ଯୌନ ନିର୍ଯାତନା ପାଇଁ ନାବାଳିକାଙ୍କୁ ଅପହରଣ କରି ନେଉଥିଲେ, ଅଭିଯୁୁକ୍ତ ବୃଦ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା…

ଭଞ୍ଜନଗର,୧୦/୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ନୂଆଁପଲ୍ଲୀରୁ ମଙ୍ଗଳବାର ଜଣେ ୧୦ ବର୍ଷର ନାବାଳିକାଙ୍କୁ ରାଇକିଆ ଥାନା ଅନ୍ତର୍ଗତ ସୁବଲାବାଡି ଗ୍ରାମର ସୁଶାନ୍ତ ସେଠୀ ନିଜ ସ୍କୁଟିରେ ଅପହରଣ କରି ନେଉଥିଲେ। ପରେ ଗାଲେରିଠାରେ ନାବାଳିକାଜଣଙ୍କ କାନ୍ଦୁଥିବା ଦେଖି ସେଠାକାର ଅଞ୍ଚଳବାସୀ ଅଭିଯୁକ୍ତକୁ ଗୋଡ଼ାଇ ଅଟକାଇଥିଲେ। ଏହାପରେ ଲୋକେ ତାରସିଂ ପୋଲିସକୁ ଡାକି ଅଭିଯୁକ୍ତକୁ ହସ୍ତାନ୍ତର କରିଥିଲେ। ପୋଲିସ ତଦନ୍ତ କରିବା ପରେ ଅଭିଯୁକ୍ତ ଜଣକ ବେଆଇନ କାର୍ଯ୍ୟରେ ଜଡ଼ିତ ଥିବା ଜଣାପଡିଥିଲା। ଏଣୁ ସେ ନାବାଳିକାଙ୍କୁ ଯୌନ ନିର୍ଯାତନା କିମ୍ବା ଅନ୍ୟତ୍ର ଚାଲାଣ ପାଇଁ ଯୋଜନା କରିଥିବା ସନ୍ଦେହ କରାଯାଉଛି। ପୋଲିସ ନାବାଳିକାଙ୍କ ମାଆଙ୍କ ଏତଲାକୁ ଭିତ୍ତିକରି ଅଭିଯୁକ୍ତ ସୁଶାନ୍ତଙ୍କୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ସଂପୃକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।
ଘଟଣାରୁ ପ୍ରକାଶ ଯେ ନୂଆଁପଲ୍ଲୀର ୩ ଭାଇ ଭଉଣୀ ଗାଁଦାଣ୍ଡରେ ମଙ୍ଗଳବାର ଖେଳୁଥିଲେ। ସେମାନଙ୍କ ମା’ ଜମିକୁ କାମ କରିବାକୁ ଚାଲି ଯାଇଥିଲେ। ବାପା ବାଙ୍ଗାଲୋରରେ କାମ କରୁଛନ୍ତି।  ଏହି ସମୟରେ ଅଭିଯୁକ୍ତ ଜଣଙ୍କ ଏକ ସ୍କୁଟି ଗାଡ଼ିରେ ଉକ୍ତ ଗ୍ରାମରେ ପହଞ୍ଚି ଖେଳୁଥିବା ୩ ଭାଇ ଭଉଣୀ ମଧ୍ୟରୁ ବଡ ଭଉଣୀକୁ ଯୋଜନାବଦ୍ଧ ଭାବେ ଅପହରଣ କରିନେଇଥିଲେ। ନାବାଳିକାଙ୍କ ମାଆ ଜମିରୁ ଫେରି ବଡ ଝିଅ ଘରେ ନ ଥିବା ଦେଖିବାକୁ ପାଇଥିଲେ। ଏହାପରେ ସାନ ଝିଅ ଓ ପୁଅକୁ ପଚାରିବାରୁ କିଏ ଜଣେ ଆସି ତାକୁ ଗାଲରୀ ରାସ୍ତାରେ ନେଇଯାଇଥିବା କହିଥିଲେ। ଏହାପରେ ନାବାଳିକାଙ୍କ ମା’ଙ୍କ ଚିନ୍ତା ବଢ଼ିଯାଇଥିଲା। ଏହାପରେ ସେ ଗାଲେରି ଆଡ଼େ ଖୋଜିବାକୁ ଆସିଥିବା ସମୟରେ ଲୋକେ ତାଙ୍କ ଝିଅକୁ ଉଦ୍ଧାର କରିଥିବା ଜାଣିବାକୁ ପାଇଥିଲେ। ଏହାପରେ ପୋଲିସ ଉପସ୍ଥିତିରେ ମା ଝିଅଙ୍କୁ ଫେରିପାଇଥିଲେ । ଶିଶୁ ଅପହରଣ ଏକ ଚିନ୍ତାଜନକ ବିଷୟ। ଯାହାକୁ ନେଇ ଭଞ୍ଜନଗର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ପୋଲିସ ଏନେଇ ୩୩୮/୨୫ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?