ମାଓବାଦୀ ହିଂସାରେ ସମ୍ପୃକ୍ତ ଶିକ୍ଷକଙ୍କୁ ବାନ୍ଧିଲା ପୋଲିସ

ମୋହନା,୧୩।୨୫( ମନ୍ମଥ ମିଶ୍ର ): ମାଓବାଦୀ ସମ୍ପୃକ୍ତି ମାମଲାରେ ଗଜପତି ଜିଲା ଅଡବା ଥାନା ନୁଆଁ ଖଜୁରୀପଦା ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କୁ ପୋଲିସ ଗିରଫ କରିଛ । ଗିରଫ ଶିକ୍ଷକ ହେଲେ ପ୍ରତାପ କୁମାର ନାୟକ । ସେ ଗତ ୨୦୦୮ରେ ଉକ୍ତ ପ୍ରାଥମିକ ବିଦ୍ୟାଳୟରେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି । ଅଡବା ଥାନା ଅଧିକାରୀଙ୍କ ସୂଚନା ପ୍ରକାରେ ପ୍ରତାପ ପୂର୍ବରୁ ମାଓବାଦୀ ସଂଗଠନରେ ସାମିଲଥିଲେ । ସେତେବେଳେ ବିଭିନ୍ନ ସ୍ଥାନରେ ହୋଇଥିବା ମାଓବାଦୀ ହିଂସାକାଣ୍ଡରେ ସେ ସାମିଲ ଥିବା ନେଇ ଅଭିଯୋଗ ହୋଇଥିଲା । ୨୦୧୧ ମସିହାରେ ତାଙ୍କ ନାମରେ ମାଓବାଦୀ ହିଂସାକାଣ୍ଡ ନେଇ ୧୩୫/୧୧ ରେ ଅଡବା ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲା ଆଧାରରେ ପ୍ରତାପଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା କହିଛନ୍ତ। ଅଡବା, ମୋହନା, ଆର.ଉଦୟଗିରି ଥାନା ଅଞ୍ଚଳରେ ଆହୁରି ଅନେକ ଶିକ୍ଷକଙ୍କ ନାମରେ ମାଓବାଦୀ ସମ୍ପୃକ୍ତି ଓ ଗଞ୍ଜେଇ ଚୋରା ଚାଲାଣ ମାମଲା ରହିଛି। ସେମାନଙ୍କୁ ତୁରନ୍ତ ଥାନାରେ ଆତ୍ମସମର୍ପଣ କରିବା ପାଇଁ କୁହାଯାଇଛି । ଏଥିସହ ବ୍ଲକ ଶିକ୍ଷାଧିକାରୀଙ୍କୁ ପୋଲିସ ପକ୍ଷରୁ ଚିଠି କରାଯାଇଛି । ଯଦି ସେମାନେ ଆତ୍ମସମର୍ପଣ ନ କରନ୍ତି ତେବେ ସେମାନେ ଯେଉଁଠି ଥିଲେ ମଧ୍ୟ ଗିରଫ କରାଯିବ ବୋଲି ଗଜପତି ଏସ୍‌ପି ସୂଚନା ଦେଇଛନ୍ତି। ଅପରପକ୍ଷେ ଏହି ସମ୍ପର୍କରେ ମୋହନା ଗୋଷ୍ଠୀ ଶିକ୍ଷା ଅଧିକାରୀ ନରେନ୍ଦ୍ର ବେହେରା କହିଛନ୍ତି, ମୋ ପାଖକୁ କୌଣସି ଚିଠି ଏ ଯାବତ ଆସିନାହିଁ ଯଦି କୌଣସି ଶିକ୍ଷକ ନାମରେ ଥାନା ପକ୍ଷରୁ ଚିଠି ଆସେ ତେବେ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଆଗରେ ରହିବା ପୂର୍ବାନୁମାନକୁ ଟିଏମ୍‌ସିର ଖଣ୍ଡନ

କୋଲକାତା,୩୦ା୪: ପଶ୍ଚିମବଙ୍ଗ ନିର୍ବାଚନରେ ଭାଜପା ଆଗରେ ରହିବ ବୋଲି ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ ପୂର୍ବାନୁମାନ କରିଥିବାବେଳେ ଟିଏମ୍‌ସି ରାଜ୍ୟ ସଭା ସଦସ୍ୟ ଡେରେକ୍‌ ଓ’ବ୍ରାଏନ୍‌ ଏହାକୁ ଖଣ୍ଡନ…

