ସୁମିତଙ୍କୁ ଖୋଜୁଛି ପୋଲିସ

ବ୍ରହ୍ମପୁର ଅଫିସ,୧୯ା୧୨: ନ୍ୟାୟ ପାଇଁ ତପସ୍ବିନୀ ଦାଶ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମାନଗର ଦ୍ୱିତୀୟ ଲାଇନ୍‌ର ତାଙ୍କ ଶ୍ୱଶୁର ଘର ଆଗରେ ଧାରଣା ଜାରି ରଖିଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଡା.ସୁମିତ ସାହୁ କାନ୍ଥ ପାଚେରି ଡେଇଁ ପଳାଇଥିବା ତପସ୍ବିନୀ ଅଭିଯୋଗ କରିଛନ୍ତି। ଯଦି ସୁମିତଙ୍କ ଦେହ ଅସୁସ୍ଥ ଅଛି ସେ କାନ୍ଥ ଡେଇଁ ଗଲେ କେମିତି। ସୁମିତ ଜାଣିଶୁଣି ଚକ୍ରାନ୍ତ କରୁଛନ୍ତି। ଯଦି ତାଙ୍କ ଦେହ ଖରାପ ସେ ଏବେ କେଉଁଠି ଚିକିତ୍ସିତ ହେଉଛନ୍ତି ତାହା କୁହନ୍ତୁ ବୋଲି ତପସ୍ବିନୀ କହିଛନ୍ତି। ଯାହା ହେଲେ ବି ତାଙ୍କ ଉପରେ ବିଶ୍ୱାସ ଅଛି। ସେ ନିଶ୍ଚିତ ଫେରିବେ ବୋଲି ତପସ୍ବିନୀ ଆଶା ରଖିଛନ୍ତି। ଶନିବାର ଆସିକା ଓ ବ୍ରହ୍ମପୁର ପୋଲିସର ଏକ ଟିମ୍‌ ସୁମିତଙ୍କ ବ୍ରହ୍ମାନଗରସ୍ଥିତ ଘରକୁ ଯାଇ ତାଙ୍କୁ ଖୋଜାଖୋଜି କରିଥିଲେ ା କନ୍ତୁ ନ ପାଇବାରୁ ତାଙ୍କ ବାପାଙ୍କୁ ପଚରାଉଚରା କରି ଫେରିଥିବା ଜଣାପଡିଛି।

ଶନିବାର ତପସ୍ବିନୀ ସାମାଜିକକର୍ମୀ ପ୍ରମିଳା ତ୍ରିପାଠୀଙ୍କ ସହ ଧାରଣା ଜାରି ରଖିଛନ୍ତି। ସେହିପରି କେତେଜଣ ଆଇନଜୀବୀ ଧାରଣାସ୍ଥଳକୁ ଯାଇ ତପସ୍ବିନୀଙ୍କ ସହିତ ଆଲୋଚନା କରି ଏଭଳି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ପଡ଼ୋଶୀମାନେ ମଧ୍ୟ ତପସ୍ବିନୀଙ୍କୁ ସମର୍ଥନ କରି ନ୍ୟାୟ ଦେବାକୁ ଦାବି କରିଛନ୍ତି।
ପ୍ରକାଶ ଯେ, ଗତ ୯ତାରିଖରେ ବ୍ରହ୍ମପୁର ଏସ୍‌ଡିଜେଏମ୍‌ ତପସ୍ବିନୀଙ୍କ ପିଟିଶନ୍‌ ଉପରେ ଶୁଣାଣି କରି ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ଏକାଠି ଭଡ଼ାଘରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ୧୦ତାରିଖ ସକାଳୁ ଡା. ସୁମିତ ୫ଦିନ ଛୁଟି ଆବେଦନ କରି କୁଆଡ଼େ ଚାଲିଯାଇଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ସାମ୍ନାକୁ ଆସୁ ନ ଥିବା ତପସ୍ବିନୀ ଅଭିଯୋଗ କରିଛନ୍ତି। ସେ ପ୍ରଥମ ପର୍ଯ୍ୟାୟରେ ୫ଦିନ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୮ଦିନ ଛୁଟି ନେଇଛନ୍ତି। ସୁମିତ ଫେରୁ ନ ଥିବାରୁ ବାଧ୍ୟ ହୋଇ ଶୁକ୍ରବାର ତପସ୍ବିନୀ ଆସିକା ଚିନିକଳ ଆଇବି ଛାଡ଼ି ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟ ଆସିଥିଲେ। ଏସ୍‌ଡିଜେଏମ୍‌ ପିଟିଶନ୍‌ ଶୁଣାଣି କରି ଆସନ୍ତା ୨୦ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଥିଲେ। ଏହା ସହିତ ସୁମିତଙ୍କ ନିଖୋଜ ସମ୍ପର୍କରେ ଥାନାରେ ଅଭିଯୋଗ କରିବା ପାଇଁ କୋର୍ଟ କହିଥିଲେ। ଏ ସମ୍ପର୍କରେ ତପସ୍ବିନୀ ପୂର୍ବରୁ ଆସିକା ଥାନାରେ ଅଭିଯୋଗ କରି ସାରିଥିବା ତାଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି। ଏଣୁ ଆସନ୍ତା ୨୦ ତାରିଖର ଶୁଣାଣି ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଇନଜୀବୀ ପଟ୍ଟନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମିତିରେ ତାଲା ପକାଇଲେ ଚାଷୀ

ବାସୁଦେବପୁର,୨୬।୧(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବରଣ୍ଡୁଆ ସେବା ସମବାୟ ସମିତିରେ ଧାନ ବିକ୍ରି କ୍ଷେତ୍ରରେ ଚାଷୀମାନେ ଅସୁବିଧାରେ ପଡ଼ିଥିବାରୁ ଏହାର ପ୍ରତିବାଦରେ ସେମାନେ ଶନିବାର ସମିତି...

ସଡକ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ

ଚୌଦାର ,୧୬।୬(ଡ଼ି.ଏନ.ଏ):- ୧୬ନଂ ଜାତୀୟ ରାଜପଥ ମଙ୍ଗୁଳି ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ...

ଶ୍ରୀକ୍ଷେତ୍ରରେ ଚାପ କାମ ଆରମ୍ଭ: କେବଳ ମହାପ୍ରଭୁଙ୍କୁ ଅପେକ୍ଷା

ପୁରୀ ଅଫିସ,୨୩ା୪: ଆସନ୍ତା ୨୬ ତାରିଖରେ ଚନ୍ଦନଯାତ୍ରା। ଏହି ଅବସରରେ ବାହାର ଚନ୍ଦନ ଯାତ୍ରାରେ ମହାପ୍ରଭୁ ଶ୍ରୀକ୍ଷେତ୍ରର ପଞ୍ଚମହାଦେବଙ୍କ ସହ ମିଶି ୨୧ ଦିନ ପବିତ୍ର...

ଧଉରାଗୋଠ ଜଳସେଚନ ପ୍ରକଳ୍ପକୁ ବିରୋଧ: ମରିଯିବୁ ପଛେ ଜାଗା ଦେବୁନି

ବଇଣ୍ଡା,୩୦।୧୧(ଡି.ଏନ୍‌.ଏ.) – ସଂସାରକୁ ଚଳାଉଥିବା ଭିଟାମାଟିକୁ ଛଡ଼ାଇ ନେଇ ଧଉରାଗୋଠ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା କରାଯାଉଛି। ହେଲେ ଦାନା ଦେଉଥିବା ଜମିରୁ ଇଞ୍ଚେ...

ବଜ୍ରପାତରେ ଜଳିଗଲା ଠିକାଦାର କ୍ୟାମ୍ପ: ଜଣେ ଶ୍ରମିକ ମୃତ, ୫ ଆହତ

ବରଗଡ ଅଫିସ, ୧୦।୯- ବରଗଡ ଜିଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ବଇଦେଶପାଲି ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ବଜ୍ରପାତ ଯୋଗୁ ଗ୍ରାମ ନିକଟର...

ଦୋକାନ କାନ୍ଥ ତାଡ଼ି ଲକ୍ଷାଧିକ ଟଙ୍କାର ମୋବାଇଲ ଲୁଟିନେଲେ ଦୁର୍ବୃତ୍ତ

ପାଟଣା,୪ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପଞ୍ଚାୟତ ମାର୍କେଟ କମ୍ପ୍ଲେକ୍ସର ଅୟସକାନ୍ତ ନାୟକଙ୍କ ମୋବାଇଲ ଦୋକାନର ପଛପଟ କାନ୍ଥ ତାଡ଼ି ରବିବାର...

ନାବାଳିକା ଅପହରଣ ଘଟଣା: ଏଯାବତ୍‌ ମିଳିନି ପତ୍ତା, ଥାନା ଘେରିଲେ ମହିଳା

ହାଟଡିହୀ,୨୮।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଗତ ୧୪ ତାରିଖରେ ଅପହରଣ କରାଯାଇଥିଲା। ଏ ନେଇ...

ବଲାଙ୍ଗୀରରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ

ବଲାଙ୍ଗୀର ଅଫିସ, ୧୪।୪: ରାଜ୍ୟ ସରକାରଙ୍କ ପକ୍ଷରୁ ବଲାଙ୍ଗୀର କିସ୍‌ କ୍ୟାମ୍ପସରେ ପ୍ରତିଷ୍ଠା କରାଯାଇଥିବା ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ମଙ୍ଗଳବାରଠାରୁ କାର୍ଯ୍ୟକ୍ଷମ ହୋଇଛି।...

Advertisement
Archives

Model This Week