ମାମଲା ରୁଜୁ କରି ଚୁପ୍‌ ବସିଛି ପୋଲିସ

ଚୌଦ୍ୱାର,୫ା୫(ଡି.ଏନ୍‌.ଏ.):କଟକ ଜିଲା ଟିପିଏମ୍‌ ଫାଣ୍ଡି ଅଧୀନ ଦାଶରଥୀପାଟଣା ଗ୍ରାମର ହିମାଂଶୁ ଦାସ(୨୫) ଗତ ୮ ଦିନ ହେବ ନିଖୋଜ ଅଛନ୍ତି। ଏ ସମ୍ପର୍କରେ ତାଙ୍କ ପରିବାର ଲୋକେ ଟିପିଏମ୍‌ ଫାଣ୍ଡି ଓ ଚୌଦ୍ୱାର ଥାନାରେ ଅଭିଯୋଗ କରିଥିଲେ। ହେଲେ ଚୌଦ୍ୱାର ଥାନା ପୋଲିସ ଏକ ମାମଲା ରୁଜୁ କରି ଚୁପ୍‌ ବସିଛି। ତଦନ୍ତରେ ଶିଥିଳତା ଯୋଗୁ ଏପର୍ଯ୍ୟନ୍ତ ହିମାଂଶୁଙ୍କୁ ପୋଲିସ ଉଦ୍ଧାର କରିପାରିନାହିଁ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେଠାରେ ନ୍ୟାୟ ନ ପାଇବାରୁ ଶନିବାର ହିମାଂଶୁଙ୍କ ମାଆ ଶେଫାଳୀ ଓ ବାପା ପରମାନନ୍ଦ କଟକ ଡିସିପିଙ୍କ କାର୍ଯ୍ୟାଳରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଗତ ୨୬ ତାରିଖରେ ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ହିମାଂଶୁଙ୍କୁ କଟକ ବଡ ଡାକ୍ତରଖାନା ଯିବା ପାଇଁ କହି ଘରୁ ଡାକି ନେଇଥିଲେ। ସନ୍ଧ୍ୟାରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଫେରି ଆସିଥିବାବେଳେ ହିମାଂଶୁ ଘରକୁ ଫେରି ନ ଥିଲେ। ପରେ ହିମାଂଶୁଙ୍କ ପରିବାର ଲୋକେ ତାଙ୍କ ସମ୍ପର୍କରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚାରିବାରୁ ସେ କିଛି ଜାଣି ନ ଥିବା କହିଥିଲେ। ଏହାପରେ ଶେଫାଳୀ ଟିପିଏମ୍‌ ଫାଣ୍ଡିରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଫାଣ୍ଡି ଅଧିକାରୀ ମାନସ କୁମାର ମହାରଣା ଉକ୍ତ ବ୍ୟକ୍ତିଙ୍କୁ ଡାକି ପଚରାଉଚରା କରିବା ପରେ ଛାଡି ଦେଇଥିଲେ। ଅଭିଯୋଗ ହେବାର ୪ଦିନ ବିତିକଯାଇଥିଲେ ସୁଦ୍ଧା ଫାଣ୍ଡି ପୋଲିସ ପକ୍ଷରୁ ସୁଫଳ ନ ପାଇବାରୁ ଗତ ୩୦ ତାରିଖରେ ଶେଫାଳୀ ଚୌଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ ଏକ ମାମଲା(ନଂ.୧୮୯/୨୧) ରୁଜୁ କରିଥିଲା। ମାତ୍ର ଏପର୍ଯ୍ୟନ୍ତ ହିମାଂଶୁଙ୍କୁ ଉଦ୍ଧାର କରିବାରେ ସଫଳ ନ ହେବାରୁ ପରମାନନ୍ଦ ଓ ଶେଫାଳୀ ଅସନ୍ତୋଷ ବ୍ୟକ୍ତ କରି କଟକ ଡିସିପିଙ୍କ କାର୍ଯ୍ୟାଳୟରେ ଥିବା ଅଭିଯୋଗ ବାକ୍ସରେ ଅଭିଯୋଗପତ୍ର ରଖିଛନ୍ତି। ହିମାଂଶୁ ନିଖୋଜ ହେବାଠାରୁ ତାଙ୍କ ମୋବାଇଲ ଫୋନ ସୁଇଚ୍‌ଅପ୍‌ ଥିବାରୁ ପରିବାର ଲୋକଙ୍କ ଚିନ୍ତା ବଢିଛି। ତୁରନ୍ତ ହିମାଂଶୁଙ୍କୁ ପୋଲିସ ଉଦ୍ଧାର ନ କଲେ ତାଙ୍କ ପରିବାର ଲୋକେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଚୌଦ୍ୱାର ଥାନା ଆଇଆଇସି ବିରଞ୍ଚି ନାରାୟଣ ପତି କୁହନ୍ତି, ହିମାଂଶୁଙ୍କ ମୋବାଇଲ ସୁଇଚଅଫ୍‌ ଥିବାରୁ ଟ୍ରାକ୍‌ କରିବା ସମ୍ଭବ ହେଉନି। ଏ ନେଇ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ହିମାଂଶୁଙ୍କ ବଡଭାଇ ସୁଧାଂଶୁ ଭିନ୍ନକ୍ଷମ। ପରମାନନ୍ଦ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରିବା କଷ୍ଟ ହେଉଥିବାବେଳେ ହିମାଂଶୁ ପରିବାରର ସାହାଭରସା ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri