Posted inଜାତୀୟ

ଭଡ଼ାରେ ମିଳୁଛନ୍ତିି ପୋଲିସ, ୭୦୦ରେ କନଷ୍ଟେବଳ- ଅଢ଼େଇ ହଜାରରେ ଇନ୍ସପେକ୍ଟର-୩,୩୧୦୦ରେ ଷ୍ଟେଶନ…

ଥିରୁଭାନନ୍ତପୁରମ୍‌, ୧୧।୮ : ସମ୍ପ୍ରତି କେରଳରେ ଏକ ଆଇନକୁ ନେଇ ବିବାଦ ଉପୁଜିଛି। ବାସ୍ତବରେ କେରଳରେ ଏକ ପୁରୁଣା ନିୟମ ଅଛି ଯେ ଭଡ଼ାରେ ଯେକେହି ପୋଲିସ ନିଯୁକ୍ତି କରିପାରିବେ। ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ କେବଳ ଏକ ଦେୟ ଦେବାକୁ ପଡିବ। କେବଳ ୭୦୦ ଟଙ୍କା ଭଡ଼ାରେ ଦିନସାରା ଜଣେ କନଷ୍ଟେବଳ ରଖିପାରିବେ। ସେହିପରି ଜଣେ ଇନ୍ସପେକ୍ଟର ପାଇଁ ୨୫୬୦ ଟଙ୍କା ଦେବାକୁ ପଡିବ। କେବଳ ଏତିକି ନୁହେଁ, ଚାହିଁଲେ, ଜଣେ ବ୍ୟକ୍ତି ପୁରା ପୋଲିସ ଷ୍ଟେଶନକୁ ଭଡାରେ ନେଇ ପାରିବେ। ଏଥିପାଇଁ ୩୩୧୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ଏହି ନିୟମ ପୁରୁଣା । କିନ୍ତୁ ସମ୍ପ୍ରତି ଏହି ପ୍ରସଙ୍ଗ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କୁନ୍ନୁରର କେ. ଅନସାର ତାଙ୍କ ଝିଅର ବିବାହ ପାଇଁ ଭିଭିଆଇପି ସୁରକ୍ଷା ନାମରେ ୪ ଜଣ କନଷ୍ଟେବଳଙ୍କୁ ନିଯୁକ୍ତି ଦେଇଥିଲେ। ବିଶେଷ କଥା ହେଉଛି ବିବାହକୁ କୌଣସି ଭିଆଇପି ଆସି ନଥିଲେ। ବର୍ତ୍ତମାନ କେରଳ ପୋଲିସର ଅନେକ ଅଧିକାରୀ ଏହି ନିୟମକୁ ବିରୋଧ କରୁଛନ୍ତି। ସୋସିଆଲ ମିଡିଆ ଜରିଆରେ କେରଳ ପୋଲିସ ଆସୋସିଏଶନ ଏହି ଘଟଣାରେ ନିଜର ବିରୋଧ ପ୍ରଦର୍ଶନ କରିଛି।

ସଂଶୋଧିତ ରେଟ ଚାର୍ଟ ଅନୁଯାୟୀ ବ୍ୟକ୍ତିଗତ ବ୍ୟବହାର, ଚଳଚ୍ଚିତ୍ର ସୁଟିଂ ଏବଂ ବିଭିନ୍ନ କାର୍ଯ୍ୟ ପାଇଁ ପୋଲିସକୁ ଡାକିବା ପାଇଁ ର଼୍ୟାଙ୍କ ଅନୁଯାୟୀ ଟଙ୍କା ଦେବାକୁ ପଡିବ। ଜଣେ ସିଆଇ ର଼୍ୟାଙ୍କ ଅଧିକାରୀଙ୍କ ପାଇଁ ଗୋଟିଏ ଦିନକୁ ୩୭୯୫ ଟଙ୍କା ଏବଂ ରାତିରେ ୪୭୫୦ ଟଙ୍କା ଦେବାକୁ ପଡିବ। ଏସ୍‌ ଆଇଙ୍କ ପାଇଁ ଦିନ ଏବଂ ରାତିର ଭଡ଼ା ହେଉଛି ୨୫୬୦ ଏବଂ ୪୩ ୬୦ ଟଙ୍କା। ଯଦି ପୋଲିସ କୁକୁର ଚାହୁଁଛନ୍ତି, ତେବେ ୬୯୫୦ ଟଙ୍କା ଦେବାକୁ ପଡିବ । ଆବଶ୍ୟକ ହେଲେ ପୋଲିସ କର୍ମଚାରୀଙ୍କୁ ଓ୍ବେରଲେସ ସେଟ ମଧ୍ୟ ଯୋଗାଇ ଦିଆଯାଏ । ଏଥିପାଇଁ ଦେୟ ହେଉଛି ୨୩୧୫ ଟଙ୍କା ।

କେରଳ ପୋଲିସ ଆକ୍ଟର ଧାରା ୬୨(୨) ରେ ଦର୍ଶାଯାଇଛି ନିଜର ବ୍ୟକ୍ତିଗତ ବ୍ୟବହାର ପାଇଁ କେହି ଭଡ଼ାରେ ପୋଲିସ ରଖିବାର କୌଣସି ଅଧିକାର ନାହିଁ। ବେସରକାରୀ ବ୍ୟକ୍ତି କିମ୍ବା ଅନୁଷ୍ଠାନ ପାଇଁ ସୁରକ୍ଷା ଆବଶ୍ୟକତା ଥିବାବେଳେ ରାଜ୍ୟ ଶିଳ୍ପ ସୁରକ୍ଷା ବଳ ନିଯୁକ୍ତ କରାଯାଇପାରିବ। ପୋଲିସ ଅଧିକାରୀଙ୍କ ସଙ୍ଗଠନ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ପୋଲିସ ମୁଖ୍ୟଙ୍କ ନିକଟରେ ଅଭିଯୋଗ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

ସିବିଏସ୍‌ଇ କଲା ବଡ଼ ପରିବର୍ତ୍ତନ: ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୬ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଜାରି ହୋଇଥିବା ସର୍କୁଲାର ଅନୁଯାୟୀ…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

ଭବାନୀପାଟଣାରେ କାଳବୈଶାଖୀ କୁଆପଥର ବର୍ଷା,କାର ଉପରେ ପଡ଼ିଲା ଗଛ

ଭବାନୀପାଟଣା,୧୬।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଶନିବାର ଅପରାହ୍ନରେ କାଳବୈଶାଖୀ ହୋଇଥିଲା। ଏହାର ପ୍ରଭାବରେ ଜୋରରେ ପବନ ବୋହିବା ସହ କୁଆପଥର ବର୍ଷା ହୋଇଥିଲା। ପଵନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri