Posted inରାଜ୍ୟ

ଗାଡ଼ି ଅଟକାଇବାରୁ ଲୋକଙ୍କୁ ପିଟିଲା ପୋଲିସ: ସ୍କୁଲ ଛାତ୍ରଙ୍କୁ ଧକ୍କାଦେଲା ହାଇୱା

ଭଦ୍ରକ/ବନ୍ତ,୯ା୨(ସନାତନ ରାଉତ/ହରିନାରାୟଣ ମହାନ୍ତି): ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ବନ୍ତ-ଆନନ୍ଦପୁର ରାସ୍ତାର ଶ୍ରୀବନ୍ତପୁର ଛକରେ ଗୁରୁବାର ପୂର୍ବାହ୍ନରେ ଦୁର୍ଘଟଣା ଘଟାଇ ଫେରାର ହୋଇଯାଉଥିବା ଏକ ବାଲି ବୋଝେଇ ହାଇୱାକୁ ଅଟକ ରଖିବାକୁ କେନ୍ଦ୍ରକରି ପୋଲିସ ଓ ଲୋକେ ମୁହଁାମୁହିଁ ହୋଇଛନ୍ତି। ବନ୍ତ ଥାନା ଛକଠାରେ ସ୍ଥାନୀୟ ଲୋକେ ଉକ୍ତ ହାଇୱାକୁ ଅଟକାଇ ଦିନବେଳେ ଭାରିଯାନ ଚଳାଚଳ ବନ୍ଦ ଥିବାବେଳେ ଏହା କିପରି ଚଳାଚଳ କଲା ବୋଲି ପୋଲିସକୁ ପ୍ରଶ୍ନ କରିଥିଲେ। ଏହାକୁ ନେଇ ଯୁକ୍ତିତର୍କ ହେବାରୁ ବନ୍ତ ଥାନାଧିକାରୀ ଶ୍ରୀବଲ୍ଲଭ ସାହୁ ଲୋକଙ୍କୁ ଧକ୍କା ମାରିବା ସହ ଫୋର୍ସ ଲଗାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଥିରେ ୨ ଯୁବକ ଆହତ ହୋଇଛନ୍ତି।

ବନ୍ତ ବ୍ଲକ ଅଧୀନ ଚାଇଁପୁର ଗ୍ରାମର ଭୀମସେନ ସାହୁଙ୍କ ପୁଅ ଅମ୍ଳାନ ସ୍କୁଲ ଯାଉଥିବା ବେଳେ ଆନନ୍ଦପୁର ଆଡ଼ୁ ଆସୁଥିବା ବାଲି ବୋଝେଇ ହାଇୱା (ଓଡି ୨୨ ଆର୍‌ ୩୦୫୦) ତାଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଆହତ ଅମ୍ଳାନଙ୍କୁ ଚିକିତ୍ସା ପାଇଁ ବନ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ବନ୍ତ ବଜାର ଥାନା ଛକଠାରେ ଉକ୍ତ ହାଇୱାକୁ ଅଟକାଇଥିଲେ। ଦୁର୍ଘଟଣାରେ ଆହତ ହୋଇଥିବା ଛାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା କଥା ନ ବୁଝି ବାଲି ବୋଝେଇ ଗାଡ଼ି କାହିଁକି ଅଟକାଇଛ ବୋଲି ପ୍ରଶ୍ନ କରି ଥାନାଧିକାରୀ ଲୋକଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହି ସମୟରେ ଟିଲୋ ଦେବତାଗଢ଼ିଆ ଗ୍ରାମର ଶକ୍ତିଧର ରାଉତ ଓ ଗଣନାଥ ବେହେରାଙ୍କୁ ମାଡ଼ମାରିବା ସହ ସେ ଉକ୍ତ ଗାଡ଼ିକୁ ଛାଡ଼ି ଦେଇଥିଲେ। ପରେ ଗାଡ଼ିକୁ ଥାନାକୁ ଆଣି ଅଟକ ରଖାଯାଇଛି। ଏ ସମ୍ପର୍କରେ ଥାନାଧିକାରୀ ସାହୁ କହିଛନ୍ତି, ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥକୁ ଅଧଘଣ୍ଟା ଧରି ଅବରୋଧ କରାଯାଇଥିଲା। ରାସ୍ତାରୋକୋ ହଟାଇବା ପାଇଁ ଏଭଳି ପଦକ୍ଷେପ ନେବାକୁ ପଡ଼ିଥିଲା। ଆହତ ଛାତ୍ରଙ୍କ ବାପା ଭୀମସେନ ଏବଂ ମାଡ଼ ଖାଇଥିବା ଦୁଇ ଯୁବକ ସନ୍ଧ୍ୟାରେ ଏସ୍‌ପିଙ୍କ ଅଫିସ୍‌କୁ ଆସି ଅତିରିକ୍ତ ଏସ୍‌ପି ବାମଦେବ ସିଂଙ୍କୁ ୨ଟି ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଜଣେ ଡିଏସ୍‌ପିଙ୍କ ଦ୍ୱାରା ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଏସ୍‌ପି ପ୍ରତିଶ୍ରୁତି ଦେଇଛନ୍ତି।

ପ୍ରକାଶଥାଉ କି, ପୂର୍ବରୁ ଏପରି ଦୁର୍ଘଟଣା ନେଇ ସକାଳ ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ବନ୍ଦ ଦାବିରେ ଅଞ୍ଚଳବାସୀ ରାସ୍ତାରୋକୋ କରିଥିଲେ। ପ୍ରଶାସନ ମଧ୍ୟ ଭାରିଯାନ ଚଳାଚଳ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲା। ପ୍ରଶାସନର ନିର୍ଦ୍ଦେଶକୁ ନ ମାନି ଦିନବେଳେ ଭାରିଯାନ ଚଳାଚଳକୁ କିପରି ବନ୍ତ ପୋଲିସ ଅନୁମତି ଦେଉଛି ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି। କିଛିଦିନ ତଳେ ଖବର ସଂଗ୍ରହ ପାଇଁ ଥାନାକୁ ଯାଇଥିବା ୨ଜଣ ଖବରଦାତାଙ୍କୁ ବନ୍ତ ଥାନାଧିକାରୀ ଦୁର୍ବ୍ୟବହାର କରିଥିବା ଏସ୍‌ପିଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଏସ୍‌ପି ବରୁଣ ଗୁଣ୍ଟୁପାଲି ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ୱାରା ଏହି ଘଟଣାର ତଦନ୍ତ କରିଥିଲେ। ଗତ ଜାନୁଆରୀ ୨୯ରେ ବନ୍ତ ଥାନାଧିକାରୀଙ୍କ ତିହିଡ଼ି ଥାନାକୁ ବଦଳି ନିର୍ଦ୍ଦେଶ ପ୍ରକାଶ ପାଇଥିବା ବେଳେ ୩୧ରେ ଏହାକୁ ବାତିଲ କରାଯାଇଥିଲା। ଏହି ବାତିଲ ପଛରେ କ’ଣ କାରଣ ରହିଛି ଏବଂ କାହା ଚାପରେ ବଦଳି ବାତିଲ କରାଯାଇଛି ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?