‘ପୋଲିସକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି’

ଭୁବନେଶ୍ୱର,୨୨।୩(ବ୍ୟୁରୋ): ରାଜ୍ୟରେ ଆଇନର ଶାସନ ନାହିଁ। ପୋଲିସ ନିରପେକ୍ଷ ଭାବେ କାର୍ଯ୍ୟ କରିପାରୁ ନାହିଁ। ଓଡ଼ିଶାରେ ପୋଲିସରାଜ୍‌ ଚାଲିଛି। ହତ୍ୟା, ଲୁଣ୍ଠନ, ଚୋରି, ଡକାୟତି, ବଳାତ୍କାର ବଢ଼ିଚାଲିଛି। ଜନସଂଖ୍ୟା ତୁଳନାରେ ପୋଲିସ କର୍ମଚାରୀଙ୍କ ସଂଖ୍ୟା କମ୍‌ ରହିଛି। ପୋଲିସ ଆଧୁନିକୀକରଣ ପାଇଁ ସରକାର ଟଙ୍କାଟିଏ ଖର୍ଚ୍ଚ କରୁନାହାନ୍ତି। ପୋଲିସ ବିଭାଗରେ କେହି କାହାକଥା ଶୁଣିବାକୁ ପ୍ରସ୍ତୁତ ନାହାନ୍ତି। ଭିଜିଲାନ୍ସ ବିଭାଗରେ ଚାର୍ଜଶିଟ୍‌ ଦାଖଲ କରିବା ହାର କମୁଛି। ବିରୋଧୀ ଏଭଳି ଅଭିଯୋଗ ଆଣି ମଙ୍ଗଳବାର ଗୃହ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗ ଖର୍ଚ୍ଚଦାବି ଆଲୋଚନା ବେଳେ ସରକାରଙ୍କୁ ଶାଣିତ ଢଙ୍ଗରେ ଆକ୍ରମଣ କରିଛନ୍ତି।
ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି, ଧନଜୀବନ ରକ୍ଷା ସରକାରଙ୍କ ପ୍ରାଥମିକ କର୍ତ୍ତବ୍ୟ। ଗୃହ ବିଭାଗ ପାଇଁ ଯେତିକି ବ୍ୟୟବରାଦ ହେବା କଥା ତାହା ହେଉନାହିଁ। ଜାତୀୟସ୍ତରରେ ବ୍ୟୟବରାଦ ବଜେଟର ୪.୩ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୨.୧ ପ୍ରତିଶତ କରାଯାଇଛି। ୧ ଲକ୍ଷ ଜନସଂଖ୍ୟାରେ ରାଜ୍ୟରେ ମାତ୍ର ୧୩୦ ଜଣ ପୋଲିସ କର୍ମଚାରୀ ଥିବାବେଳେ ଜାତୀୟ ସ୍ତରରେ ୧୫୬ ଅଛନ୍ତି। ଛତିଶଗଡ଼ରେ ୨୨୧ ଜଣ, ଦିଲ୍ଲୀରେ ୪୧୦ ଜଣ ଏବଂ ନାଗାଲାଣ୍ଡରେ ୧,୩୦୦ ପୋଲିସ କର୍ମଚାରୀ ଅଛନ୍ତି। ରାଜ୍ୟ ପୋଲିସରେ ୧୪,୦୮୨ ପଦବୀ ଖାଲିପଡ଼ିଛି। ରାଜ୍ୟରେ ଗତ ବର୍ଷ ୧,୩୭୯ ହତ୍ୟାକାଣ୍ଡ ହୋଇଥିବା ବେଳେ ୩,୧୮୪ ବଳାତ୍କାର ହୋଇଛି। ତେବେ ରାଜ୍ୟରେ ପୋଲିସ ଏନ୍‌କାଉଣ୍ଟରରେ କେତେ ଜଣଙ୍କୁ ହତ୍ୟା କରାଯାଇଛି, ସେ ନେଇ କୌଣସି ସୂଚନା ଶ୍ୱେତପତ୍ରରେ ଦିଆଯାଇନାହିଁ। ପୋଲିସ ଆଧୁନିକୀକରଣ ପାଇଁ ବଜେଟରେ ଯାହା ଅର୍ଥ ବରାଦ ହେଉଛି ତାହା ଖର୍ଚ୍ଚ ହେଉନାହିଁ। ଆଧୁନିକୀକରଣ ପାଇଁ ବ୍ୟୟବରାଦ ହେଉଥିବା ସବୁ ପଇସା କେନ୍ଦ୍ର ସରକାରଙ୍କର। ରାଜ୍ୟ ସରକାର ଟଙ୍କାଟିଏ ବି ଖର୍ଚ୍ଚ କରୁନାହାନ୍ତି। ପୋଲିସରେ ଅରାଜକତା ଦେଖାଦେଇଛି। କେହି କାହା କଥା ଶୁଣୁନାହାନ୍ତି। ଚାକିରି ବେଳେ ଥରେ ଟ୍ରେନିଂ ସରିବା ପରେ ପୋଲିସଙ୍କୁ ଆଉ ଟ୍ରେନିଂ ଦିଆଯାଉନାହିଁ। ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ୪୫ଦିନରୁ ଅଧିକ ହେଲାଣି। ହତ୍ୟାର କାରଣ ଓ ଏହା ପଛରେ କେଉଁମାନେ ଅଛନ୍ତି ସେ ନେଇ କ୍ରାଇମ୍‌ବ୍ରାଞ୍ଚ ଏ ପର୍ଯ୍ୟନ୍ତ କିଛି ଘୋଷଣା କରିନାହିଁ। ଗୁଳି ଆଜିଯାଏ ମିଳିଲା ନାହିଁ। କେତେଦିନ ଭିତରେ ଏହାର ସମାଧାନ ହେବ। ମମିତା ମେହର ହତ୍ୟାକାଣ୍ଡ, ମାହାଙ୍ଗା ଡବଲ ମର୍ଡର ଘଟଣା ଚାପିହୋଇ ରହିଗଲା। ତିର୍ତ୍ତୋଲ ବିଧାୟକଙ୍କ ନାମରେ ଏତଲା ଦିଆଗଲେ ମଧ୍ୟ ତାହାକୁ ପୋଲିସ ରଖୁନାହିଁ। ରାଜନୈତିକ ଉଦ୍ଦେଶ୍ୟରେ ପୋଲିସକୁ ବ୍ୟବହାର କରାଯାଉଛି। ଯେଉଁ ଅଧିକାରୀ ଗୋଟିଏ ବିଭାଗରେ ୩ବର୍ଷରୁ ଅଧିକ ରହିଲେଣି ସେମାନଙ୍କୁ ବଦଳି କରାଯାଉ ବୋଲି ଜୟନାରାୟଣ କହିଛନ୍ତି।
ଅଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ରାଜ୍ୟରେ ଜଙ୍ଗଲୀ ଶାସନ ଚାଲିଛି। ଓଡ଼ିଶାରେ ପୋଲିସରାଜ୍‌ ଚାଲିଛି। ଜଣେ ମନ୍ତ୍ରୀ ସରକାରୀ କାର୍ଯ୍ୟରେ ଥିବାବେଳେ ପୋଲିସ ଗୁଳିକରି ହତ୍ୟା କରୁଛି। ନବ ଦାସ ହତ୍ୟାକାଣ୍ଡକୁ ୫୦ ଦିନ ବିତିଲାଣି, ଏ ପର୍ଯ୍ୟନ୍ତ କିଛି ଜଣାପଡୁ ନାହିଁ। ଅନୁସନ୍ଧାନର ଦିଗ କୁଆଡ଼େ ଯାଉଛି। ମୁଦାଲାକୁ ପାଗଳ କରିବାକୁ ସରକାର ପାଗଳ ହୋଇ ଯାଇଛନ୍ତି। ଏହି ହତ୍ୟାକାଣ୍ଡ ପଛରେ ବ୍ୟବସାୟୀ, ବ୍ୟକ୍ତିଗତ କିମ୍ବା ରାଜନୈତିକ ଉଦ୍ଦେଶ୍ୟ ରହିଛି, ତାହା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିଲା ନାହିଁ। ରାଜ୍ୟର ସବୁ ବ୍ଲକରେ ପିସି କାରବାର ହେଉଛି। ସରକାରୀ ବ୍ୟବସ୍ଥା ସମ୍ପୂର୍ଣ୍ଣ ଦୁର୍ନୀତିଗ୍ରସ୍ତ ହୋଇଛି ବୋଲି ନରସିଂହ କହିଛନ୍ତି।
ଶାସକ ଦଳ ସଭ୍ୟ ଦେବୀ ପ୍ରସାଦ ମିଶ୍ର ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି କହିଲେ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ପୋଲିସ ଭଲ କାର୍ଯ୍ୟ କରୁଛି। ୨୧ଟି ମାଓବାଦୀପ୍ରବଣ ଜିଲାରୁ ଏବେ ୮ଟିରେ ପହଞ୍ଚିଛି। ରାଜ୍ୟ ସରକାର ମାଓବାଦୀ ଦମନ କରିବାରେ ୯୦% ସଫଳ ହୋଇଛନ୍ତି। ୩,୨୦୦ ମାଓବାଦୀ ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ଭାଜପା ସଦସ୍ୟ ମୋହନ ଚରଣ ମାଝି କହିଛନ୍ତି, ନବ ଦାସ ହତ୍ୟାକାଣ୍ଡ ଘଟଣାକୁ ୫୫ ଦିନ ବିତିଗଲାଣି । ଏ ପର୍ଯ୍ୟନ୍ତ ହତ୍ୟା ପଛର କାରଣ ରାଜ୍ୟ ସରକାର ଜଣାଇବାରେ ବିଫଳ ହୋଇଛନ୍ତି। ଆମେ ସିବିଆଇ ତଦନ୍ତ ପାଇଁ ଦାବି କରୁଛୁ, ହେଲେ ରାଜ୍ୟ ସରକାର ଏଫ୍‌ବିଆଇ ଉପରେ ଭରସା କରୁଛନ୍ତି। ୬ ବର୍ଷ ହେଲା କେନ୍ଦୁଝରର ଏସ୍‌ପି ଏବଂ ଜିଲାପାଳ ବଦଳୁ ନାହାନ୍ତି। କେବଳ ଖଣି ବେପାର ଏବଂ ପରିବହନ ବ୍ୟବସାୟ କଥା ବୁଝିବା ପାଇଁ ସେମାନେ ଅଛନ୍ତି। ଯେଉଁ ସ୍ଥାନରେ ଖଣି ରହିଛି ସେଠାରେ ଅଫିସରମାନଙ୍କୁ ବ୍ୟବସାୟ କରିବା ଲାଗି ଗୋଟିଏ ଜାଗାରେ ବର୍ଷ ବର୍ଷ ଧରି ରଖାଯାଇଛି। ମୁଖ୍ୟମନ୍ତ୍ରୀ ଜିରୋ ଟଲରାନ୍ସ କଥା କହୁଛନ୍ତି, ହେଲେ ତାହା ଏବେ ବଦଳିଗଲାଣି। ଶାସକ ଦଳ ସଦସ୍ୟ ଅମର ପ୍ରସାଦ ଶତପଥୀ କହିଛନ୍ତି, ଯଦି ରାଜ୍ୟରେ କେଉଁ ବିଭାଗର କର୍ମଚାରୀ ସବୁବେଳେ କାମ କରୁଛନ୍ତି ତାହା ହେଉଛି ପୋଲିସ ବିଭାଗ। ନବ ଦାସ ହତ୍ୟା ଘଟଣାକୁ ଯେଉଁଭଳି ବର୍ଣ୍ଣନା କରାଯାଉଛି ତାହା ଠିକ୍‌ନୁହେଁ। ଜଣେ ଏଏସ୍‌ଆଇ ତାଙ୍କୁ ହତ୍ୟା କଲେ, ହେଲେ ବିରୋଧୀ ସଦସ୍ୟମାନେ ସବୁ ପୋଲିସଙ୍କୁ ନିନ୍ଦିତ କରୁଛନ୍ତି। ମହାମାରୀ, ପ୍ରାକୃତିକ ଦୁର୍ବିପାକ ସମୟରେ ପୋଲିସ ହିଁ ଆମ ପାଖରେ ଠିଆହେଉଛନ୍ତି। କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଗୃହ ହେଉଛି ସବୁଟାରୁ ବଡ଼ ବିଭାଗ। ହେଲେ ଏହି ବିଭାଗରେ ୨୩ ବର୍ଷର ସରକାର ଥିବାବେଳେ ୧୪,୦୦୦ ପଦବୀ ଖାଲିପଡ଼ିଛି। ରାଜ୍ୟରେ ପୋଲିସ ଆଧୁନିକୀକରଣ କରିବା ଲାଗି କେନ୍ଦ୍ରରେ ଉପା ସରକାର ଥିବାବେଳେ ୧୦୦ କୋଟି ଟଙ୍କା ପ୍ରଦାନ କରୁଥିଲା। ରାଜ୍ୟରେ ୬ଟି ନୂଆ ବାଟାଲିୟନ କରାଯାଇଥିଲା। ହେଲେ ଏବେ ୨ଟି ବାଟାଲିୟନ ସେଥିରୁ ବନ୍ଦ ହୋଇଗଲାଣି। ପ୍ରତ୍ୟେକ ଦିନ ରାଜ୍ୟରେ ୯ ଜଣ ମହିଳା ବଳାତ୍କାରର ଶିକାର ହେଉଛନ୍ତି। ହତ୍ୟା, ଚୋରି, ଡକାୟତି, ନାରୀ ନିର୍ଯାତନା ସବୁ ବଢ଼ିଚାଲିଛି। ବିଜେଡି ସଦସ୍ୟ ବ୍ୟୋମକେଶ ରାୟ କହିଛନ୍ତି, ରାଜ୍ୟରେ ରାଜନୈତିକ ବିଶୃଙ୍ଖଳାକୁ ସମ୍ପୂର୍ଣ୍ଣ ମୂଳପୋଛ କରାଯାଇଛି। କଂଗ୍ରେସ ସରକାର ସମୟରେ ରାଜ୍ୟରେ ଲୋକମାନେ ଥାନାକୁ ଯିବାକୁ ଚାହିଁଲେ ମଧ୍ୟ ଯାଇପାରୁ ନ ଥିଲେ। ଅଞ୍ଜନା ଭଳି ଅନେକ ମାମଲା ରାଜ୍ୟରେ ଚାଲିଲା। ଅନ୍ଧାର ହେଲେ ମହିଳାମାନେ ରାସ୍ତାରେ ଯିବାକୁ ଡରୁଥିଲେ କହି ସେ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ।
କଂଗ୍ରେସ ସଦସ୍ୟ ମହମ୍ମଦ ମୋକିମ୍‌ କହିଛନ୍ତି, ସାଇବର କ୍ରାଇମ୍‌ରେ ଜାତୀୟ ହାର ୩.୫ ପ୍ରତିଶତ ଥିବାବେଳେ ଓଡ଼ିଶାରେ ତାହା ୧୩.୫%। ଗୋଟିଏ ଅଞ୍ଜନା ଘଟଣାରେ ଜାନକୀ ପଟ୍ଟନାୟକ ଇସ୍ତଫା ଦେଇଥିବା ବେଳେ କେତେ ଅଞ୍ଜନା, ବେବିନା, ମମିତା ଗଲେଣି ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍‌ ବସିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ଶାସକ ଦଳ ସଦସ୍ୟ ଅରୁଣ ସାହୁ କହିଛନ୍ତି, ବିରୋଧୀ ଗୋଟିଏ କଥା ବାରମ୍ବାର ଆଲୋଚନା କରିବାର କାରଣ ସେମାନେ ଗୋଟିଏ ମିଛକୁ ବାରମ୍ବାର କହି ସତ ବୋଲି ପ୍ରମାଣ କରିବାକୁ ଚାହୁଁଛନ୍ତି । ପାର୍ଲାମେଣ୍ଟରେ ବିରୋଧୀଙ୍କ ମାଇକ୍‌ ବନ୍ଦ କରି ଦିଆଯାଉଥିବା ବେଳେ ଏଠି ବିରୋଧୀଙ୍କୁ କହିବାକୁ ପର୍ଯ୍ୟାପ୍ତ ଏବଂ ଅପର୍ଯ୍ୟାପ୍ତ ସୁଯୋଗ ଦିଆଯାଉଛି। କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ୨୦୨୧-୨୨ ବର୍ଷରେ ରାଜ୍ୟରେ ୧୪.୬୫ ପ୍ରତିଶତ ଅପରାଧ ବୃଦ୍ଧି ଘଟିଛି। ନବ ଦାସ ହତ୍ୟା ଘଟଣାର ୫୫ ଦିନ ପରେ ମଧ୍ୟ ହତ୍ୟାର କାରଣ ପଦାକୁ ଆସିଲାନି। ମମିତା ମେହେର ଆମ ଜିଲାର ଝିଅ, ତାକୁ ହତ୍ୟା କରାଗଲା। ତାଙ୍କୁ ଯିଏ ମାରିଥିଲା ଗୋବିନ୍ଦ ସାହୁଙ୍କ ଜେଲ୍‌ରେ ମୃତ୍ୟୁ ଘଟିଲା, ସେକଥା ଏପର୍ଯ୍ୟନ୍ତ ଜଣାପଡ଼ିଲା ନାହିଁ। ସେହିପରି ଅନ୍ୟମାନଙ୍କ ମଧ୍ୟରେ ସଭ୍ୟ ଶଙ୍କର ଓରାମ, ଗଣେଶ ରାମ ସିଂ ଖୁଣ୍ଟିଆ, ଲତିକା ପ୍ରଧାନ, କୁସୁମ ଟେଟେ, ରମେଶ ଚନ୍ଦ୍ର ବେହେରା, ସନାତନ ବିଜୁଳି, ମୀନାକ୍ଷୀ ମହନ୍ତ, ନବ ଚରଣ ମାଝି, ସୂର୍ଯ୍ୟବଂଶୀ ସୂରଜ, ରାଜକିଶୋର ଦାସ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?