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହାଇଡ୍ରାମା: ରଜତ ପାଟିଦାରଙ୍କ ଆଉଟ୍‌କୁ ନେଇ ଅମ୍ପାୟାରଙ୍କ ସହ କୋହଲିଙ୍କ ଝଗଡ଼ା

ଅହମ୍ମଦାବାଦ,୩୦।୪: ଆଇପିଏଲ ୨୦୨୬ରେ ପୁଣି ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB)ର ଅଧିନାୟକ ରଜତ ପାଟିଦାରଙ୍କ…

ଭୀଷଣ ବର୍ଷା, ବେଙ୍ଗାଲୁରୁ ସହର ଜଳାର୍ଣ୍ଣବ

ବେଙ୍ଗାଲୁରୁ,୩୦ା୪: ବେଙ୍ଗାଲୁରୁରେ ଅଚାନକ ଭାବେ ଆରମ୍ଭ ହୋଇଥିବା ବର୍ଷା ପରବର୍ତ୍ତୀ ସମୟରେ ଭୀଷଣ ରୂପ ନେବାରୁ ସାରା ସହର ଜଳାର୍ଣ୍ଣବ ହୋଇପଡ଼ିଛି। ସହରର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ…

ପୁଅକୁ ଦୋକାନରେ ବସାଇ ଜଳଖିଆ ଖାଇବାକୁ ଯାଇଥିଲେ ବାପା, ଆସିଲା ବେଳକୁ…

ଅତାବିରା,୩୦।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ମୁଖ୍ୟ ବଜାର ସମ୍ମୁଖ ଏକ ପାନ ଦେକାନ ଫ୍ରିଜରେ ଲାଗିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗୁରୁବାର ସନ୍ଧ୍ୟାରେ…

‘କର୍ମ  ହିଁ ମାନବ ଜୀବନର ମାନଦଣ୍ଡ’: ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଅବସରକାଳୀନ…

ଦିଗପହଣ୍ଡି,୩୦|୪ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଚୁଡୁଙ୍ଗପୁର ଗ୍ରାମ ସ୍ଥିତ ପିଏମଶ୍ରୀ ସାନଖେମୁଣ୍ଡି ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଗୁରୁବାର ସାନଖେମୁଣ୍ଡି…

ବରଗଡ଼ରେ ଜିଲା ନୋଡାଲ ଅଧିକାରୀ: ବିଭିନ୍ନ କାର୍ଯ୍ୟର କଲେ ସମୀକ୍ଷା

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ମାଇନିଂ କର୍ପୋରେସନ ଏବଂ ଇସ୍ପାତ ଓ ଖଣି ବିଭାଗର ପରିଚାଳନା ନିର୍ଦ୍ଦେଶକ ତଥା ବରଗଡ଼ ଜିଲା ନୋଡାଲ ଅଧିକାରୀ ସୁଧାଂଶୁ ମୋହନ ସାମଲ…

କାଳବୈଶାଖୀ ମାଡ଼ରେ ଯାତ୍ରା ଫିକା, ବିଧାୟକଙ୍କ ଦ୍ୱାରା ‘କବି ସମ୍ରାଟ ରଙ୍ଗମଞ୍ଚ’ ଉଦଘାଟିତ

ଭଞ୍ଜନଗର,୩୦/୪(ବାବୁଲା ପ୍ରଧାନ)-ପୂର୍ବ ଯାତ୍ରା ଅପେକ୍ଷା ଚଳିତ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି।…

ଅବସର ନେଲେ କଳାହାଣ୍ଡି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସାମାଜିକ ସୁରକ୍ଷା ଅଧିକାରୀଙ୍କୁ…

ଭବାନୀପାଟଣା,୩୦।୪(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ ଗୁରୁବାର ଚାକିରୀ ଜୀବନରୁ ଅବସର ନେଇଛନ୍ତି। ଏହାପୂର୍ବରୁ ଭବାନୀପାଟଣା ସ୍ଥିତ କାର୍ଯ୍ୟାଳୟରେ ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri