ଥାନାକୁ ଆଣି ଛାଡ଼ିଦେଲା ପୋଲିସ

ସମ୍ବଲପୁର,୧୩ା୮(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନା ପୋଲିସ ଶୁକ୍ରବାର ଏକ ସ୍କ୍ରାପ୍‌ ବୋଝେଇ ଟ୍ରାକ୍ଟର ଥାନାକୁ ଆଣି ଛାଡ଼ିଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ସ୍ଥାନୀୟ କେତେଜଣ ରାଜନେତାଙ୍କ ଚାପରେ ପୋଲିସ ଏଭଳି କରିଥିବା କୁହାଯାଉଛି। ଅପରପକ୍ଷେ ଉକ୍ତ ଟ୍ରାକ୍ଟରଟି ସ୍ଥାନୀୟ ଗଡ଼ଗଡ଼ବାହାଲ ରାସ୍ତା ନିର୍ମାଣକାରୀ ସଂସ୍ଥା ଗାୟତ୍ରୀ କନ୍‌ଷ୍ଟ୍ରକଶନର ସାମଗ୍ରୀ ନେଉଥିବା ନେଇ ଚର୍ଚ୍ଚା ହେଉଛି। ସ୍ଥାନୀୟ ରାଜନେତାଙ୍କ ସମ୍ପର୍କୀୟଙ୍କ ଟ୍ରାକ୍ଟର ବୋଲି ଅଭିଯୋଗ ହେଉଛି।
ମିଳିଥିବା ସୂଚନା ଅନୁସାରେ ଗଡ଼ଗଡ଼ବାହାଲ ଏହି ଗାୟତ୍ରୀ କନ୍‌ଷ୍ଟ୍ରକଶନ କମ୍ପାନୀରୁ ଗୁରୁବାର ବିଳମ୍ବିତ ରାତ୍ରିରେ ଟ୍ରାକ୍ଟରରେ ଆଜବେଷ୍ଟସ୍‌ ଓ ଲୁହା ସାମଗ୍ରୀ ବୋଝେଇ ହୋଇ ଯାଉଥିଲା। ଏହି ସମୟରେ ଯୁଯୁମୁରା ପାଟ୍ରୋଲିଂ ଭ୍ୟାନ ଉକ୍ତ ଟ୍ରାକ୍ଟରକୁ ଜବତ କରିଥିଲା। ଘଟଣାସ୍ଥଳରୁ ୪ଜଣ ଫେରାର ହୋଇଯାଇଥିବା ବେଳେ ପୋଲିସ ୩ଜଣଙ୍କୁ କାବୁ କରିଥିଲା। ସେମାନଙ୍କୁ ଥାନାକୁ ଆଣି ଶୁକ୍ରବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ଅଟକ ରଖିଥିଲା ଓ ପରେ ଚାପରେ ପଡି ଗାଡ଼ି ଛାଡ଼ିଦେଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଯୁଯୁମୁରା ଥାନାଧିକାରୀ ରାଜକୁମାର ବିଶ୍ୱାଳ କହିଛନ୍ତି, ପୋଲିସ ସନ୍ଦେହ କରି ଥାନାକୁ ଟ୍ରାକ୍ଟର ଆଣିଥିଲା। ତଦନ୍ତ ପରେ ଏହା ସ୍ଥାନୀୟ ଜଣେ ବ୍ୟକ୍ତିଙ୍କର ବୋଲି ସେ ଦାବି କରିଥିଲେ। ଗାୟତ୍ରୀ କମ୍ପାନୀ ପକ୍ଷରୁ କୌଣସି ଅଭିଯୋଗ ନ ହେବାରୁ ପୋଲିସ ଛାଡ଼ିଦେଇଥିଲା। ଗାୟତ୍ରୀ କମ୍ପାନୀର ଦାୟିତ୍ୱରେ ଥିବା ଅଧିକାରୀ ଜି. ରମନ୍ନା କହନ୍ତି, ଆମ କମ୍ପାନୀର ସାମଗ୍ରୀ ଚୋରି ହୋଇଥିବା ନେଇ ମୋ ପାଖକୁ ସୂଚନା ଆସିଥିଲା। ହେଲେ କମ୍ପାନୀ ପରିଚାଳନା କରିବା ପାଇଁ ଆଉ ଏକ କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି। ହେଲେ ମଧ୍ୟ ଥାନାରେ ଅଭିଯୋଗ କରିବି ବୋଲି ସେ କହିଥିଲେ। ସୂଚନାଯୋଗ୍ୟ ଏନ୍‌ଏଚ୍‌ ୫୫ର ୪ଥାକିଆ କାମ ଏହି ଗାୟତ୍ରୀ କନ୍‌ଷ୍ଟ୍ରକଶନ ହାତରେ ରହିଥିଲା। କମ୍ପାନୀ କାର୍ଯ୍ୟରେ ବିଳମ୍ବ କରିବାରୁ ଏବେ ଅନ୍ୟ ଏକ କମ୍ପାନୀକୁ ହସ୍ତାନ୍ତର କରାଯାଇଛି। ଗାୟତ୍ରୀ କମ୍ପାନୀର ଅଧିକାରୀ ଓ କର୍ମଚାରୀମାନେ ଏବେ ମଧ୍ୟ ରାସ୍ତା କାମର ସୁପରଭିଜନ କରିବା ପାଇଁ ରହିଛନ୍ତି। କମ୍ପାନୀର ଉଚ୍ଚ କର୍ତ୍ତୃପକ୍ଷ ନ ଥିବାରୁ ପର୍ଯ୍ୟାୟକ୍ରମେ ପ୍ରାୟ ୫୦ଲକ୍ଷ ଟଙ୍କାର ସ୍କ୍ରାପ ଆକାରରେ ବିକ୍ରି କରାଯାଇଥିବା ଏହି କମ୍ପାନୀର ଜଣେ କର୍ମଚାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିବେଶ ସୁରକ୍ଷା, ବୃକ୍ଷ ରୋପଣ ପାଇଁ ଶପଥ ନେଲେ ଛାତ୍ରୀଛାତ୍ର

ମାଲକାନଗିରି, ୫।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମା କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଶୁକ୍ରବାର ଛାତ୍ରୀଛାତ୍ର, ଅଧ୍ୟାପକ, ଅଧ୍ୟାପିକା, ଏନସିସି କ୍ୟାଡେଟ, ଆମ ଜଙ୍ଗଲ ଯୋଜନାର କର୍ମକର୍ତ୍ତା,...

ବିଶ୍ୱବିଦ୍ୟାଳୟ ଘୋଷଣା ବର୍ଷରେ ଅର୍ଥନୀତି: ଏମ୍‌.ଫିଲ୍‌ ପାଠ୍ୟକ୍ରମ ବନ୍ଦ

ବଲାଙ୍ଗୀର ଅଫିସ, ୪ା୮-ଏହାକୁ ବିଡମ୍ବନା କୁହାଯିବ କି ଆଉ କ’ଣ। ରାଜେନ୍ଦ୍ର ସ୍ବୟଂଶାସିତ କଲେଜକୁ ବିଶ୍ୱବିଦ୍ୟାଳୟ ଘୋଷଣା କରାଯିବାର ମାସ କେଇଟା ପରେ ଏହି କଲେଜରୁ...

ମହିଳାଙ୍କୁ କଚାଡ଼ି ମାରିଲା ହାତୀ

କେନ୍ଦୁଝର,୭ା୧(ସ୍ବ.ପ୍ର.): ଭୂୟାଁ ଓ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ ବାଂଶପାଳ ବ୍ଲକ କଦକଳା ଧୀବର ସାହିରେ ଦନ୍ତାହାତୀ ଆକ୍ରମଣରେ ପ୍ରଭାତୀ ଧୀବର(୨୬)ଙ୍କ ମୃତ୍ୟୁ ହୋଇଛି। ଗୁରୁବାର...

ଜବରଦଖଲ, ବେଆଇନ ପାର୍କିଂ: ବଡ଼ଦାଣ୍ଡ ସଙ୍କୁଚିତ

ପୁରୀ ଅଫିସ,୧୩।୩: ପୁରୀକୁ ବିଶ୍ୱ ଐତିହ୍ୟ ସହର କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସିଂହଦ୍ୱାରକୁ...

ବେକାବୁ କରୋନା: କୋରାପୁଟ ଜିଲାରୁ ଆଉ ୬୯ ପଜିଟିଭ୍‌

କୋରାପୁଟ,୨୭।୯,(ସ୍ବ.ପ୍ର.): କୋରାପୁଟ ଜିଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଉଥିବା ବେଳେ ଜିଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ମୁହାଁ ହୋଇଛି। ରବିବାର...

ମିଳିଲା ଜାମିନ, ହେଲେ ଜେଲ୍‌ରେ ମୁକୁଳି ପାରିବେନି

କଟକ ଅଫିସ,୧୮।୧୨ : ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲା ସହିତ ଅନ୍ୟ ଦୁଇଟି ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି...

ଜାଲ୍‌ ଜାତି ପ୍ରମାଣପତ୍ରରେ ନାମାଙ୍କନ

ବାଲିକୁଦା(ସ୍ବ.ପ୍ର.)/ଭୁବନେଶ୍ୱର(ବ୍ୟୁରୋ),୨୫ା୧: ଜଗତ୍‌ସିଂହପୁର ଜିଲା ବାଲିକୁଦା ୨ନଂ. ଜୋନ୍‌ରେ ଜିଲା ପରିଷଦ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ ସମୟରେ ଜାଲ୍‌ ଜାତିଗତ ପ୍ରମାଣପତ୍ର ଦିଆଯାଇଛି। ଏଭଳି...

ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧିର କୁପ୍ରଭାବ ଯୋଗୁ ସଙ୍କଟରେ ସୁନ୍ଦରଗଡ଼ ଜିଲାର ଷ୍ଟିଲ୍‌ ଶିଳ୍ପ

ରାଉରକେଲା ଅଫିସ, ୧୩।୨-ଷ୍ଟିଲ ଉତ୍ପାଦନ କରୁଥିବା ସହର ଭାବେ ରାଉରକେଲା ବେଶ୍‌ ପରିଚିତ। ରାଉରକେଲା ସମେତ ସୁନ୍ଦରଗଡ଼ ଜିଲାରେ ଛୋଟବଡ଼ ଷ୍ଟିଲ ଶିଳ୍ପ କାରଖାନା ଗଢିଉଠିଛି।...

Advertisement
Archives

Model This Week