ଭୋଟର କ୍ରମାଗତ ଭିନ୍ନ ଦଳର ନୂଆ ନେତୃତ୍ୱ ବାଛୁଛନ୍ତି

ପଟ୍ଟାମୁଣ୍ଡାଇ, ୯ା୨ (କଳ୍ପତରୁ ନାୟକ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀର ନେତାମାନେ ତତ୍ପର ହୋଇଉଠିଲେଣି। ଏଭଳିସ୍ଥଳେ ପାନଦୋକନଠାରୁ ଆରମ୍ଭ କରି ବାଟଘାଟରେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବ ସେ ନେଇ ଚର୍ଚ୍ଚା ଚାଲିଛି। ବିଭିନ୍ନ ଦଳରୁ ଆଶାୟୀଙ୍କ ଚଳପ୍ରଚଳ ବଢ଼ିଲାଣି। କଳେବଳେ କୌଶଳେ ଭୋଟରଙ୍କ ମନ ଜିଣିବା ପାଇଁ ପ୍ରାର୍ଥୀମାନେ ବିଭିନ୍ନ ପ୍ରଲୋଭନ ଦେଖାଇବା ସହ ଗାଁ ମୁହାଁ ହେବାରୁ ନିର୍ବାଚନୀ ବାତାବରଣ ଉଷ୍ମ ହେବାକୁ ଲାଗିଲାଣି। ପଟ୍ଟାମୁଣ୍ଡାଇ ବ୍ଲକର ୧୯ଟି ପଞ୍ଚାୟତ ଓ ପୌରାଞ୍ଚଳର ୨୦ ଓ୍ବାର୍ଡ ଏବଂ ରାଜନଗର ବ୍ଲକର ୨୯ଟି ପଞ୍ଚାୟତକୁ ନେଇ ରାଜନଗର ନିର୍ବାଚନମଣ୍ଡଳୀର ବିଗତ ୩ଟି ନିର୍ବାଚନର ଫଳାଫଳକୁ ଅନୁଶୀଳନ କଲେ ସ୍ପଷ୍ଟ ହୋଇଯାଏ ଭୋଟର କ୍ରମାଗତ ଭାବେ ଭିନ୍ନ ଭିନ୍ନ ଦଳର ନୂଆ ନେତୃତ୍ୱଙ୍କୁ ବାଛିଛନ୍ତି।
୨୦୦୯ ପୂର୍ବରୁ ରାଜନଗର-ମହାକାଳପଡ଼ାରୁ କ୍ରମାଗତ ଭାବେ ୭ଥର ନିର୍ବାଚିତ ହୋଇ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନଳିନୀକାନ୍ତ ମହାନ୍ତି ରାଜ୍ୟ ରାଜନୀତିରେ ପ୍ରଭାବ ବିସ୍ତାର କରିଥିଲେ। ସୀମା ପୁନଃ ନିର୍ଦ୍ଧାରଣ ପରେ ୨୦୦୯ ପ୍ରଥମ ପଟ୍ଟାମୁଣ୍ଡାଇ-ରାଜନଗର ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଅଲେଖ ଜେନା କଂଗ୍ରେସ ପ୍ରାର୍ଥୀ ସ୍ବର୍ଗତ ମହାନ୍ତିଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଥିଲେ। ସେବେଠୁ ରାଜନଗରରେ ପରିବର୍ତ୍ତନର ଧାରା ଚାଲିଛି। ନଳିନୀଙ୍କ ଅବର୍ତ୍ତମାନରେ ୨୦୧୪ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ତାଙ୍କ ପୁତ୍ର ଯୁବନେତା ଅଂଶୁମାନ ମହାନ୍ତି ବିଜେଡି ପ୍ରାର୍ଥୀ ଧ୍ରୁବ ସାହୁଙ୍କୁ ପରାସ୍ତ କରି ନିର୍ବାଚିତ ହେବା ସହ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। କାରଣ ଶେଷ ମୁହୂର୍ତ୍ତରେ ଅଲେଖଙ୍କୁ ବାଦ୍‌ ଦେଇ ବିଜେଡି ଯୁବ ନେତା ଧ୍ରୁବଙ୍କୁ ବାଛିଥିଲା। ହେଲେ ଧ୍ରୁବଙ୍କୁ ପରାଜୟର ସାମ୍‌ନା କରିବାକୁ ପଡ଼ିଥିଲା। ୨୦୧୯ରେ ବିଜେଡିରୁ ଅନେକ ଆଶାୟୀ ପ୍ରାର୍ଥୀ ଥିଲେ ସୁଦ୍ଧା ଦଳ ଧ୍ରୁବଙ୍କୁ ରଣାଗନରେ ଛାଡ଼ିଥିଲା। କଂଗ୍ରେସ ନେତା ଅଂଶୁମାନଙ୍କ ସହ ତାଙ୍କୁ କଡ଼ା ଟକ୍କରର ସମ୍ମୁଖୀନ ହେବାକୁ ପଡ଼ିଥିଲେ ସୁଦ୍ଧା ବିପୁଳ ଭୋଟରେ ବିଜୟୀ ହୋଇ ବର୍ତ୍ତମାନର ବିଧାୟକ ଅଛନ୍ତି। ଅଲେଖ ଭାଜପାରୁ ପ୍ରାର୍ଥୀ ହୋଇ ପରାଜୟ ବରଣ କରିଥିଲେ। ମାତ୍ର ୨୦୨୪ ନିର୍ବାଚନରେ ରାଜନଗର ଆସନ ଦଖଲ ପାଇଁ ଶାସକ ବିଜେଡି, ବିରୋଧୀ କଂଗ୍ରେସ ଓ ଭାଜପା ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିବା ସହିତ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି। ବିଜେଡି ପକ୍ଷରୁ ବର୍ତ୍ତମାନର ବିଧାୟକ ସାହୁ ପୁନରାୟ ଟିକେଟ ଆଶାରେ ସଙ୍ଗଠନକୁ ସୁଦୃଢ଼ କରିବାରେ ଲାଗିପଡିଛନ୍ତି। ଦଳରେ ତାଙ୍କ ବ୍ୟତୀତ ଏକାଧିକ ଟିକେଟ ଦାବିଦାର ବାହାରିବା ତାଙ୍କ ଅନୁଗତ ଶିବିର ପାଇଁ ଚିନ୍ତାର ବିଷୟ ହୋଇଛି। ଯାହା ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଏକାଧିକ ଆଶାୟୀ ବାହାରିବା ଓ ଦଳୀୟ କନ୍ଦଳ ତେଜିବା ଯୋଗୁ ଧ୍ରୁବଙ୍କୁ ବେଶ୍‌ କସରତ କରିବାକୁ ପଡ଼ିଥିଲା।
ଅନ୍ୟପକ୍ଷରେ ଗତ ୩ଟି ନିର୍ବାଚନକୁ ଲକ୍ଷ୍ୟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବିବାଦୀୟ, ନିର୍ମଳ ଓ ସ୍ବଚ୍ଛ ଭାବମୂର୍ତ୍ତି ପାଇଁ ରାଜ୍ୟ ରାଜନୀତିରେ ୨୦୦୯ରେ ୪୦ ପ୍ରତିଶତ ତାଙ୍କର ନିଜସ୍ବ ଭୋଟ ଥିବାବେଳେ ତାହା ୨୦୧୪କୁ ୩୦ରୁ ୩୫, ୨୦୧୯ରେ ୨୫ ପ୍ରତିଶତ ଭୋଟ ରହିଆସିଥିବା ବେଳେ ୨୦୨୪କୁ ତାହା ୧୫ ପ୍ରତିଶତ ହୋଇଯାଇଛି ବୋଲି ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି। ଯଦି ବିଜେଡି ସୁପ୍ରିମୋ ୨୦୨୪ ନିର୍ବାଚନରେ ରାଜନଗରରୁ ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ ନ କରନ୍ତି ତା’ହେଲେ ବିଜେଡି ପରାଜୟର ସ୍ବାଦ ଚାଖିବ ବୋଲି ସମୀକ୍ଷକମାନେ କହିଲେଣି।
ଅପରପକ୍ଷରେ କଂଗ୍ରେସ ନେତା ଅଂଶୁମାନଙ୍କ ନେତୃତ୍ୱ ପଞ୍ଚାୟତ ନିର୍ବାଚନ ହେଉ ଅବା ପୌର ନିର୍ବାଚନ, ସବୁଠି କଂଗ୍ରେସ ଦଳ ଶାସକ ବିଜେଡିକୁ ଅକଳରେ ପକାଇ ଆସିଛି। ଗତ ଜିଲା ପରିଷଦ ନିର୍ବାଚନରେ କଂଗ୍ରେସ ଗୋଟିଏ ବି ଜୋନ୍‌ ହାତେଇବାକୁ ସମର୍ଥ ହୋଇ ନ ଥିଲେ ମଧ୍ୟ ଭଲ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ଏଣେ ଅଲେଖ ଜେନା ଭାଜପାରେ ଯୋଗ ଦେବା ପରଠାରୁ ୨ ସମାନ୍ତରାଳ ଗୋଷ୍ଠୀ ସୃଷ୍ଟି ହେବା ଦଳର ଶକ୍ତି ବୃଦ୍ଧି କରିବା ବଦଳରେ ଦଳ ପାଇଁ ସମସ୍ୟା ସୃଷ୍ଟି କରିଛି। ପୁରୁଣା ଭାଜପା ଓ ନୂଆ ଭାଜପା ମଧ୍ୟରେ ଛକାପଞ୍ଝା ଲାଗି ରହିବା ଫଳରେ ଦଳ ପଛକୁ ଟାଣି ହେଉଛି। ୨୦୧୯ ନିର୍ବାଚନରେ ଦଳ ୧୫.୫୩ ପ୍ରତିଶତ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲା। ସେତେବେଳେ ୪୫.୯୩ ପ୍ରତିଶତ ଭୋଟ ପାଇ ବିଜେଡି ପ୍ରଥମ ଓ ୩୫.୨୨ ପ୍ରତିଶତ ଭୋଟ ପାଇ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଥିଲା। ରାଜନଗର ନିର୍ବାଚନମଣ୍ଡଳୀରେ କଂଗ୍ରେସ-ବିଜେଡିର ଦ୍ୱନ୍ଦ୍ୱଯୁଦ୍ଧରେ ଭାଜପା କେତେ ନିର୍ଣ୍ଣାୟକ ଭୂମିକା ନେଇପାରୁଛି ତାହା ଉପରେ ଏବେ ସବୁରି ନଜର ରହିଛି। ତେବେ ଉଭୟ ବିଜେଡି ଓ ଭାଜପାରେ ଦଳୀୟ କନ୍ଦଳ, ଏକାଧିକ ଆଶାୟୀଙ୍କ ଭିଡ଼ ଭଳି କିଛି ସମସ୍ୟା ରହିଛି, ଯେଉଁଥିରୁ ଫାଇଦା ଉଠାଇବାକୁ କଂଗ୍ରେସ ଅପେକ୍ଷା କରିରହିଛି ବୋଲି ସମୀକ୍ଷକମାନେ ମତ ରଖିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?