୁରୁ,୬।୭: କର୍ନାଟକର ଶାସନ କ୍ଷମତାରେ ଥିବା କଂଗ୍ରେସ-ଜେଡିଏସ୍‌ ସରକାର ପୁଣି ସଙ୍କଟରରେ। କାରଣ ଶନିବାର କଂଗ୍ରେସର ୮ ବିଧାୟକ ଓ ଜେଡିଏସର ୩ ବିଧାୟକ ଇସ୍ତଫା...

ସୁପ୍ରିମକୋର୍ଟରେ ‘ଅଗ୍ନିପଥ’

ନୂଆଦିଲ୍ଲୀ,୨୨ା୬: ସେନାରେ ଠିକା ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଆଣିଥିବା ‘ଅଗ୍ନିପଥ’ ଯୋଜନାକୁ ବିରୋଧ ଥମିବାର ନାଁ ଧରୁନି। ଦେଶର ବିଭିନ୍ନ ସ୍ଥାନରେ ହିଂସାତ୍ମକ ବିକ୍ଷୋଭ...

ସାଧାରଣତନ୍ତ୍ର ଦିବସ ମୁଖ୍ୟ ଅତିଥି: ବ୍ରାଜିଲ୍‌ ରାଷ୍ଟ୍ରପତି ବୋଲସୋନାରୋ; ପ୍ରଥମ ଥର ପାଇଁ ଆସୁଛନ୍ତି ୪ ଦିନିଆ ଭାରତ ଗସ୍ତରେ

ନୂଆଦିଲ୍ଲୀ,୨୧।୧: ପ୍ରଥମ ଥର ପାଇଁ ୪ ଦିନିଆ ଭାରତ ଗସ୍ତରେ ବ୍ରାଜିଲ୍‌ ରାଷ୍ଟ୍ରପତି ଜୈର୍‌ ବୋଲସୋନାରୋ ଆସୁଛନ୍ତି। ସେ ସାଧାରଣତନ୍ତ୍ର ଦିବସ ମୁଖ୍ୟ ଅତିଥି ଭାବେ...

କଂଗ୍ରେସ ନେତ୍ରୀଙ୍କୁ ସହଯୋଗୀଙ୍କ ମାଡ଼

ଦେଓରିଆ,୧୨।୧୦: ଉତ୍ତରପ୍ରଦେଶରେ ଜଣେ ମହିଳା ନେତ୍ରୀଙ୍କୁ ରବିବାର କଂଗ୍ରେସ କର୍ମୀମାନେ ମାଡ଼ ମାରିଛନ୍ତି। ଉପନିର୍ବାଚନ ଲାଗି ବଳାତ୍କାର ଅଭିଯୁକ୍ତଙ୍କୁ ଟିକେଟ ଦିଆଯିବାକୁ ସେ ବିରୋଧ କରିଥିଲେ।...

ସୁରଟରେ ପ୍ରବାସୀ ଶ୍ରମିକ-ପୋଲିସ ମୁହାଁମୁହିଁ

ସୁରଟ,୪।୫: କରୋନା ମହାମାରୀକୁ ରୋକିବା ପାଇଁ ସାରା ଦେଶରେ ତୃତୀୟ ଥର ଲକ୍‌ଡାଉନକୁ ବୃଦ୍ଧି କରାଯିବାରୁ ପ୍ରବାସୀ ଶ୍ରମିକମାନେ ଧର୍ଯ୍ୟହରା ହୋଇପଡ଼ିଛନ୍ତି। ଇତିମଧ୍ୟରେ ଗୁଜରାଟ ସୁରଟରେ ...

Advertisement
Archives

Model This Week